Posted inଜାତୀୟ

ରାଜନୈତିକ ଦଳଙ୍କ ଦ୍ୱାରା ମାଗଣା ଉପହାର ଦେବା ମାମଲାରେ ଏସ୍‌ସିଙ୍କ କଡ଼ା ନିଷ୍ପତ୍ତି, ବିଶେଷଜ୍ଞ ପ୍ୟାନେଲ ଗଠନ ଲାଗି ସୁପାରିଶ…

ନୂଆଦିଲ୍ଲୀ, ୩।୮ : ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଦ୍ୱାରା ମାଗଣା ଉପହାର( ଫ୍ରି ବି) ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟ (ଏସ୍‌ସି)ଅଧିକ କଠୋର ହୋଇଛନ୍ତି ଏବଂ ଏହାର ମୁକାବିଲା ପାଇଁ ଏକ ବିଶେଷଜ୍ଞ ପ୍ୟାନେଲ ଗଠନ କରିବାକୁ କୋର୍ଟ କହିଛନ୍ତି।

କୋର୍ଟ କହିଛନ୍ତି ଯେ ଏଥିରେ କେନ୍ଦ୍ର, ବିରୋଧୀ ରାଜନୈତିକ ଦଳ, ନିର୍ବାଚନ ଆୟୋଗ, ଏନଆଇଟି ଆୟୋଗ, ଆରବିଆଇ ଏବଂ ଅନ୍ୟାନ୍ୟ ହିତାଧିକାରୀ ଅନ୍ତର୍ଭୁକ୍ତ ହେବା ଉଚିତ। ମାଗଣା ଉପହାର ପ୍ରାପ୍ତକର୍ତ୍ତା ଏବଂ ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ ମଧ୍ୟ ଏଥିରେ ସାମିଲ କରାଯାଉ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ପ୍ରସଙ୍ଗ ଦେଶର ଅର୍ଥନୀତିକୁ ସିଧାସଳଖ ପ୍ରଭାବିତ କରିଥାଏ। ଏକ ସପ୍ତାହ ମଧ୍ୟରେ ଏଭଳି ବିଶେଷଜ୍ଞ ପ୍ୟାନେଲ ଗଠନ ପାଇଁ ସୁପ୍ରିମକୋର୍ଟ ଏକ ପ୍ରସ୍ତାବ ଲୋଡିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୧ରେ ହେବ।

ଅପରପକ୍ଷରେ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ ନିର୍ବାଚନ ଆୟୋଗକୁ ଦୂରେଇ ରଖନ୍ତୁ। ଏହା ଏକ ଅଥନୈତିକ ପ୍ରସଙ୍ଗ। ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରନ୍ତୁ ନାହିଁ। ଅର୍ଥ ଆୟୋଗ ଏନେଇ ପରାମର୍ଶ ଦେଇପାରିବେ।

ପ୍ରଧାନ ବିଚାରପତି ଏନ୍‌ .ଭି. ରମନା କହିଛନ୍ତି ଯେ ଏହା ଏକ ଗୁରୁତର ପ୍ରସଙ୍ଗ। ମାଗଣା ଉପହାରର ଗୋଟିଏ ଦିଗ ହେଉଛି ଗରିବ ଏବଂ ଅଧିବାସୀମାନଙ୍କ କଲ୍ୟାଣ ପାଇ ଏହା ଆବଶ୍ୟକ କିନ୍ତୁ ଆର୍ଥିକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଅପରପକ୍ଷରେ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ ନିର୍ବାଚନ ଆୟୋଗକୁ ଦୂରେଇ ରଖନ୍ତୁ। ଏହା ଏକ ଅଥନୈତିକ ପ୍ରସଙ୍ଗ। ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରନ୍ତୁ ନାହିଁ। ଅର୍ଥ ଆୟୋଗ ଏନେଇ ପରାମର୍ଶ ଦେଇପାରିବେ।

ରମନା କହିଛନ୍ତି ଯେ ଆପଣ ଭାବୁଛନ୍ତି ସଂସଦ ଏହା ଉପରେ ବିତର୍କ କରିବ? କୌଣସି ରାଜନୈତିକ ଦଳ ଏହା ଉପରେ ଆଲୋଚନା କରିବାକୁ ରାଜି ହେବେ। ସମସ୍ତ ଦଳ ଫ୍ରିବି ଚାହୁଁଛନ୍ତି। କିନ୍ତୁ ପରିଶେଷରେ ଟିକସଦାତାଙ୍କ ଚିନ୍ତାଧାରା ଗୁରୁତ୍ୱପୂର୍ଣ୍ଣ। ସେମାନେ ଚାହୁଁଛନ୍ତି ଯେ ଏହି ଅର୍ଥ ବିକାଶ ପାଇଁ ବ୍ୟବହୃତ ହେଉ ଏବଂ କେବଳ ରାଜନୈତିକ ଦଳ ଦ୍ୱାରା ବ୍ୟବହୃତ ନ ହେଉ। ସମସ୍ତଙ୍କୁ ଏକ ସ୍ବତନ୍ତ୍ର ପ୍ଲାଟଫର୍ମରେ ବିତର୍କରେ ଭାଗ ନେବାକୁ ଦିଅନ୍ତୁ । ଶାସକ ଦଳ, ବିରୋଧୀ ଇତ୍ୟାଦି ସମେତ ସମସ୍ତ ହିତାଧିକାରୀ ଏଥିରେ ବିତର୍କ କରନ୍ତୁ। ସେମାନଙ୍କୁ ସମସ୍ତ ଶ୍ରେଣୀ ସହିତ ଯୋଗାଯୋଗ କରିବାକୁ ଦିଅ। ଫ୍ରିବିର ହିତାଧିକାରୀ ତଥା ଏହାକୁ ବିରୋଧ କରୁଥିବା ବ୍ୟକ୍ତି ମଧ୍ୟ ଏଥିରେ ଯୋଗ ଦିଅନ୍ତୁ।

ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ ବିକାଶ ସିଂ କହିଛନ୍ତି ଯେ ରାଜନୈତିକ ଦଳମାନେ କେଉଁଠାରୁ ଫ୍ରିବିଜ ପାଇଁ ଟଙ୍କା ପାଆନ୍ତି। ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ନିର୍ବାଚନ ଆୟୋଗକୁ ଥରେ ସମୀକ୍ଷା କରିବାକୁ ଅନୁମତି ଦିଅନ୍ତୁ। ସୋମବାର ଏହି ମାମଲାର ଶୁଣାଣି ପାଇଁ ଅନୁମତି ଦ୍ରନ୍ତୁ। ଏହା ଦେଶ ରାଜ୍ୟ ତଥା ଲୋକଙ୍କ ଉପରେ ବୋଝ ବଢ଼ାଇଥାଏ।

ସରକାରଙ୍କ ତରଫରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ନୀତି ଅନୁଯାୟୀ ସରକାର ମଧ୍ୟ ଏହି ଯୁକ୍ତି ସହ ସହମତ ଅଟନ୍ତି।

ଏହା ଭୋଟରଙ୍କ ନିଜର ମତକୁ ବିଭ୍ରାନ୍ତ କରିଥାଏ। ଏହିପରି ଧାରା ସହିତ ଆମେ ଅର୍ଥନୈତିକ ବିନାଶ ଆଡକୁ ଯାଉଛୁ। ରମନା କହିଛନନ୍ତି ଆମକୁ ଦଳିତଙ୍କ ବିଷୟରେ ଚିନ୍ତା କରିବାକୁ ପଡିବ ଆଡଭୋକେଟ ବିକାଶ ସିଂ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଘୋଷଣା ପତ୍ରରେ ଏକ ମଡେଲ କୋଡ ଅଛି। କିନ୍ତୁ କେହି ଏହାକୁ ଅନୁସରଣ କରୁନାହାଁନ୍ତି। ରମନା କହିଛନ୍ତି ଯେ ଏହି ଘୋଷଣା ପତ୍ରକୁ କେବେ ଅନୁସରଣ କରାଯାଇ ନାହିଁ। ଆଦର୍ଶ ଆଚରଣ ସଂହିତା ଆଦୌ କାମ କରେ ନାହିଁ। ମୋ ଅଭିଜ୍ଞତାରୁ ମୁଁ କହୁଛି ଏହା କାମକରେ ନାହିଁ। ଚାରି ବର୍ଷ ପାଇଁ କିଛି ହୁଏ ନାହିଁ। ନିର୍ବାଚନ ପୂର୍ବରୁ ମଡେଲ ନିର୍ବାଚନ କୋଡ ଲାଗୁ ହୋଇଥାଏ ବୋଲି ରମନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?