ବେଆଇନ ବାଲିଘାଟରେ ୧୪୪ ଧାରା ଜାରି

ଚଣ୍ଡିଖୋଲ,୭ା୬(ଡି.ଏନ.ଏ.): ଦର୍ପଣ ତହସିଲ ଅଧୀନରେ ବେଆଇନ ବାଲିଘାଟ ଚାଲିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ମଙ୍ଗଳବାର ଭାରପ୍ରାପ୍ତ ତହସିଲଦାର ନିରଞ୍ଜନ ଗୁରୁ କେଲୁଅ ନଦୀର ବଡ଼ ବାଲିକୁଦା ଘାଟରେ ୧୪୪ ଧାରା ଜାରି କରିଛନ୍ତି। ଏଥିସହିତ ଆଦେଶନାମା ମିସ୍‌ କେସ୍‌ ନଂ.୧୦୨/୨୩ ଅନୁସାରେ ଖାତା ନଂ.୭୭୫, ପ୍ଲଟ ନଂ.୨୮୧୬ରେ ନାଲି ପତାକା ପୋତିଛନ୍ତି। ମୂଷାଟିକିରି ରାଜସ୍ବ ନିରୀକ୍ଷକଙ୍କୁ ଏହା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି ତହସିଲ ଅଧୀନ ସୋଲରଠାରେ ୨ ବାଲି ବୋଝେଇ ହାଇୱା ଓ ଗୋଟିଏ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍‌କୁ ଜବତ କରିଛନ୍ତି। ବେଆଇନ ଭାବେ ବାଲି ବୋଝେଇ କରି ଆସୁଥିବା ସମୟରେ ଛତିଆ-କଳକଳା ପୂର୍ତ୍ତ ବିଭାଗ ରାସ୍ତାରେ (ଓଡି-୦୫-ଡି-୭୭୩୩) ଓ (ଓଡି-୦୫-ଏଫ-୦୧୩୩) ବାଲି ବୋଝେଇ ହାଇୱାକୁ ଅଟକାଇ ସେ କାଗଜପତ୍ର ମାଗିଥିଲେ। ହେଲେ ଚାଳକମାନେ କୌଣସି କାଗଜ ପତ୍ର ଦେଖାଇ ନ ପାରିବାରୁ ଗାଡ଼ି ଦୁଇଟିକୁ ଜବତ କରି ବୈରୀ ଥାନା ପୋଲିସ ଜିମା ଦେଇଥିଲେ। ସେହିଭଳି ଏହି ରାସ୍ତାରେ ମାଙ୍କଡ଼ା ପଥର ବୋଝେଇ କରି ଆସୁଥିବା (ଓଆର୍‌-୦୯-ଏଫ୍‌-୦୫୧୬) ଟ୍ରକ୍‌କୁ ଅଟକାଇ କାଗଜ ପତ୍ର ମାଗିଥିଲେ। ମାତ୍ର ଚାଳକ କୌଣସି କାଗଜ ପତ୍ର ଦେଖାଇ ନ ପାରିବାରୁ ଭାରପ୍ରାପ୍ତ ତହସିଲଦାର ଟ୍ରକ୍‌ ଜବତ କରି ବୈରୀ ଥାନା ଜିମା ଦେଇଛନ୍ତି।
ସୂଚନା ଅନୁଯାୟୀ, ଏହି ତହସିଲ ଅନ୍ତର୍ଗତ ପଶ୍ଚିମ ବଡ଼ଚଣା କୁହାଯାଉଥିବା ବୈରୀ, ପାରିଆ, ସମିଆ ଓ ଶାଳପଡ଼ା ପଞ୍ଚାୟତର ବିଭିନ୍ନ ସ୍ଥାନରେ ବେଆଇନ ମାଙ୍କଡ଼ା ଓ ମୋରମ ପଥର ଖାଦାନ ଚାଲୁଛି। ଏଥିସହିତ ବିରୂପା, ଗେଙ୍ଗୁଟି ଓ କେଲୁଅ ନଦୀର ବିଭିନ୍ନ ସ୍ଥାନରେ ବେଆଇନ ବାଲିଘାଟ ଚାଲୁଛି। ଏ ସମ୍ପର୍କରେ ରାଜସ୍ବ ବିଭାଗ, ବନ ବିଭାଗ ଓ ପୋଲିସ ଜାଣିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନ ଥିଲା। ଏନେଇ ମଙ୍ଗଳବାର ‘ବେଆଇନ ବାଲିଘାଟକୁ ନେଇ ବଢୁଛି ବିବାଦ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri