Posted inଫୁରସତ

୭୦ ବର୍ଷରେ ଏମିତି ଷ୍ଟଣ୍ଟ୍‌ କରୁଛନ୍ତି ବୃଦ୍ଧ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିଲେ ବିଶ୍ୱାସ କରି ହୁଏନି। ସେମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବୃଦ୍ଧ ବାଇକ୍‌ ଷ୍ଟଣ୍ଟ କରୁଛନ୍ତି। ଭିଡିଓ ଦେଖିବା ପରେ, ଆପଣ ମଧ୍ୟ କହିବେ ଏମିତି ଷ୍ଟଣ୍ଟ୍‌ କେବେ ଆଗରୁ ଦେଖି ନାହାନ୍ତି। ତେବେ ଭିଡିଓ ଦେଖନ୍ତୁ ମନା ନାହିଁ, କିନ୍ତୁ ଆପଣ ଏପରି ଷ୍ଟଣ୍ଟ୍‌ କେବେ ନ କରିବାକୁ ଅନୁରୋଧ କରାଯାଇଛି।

 

 

View this post on Instagram

 

A post shared by yournaturegram (@yourenaturegram)

କିଛି ଲୋକ ଅଛନ୍ତି ଯେଉଁମାନେ ଭାଇରାଲ ହେବା ପାଇଁ ବାଇକ୍‌ ଷ୍ଟଣ୍ଟ କରନ୍ତି। ଷ୍ଟଣ୍ଟ ପ୍ରଦର୍ଶନକାରୀଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ଆଜି ଷ୍ଟଣ୍ଟ୍‌ର ଭିଡିଓ ଟିକେ ନିଆରା। ଭିଡିଓରେ ଜଣେ ବୃଦ୍ଧ ଅତ୍ୟନ୍ତ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ନଜର ଆସିଛନ୍ତି। ବୃଦ୍ଧ ଜଣକ ୭୦ ବର୍ଷ ବୟସରେ ମଧ୍ୟ ଯୁବକଙ୍କ ପରି ହାତ ଛାଡ଼ି ବାଇକ୍‌ ଉପରେ ଠିଆ ହୋଇଯାଉଛନ୍ତି। ବେଳେବେଳେ ଖୁବ୍‌ ଜୋର୍‌ରେ ହାତଛାଡ଼ି ବାଇକ୍‌ରେ ବସିପଡୁଛନ୍ତି। ଭିଡିଓକୁ ଯିଏ ଦେଖୁଛି, ସେ ଆଶ୍ଚର୍ଯ୍ୟ ହୋଇଯାଉଛି।

ଭିଡିଓଟି ଜାନୁୟାରୀ ୧୨ରେ ଶେୟାର କରାଯାଇଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ମିଲିୟନରୁ ଅଧିକ ଲାଇକ୍‌ ପାଇଛି। ଅନେକ ଲୋକଙ୍କ ମନ୍ତବ୍ୟ ଦେଖିବାକୁ ମିଳୁଛି। ଜଣେ ୟୁଜର କହିଛନ୍ତି, ଏମିତି ଷ୍ଟଣ୍ଟ୍‌ କେବେ ଆଗରୁ ମୁଁ ଦେଖିନାହିଁ। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ବାପ୍‌ରେ କି ଷ୍ଟଣ୍ଟ୍‌। ଅନ୍ୟ ଜଣେ କହିଛନ୍ତି, ମନ ଦୃଢ଼ ଥିଲେ ବୟସ ହାର ମାନେନା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri