ଛତୁ ଚାଷ ଦେଇଛି ନୂଆ ପରିଚୟ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୨।୧: ଗ୍ରାମାଞ୍ଚଳରେ ଅନେକ ସ୍ବୟଂ ସହାୟିକା ଗୋଷ୍ଠି ଅଛନ୍ତି ା ହେଲେ ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ନିଜ ଅଞ୍ଚଳରେ ନାଁ କମେଇବା ସହ ଜିଲାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି ପାରିଛନ୍ତି ା କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ମା’ବାଞ୍ଜିମାହା ସ୍ବୟଂ ସହାୟିକା ଗୋଷ୍ଠୀ ଛତୁ ଚାଷ କରି ସୁନାମ ଅର୍ଜନ କରିଛନ୍ତି। ଖାଲି ଏତିକି ନୁହେଁ, ସେମାନେ ଆର୍ଥିକ ସ୍ବଚ୍ଛଳ ହେବା ସହ ପରିବାରର ଉନ୍ନତିରେ ସହାୟତା ମଧ୍ୟ କରୁଛନ୍ତି ା
ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ମାସିରିପଡା ଗାଁ ର ମା’ ବାଞ୍ଜିମାହା ସ୍ବୟଂ ସହାୟିକା ଗୋଷ୍ଠୀ ୧୧ ଜଣ ସଭ୍ୟାଙ୍କୁ ନେଇ ଗଠିତ ା ପୂର୍ବରୁ ପରିବା ଚାଷ କରୁଥିଲେ। ଏଥିରେ ମଧ୍ୟ ଭଲ ରୋଜଗାର ହେଉଥିଲାା ଅଦିନିଆ ବର୍ଷା ସାଙ୍ଗକୁ ଝଡ଼ ଯୋଗୁ ଅନେକ ସମୟରେ ପରିବା ଫସଲ ନଷ୍ଟ ହେଲା ା କିଛି ନୂଆ କରିବା ପାଇଁ ସେମାନେ ଚିନ୍ତା କରିଥିଲୋ ଛତୁ ଚାଷ କରି ଆତ୍ମନିର୍ଭରଶୀଳ ହେବାକୁ ସେମାନେ ନିଷ୍ପତ୍ତି ନେଇଥିଲେ। ଏହାପରେ ଆରମ୍ଭ ହେଲା ଉଦ୍ୟମ ା ଗୋଷ୍ଠୀର ମହିଳାମାନେ ଗୋଟିଏ କୁଡିଆ ଘର ତିଆରି କଲେ ା ମାସିକ ଜମା କରୁଥିବା ସଭ୍ୟା ଚାନ୍ଦାରୁ କିଛି ଧରି ଭୁବନେଶ୍ୱରରୁ ଛତୁ ମଞ୍ଜି ଆଣି ଚାଷ ଆରମ୍ଭ କଲେ ା ଭଲ ଛତୁ ହେଲା ା ଆଖପାଖ ଅଞ୍ଚଳର ଲୋକେ ବଜାର ନ ଯାଇ ଘର ପାଖରେ ଛତୁ ପାଇଲୋ ଧୀରେ ଧୀରେ ସେମାନଙ୍କ ବିଷୟରେ ପ୍ରଚାରିତ ହେବା ପରେ ଏବେ ଲୋକଙ୍କ ଚାହିଦା ଅନୁସାରେ ସେମାନେ ଛତୁ ଉପତ୍ାଦନ କରି ପାରୁନାହାନ୍ତି ା ଅଧିକ ଛତୁ ଚାଷ କରିବା ପାଇଁ ଆମର ଇଛା ଅଛି ା ସରକାର ତାଲିମ ବ୍ୟବସ୍ଥା କଲେ ଆମେ ବହୁତ୍‌ ମାତ୍ରାରେ ଚାଷ କରି ଲୋକଙ୍କ ଚାହିଦା ପୂରଣ କରିପାରନ୍ତୁ ା ଖାଲି ଏତିକି ନୁହେଁ ସମଗ୍ର କନ୍ଧମାଳ ଜିଲାକୁ ଛତୁ ଯୋଗାଇ ପାରନ୍ତୁ ା ସରକାର ଏଥିପ୍ରତି ଦୃଷ୍ଟି ଦେଲେ ଆମ୍ଭମାନଙ୍କ ରୋଜଗାର ବଢ଼ିବା ସହ ପରିବାରର ଉନ୍ନତି ହୁଅନ୍ତା ବୋଲି ସ୍ବୟଂ ସହାୟିକା ଗୋଷ୍ଠି ସଭାପତି ସନୋଦେବି ମଲ୍ଲିକ, ସମ୍ପାଦିକା ଭାନୁମତୀ ମଲ୍ଲିକ, ସଭ୍ୟା ରଶ୍ମିତା ମଲ୍ଲିକ, କୁନି ମଲ୍ଲିକ, ଇନ୍ଦ୍ରା ମଲ୍ଲିକ, ଜିରା ମଲ୍ଲିକ, ଉର୍ବାସି ମଲ୍ଲିକ, ମିଲି ମଲ୍ଲିକ, ସମିତି ମଲ୍ଲିକ, ସିହ୍ନି
ମଲ୍ଲିକ ଓ ସମ୍ପତି ମଲ୍ଲିକ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri