Posted inଜାତୀୟ

ରାଜନୈତିକ ଦଳଙ୍କ ଦ୍ୱାରା ମାଗଣା ଉପହାର ଦେବା ମାମଲାରେ ଏସ୍‌ସିଙ୍କ କଡ଼ା ନିଷ୍ପତ୍ତି, ବିଶେଷଜ୍ଞ ପ୍ୟାନେଲ ଗଠନ ଲାଗି ସୁପାରିଶ…

ନୂଆଦିଲ୍ଲୀ, ୩।୮ : ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଦ୍ୱାରା ମାଗଣା ଉପହାର( ଫ୍ରି ବି) ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟ (ଏସ୍‌ସି)ଅଧିକ କଠୋର ହୋଇଛନ୍ତି ଏବଂ ଏହାର ମୁକାବିଲା ପାଇଁ ଏକ ବିଶେଷଜ୍ଞ ପ୍ୟାନେଲ ଗଠନ କରିବାକୁ କୋର୍ଟ କହିଛନ୍ତି।

କୋର୍ଟ କହିଛନ୍ତି ଯେ ଏଥିରେ କେନ୍ଦ୍ର, ବିରୋଧୀ ରାଜନୈତିକ ଦଳ, ନିର୍ବାଚନ ଆୟୋଗ, ଏନଆଇଟି ଆୟୋଗ, ଆରବିଆଇ ଏବଂ ଅନ୍ୟାନ୍ୟ ହିତାଧିକାରୀ ଅନ୍ତର୍ଭୁକ୍ତ ହେବା ଉଚିତ। ମାଗଣା ଉପହାର ପ୍ରାପ୍ତକର୍ତ୍ତା ଏବଂ ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ ମଧ୍ୟ ଏଥିରେ ସାମିଲ କରାଯାଉ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ପ୍ରସଙ୍ଗ ଦେଶର ଅର୍ଥନୀତିକୁ ସିଧାସଳଖ ପ୍ରଭାବିତ କରିଥାଏ। ଏକ ସପ୍ତାହ ମଧ୍ୟରେ ଏଭଳି ବିଶେଷଜ୍ଞ ପ୍ୟାନେଲ ଗଠନ ପାଇଁ ସୁପ୍ରିମକୋର୍ଟ ଏକ ପ୍ରସ୍ତାବ ଲୋଡିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୧ରେ ହେବ।

ଅପରପକ୍ଷରେ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ ନିର୍ବାଚନ ଆୟୋଗକୁ ଦୂରେଇ ରଖନ୍ତୁ। ଏହା ଏକ ଅଥନୈତିକ ପ୍ରସଙ୍ଗ। ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରନ୍ତୁ ନାହିଁ। ଅର୍ଥ ଆୟୋଗ ଏନେଇ ପରାମର୍ଶ ଦେଇପାରିବେ।

ପ୍ରଧାନ ବିଚାରପତି ଏନ୍‌ .ଭି. ରମନା କହିଛନ୍ତି ଯେ ଏହା ଏକ ଗୁରୁତର ପ୍ରସଙ୍ଗ। ମାଗଣା ଉପହାରର ଗୋଟିଏ ଦିଗ ହେଉଛି ଗରିବ ଏବଂ ଅଧିବାସୀମାନଙ୍କ କଲ୍ୟାଣ ପାଇ ଏହା ଆବଶ୍ୟକ କିନ୍ତୁ ଆର୍ଥିକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଅପରପକ୍ଷରେ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ ନିର୍ବାଚନ ଆୟୋଗକୁ ଦୂରେଇ ରଖନ୍ତୁ। ଏହା ଏକ ଅଥନୈତିକ ପ୍ରସଙ୍ଗ। ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରନ୍ତୁ ନାହିଁ। ଅର୍ଥ ଆୟୋଗ ଏନେଇ ପରାମର୍ଶ ଦେଇପାରିବେ।

ରମନା କହିଛନ୍ତି ଯେ ଆପଣ ଭାବୁଛନ୍ତି ସଂସଦ ଏହା ଉପରେ ବିତର୍କ କରିବ? କୌଣସି ରାଜନୈତିକ ଦଳ ଏହା ଉପରେ ଆଲୋଚନା କରିବାକୁ ରାଜି ହେବେ। ସମସ୍ତ ଦଳ ଫ୍ରିବି ଚାହୁଁଛନ୍ତି। କିନ୍ତୁ ପରିଶେଷରେ ଟିକସଦାତାଙ୍କ ଚିନ୍ତାଧାରା ଗୁରୁତ୍ୱପୂର୍ଣ୍ଣ। ସେମାନେ ଚାହୁଁଛନ୍ତି ଯେ ଏହି ଅର୍ଥ ବିକାଶ ପାଇଁ ବ୍ୟବହୃତ ହେଉ ଏବଂ କେବଳ ରାଜନୈତିକ ଦଳ ଦ୍ୱାରା ବ୍ୟବହୃତ ନ ହେଉ। ସମସ୍ତଙ୍କୁ ଏକ ସ୍ବତନ୍ତ୍ର ପ୍ଲାଟଫର୍ମରେ ବିତର୍କରେ ଭାଗ ନେବାକୁ ଦିଅନ୍ତୁ । ଶାସକ ଦଳ, ବିରୋଧୀ ଇତ୍ୟାଦି ସମେତ ସମସ୍ତ ହିତାଧିକାରୀ ଏଥିରେ ବିତର୍କ କରନ୍ତୁ। ସେମାନଙ୍କୁ ସମସ୍ତ ଶ୍ରେଣୀ ସହିତ ଯୋଗାଯୋଗ କରିବାକୁ ଦିଅ। ଫ୍ରିବିର ହିତାଧିକାରୀ ତଥା ଏହାକୁ ବିରୋଧ କରୁଥିବା ବ୍ୟକ୍ତି ମଧ୍ୟ ଏଥିରେ ଯୋଗ ଦିଅନ୍ତୁ।

ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ ବିକାଶ ସିଂ କହିଛନ୍ତି ଯେ ରାଜନୈତିକ ଦଳମାନେ କେଉଁଠାରୁ ଫ୍ରିବିଜ ପାଇଁ ଟଙ୍କା ପାଆନ୍ତି। ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ନିର୍ବାଚନ ଆୟୋଗକୁ ଥରେ ସମୀକ୍ଷା କରିବାକୁ ଅନୁମତି ଦିଅନ୍ତୁ। ସୋମବାର ଏହି ମାମଲାର ଶୁଣାଣି ପାଇଁ ଅନୁମତି ଦ୍ରନ୍ତୁ। ଏହା ଦେଶ ରାଜ୍ୟ ତଥା ଲୋକଙ୍କ ଉପରେ ବୋଝ ବଢ଼ାଇଥାଏ।

ସରକାରଙ୍କ ତରଫରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ନୀତି ଅନୁଯାୟୀ ସରକାର ମଧ୍ୟ ଏହି ଯୁକ୍ତି ସହ ସହମତ ଅଟନ୍ତି।

ଏହା ଭୋଟରଙ୍କ ନିଜର ମତକୁ ବିଭ୍ରାନ୍ତ କରିଥାଏ। ଏହିପରି ଧାରା ସହିତ ଆମେ ଅର୍ଥନୈତିକ ବିନାଶ ଆଡକୁ ଯାଉଛୁ। ରମନା କହିଛନନ୍ତି ଆମକୁ ଦଳିତଙ୍କ ବିଷୟରେ ଚିନ୍ତା କରିବାକୁ ପଡିବ ଆଡଭୋକେଟ ବିକାଶ ସିଂ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଘୋଷଣା ପତ୍ରରେ ଏକ ମଡେଲ କୋଡ ଅଛି। କିନ୍ତୁ କେହି ଏହାକୁ ଅନୁସରଣ କରୁନାହାଁନ୍ତି। ରମନା କହିଛନ୍ତି ଯେ ଏହି ଘୋଷଣା ପତ୍ରକୁ କେବେ ଅନୁସରଣ କରାଯାଇ ନାହିଁ। ଆଦର୍ଶ ଆଚରଣ ସଂହିତା ଆଦୌ କାମ କରେ ନାହିଁ। ମୋ ଅଭିଜ୍ଞତାରୁ ମୁଁ କହୁଛି ଏହା କାମକରେ ନାହିଁ। ଚାରି ବର୍ଷ ପାଇଁ କିଛି ହୁଏ ନାହିଁ। ନିର୍ବାଚନ ପୂର୍ବରୁ ମଡେଲ ନିର୍ବାଚନ କୋଡ ଲାଗୁ ହୋଇଥାଏ ବୋଲି ରମନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଦାଖରେ ଭୂକମ୍ପ

ଲେହ.୧୬।୨: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ବୁଧବାର ଭୂକମ୍ପ ଝଟ୍‌କା ଲାଗିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରହିଛି। ସନ୍ଧ୍ୟା ୭.୦୫ ଭୂକମ୍ପ ଅନୁଭୂତ...

ଭାରତୀୟ ଯବାନଙ୍କ କବ୍‌ଜାରେ ଏଲ୍‌ଏସିର ୬ ଅଞ୍ଚଳ

ଲେହ, ୨୦।୯: ପୂର୍ବ ଲଦାଖରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟ ବାହିନୀ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଭାରତୀୟ ଯବାନ ପୋଙ୍ଗାଙ୍ଗ୍‌ ହ୍ରଦ...

ଜୈନ ତୀର୍ଥକ୍ଷେତ୍ରକୁ ବ୍ୟବସାୟିକ କରିବାକୁ ଚାହୁଁଛି ଭାଜପା

ନୂଆଦିଲ୍ଲୀ,୬।୧(ପି.ଟି.): ଦେଶରେ ଥିବା ଜୈନ ଧର୍ମର ତୀର୍ଥକ୍ଷେତ୍ରଗୁଡ଼ିକୁ ବ୍ୟବସାୟୀକରଣ କରିବା ଲାଗି ଭାଜପା ଉଦ୍ୟମ ଚଳାଇଥିବା ଗୁରୁବାର କଂଗ୍ରେସ ଅଭିଯୋଗ କରିଛି। ଗୈରିକ ଦଳର ଏଭଳି...

ବାହାନଗା ଟ୍ରେନ୍‌ ଦୂର୍ଘଟଣା: ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଓଡିଶା ଆସିବେ ମମତା

କୋଲକତା,୩।୬:ବାହାନଗା ଟ୍ରେନ୍‌ ଦୂର୍ଘଟଣାରେ ସ୍ଥିତି ଅନୁଧ୍ୟାନ ପାଇଁ ଶନିବାର ଓଡିଶା ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ବାଲେଶ୍ୱରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରବା...

ପୁରୁଣା ପେନସନ ଲାଗୁ କରିବାକୁ ଅଖିଳେଶଙ୍କ ଘୋଷଣା

ଲକ୍ଷ୍ନୌ,୨୦।୧: ନିର୍ବାଚନ ଯେତିକି ପାଖେଇ ଆସୁଛି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦଳଗୁଡିକ ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ଏଭଳି ପରିସ୍ଥିତିରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ...

କାଉଡ଼ି ଯାତ୍ରାକୁ ନେଇ ଚିନ୍ତା ପ୍ରକଟ କଲା ଆଇଏମ୍‌ଏ

ଡେରାଡୁନ,୧୩।୭: ଜୁଲାଇ ୨୫ରୁ ଆରମ୍ଭ ହେବାକୁ ଥିବା କାଉଡି ଯାତ୍ରାକୁ ଅନୁମତି ଦେବା ପାଇଁ ଉତ୍ତରାଖଣ୍ଡ ସରକାର ବିଚାର କରୁଛନ୍ତି। ଇତିମଧ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ...

୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରୁଛି ରିଲାଏନ୍ସ: ମାଗଣାରେ ମିଳିବ ଚିକିତ୍ସା

ମୁମ୍ବାଇ,୨୯।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି। ଏହି କଠିନ ସମୟରେ ଭାରତକୁ ସହାୟତା କରିବାକୁ ଅନେକ ବିଶ୍ୱ ଆଗେଇ ଆସିଛନ୍ତି। ଅମ୍ଳଜାନର...

ବିଭୀଷଣଙ୍କୁ ଦେଖିଲେ କଂଗ୍ରେସ ସଦସ୍ୟଙ୍କୁ ମନେପଡୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ !

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ କୌଣସି ନୂଆ ଶୁଟିଂ ନ ହୋଇ ପାରିବାରୁ ରାମାନନ୍ଦ ସାଗରଙ୍କ ଦ୍ୱାରା...

Advertisement
Archives

Model This Week