ଡିଜିପିଏସ୍‌ ସର୍ଭେ ପରେ ଖୋଲିବ ଗୁମର

କେନ୍ଦୁଝର,୯ା୪(ସ୍ବ.ପ୍ର.): ଲଘୁ ଖଣିଜ ସଇରାତର ସୁପରିଚଳାନା ପାଇଁ ସରକାରଙ୍କ ନୂତନ ନିୟମ ବେଆଇନ ଖଣିଜ ପଥର ଏବଂ ବାଲି ଉତ୍ତୋଳନ କରୁଥିବା ଲିଜ୍‌ଧାରୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ନୂତନ ନିୟମ ଅନୁଯାୟୀ ଲଘୁ ଖଣିଜ ରାଜସ୍ବ ବିଭାଗରୁ ବାଦ୍‌ ହୋଇ ଖଣି ବିଭାଗକୁ ହସ୍ତାନ୍ତର ହେଉଛି। ଏଥିପାଇଁ ଲିଜ୍‌ ପ୍ରଦାନଠାରୁ ଆରମ୍ଭକରି ପରିଚାଳନାର ତଦାରଖ କରାଯିବ। ବର୍ତ୍ତମାନ ଏହା ୩ ଜିଲାରେ କାର୍ଯ୍ୟକାରୀ ହୋଇଛି। କେନ୍ଦୁଝରରେ ମଧ୍ୟ ଖଣି ଖନନରେ ବ୍ୟାପକ ଅନିୟମିତତା ବା ନିୟମ ଉଲ୍ଲଙ୍ଘନ ହୋଇଛି। ତେଣୁ ଜିଲାରେ ଖଣି ହସ୍ତାନ୍ତର ପୂର୍ବରୁ ଡିଜିପିଏସ୍‌(ଡିଫେସିୟଲ ଗ୍ଲୋବାଲ ପୋଜିଶନିଂ ସିଷ୍ଟମ୍‌) ସର୍ଭେ ପରେ ସବୁ ଗୁମର ଖୋଲିବ ବୋଲି ପରିବେଶବିତ୍‌ ମାନେ ମତବ୍ୟକ୍ତ କରିଛନ୍ତି।
ପ୍ରକାଶ ଯେ, ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୩ ଜିଲା ବଲାଙ୍ଗୀର, କଳାହାଣ୍ଡି ଏବଂ କନ୍ଧମାଳ ଜିଲାରେ ଓଡ଼ିଶା ସ୍ପେସ୍‌ ଆପ୍ଲିକେଶନ ସେଣ୍ଟର (ଓର୍‌ସାକ) ଦ୍ୱାରା ଡିଜିପିଏସ୍‌ ସର୍ଭେ ଖଣି ବିଭାଗ ଏବଂ ରାଜସ୍ବ ବିଭାଗ ଯୁଗ୍ମ ଉପସ୍ଥିତିରେ ହେଉଛି। ସର୍ଭେର ଷ୍ଟାଟସ୍‌ ରିପୋର୍ଟ ଖଣି ବିଭାଗ ପକ୍ଷରୁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲାସ୍ତରୀୟ କମିଟିକୁ ପ୍ରଦାନ କରାଯିବ। କମିଟିରେ ସଦସ୍ୟ ଭାବେ ଆରକ୍ଷୀ ଅଧୀକ୍ଷକ ସଦସ୍ୟ, ଡିଏଫ୍‌ଓ, ଜିଲାର ସମସ୍ତ ଉପଖଣ୍ଡର ଉପଜିଲାପାଳ, ଯୁଗ୍ମ ନିର୍ଦ୍ଦେଶକ ଭୂତତ୍ତ୍ୱ ବିଭାଗ, ମାଇନିଂ ଅଫିସର ଥିବାବେଳେ ଖଣି ଉପନିର୍ଦ୍ଦେଶକ ଆବାହକ ରହିଛନ୍ତି। ମ୍ୟାପ୍‌, ରେକର୍ଡକୁ ତହସିଲଦାର ଏବଂ ଓର୍‌ସାକର ଯୁଗ୍ମ ଦସ୍ତଖତରେ ନୋଟିଫାଏଡ୍‌ ଖଣି ଅଧିକାରୀ/ସହକାରୀ ଖଣି ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ। ଯୁଗ୍ମ ଯାଞ୍ଚ ବେଳେ ଓଏମ୍‌ଏମ୍‌ସି ( ଓଡ଼ିଶା ମାଇନିଂ ଆଣ୍ଡ ମିନେରାଲ) ରୁଲ୍‌ ୨୦୧୬ କୌଣସି ଅନିୟମିତତା ଏବଂ ବେଆଇନ ଖନନ ହୋଇଥିଲେ ଜିଲାସ୍ତରୀୟ କମିଟିକୁ ଅବଗତ କରିବେ।
କେନ୍ଦୁଝର ଜିଲାରେ ବହୁ ବର୍ଷ ଧରି ମାଇନିଂ ପ୍ଲାନ୍‌ ଉଲ୍ଲଙ୍ଘନ ହୋଇ ସଇରାତ ଗୁଡ଼ିକର ଖନନ ହୋଇଛି। କେତେକ ସ୍ଥାନରେ ଲିଜ୍‌ ବାହାରେ ଖଣି ଖନନ ହୋଇଛି। ଜିଲାରେ ଶତାଧିକ ପଥର, ବାଲି ସଇରାତ ରହିଥିଲେ ହେଁ ମୋଟ ୬୫ଟି କାର୍ଯ୍ୟକ୍ଷମ ରହିଛି। ପ୍ରତ୍ୟେକ ଖଣିର ମାପଚୁପ କରାଯାଉ ନ ଥିବାରୁ କେତେ ପରିମାଣର ମୋରମ, ମାଟି, ବାଲି ଏବଂ ପଥର ଉତ୍ତୋଳନ ହେଉଛି ତାହାର ବାସ୍ତବ ରିପୋର୍ଟ ରାଜସ୍ବ ବିଭାଗ ନିକଟରେ ନାହିଁ। ଖାଦାନ ନାଚୁରାଲ ଗ୍ରାଉଣ୍ଡଠାରୁ ୬ ମିଟର ତଳକୁ ଖୋଳିବା ନିୟମ ନ ଥିଲେ ମଧ୍ୟ ଅନେକ ଖଣି ୧୦ ମିଟର ତଳକୁ ଖାଦାନ ଖୋଳୁଛନ୍ତି। ଫଳରେ ବନ୍ୟଜନ୍ତୁ ଏବଂ ଗୃହପାଳିତ ପଶୁପକ୍ଷୀ ଅସୁରକ୍ଷିତ ହୋଇପଡ଼ିଛନ୍ତି। ବାଉଣ୍ଡରି ପିଲାର ବାହାରେ ଅନୁମତି ପରିମାଣଠାରୁ ଅଧିକ ଖନନ କରାଯାଉଛି। ପରିବେଶ ସୁରକ୍ଷା ପାଇଁ ସୁରକ୍ଷା ଜୋନ୍‌ ମଧ୍ୟରେ ବୃକ୍ଷରୋପଣ କରାଯାଇନାହିଁ। ଏସବୁ ନିୟମ ପାଳନ ନ କରି ମନଇଚ୍ଛା ଲଘୁ ଖଣିଜ ସମ୍ପଦ ଉତ୍ତୋଳନ କରାଯାଉଛି। ଏପରକି ସୁରକ୍ଷା ଜୋନ୍‌ରେ ଖନନ ହେଉଛି। ଖଣି ବିଭାଗକୁ ହସ୍ତାନ୍ତର ପୂର୍ବରୁ ଡିଜିପିଏସ୍‌ ସର୍ଭେ ହେଲେ ଦୀର୍ଘ ବର୍ଷ ଧରି ଚାଲିଥିବା ବେଆଇନ ଖଣିଖନନ ଜଣାପଡ଼ିବ ବୋଲି ପରିବେଶବିତ୍‌ କହିଛନ୍ତି।
ଏନେଇ ଆଇନଜୀବୀ ସୁରଜ ମହାପାତ୍ର କହିଛନ୍ତି, ଏହି ନିୟମ ଲାଗୁ ହେଲେ ଜିଲାରେ ବେଆଇନ ଖଣି ଖନନ ଓ ଖଣି ବାହାରେ ଖନନ ଆଦି ଉପରେ ଅଙ୍କୁଶ ଲାଗିବ। ଫଳରେ ଚୋରା କାରବାର କମିବା ସହ ସରକାରଙ୍କ ରାଜସ୍ବ ବୃଦ୍ଧି ପାଇବ। ପରିବେଶର ସଂରକ୍ଷଣ ମଧ୍ୟ କରାଯାଇପାରିବ ବୋଲି ସେ କହିଥିଲେ।
ବରିଷ୍ଠ ସାମାଜିକ କର୍ମୀ ଅକ୍ଷୟ ପଟ୍ଟନାୟକ କହିଛନ୍ତି, ଖଣି ମହାଦୁର୍ନୀତି ପରେ ଲଘୁ ଖଣିଜ ଖନନ ଓ ପରିଚାଳନାରେ ବ୍ୟାପକ ଦୁର୍ନୀତି ହୋଇଛି। ଲିଜ୍‌ ଅଞ୍ଚଳର ସୀମା ନିର୍ଦ୍ଧାରଣ କରାଯାଉ ନ ଥିବାରୁ ବାହାରେ ଖନନ ହେଉଛି। ଉପଯୁକ୍ତ ତଦାରଖ ଅଭାବରୁ ବହୁ ତଳକୁ ଖନନକରି ପରିବେଶ ପାଇଁ ବିପଦ ସୃଷ୍ଟି କରାଯାଉଛି। ଅବିଚାରିତ ଖନନ ଯୋଗୁ ବନ୍ୟପ୍ରାଣୀଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି। ତେଣୁ ଏହି ନିୟମ ନିଶ୍ଚିତ ଭାବରେ ବେଆଇନ କାମ ଉପରେ ଅଙ୍କୁଶ ଲଗାଇବ ଓ ସରକାର ଲାଭବାନ୍‌ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?