ଏଇ ଭାରତରେ

ସିଙ୍ଗଲ ୟୁଜ୍‌ଡ ବା ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ପରିବେଶ ପ୍ରଦୂଷଣର ଏକ ବଡ଼ କାରଣ ପାଲଟିଛି। ଏହି ସମସ୍ୟାର ସମାଧାନ ଲାଗି ଦେଶରେ ଅନେକ ବ୍ୟକ୍ତି ବିକଳ୍ପ ଉତ୍ପାଦ ତିଆରି କରୁଛନ୍ତି। କିଏ ପରିବେଶ ଉପଯୋଗୀ କପ୍‌, ଚାମଚ ଓ ପ୍ଲେଟ୍‌ ତିଆରି କରଛନ୍ତି ତ ଆଉ କିଏ ଗୁଆ ଖୋଳପାରୁ କଟେଲରି ପ୍ରସ୍ତୁତ କରୁଛନ୍ତି। କିନ୍ତୁ ତାମିଲନାଡୁ ମଦୁରାଇର ଦମ୍ପତି କ୍ରିଷ୍ଣା ସୁବ୍ରମଣ୍ୟନ ଓ ଗୌରୀ ଗୋପୀନାଥ କପା ଓ ଝୋଟରୁ ପରିବେଶ ଉପଯୋଗୀ ବ୍ୟାଗ ତିଆରି କରୁଛନ୍ତି । ଏହି ବ୍ୟାଗ ପଲିଥିନ ବ୍ୟବହାର କମାଇ ପାରିବ ବୋଲି କହନ୍ତି କ୍ରିଷ୍ଣା। ସେମାନେ ତାମିଲନାଡୁ ପରମ୍ପରା ସହ ଜଡ଼ିତ ମାଞ୍ଜାପାଇ ବ୍ୟାଗ (ହଳଦିଆ ରଙ୍ଗର କପଡ଼ା ବ୍ୟାଗ) ତିଆରି କରୁଛନ୍ତି ଯାହାର ଆଦର ଏବେ କାହିଁରେ କ’ଣ। ଏମାନେ ଏଥିରୁ ବର୍ଷକୁ ୩ କୋଟି ଟଙ୍କା ରୋଜଗାର କରୁଛନ୍ତି। ଏଯାବତ ଏହି ଦମ୍ପତି ୧୦ ଲକ୍ଷରୁ ଅଧିକ ବ୍ୟାଗ ତିଆରି କରିସାରିଲେଣି। ଦିନକୁ ୨,୦୦୦ରୁ ୩,୦୦୦ ବ୍ୟାଗ ତିଆରି କରାଯାଉଛି। ଏହି କାର୍ଯ୍ୟରେ ଶତାଧିକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ବ୍ୟାଗର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ କରି ୨୦୦ଟଙ୍କା ପର୍ଯ୍ୟନ୍ତ ରହିଛି। କ୍ରିଷ୍ଣା ଚେନ୍ନାଇ ଓ ଗୌରୀ ବେଙ୍ଗାଲୁରୁରେ କାମ କରୁଥିଲେ। ସେମାନେ ୨୦୧୯ରେ ଚାକିରି ଛାଡ଼ି ଏହି କାର୍ଯ୍ୟରେ ମନୋନିବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?