Posted inଜାତୀୟ

ଅଯୋଧ୍ୟା ରାମ ମନ୍ଦିରରେ ପଶି ନମାଜ ପାଠ ପାଇଁ କରୁଥିଲେ ଉଦ୍ୟମ: ଆଉ ତା’ ପରେ…

ଅଯୋଧ୍ୟା,୧୦ା୧: ଅଯୋଧ୍ୟା ରାମମନ୍ଦିର ପରିସରରେ ପ୍ରବେଶ କରି ନମାଜ ପାଠ ଉଦ୍ୟମ କରୁଥିବା କଶ୍ମୀରର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ କଶ୍ମୀର ଶୋପିଆନ୍‌ ଜିଲାର ୫୫ ବର୍ଷୀୟ ଅହମଦ ଶେଖ୍‌ ବୋଲି ପୋଲିସ କହିଛି।

ଅହମଦ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଥିବା ରାମମନ୍ଦିରରେ ପ୍ରବେଶ କରିଥିଲେ। ସେ ରାମଲାଲାଙ୍କୁ ଦର୍ଶନ କରିବା ପରେ ସୀତା ରସୋଇ ଅଞ୍ଚଳ ନିକଟରେ ବସି ନମାଜ ପାଠ ପାଇଁ ପ୍ରସ୍ତୁତି ଚଳାଇଥିଲେ ବୋଲି ଅଭିଯୋଗ ହୋଇଛି।

ସେଠାରେ ମୁତୟନ ଥିବା ସୁରକ୍ଷା କର୍ମୀ ତାଙ୍କର ଏଭଳି କାର୍ଯ୍ୟକୁ ଦେଖିବା ପରେ ତୁରନ୍ତ ହସ୍ତକ୍ଷେପ କରିଥିଲେ। ମନ୍ଦିର ସୁରକ୍ଷା କର୍ମଚାରୀ ତାଙ୍କୁ ଅଟକ ରଖିବା ପରେ ପଚରାଉଚରା ପାଇଁ ପୋଲିସକୁ ହସ୍ତାନ୍ତର କରିଥିଲା।

ତାଙ୍କୁ ନମାଜ ପାଠ କରିବାରୁ ଅଟକାଯିବାରୁ ସେ ସ୍ଲୋଗାନ ଦେଇଥିଲେ। ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ଜାଣିବା ପାଇଁ ତଦନ୍ତକାରୀ ଅଫିସର ଏବଂ ଗୋଇନ୍ଦା ସଂସ୍ଥାଗୁଡ଼ିକ ତାଙ୍କୁ ଜେରା କରୁଛନ୍ତି। ସେ କାହିଁକି ଅଯୋଧ୍ୟା ଆସିଥିଲେ ଏବଂ ଅନ୍ୟ କେହି ଏହି ଘଟଣା ସହ ସମ୍ପୃକ୍ତ କି ନୁହନ୍ତି, ତାହାର ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚକା ଫାଟି ଗଛରେ ପିଟିହେଲା କାର: ପରିବାରର ୬ଗୁରୁତର

ବଘିଆପଡ଼ା,୧୯।୪(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ର ଆଗ…

ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ…

ପାରିବାରିକ ହିଂସା, ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ବାଘମରା ସାହିରେ ରବିବାର ଅପରାହ୍ନରେ ପାରିବାରିକ ହିଂସା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ଟାଙ୍ଗିଆରେ…

ଶ୍ରୀନଗର ବିମାନବନ୍ଦରରୁ ୨ ଆମେରିକୀୟ ଅଟକ, ପୋଲିସର ତଦନ୍ତ ଜାରି

ଶ୍ରୀନଗର,୧୯ା୪: ଶ୍ରୀନଗର ବିମାନବନ୍ଦରରୁ ରବିବାର ୨ଜଣ ଆମେରିକୀୟଙ୍କୁ ଅଟକ ରଖାଯାଇଛି। ବିମାନବନ୍ଦରରେ ଯାଞ୍ଚ ବେଳେ ସେମାନଙ୍କ ଲଗେଜ୍‌ରୁ ସାଟେଲାଇଟ୍‌ ଫୋନ୍‌ ମିଳିଥିବା ସୁରକ୍ଷା ଅଧିକାରୀଙ୍କ ସୂତ୍ରରୁ କୁହାଯାଇଛି।…

ସମାଲୋଚନା ପରେ ବଦଳିଲା ନିଷ୍ପତ୍ତି, ନୟାଗଡ଼ରେ ୨୦ ରୁ ୨୩ ସମସ୍ତ ବିଦ୍ୟାଳୟ ଛୁଟି

ନୟାଗଡ଼, ୧୯।୪(ଲୋକନାଥ ମିଶ୍ର): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲା ପ୍ରଶାସନ ଜିଲାର ସମସ୍ତ ପ୍ରକାର ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡ଼ିକୁ ଚଳିତ…

ଅସହ୍ୟ ତାତି: ବରଗଡ଼ରେ ୨୨ ପର୍ଯ୍ୟନ୍ତ ସ୍କୁଲ-କଲେଜ ଛୁଟି

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାରି ଭିତରେ ବରଗଡ଼ ଜିଲାରେ ମଧ୍ୟ ଅସହ୍ୟ ତାତି ଅନୁଭୂତ ହେଉଛି। ଏହାକୁ…

ଭାଜପାର ଫୋକସ୍‌ରେ ପଞ୍ଚାୟତ, ପୌର ନିର୍ୱାଚନ

ଦିଗପହଣ୍ଡି,୧୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ମୁଖ୍ୟରାସ୍ତା ମା’ ଅଞ୍ଚଳେଶ୍ୱରୀ ମନ୍ଦିର ପରିସରରେ ରବିବାର ଭାଜପା ପକ୍ଷରୁ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ…

୧୦ ଟଙ୍କା ନିଅ ଝାଲମୁଢ଼ି ଦିଅ… ଦିଦିଙ୍କ ଗଡ଼ରେ ମଜା ନେଲେ ମୋଦି

କୋଲକାତା,୧୯ା୪: ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି । ତେବେ ପ୍ରଚାର ସମୟରେ ସେ ପାରମ୍ପରିକ ବଙ୍ଗାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri