Posted inଖେଳ

ଟି୨୦ ବିଶ୍ୱକପ୍‌ର ମେନ୍‌ ଇଭେଣ୍ଟରେ ଦୁଇ ଦଳ

ଅଲ ଅମେରାଟ,୨୨।୧୦: ଟି୨୦ ବିଶ୍ୱକପ୍‌ର ମେନ ଇଭେଣ୍ଟରେ ପ୍ରବେଶ କରିଛନ୍ତି ବାଂଲାଦେଶ ଓ ସ୍କଟଲାଣ୍ଡ। ଗ୍ରୁପ୍‌ ବି’ରେ ଦୁଇ ଦଳ ସେମାନଙ୍କ ଅନ୍ତିମ ମ୍ୟାଚ୍‌କୁ ଜିତି ବିଶ୍ୱକପ୍‌ର ସୁପର- ୧୨ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି।

ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡ ୮ ଉଇକେଟରେ ଓମାନକୁ ହରାଇ ଦେଇଛି। ଏହା ସ୍କଟଲାଣ୍ଡର କ୍ରମାଗତ ତୃତୀୟ ବିଜୟ। ଏହି ବିଜୟ ସହ ଗ୍ରୁପ୍‌ ବି’ର ଶୀର୍ଷରେ ରହି ସ୍କଟ୍‌ଲାଣ୍ଡ ପାଦ ଦେଇଛି ସୁପର- ୧୨ ପର୍ଯ୍ୟାୟରେ। ସେହିଭଳି ବାଂଲାଦେଶ ୮୪ ରନ୍‌ର ବୃହତ୍‌ ବ୍ୟବଧାନରେ ପପୁଆ ନ୍ୟୁ ଗିନି (ପିଏନ୍‌ଜି)କୁ ହରାଇ ଆଗକୁ ବଢ଼ିଛି। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୧୮୧ ରନ୍‌ କରିଥିବା ବେଳେ ପିଏନ୍‌ଜି ୯୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ମ୍ୟାଚ୍‌ରେ ୪୬ ରନ୍‌ କରିବା ସହ ଶାକିବ ଅଲ ହାସନ ୪ ଓଭରରେ ମାତ୍ର ୯ ରନ୍‌ ଖର୍ଚ୍ଚ କରି ୪ ଉଇକେଟ ନେଇଥିଲେ। ଏଭଳି ଅଲରାଉଣ୍ଡିଂ ପ୍ରଦର୍ଶନ କାରଣରୁ ତାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଏମ୍‌ଡବ୍ଲୁ ବିକିବାକୁ ଚାହୁଁଛନ୍ତି ଦୂତି

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଧାବିକା ଦୂତି ଚାନ୍ଦ ନିଜର ବିଏମ୍‌ଡବ୍ଲୁ ବିକିବାକୁ ଚାହୁଁଛନ୍ତି। ଏନେଇ ସେ ନିଜର ସୋସିଆଲ ପୃଷ୍ଠା(ଫେସବୁକ୍‌)ରେ ଏକ ପୋଷ୍ଟ...

କ୍ରିକେଟରୁ ବିଦାୟ ନେଲେ ୟର୍କର କିଙ୍ଗ୍‌

ନୂଆଦିଲ୍ଲୀ,୧୪।୯: ବିଶ୍ୱ କ୍ରିକେଟରେ ୟର୍କର କିଙ୍ଗ୍‌ ଭାବେ ଜଣାଶୁଣା ଲାସିଥ ମାଲିଙ୍ଗା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ଟେଷ୍ଟ(୨୦୧୧) ଓ ଦିନିକିଆ...

ଆର୍ଚରଙ୍କ ଉପରେ ଲାଗିପାରେ ବ୍ୟାନ

ସେଞ୍ଚୁରିଆନ, ୨୮।୧୨- ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଚେତାବନୀ ସତ୍ତ୍ୱେ ବିମର ମାରିବା କାରଣରୁ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚର ବାସନ୍ଦ...

ରସ୍‌ ଟେଲରଙ୍କୁ ଚାପୁଡ଼ା ମାରିଥିଲେ ରାଜସ୍ଥାନ ରୟାଲ୍ସ ମାଲିକ

ନୂଆଦିଲ୍ଳୀ,୧୪।୮: ନ୍ୟୁଜିଲାଣ୍ଡର ରସ୍‌ ଟେଲରଙ୍କ ବହିକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ବିବାଦ ଦେଖିବାକୁ ମିଳୁଛି। ପ୍ରଥମେ ନ୍ୟୁଜିଲାଣ୍ଡ କ୍ରିକେଟରେ ବର୍ଣ୍ଣବୈଷମ୍ୟବାଦ ନେଇ ନିଜ...

ବାରବାଟୀରେ ଖେଳାଯିବ ଟି-ଟ୍ବେଣ୍ଟି!

କଟକ ଅଫିସ,୪।୨: ଆସନ୍ତା ଜୁନ୍‌ରେ ବାରବାଟୀରେ ଦକ୍ଷିଣ ଆଫ୍ରିକା-ଭାରତ ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳାଯିବ। ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ବାରବାଟୀରେ ମ୍ୟାଚ କରାଇବା...

ସେମିଫାଇନାଲରେ ଭାରତ ହାରିଲେ କ’ଣ ହେବ ଦର୍ଶକଙ୍କ ପ୍ରତିକ୍ରିୟା, ଜବାବ ଦେଲେ କୋହଲି

ମାଞ୍ଚେଷ୍ଟର୍‌, ୯।୭: ମାଞ୍ଚେଷ୍ଟରରେ ଖେଳାଯିବ ୨୦୧୯ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲ ମ୍ୟାଚ। ଏହି ମହାମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ। ଲିଗ ପର୍ଯ୍ୟାୟରେ...

ଲଗାତାର ଦ୍ୱିତୀୟ ଥର ପାଇଁ ୧୦୦ ଛୁଇଁ ପାରିଲାନି ବାଂଲାଦେଶ

ଦୁବାଇ,୪।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଅତ୍ୟନ୍ତ ନିମ୍ନମାନର ପ୍ରଦର୍ଶନ ଜାରି ରଖିଛି ବାଂଲାଦେଶ। ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶକୁ ମାତ୍ର ୭୩ ରନ୍‌ରେ ରୋକି ଦେଇଛି...

ରିଦ୍ଧିମାନ ଆହତ: କିପିଂ କଲେ ପନ୍ତ

ରାଞ୍ଚି,୨୨।୧୦(ପି.ଟି.)- ଚଳିତ ତୃତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସ ଅବସରରେ ଭାରତୀୟ ଉଇକେଟକିପର ରିଦ୍ଧିମାନ ଶାହା ବାମହାତ ବୁଢ଼ା ଆଙ୍ଗୁଠିରେ ଆଘାତ ପାଇଛନ୍ତି। ତୃତୀୟ...

Advertisement
Archives

Model This Week