ଦ୍ୱିତୀୟ ବୃନ୍ଦାବନ ଗାର୍ଡେନ

ଅଧ୍ୟାପକ ଗୋପବନ୍ଧୁ

 

ଅନେକେ କର୍ନାଟକରେ ଥିବା ବୃନ୍ଦାବନ ଗାର୍ଡେନକୁ ଯାଇଥିବେ ଅଥବା ଏହା ସମ୍ବନ୍ଧରେ ଶୁଣିଥିବେ। ଯିଏ ଥରେ ସେଠାକୁ ଯାଇଛନ୍ତି ସେ କେବେ ଏହାର ମନୋରମ ପରିବେଶକୁ ଭୁଲିପାରିବେ ନାହିଁ। ଏହା ମହୀଶୂର ନଗରୀଠାରୁ ୧୨ କି.ମି. ଦୂରରେ କ୍ରିଷ୍ଣରାଜ ସାଗର ଡ୍ୟାମ୍‌ ତଳେ ଅବସ୍ଥିତ। ଉକ୍ତ ଡ୍ୟାମ୍‌ ଦକ୍ଷିଣର ପ୍ରସିଦ୍ଧ ନଦୀ କାବେରୀ ଉପରେ ନିର୍ମିତ। ଠିକ୍‌ ଡ୍ୟାମ୍‌ ତଳେ ୬୦ ଏକର ଜମି ଉପରେ ଏହି ବଗିଚା ରହିଛି। ରଙ୍ଗବେରଙ୍ଗର ପୁଷ୍ପ ସମ୍ଭାର ସହ ରଙ୍ଗିନ ଆଲୋକ ପ୍ରତିଫଳିତ ଜଳ ଉତ୍‌କ୍ଷେପଣ ଅତ୍ୟନ୍ତ ଆକର୍ଷଣୀୟ। ସମଗ୍ର ଭାରତବର୍ଷରେ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ପରିଭ୍ରମଣରେ ଏଠାକୁ ଆସନ୍ତି। ଭିଡ଼ ଯୋଗୁ ବହୁଦୂରରେ ଗାଡ଼ି ରଖି ଆସିବାକୁ ପଡ଼େ। ଏହା ଭିତରେ ଓ ବାହାରେ ଅନେକ ହୋଟେଲ ଗଢ଼ିଉଠିଛି, ଯିବା ଆସିବା ପାଇଁ ହଜାର ହଜାର ଯାନବାହନ ଚାଲିଛି, ସମସ୍ତ ପ୍ରକାର ଖାଦ୍ୟପେୟର ଦୋକାନ ସହ ମନୋରମ ସାମଗ୍ରୀର ଦୋକାନ ଭରପୂର। ଉକ୍ତ ଗାର୍ଡେନ ଯୋଗୁ ଲକ୍ଷାଧିକ ଲୋକ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କର୍ମନିଯୁକ୍ତି ପାଇଛନ୍ତି। ଏହା କର୍ନାଟକର ପର୍ଯ୍ୟଟନ ମାନଚିତ୍ରକୁ ରୁଦ୍ଧିମନ୍ତ କରିଛି।
ମୁଁ ଓଡ଼ିଶାରେ ଦ୍ୱିତୀୟ ବୃନ୍ଦାବନ ଗାର୍ଡେନ ସମ୍ବନ୍ଧରେ ଆଲୋଚନା କରିବାକୁ ଚାହୁଁଛି। ଏହା ଏବେ ନୁହେଁ, କିନ୍ତୁ ହେବାର ଭୌଗୋଳିକ ପରିବେଶ ରହିଛି। ଏ ଦିଗରେ ଚେଷ୍ଟାକଲେ ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଦେଉଳି ନିକଟସ୍ଥ ଜମ୍ଭିରା ଡ୍ୟାମ୍‌ରେ ଏହା ହୋଇପାରିବ। ନାମ ପରିବର୍ତ୍ତନ ହୋଇପାରେ, କିନ୍ତୁ ବୃନ୍ଦାବନ ଗାର୍ଡେନ ତୁଲ୍ୟ ଏକ ସୁନ୍ଦର ଓ ମନୋରମ ବଗିଚା ଏଠାରେ ନିର୍ମାଣ କରାଯାଇପାରିବ। ପ୍ରକାଶ ଥାଉକି ଏହା ଜମ୍ଭିରା ନଦୀ ଉପରେ ନିର୍ମିତ। ଏହା ସୁବର୍ଣ୍ଣରେଖା ବହୁମୁଖୀ ପ୍ରକଳ୍ପର ଅନ୍ତର୍ଗତ, ଯେଉଁଥିରେ ସୁବର୍ଣ୍ଣରେଖା ନଦୀରୁ ପାଣି ଆଣି ଜମ୍ଭିରା ଜଳଭଣ୍ଡାରରେ ପକାଯିବ। ଏହି ଜଳକୁ ମୁଖ୍ୟତଃ ଚାଷ ଉଦ୍ଦେଶ୍ୟରେ ଜଳସେଚନ ପାଇଁ ବ୍ୟବହାର କରାଯିବ। ଏହା ମାଟି ତିଆରି ବନ୍ଧ। ଏହାର ଲମ୍ବ ୭.୫ କି.ମି. ଓ ଉଚ୍ଚତା ୩୦.୫ ମିଟର। ଏବେ ଉଚ୍ଚତା ବଢ଼ାଯାଇଛି। ଏହାର ଏକ ବିଶାଳ ଜଳଧାରଣ ଅଞ୍ଚଳ ରହିଛି। ଏହା ଏକ ବୃହତ୍‌ ଜଳ ଅମଳ ପ୍ରକଳ୍ପ।
ଉକ୍ତ ସ୍ଥାନ ବାରିପଦାଠାରୁ ମାତ୍ର ୧୦ କି.ମି. , ପଶ୍ଚିମବଙ୍ଗ ସୀମାକୁ ୬ କି.ମି. ଓ ଝାଡ଼ଖଣ୍ଡ ସୀମାକୁ ୨୦ କି.ମି. ଦୂର। ଏହା ଏକପ୍ରକାର ୩ ରାଜ୍ୟର ମିଳନସ୍ଥଳରେ ଅବସ୍ଥିତ। ଏହାର ୩୦ କି.ମି. ପରିଧିରେ ଅନେକ ଜନବସତି ଓ ଛୋଟ ଛୋଟ ସହର ରହିଛି। ପଶ୍ଚିମବଙ୍ଗର ଲୋକମାନେ ଭ୍ରମଣପ୍ରିୟ। ସଂଖ୍ୟାଧିକ ବେଙ୍ଗଲୀ ପର୍ଯ୍ୟଟକ ଏଠାରେ ଭିଡ଼ ଜମାଇବା ସ୍ବାଭାବିକ। ମୟୂରଭଞ୍ଜର ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ସ୍ଥଳଭାବେ ବିବେଚିତ ହୋଇଆସିଛି। ଯେଉଁମାନେ ଶିମିଳିପାଳ ବୁଲିବାକୁ ଆସିବେ ସେମାନେ ଏଠାକୁ ନିଶ୍ଚୟ ଆସିବାକୁ ମନ କରିବେ। ସମଗ୍ର ଓଡ଼ିଶା ପାଇଁ ଏହା ଆକର୍ଷଣର କ୍ଷେତ୍ର ରହିବ। ତଦ୍ରୂପଭାବେ ଝାଡ଼ଖଣ୍ଡର ଲୋକମାନେ ମଧ୍ୟ ବହୁ ସଂଖ୍ୟାରେ ଆକର୍ଷିତ ହେବେ। ଏହା ଏପରି ଏକ ସ୍ଥାନ ଯେଉଁଠାରେ ପର୍ଯ୍ୟଟନ କେନ୍ଦ୍ରର ଦୃଢ଼ ଭିତ୍ତିଭୂମି ତିଆରି କରାଯାଇପାରିବ।
ଏହି ବନ୍ଧ ତଳେ ବିସ୍ତୀର୍ଣ୍ଣ ସମତଳ ଭୂମି ରହିଛି। କିଛି ସରକାରୀ ଜାଗା ଓ କିଛି ବ୍ୟକ୍ତିଗତ ମାଲିକାନାର ଜାଗା ରହିଛି। ମିଳିତ ଉଦ୍ୟମରେ ଏହାର ବିକାଶ ହୋଇପାରିବ। ବୃନ୍ଦାବନ ଗାର୍ଡେନ ତୁଲ୍ୟ ଏଠାରେ ଏକ ସୁନ୍ଦର ଉଦ୍ୟାନ ନିର୍ମାଣ କରାଯାଇପାରିବ। ସେଠିକା ପରି ଏଠାରେ ଜଳ ପ୍ରବାହ ସୃଷ୍ଟିକରି ଆଲୋକିତ ୱାଟର ସ୍ପ୍ରିଙ୍ଗ୍‌ ତିଆରି କରାଯାଇପାରିବ। ୱାଟର ପାର୍କ ସହ ଶିଶୁ ଉଦ୍ୟାନ ମଧ୍ୟ ରଖାଯାଇପାରିବ। ଡ୍ୟାମ୍‌ ଉପରକୁ ଯିବା ପାଇଁ ରୋପ୍‌ୱେ ବି ତିଆରି ହୋଇପାରିବ। ଏହା ସହ ଏହାକୁ ଏକ ପୂର୍ଣ୍ଣାଙ୍ଗ ଉଦ୍ୟାନର ରୂପ ଦିଆଯାଇ ପାରିବ। ଜଳଭଣ୍ଡାର ଭିତରେ ନୌକାବିହାର ହୋଇପାରିବ। ଯନ୍ତ୍ରଚାଳିତ ବୋଟ୍‌ ଯୋଗେ ପର୍ଯ୍ୟଟକମାନେ ଉପରମୁଣ୍ଡରେ ଥିବା ପ୍ରାକୃତିକ ପରିବେଶକୁ ଉପଭୋଗ କରିପାରିବେ। ମଝିରେ ଥିବା ଟାପୁଗୁଡ଼ିକୁ ବିକଶିତକରି ରେସ୍ତେଁାରା ସହ ରେଷ୍ଟଶେଡ୍‌ ବନାଯାଇପାରିବ। ପର୍ଯ୍ୟଟନର ପ୍ରସାର ହେଲେ ପର୍ଯ୍ୟାୟକ୍ରମେ ଅନେକ ହୋଟେଲ, ଦୋକାନ, ବଜାର ଖୋଲିଯିବ। ବିଭିନ୍ନ ପ୍ରକାର ବ୍ୟବସାୟ ଆରମ୍ଭ ହୋଇଯିବ।
ଜଳଭଣ୍ଡାରର ଗୋଟିଏ ପାର୍ଶ୍ୱରେ ପକ୍ଷୀ ବିହାର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇ ପାରିବ। ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ସହାୟକ ହେବ। ଠିକ୍‌ ଯେଉଁଭଳି ପାଖରେ ପଶ୍ଚିମବଙ୍ଗରେ ଏକ ଛୋଟ ଡ୍ୟାମ୍‌କୁ ପକ୍ଷୀ ବିହାରରେ ପରିଣତ କରାଯାଇଛି, ଯାହାକୁ ପାକ୍ଷାଲୟ ନାମରେ ନାମିତ କରାଯାଇଛି। ସେଠାରେ ବୋଟିଂର ମଧ୍ୟ ବ୍ୟବସ୍ଥା ରହିଛି। ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସନ୍ତି। ବଣଭୋଜି ବି କରନ୍ତି। ସ୍ଥାନୀୟ ଯୁବକମାନେ ଏହାର ପରିଚାଳନା ଦାୟିତ୍ୱ ନେଇଛନ୍ତି। ଏହା ମାଧ୍ୟମରେ କର୍ମନିଯୁକ୍ତି ନିଜେ ତିଆରି କରିଛନ୍ତି। ସେପଟେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ପଶ୍ଚିମବଙ୍ଗରେ ଦିଘା ଏବଂ ଓଡ଼ିଶାରେ ଚାନ୍ଦିପୁର ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଜମ୍ଭିରା ଡ୍ୟାମ୍‌କୁ ପର୍ଯ୍ୟଟନ କେନ୍ଦ୍ରଭାବେ ବିକଶିତ କଲେ ଏହା ଭଲ ଦେବ। ପ୍ରକୃତିକୁ ଭିନ୍ନ ରୂପରେ ଉପଭୋଗ କରିବାର ସୁଯୋଗ ମିଳିବ। ଏଠାରୁ ଶିମିଳିପାଳ ଅଭୟାରଣ୍ୟକୁ ଭ୍ରମଣ ପରିଚାଳନା କରାଯାଇପାରିବ।
ଜମ୍ଭିରା ଡ୍ୟାମ୍‌ରେ ପର୍ଯ୍ୟଟନର ବିକାଶ ଜିଲା ତଥା ରାଜ୍ୟ ଅର୍ଥନୀତିକୁ ଚଳଚଞ୍ଚଳ କରିବ ଓ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ। କର୍ମନିଯୁକ୍ତିର ଅନେକ ପ୍ରକାର ସମ୍ଭାବନା ତିଆରି କରିବ। ସ୍ଥାନୀୟ ବେକାର ଯୁବତୀଯୁବକମାନେ ରୋଜଗାରକ୍ଷମ ହେବେ। ଏହା କର୍ନାଟକର ବୃନ୍ଦାବନ ଗାର୍ଡେନକୁ ଟକ୍କର ଦେଇପାରିବ। ହୁଏତ ସମୟ ଲାଗିପାରେ। ଏ ଦିଗରେ ସାମୂହିକ ଚିନ୍ତନର ଆବଶ୍ୟକତା ରହିଛି। ବିଶେଷକରି ସ୍ଥାନୀୟ ଲୋକ ପ୍ରତିନିଧି, ଜିଲା ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ସ୍ତରରେ ଏହା ଉପରେ ଆଲୋଚନା ହେବା ଉଚିତ। ଏ ଦିଗରେ ଜିଲାର ନାଗରିକ ସଂଘଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।
ବାରିପଦା, ମୟୂରଭଞ୍ଜ
ମୋ: ୭୦୦୮୯୭୬୧୮୦


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

ତାଳଗଛ ଓ ବଜ୍ରପାତ

ଇଂ. ମାୟାଧର ସ୍ବାଇଁ ଓଡ଼ିଶା ସରକାର ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ତାଳଗଛ କାଟିବାରେ କଟକଣା ଲଗାଇଛନ୍ତି। ବନ ବିଭାଗର ବିନା ଅନୁମତିରେ...

ଗୀତାରେ ପରିବାର

ଦେବଦତ୍ତ ପଟ୍ଟନାୟକ ଭଗବଦ୍‌ ଗୀତାରେ ସମସ୍ୟା କଥାକୁ ଅତି ସ୍ପଷ୍ଟ ଭାବେ ଦର୍ଶାଯାଇଛି ଓ ଏହାର ବର୍ଣ୍ଣନା ପ୍ରଥମ ଅଧ୍ୟାୟରେ ଦେଖିବାକୁ ମିଳେ। ପରିବାରର କିଏ...

ବର୍ଷାଋତୁରେ ଶିଶୁରୋଗ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ବର୍ଷାଋତୁ ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇ ନ ଥାଏ। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସମସ୍ତେ ଯେକୌଣସି ଆକସ୍ମିକ...

ଏଇ ଭାରତରେ

ଏମିତି ଘର, ଯେଉଁଠି ମଣିଷ ଓ ପକ୍ଷୀ ଉଭୟ ରହୁଛନ୍ତି। ଏମିତିକା ଘରଟିଏ ଦେଖିବାକୁ ମିଳେ ନୋଏଡାରେ। ଉକ୍ତ ଘର ଏକ ଅଶ୍ୱତ୍ଥ ଗଛ ନିକଟରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri