Posted inଜାତୀୟ

ନାବାଳକ ସ୍ବେଚ୍ଛାକୃତ ଭାବରେ କାର୍ଯ୍ୟ କରୁଥିଲେ ଜୁଭେନାଇଲ ଜଷ୍ଟିସ ଅଧିନିୟମର ଧାରା ୭୫-୭୯ ହେବନି ପ୍ରଯୁଜ୍ୟ: ହାଇକୋର୍ଟ…

ହାଇଦ୍ରାବାଦ,୧୨।୧ : ଏକ ମାମଲାର ବିଚାର କରି ତେଲେଙ୍ଗାନା ହାଇକୋର୍ଟର ଜଷ୍ଟିସ କେ ସୁରେନ୍ଦର କହିଛନ୍ତି ଯେ ଯେଉଁଠାରେ ଜଣେ ନାବାଳକ ସ୍ବେଚ୍ଛାକୃତ ଭାବରେ କାର୍ଯ୍ୟ କରୁଥାନ୍ତି, ସେ କ୍ଷେତ୍ରରେ ଜୁଭେନାଇଲ ଜଷ୍ଟିସ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ଅଧିନିୟମର ଧାରା ୭୫ ଏବଂ ୭୯ ପ୍ରଯୁଜ୍ୟ ହେବ ନାହିଁ।

ଧାରା ୭୫ ଅନୁସାରେ କୌଣସି ବ୍ୟକ୍ତି ଶିଶୁ ଉପରେ ନିୟନ୍ତ୍ରଣ ରଖନ୍ତି, ଆକ୍ରମଣ, ତ୍ୟାଗ, ଅତ୍ୟାଚାର କିମ୍ବା ଇଚ୍ଛାକୃତ ଭାବରେ ଶିଶୁକୁ ଅବହେଳା କରନ୍ତି ତେବେ ତାଙ୍କ ପ୍ରତି ଦଣ୍ଡବିଧାନ କରାଯିବ। ସେହିପରି ଧାରା ୭୯ ଅନ୍ତର୍ଗତ ଶିଶୁ ଶ୍ରମିକଙ୍କ ଶୋଷଣ କ୍ଷେତ୍ରରେ ଦଣ୍ଡବିଧାନ କରାଯିବ। ଏହି ଧାରା ଜଣେ ଶିଶୁଙ୍କୁ ଚାକିରୀ ଉଦ୍ଦେଶ୍ୟରେ ତାଙ୍କୁ ଦାସତ୍ୱରେ ରଖିବା କିମ୍ବା ନିଜର ରୋଜଗାରକୁ ଅଟକାଇବା କିମ୍ବା ଏହିପରି ରୋଜଗାରକୁ ନିଜ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ଦଣ୍ଡିତ କରିଥାଏ।

ମାମଲାରେ ମେଢ଼ଚାଲ ଜିଲା ଶିଶୁ ସୁରକ୍ଷା ୟୁନିଟର ସ୍ବେଚ୍ଛାସେବୀମାନେ ଅପରେଶନ ମୁସକାନ ଜାଣିବାକୁ ପାଇଥିଲେ ଯେ, ଏଭରବେଷ୍ଟ ଫୁଡ କମ୍ପାନୀରେ ୧୭ ବର୍ଷ ବୟସର ଚାରି ନାବାଳିକା, ୧୬ ବର୍ଷର ଜଣେ ନାବାଳିକା ଏବଂ ୧୪ ବର୍ଷ ବୟସର ଅନ୍ୟ ଜଣେ ନାବାଳିକା କମ୍ପାନୀରେ ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଅନୁସନ୍ଧାନ ପରେ ପୋଲିସ କମ୍ପାନୀର ନିଯୁକ୍ତିଦାତା, ଆବେଦନକାରୀ / ଅଭିଯୁକ୍ତଙ୍କ ବିରୋଧରେ ଜୁଭେନାଇଲ ଜଷ୍ଟିସ ଅଧିନିୟମର ଧାରା ୭୫ ଏବଂ ୭୯ ଅନୁଯାୟୀ ଅପରାଧ ପାଇଁ ଚାର୍ଜଶିଟ ଦାଖଲ କରାଯାଇଥିଲା ଅଧିନିୟମର ଧାରା ଅନୁଯାୟୀ ହୋଇଥିବା ଅପରାଧ ପାଇଁ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ଫାଇଲରେ ଥିବା ପ୍ରକ୍ରିୟାକୁ ବନ୍ଦ କରିବାକୁ କ୍ରାଇମବ୍ରାଞ୍ଚରେ ଆବେଦନ କରାଯାଇଥିଲା। ମାମଲାର ବର୍ତ୍ତମାନର ତଥ୍ୟରେ ଏହା ଦର୍ଶାଯାଇଛି ଯେ ଚାକିରୀ କରୁଥିବା ନାବାଳିକାମାନେ ଆର୍ଥିକ ସମସ୍ୟା ଯୋଗୁ କାର୍ଯ୍ୟ କରୁଥିବା ଦର୍ଶାଇଛନ୍ତି। ସାକ୍ଷୀମାନେ ଅଭିଯୁକ୍ତଙ୍କ ଦ୍ୱାରା ହୋଇଥିବା ଆକ୍ରମଣ କିମ୍ବା ପରିତ୍ୟାଗ କିମ୍ବା କୌଣସି ପ୍ରକାର ଶାରୀରିକ କିମ୍ବା ମାନସିକ ନିର୍ଯାତନା ବିଷୟରେ କହି ନାହାଁନ୍ତି।

ଉକ୍ତ କାରଣଗୁଡିକ ପାଇଁ, ଜୁଭେନାଇଲ ଜଷ୍ଟିସ ଆକ୍ଟ, ୨୦୧୫ ର ଧାରା ୭୫ ଏବଂ ୭୯ ପ୍ରଯୁଜ୍ୟ ହେବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଣୁକା ସିଂ ହେବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ!

ରାୟପୁର,୭।୧୨: ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି। ଭରତପୁର-ସୋନହତ ଆସନରୁ ନିର୍ବାଚନରେ ବିଜୟୀ ହୋଇଥିବା ରେଣୁକା ସିଂ ଗୁରୁବାର ଭାଜପା...

‘ନଓ୍ବାବ ମଲିକଙ୍କୁ ମେଣ୍ଟରେ ନେବା ଠିକ ହେବ ନାହିଁ’, ଅଜିତ ପାଓ୍ବାରଙ୍କୁ ଚିଠି ଲେଖିଲେ ଫଡନାଭିସ

ମୁମ୍ବାଇ,୭।୧୨: ମନି ଲଣ୍ଡରିଂ ମାମଲାରେ ୧୮ମାସ ଜେଲରେ ଥିବା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଜାତୀୟତାବାଦୀ କଂଗ୍ରେସ...

କ୍ଷମା ମାଗିଲେ ଭାଜପା ଏମପି

ନୂଆଦିଲ୍ଲୀ,୭।୧୨: ବିଏସପି ଏମପି ଦାନିଶ ଅଲିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଭାଜପା ଏମପି ରମେଶ ବିଧୁରୀ କ୍ଷମା ମାଗିଛନ୍ତି। ପିଟିଆଇ ସୂତ୍ରରୁ ପ୍ରକାଶ ଯେ...

ଘର-ଜମି କିଣିବା ପୂର୍ବରୁ କରାଇ ନିଅନ୍ତୁ ଆଧାର ସହ ପାନ ଲିଙ୍କ: ନ ହେଲେ କଟିବ ଅଧିକ ଟିଡିଏସ…

ନୂଆଦିଲ୍ଲୀ,୭।୧୨ : ଭାରତୀୟ ନାଗରିକଙ୍କ ପାଇଁ ଆଧାର ଏବଂ ପାନ କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଗତ କିଛି ବର୍ଷ ଧରି ଏହି ଦୁଇକୁ ଲିଙ୍କ...

ନିଜ ପତ୍ନୀଙ୍କ ଠାରୁ ଗରିବ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ

ହାଇଦ୍ରାବାଦ,୭।୧୨: ରେଭନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜ ତାଙ୍କୁ...

ଗିରିରାଜ ସିଂଙ୍କ ବିବାଦୀୟ ବୟାନ, ଫିଲ୍ମ ଫେଷ୍ଟିଭାଲରେ ମମତା ଠୁମକା ଲଗାଇବା ଉଚିତ ନୁହେଁ

ନୂଆଦିଲ୍ଲୀ,୭।୧୨: ଭାରତୀୟ ଜନତା ପାର୍ଟି ଏମପି ଗିରିରାଜ ସିଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। କୋଲକାତା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ...

ଚା’ ସିଙ୍ଗଡାରେ ଶେଷ ହେଉଛି ଇଣ୍ଡିଆ ମେଣ୍ଟ ବୈଠକ: ଜେଡିୟୁ ନେତାଙ୍କ ମନ୍ତବ୍ୟ…

ପାଟନା,୭।୧୨ : ବିହାରର ଶାସକ  ଜେଡିୟୁ ଏମପି ସୁନୀଲ କୁମାର ପିଣ୍ଟୁ ବର୍ତ୍ତମାନ ଏକ ବିବାଦ ସୃଷ୍ଟି କରି କହିଛନ୍ତି। ସିଟ ବାଣ୍ଟିବା ପର୍ଯ୍ୟନ୍ତ ଆଲୋଚନା...

ରାହୁଲଙ୍କ ଅଫିସକୁ ଏଏମ୍‌-ପିଏମ୍‌ ଭିତରେ ତଫାତ ଜଣାନାହିଁ, ଦିନେ ପିଏମ୍‌ଓ କିଭଳି ଚଳାଇବେ; କଂଗ୍ରେସ ନେତାଙ୍କ ଉପରେ ରାଗିଯାଇ…

ନୂଆଦିଲ୍ଲୀ,୭।୧୨: ଥମିବାର ନାଁ ନେଉନାହିଁ କଂଗ୍ରେସର ଅଡ଼ୁଆ। ପ୍ରଥମେ ଅଧୀର ରଞ୍ଜନ ଚୌଧୁରୀ ସଂସଦରେ ଦଳକୁ କଟାକ୍ଷ କରିବା ପରେ ଏବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri