୭ରୁ ଖୋଲିବ ସ୍କୁଲ, କଲେଜ

ଭୁବନେଶ୍ୱର,୩ା୨(ବ୍ୟୁରୋ): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ସ୍କୁଲ ଖୋଲିବା ନେଇ ରାଜ୍ୟବାସୀ ଚିନ୍ତାରେ ଥିବା ବେଳେ ଆସନ୍ତା ୭ ତାରିଖରୁ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଖୋଲିବ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି।

ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଖୋଲିବ। କେଜିରୁ ୭ମ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଫେବୃୟାରୀ ୧୪ରୁ ଖୋଲିବ ବୋଲି ଶାସନ ସଚିବ କହିଛନ୍ତି। ସେ କହିଛନ୍ତି, କରୋନା ମହାମାରୀ ଯୋଗୁ ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରହିଥିଲା। ଫଳରେ ପାଠପଢ଼ାରେ ବ୍ୟାହତ ହେଉଥିଲା। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଛନ୍ତି। ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ପାଠପଢା ହେବ। ଛାତ୍ରୀଛାତ୍ର ନିଜ ପସନ୍ଦ ମୁତାବକ ମାଧ୍ୟମ ବାଛିପାରିବେ ବୋଲି ପରାମର୍ଶ ଦିଆଯାଇଛି। ଏଥିସହିତ ସ୍କୁଲ, କଲେଜ ସହିତ ସଂପୃକ୍ତ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବ। ଉଚ୍ଚଶିକ୍ଷା ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ, କୃଷି ବିଭାଗ, ସାମାଜିକ ସଶକ୍ତିକରଣ ବିଭାଗ, ଅନୁସୂଚିତ ଜାତି ଜନଜାତି ବିଭାଗ, ସ୍ବାସ୍ଥ୍ୟ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ବାଭାବିକ ଭାବେ ଖୋଲିବ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଏବଂ ହଷ୍ଟେଲ ଖୋଲିବ। ଆବଶ୍ୟକ ପଡ଼ିଲେ ଖରାଛୁଟି ଅବଧିକୁ କମାଇ ଦିଆଯିବ ବୋଲି ଶାସନ ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁକ୍ତ ଦୁଇ ଛାତ୍ର

କେନ୍ଦ୍ରାପଡା ଅଫିସ/ମାର୍ଶାଘାଇ,୨।୧୧: କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଜୁଣ ଛକରେ ଥିବା ଏକ କୋଚିଂ ସେଣ୍ଟରରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ...

ନିୟନ୍ତ୍ରଣ ବାହାରେ କରୋନା: ପଶ୍ଚିମ ଓଡ଼ିଶା ସମେତ ଟୁଇନ୍‌ ସିଟିରେ ହୋଇପାରେ ୭ ଦିନିଆ ଲକ୍‌ଡାଉନ୍‌

ଭୁବନେଶ୍ୱର,୩୦।୪(ବ୍ୟୁରୋ): ପଶ୍ଚିମ ଓଡ଼ିଶାର କେତେକ ଜିଲା ସମେତ ଟୁଇନ୍‌ ସିଟିରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚଳିତ...

ଚାଷୀଙ୍କୁ ମିଳୁନି ଟୋକନ, ଖଳାରେ ପଡିଛି ଧାନ

ଗୁଣପୁର,୬ା୧୨(ଡି.ଏନ୍‌.ଏ.): ଚାଷୀଙ୍କ ଏବେ ବିଷମ ସ୍ଥିତି। ବର୍ଷ ତମାମ ଜମିରେ ଖଟି ଧାନ ସଂଗ୍ରହ କରିଥିବାବେଳେ ଏବେ ତାହାକୁ ବିକ୍ରି କରିବାକୁ ନେଇ ଦେଖାଦଇଛି ଜଟିଳ...

ଆଜି ବିଧାୟକ ଦଳ ବୈଠକ

ଭୁବନେଶ୍ୱର, ୧୭ା୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୩୦ରେ ଗୃହ...

୫ ଜିଲାରେ ଆରମ୍ଭ ହେବ ମିଶନ ଇନ୍ଦ୍ରଧନୁଷ୍‌-୨

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):ରାଜ୍ୟର ୫ ଜିଲାରେ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ମିଶନ ଇନ୍ଦ୍ରଧନୁଷ୍‌-୨ ଆରମ୍ଭ ହେବ। ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ମିଶନ ଇନ୍ଦ୍ରଧନୁଷ୍‌...

ଅବହେଳିତ ନୂଆହତା ଗୋଚ୍ଛାୟତସାହି : ସୁଧୁରୁନି ରାସ୍ତା ସମସ୍ୟା

ବଅଁରପାଳ, ୩।୯ (ଡି.ଏନ୍‌.ଏ) – ସମସ୍ୟା ଘେରରୁ ମୁକୁଳି ପାରୁନି ବଅଁରପାଳ ବ୍ଲକ ମହକୁମା ନିକଟସ୍ଥ ନୂଆହତା ଗୋଚ୍ଛାୟତସାହି। ପାନୀୟ ଜଳ, ରାସ୍ତା ପରି ମୌଳିକ...

ବିରୋଧୀ ଗୃହର ମଧ୍ୟ ଭାଗକୁ ଆସିଲେ ଗଣମାଧ୍ୟମ ଦେଖାଇ ପାରିବ ନାହିଁ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ବିଧାନସଭା ଗୃହର ମଧ୍ୟଭାଗକୁ ବିରୋଧୀ ଆସିଲେ ଗଣମାଧ୍ୟମ ଦେଖାଇ ପାରିବ ନାହିଁ । ଶୁକ୍ରବାର ଏମିତି ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ...

ବୁଗୁଡ଼ା ନୂଆ ବସ୍‌ଷ୍ଟାଣ୍ଡରେ ଶୀତଳ ଜଳ ଯନ୍ତ୍ର ଅକାମୀ

ବୁଗୁଡ଼ା,୨୮।୪(ଡି.ଏନ.ଏ.): ଯାତ୍ରୀମାନଙ୍କୁ ସ୍ବଚ୍ଛ ଓ ଶୀତଳ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ମାତ୍ର ୪ ମାସ ତଳେ ବୁଗୁଡ଼ା ନୂଆଁ ବସଷ୍ଟାଣ୍ଡ ପରିସରରେ ସ୍ଥାପନ କରାଯାଇଥିବା ୱାଟର...

Advertisement
Archives

Model This Week