ଦ୍ୱିତୀୟ ବୃନ୍ଦାବନ ଗାର୍ଡେନ

ଅଧ୍ୟାପକ ଗୋପବନ୍ଧୁ

 

ଅନେକେ କର୍ନାଟକରେ ଥିବା ବୃନ୍ଦାବନ ଗାର୍ଡେନକୁ ଯାଇଥିବେ ଅଥବା ଏହା ସମ୍ବନ୍ଧରେ ଶୁଣିଥିବେ। ଯିଏ ଥରେ ସେଠାକୁ ଯାଇଛନ୍ତି ସେ କେବେ ଏହାର ମନୋରମ ପରିବେଶକୁ ଭୁଲିପାରିବେ ନାହିଁ। ଏହା ମହୀଶୂର ନଗରୀଠାରୁ ୧୨ କି.ମି. ଦୂରରେ କ୍ରିଷ୍ଣରାଜ ସାଗର ଡ୍ୟାମ୍‌ ତଳେ ଅବସ୍ଥିତ। ଉକ୍ତ ଡ୍ୟାମ୍‌ ଦକ୍ଷିଣର ପ୍ରସିଦ୍ଧ ନଦୀ କାବେରୀ ଉପରେ ନିର୍ମିତ। ଠିକ୍‌ ଡ୍ୟାମ୍‌ ତଳେ ୬୦ ଏକର ଜମି ଉପରେ ଏହି ବଗିଚା ରହିଛି। ରଙ୍ଗବେରଙ୍ଗର ପୁଷ୍ପ ସମ୍ଭାର ସହ ରଙ୍ଗିନ ଆଲୋକ ପ୍ରତିଫଳିତ ଜଳ ଉତ୍‌କ୍ଷେପଣ ଅତ୍ୟନ୍ତ ଆକର୍ଷଣୀୟ। ସମଗ୍ର ଭାରତବର୍ଷରେ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ପରିଭ୍ରମଣରେ ଏଠାକୁ ଆସନ୍ତି। ଭିଡ଼ ଯୋଗୁ ବହୁଦୂରରେ ଗାଡ଼ି ରଖି ଆସିବାକୁ ପଡ଼େ। ଏହା ଭିତରେ ଓ ବାହାରେ ଅନେକ ହୋଟେଲ ଗଢ଼ିଉଠିଛି, ଯିବା ଆସିବା ପାଇଁ ହଜାର ହଜାର ଯାନବାହନ ଚାଲିଛି, ସମସ୍ତ ପ୍ରକାର ଖାଦ୍ୟପେୟର ଦୋକାନ ସହ ମନୋରମ ସାମଗ୍ରୀର ଦୋକାନ ଭରପୂର। ଉକ୍ତ ଗାର୍ଡେନ ଯୋଗୁ ଲକ୍ଷାଧିକ ଲୋକ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କର୍ମନିଯୁକ୍ତି ପାଇଛନ୍ତି। ଏହା କର୍ନାଟକର ପର୍ଯ୍ୟଟନ ମାନଚିତ୍ରକୁ ରୁଦ୍ଧିମନ୍ତ କରିଛି।
ମୁଁ ଓଡ଼ିଶାରେ ଦ୍ୱିତୀୟ ବୃନ୍ଦାବନ ଗାର୍ଡେନ ସମ୍ବନ୍ଧରେ ଆଲୋଚନା କରିବାକୁ ଚାହୁଁଛି। ଏହା ଏବେ ନୁହେଁ, କିନ୍ତୁ ହେବାର ଭୌଗୋଳିକ ପରିବେଶ ରହିଛି। ଏ ଦିଗରେ ଚେଷ୍ଟାକଲେ ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଦେଉଳି ନିକଟସ୍ଥ ଜମ୍ଭିରା ଡ୍ୟାମ୍‌ରେ ଏହା ହୋଇପାରିବ। ନାମ ପରିବର୍ତ୍ତନ ହୋଇପାରେ, କିନ୍ତୁ ବୃନ୍ଦାବନ ଗାର୍ଡେନ ତୁଲ୍ୟ ଏକ ସୁନ୍ଦର ଓ ମନୋରମ ବଗିଚା ଏଠାରେ ନିର୍ମାଣ କରାଯାଇପାରିବ। ପ୍ରକାଶ ଥାଉକି ଏହା ଜମ୍ଭିରା ନଦୀ ଉପରେ ନିର୍ମିତ। ଏହା ସୁବର୍ଣ୍ଣରେଖା ବହୁମୁଖୀ ପ୍ରକଳ୍ପର ଅନ୍ତର୍ଗତ, ଯେଉଁଥିରେ ସୁବର୍ଣ୍ଣରେଖା ନଦୀରୁ ପାଣି ଆଣି ଜମ୍ଭିରା ଜଳଭଣ୍ଡାରରେ ପକାଯିବ। ଏହି ଜଳକୁ ମୁଖ୍ୟତଃ ଚାଷ ଉଦ୍ଦେଶ୍ୟରେ ଜଳସେଚନ ପାଇଁ ବ୍ୟବହାର କରାଯିବ। ଏହା ମାଟି ତିଆରି ବନ୍ଧ। ଏହାର ଲମ୍ବ ୭.୫ କି.ମି. ଓ ଉଚ୍ଚତା ୩୦.୫ ମିଟର। ଏବେ ଉଚ୍ଚତା ବଢ଼ାଯାଇଛି। ଏହାର ଏକ ବିଶାଳ ଜଳଧାରଣ ଅଞ୍ଚଳ ରହିଛି। ଏହା ଏକ ବୃହତ୍‌ ଜଳ ଅମଳ ପ୍ରକଳ୍ପ।
ଉକ୍ତ ସ୍ଥାନ ବାରିପଦାଠାରୁ ମାତ୍ର ୧୦ କି.ମି. , ପଶ୍ଚିମବଙ୍ଗ ସୀମାକୁ ୬ କି.ମି. ଓ ଝାଡ଼ଖଣ୍ଡ ସୀମାକୁ ୨୦ କି.ମି. ଦୂର। ଏହା ଏକପ୍ରକାର ୩ ରାଜ୍ୟର ମିଳନସ୍ଥଳରେ ଅବସ୍ଥିତ। ଏହାର ୩୦ କି.ମି. ପରିଧିରେ ଅନେକ ଜନବସତି ଓ ଛୋଟ ଛୋଟ ସହର ରହିଛି। ପଶ୍ଚିମବଙ୍ଗର ଲୋକମାନେ ଭ୍ରମଣପ୍ରିୟ। ସଂଖ୍ୟାଧିକ ବେଙ୍ଗଲୀ ପର୍ଯ୍ୟଟକ ଏଠାରେ ଭିଡ଼ ଜମାଇବା ସ୍ବାଭାବିକ। ମୟୂରଭଞ୍ଜର ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ସ୍ଥଳଭାବେ ବିବେଚିତ ହୋଇଆସିଛି। ଯେଉଁମାନେ ଶିମିଳିପାଳ ବୁଲିବାକୁ ଆସିବେ ସେମାନେ ଏଠାକୁ ନିଶ୍ଚୟ ଆସିବାକୁ ମନ କରିବେ। ସମଗ୍ର ଓଡ଼ିଶା ପାଇଁ ଏହା ଆକର୍ଷଣର କ୍ଷେତ୍ର ରହିବ। ତଦ୍ରୂପଭାବେ ଝାଡ଼ଖଣ୍ଡର ଲୋକମାନେ ମଧ୍ୟ ବହୁ ସଂଖ୍ୟାରେ ଆକର୍ଷିତ ହେବେ। ଏହା ଏପରି ଏକ ସ୍ଥାନ ଯେଉଁଠାରେ ପର୍ଯ୍ୟଟନ କେନ୍ଦ୍ରର ଦୃଢ଼ ଭିତ୍ତିଭୂମି ତିଆରି କରାଯାଇପାରିବ।
ଏହି ବନ୍ଧ ତଳେ ବିସ୍ତୀର୍ଣ୍ଣ ସମତଳ ଭୂମି ରହିଛି। କିଛି ସରକାରୀ ଜାଗା ଓ କିଛି ବ୍ୟକ୍ତିଗତ ମାଲିକାନାର ଜାଗା ରହିଛି। ମିଳିତ ଉଦ୍ୟମରେ ଏହାର ବିକାଶ ହୋଇପାରିବ। ବୃନ୍ଦାବନ ଗାର୍ଡେନ ତୁଲ୍ୟ ଏଠାରେ ଏକ ସୁନ୍ଦର ଉଦ୍ୟାନ ନିର୍ମାଣ କରାଯାଇପାରିବ। ସେଠିକା ପରି ଏଠାରେ ଜଳ ପ୍ରବାହ ସୃଷ୍ଟିକରି ଆଲୋକିତ ୱାଟର ସ୍ପ୍ରିଙ୍ଗ୍‌ ତିଆରି କରାଯାଇପାରିବ। ୱାଟର ପାର୍କ ସହ ଶିଶୁ ଉଦ୍ୟାନ ମଧ୍ୟ ରଖାଯାଇପାରିବ। ଡ୍ୟାମ୍‌ ଉପରକୁ ଯିବା ପାଇଁ ରୋପ୍‌ୱେ ବି ତିଆରି ହୋଇପାରିବ। ଏହା ସହ ଏହାକୁ ଏକ ପୂର୍ଣ୍ଣାଙ୍ଗ ଉଦ୍ୟାନର ରୂପ ଦିଆଯାଇ ପାରିବ। ଜଳଭଣ୍ଡାର ଭିତରେ ନୌକାବିହାର ହୋଇପାରିବ। ଯନ୍ତ୍ରଚାଳିତ ବୋଟ୍‌ ଯୋଗେ ପର୍ଯ୍ୟଟକମାନେ ଉପରମୁଣ୍ଡରେ ଥିବା ପ୍ରାକୃତିକ ପରିବେଶକୁ ଉପଭୋଗ କରିପାରିବେ। ମଝିରେ ଥିବା ଟାପୁଗୁଡ଼ିକୁ ବିକଶିତକରି ରେସ୍ତେଁାରା ସହ ରେଷ୍ଟଶେଡ୍‌ ବନାଯାଇପାରିବ। ପର୍ଯ୍ୟଟନର ପ୍ରସାର ହେଲେ ପର୍ଯ୍ୟାୟକ୍ରମେ ଅନେକ ହୋଟେଲ, ଦୋକାନ, ବଜାର ଖୋଲିଯିବ। ବିଭିନ୍ନ ପ୍ରକାର ବ୍ୟବସାୟ ଆରମ୍ଭ ହୋଇଯିବ।
ଜଳଭଣ୍ଡାରର ଗୋଟିଏ ପାର୍ଶ୍ୱରେ ପକ୍ଷୀ ବିହାର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇ ପାରିବ। ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ସହାୟକ ହେବ। ଠିକ୍‌ ଯେଉଁଭଳି ପାଖରେ ପଶ୍ଚିମବଙ୍ଗରେ ଏକ ଛୋଟ ଡ୍ୟାମ୍‌କୁ ପକ୍ଷୀ ବିହାରରେ ପରିଣତ କରାଯାଇଛି, ଯାହାକୁ ପାକ୍ଷାଲୟ ନାମରେ ନାମିତ କରାଯାଇଛି। ସେଠାରେ ବୋଟିଂର ମଧ୍ୟ ବ୍ୟବସ୍ଥା ରହିଛି। ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସନ୍ତି। ବଣଭୋଜି ବି କରନ୍ତି। ସ୍ଥାନୀୟ ଯୁବକମାନେ ଏହାର ପରିଚାଳନା ଦାୟିତ୍ୱ ନେଇଛନ୍ତି। ଏହା ମାଧ୍ୟମରେ କର୍ମନିଯୁକ୍ତି ନିଜେ ତିଆରି କରିଛନ୍ତି। ସେପଟେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ପଶ୍ଚିମବଙ୍ଗରେ ଦିଘା ଏବଂ ଓଡ଼ିଶାରେ ଚାନ୍ଦିପୁର ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଜମ୍ଭିରା ଡ୍ୟାମ୍‌କୁ ପର୍ଯ୍ୟଟନ କେନ୍ଦ୍ରଭାବେ ବିକଶିତ କଲେ ଏହା ଭଲ ଦେବ। ପ୍ରକୃତିକୁ ଭିନ୍ନ ରୂପରେ ଉପଭୋଗ କରିବାର ସୁଯୋଗ ମିଳିବ। ଏଠାରୁ ଶିମିଳିପାଳ ଅଭୟାରଣ୍ୟକୁ ଭ୍ରମଣ ପରିଚାଳନା କରାଯାଇପାରିବ।
ଜମ୍ଭିରା ଡ୍ୟାମ୍‌ରେ ପର୍ଯ୍ୟଟନର ବିକାଶ ଜିଲା ତଥା ରାଜ୍ୟ ଅର୍ଥନୀତିକୁ ଚଳଚଞ୍ଚଳ କରିବ ଓ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ। କର୍ମନିଯୁକ୍ତିର ଅନେକ ପ୍ରକାର ସମ୍ଭାବନା ତିଆରି କରିବ। ସ୍ଥାନୀୟ ବେକାର ଯୁବତୀଯୁବକମାନେ ରୋଜଗାରକ୍ଷମ ହେବେ। ଏହା କର୍ନାଟକର ବୃନ୍ଦାବନ ଗାର୍ଡେନକୁ ଟକ୍କର ଦେଇପାରିବ। ହୁଏତ ସମୟ ଲାଗିପାରେ। ଏ ଦିଗରେ ସାମୂହିକ ଚିନ୍ତନର ଆବଶ୍ୟକତା ରହିଛି। ବିଶେଷକରି ସ୍ଥାନୀୟ ଲୋକ ପ୍ରତିନିଧି, ଜିଲା ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ସ୍ତରରେ ଏହା ଉପରେ ଆଲୋଚନା ହେବା ଉଚିତ। ଏ ଦିଗରେ ଜିଲାର ନାଗରିକ ସଂଘଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।
ବାରିପଦା, ମୟୂରଭଞ୍ଜ
ମୋ: ୭୦୦୮୯୭୬୧୮୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?