ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମାଡ଼ ଘଟଣା: ଉଭୟଙ୍କ ବଦଳି ଦାବିରେ ବିଦ୍ୟାଳୟରେ ତାଲା

ଆନନ୍ଦପୁର,୨୯। ୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ବେଲବାହାଳି ପଞ୍ଚାୟତ ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟକୁ ସୋମବାର ଗ୍ରାମବାସୀ ତାଲା ପକାଇଦେଇଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ କନିଷ୍ଠ ଶିକ୍ଷୟିତ୍ରୀଙ୍କ ବଦଳି ଦାବି କରି ଗ୍ରାମବାସୀ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଶନିବାର ବ୍ୟକ୍ତିଗତ ଘଟଣାକୁ କେନ୍ଦ୍ର କରି ଉଭୟ ପ୍ରଧାନ ଶିକ୍ଷୟିତ୍ରୀ ଓ କନିଷ୍ଠ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟଙ୍କ ପକ୍ଷରୁ ଘସିପୁରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା। ପରେ ବିଭାଗୀୟ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଆପୋସ ସମାଧାନ ହୋଇଥିଲା। ତେବେ ବିଦ୍ୟାଳୟ ଭଳି ଏକ ପବିତ୍ର ସ୍ଥାନରେ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଝଗଡା ସୃଷ୍ଟି ହେବା ଓ ମାରପିଟ୍‌ ହେବା ଭଳି ଘଟଣାକୁ ଗ୍ରାମବାସୀ ନାପସନ୍ଦ କରିବା ସହିତ ଉଭୟଙ୍କ ବଦଳି ଦାବି କରିଛନ୍ତି। ପରିସ୍ଥିତି ଉତ୍ତେଜନାପୁର୍ଣ୍ଣ ହେବାରୁ ଘସିପୁରା ପୋଲିସ ପହଞ୍ଚି ଆଇନଶୃଙ୍ଖଳା ଉପରେ ନଜର ରଖିଥିଲେ। ପରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରଘୁନାଥ ବେହେରା ଘଟଣାସ୍ଥଳରେ ପହଞ୍ଚିି ଅଭିଭାବକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଶନିବାର ସୃଷ୍ଟି ହୋଇଥିବା ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କହିଥିଲେ। ଅନ୍ୟପକ୍ଷେ ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ପିଲାଙ୍କୁ ବିଦ୍ୟାଳୟକୁ ଛାଡିବେ ନାହିଁ ବୋଲି ଅଭିଭାବକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମ ପୋଖରୀରେ ୨ କୁମ୍ଭୀର : ଲୋକେ ଆତଙ୍କିତ

ଗଣିଆ,୧୩।୮(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ଗୋପୀନାଥପୁର ଗ୍ରାମ ପୋଖରୀରେ ୨ଟି କୁମ୍ଭୀର ରହିଥିବା ଦେଖିବାକୁ ମିଳିଛି । ପାଖାପାଖି ଥିବା ଦୁଇଟି ପୋଖରୀରେ...

କୁଆଁରିଆ ନଦୀ ପଠାରୁ ଅତଡ଼ା ଖସୁଛି

ଖଣ୍ଡପଡ଼ା,୧୭ା୪(ସ୍ବ.ପ୍ର.): କୁଆଁରିଆ ନଦୀରେ ବନ୍ୟା ଆସିଲେ ପଠାରୁ ଅତଡା ଖସୁଛି। ଏହି ସମସ୍ୟା କୁଆଁରିଆ ନଦୀ ତଟବର୍ତ୍ତୀ ଖଣ୍ଡପଡ଼ା ବ୍ଲକ ଅଧୀନ ବଳଭଦ୍ରପ୍ରସାଦ, କୁମ୍ଭାରପଡ଼ା, ରୟତଢୋଲମରା,...

୧୮୦ ଲିଟର ଦେଶୀ ମଦ ସହ ପୋଚ ଜବତ, ୪ ଗିରଫ

ବ୍ରହ୍ମପୁର ଅଫିସ,୬।୫- କୁକୁଡାଖଣ୍ଡି ବ୍ଲକ ଉପର କୁମ୍ଭଝରି, ସୁକୁଣ୍ଡା ଛକ ଓ ଗୋକର୍ଣ୍ଣପୁର ଗ୍ରାମରେ ଚାଲିଥିବା ବେଆଇନ ମଦ ଭାଟି ଉପରେ ବୁଧବାର ବ୍ରହ୍ମପୁର ଅବକାରୀ...

ଭସାଣରେ ପଞ୍ଜାବୀ ଢୋଲକ ମୁଖ୍ୟ ଆକର୍ଷଣ

ପୁରୁଣା ଭୁବନେଶ୍ୱର,୩୦ା୯(ଡି.ଏନ୍‌.ଏ.): ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ଚଳଚଞ୍ଚଳ ରାଜଧାନୀ। ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।...

ସରକାରୀ କଟକଣାର ଖୋଲା ଉଲ୍ଲଂଘନ: ବଜାରରେ ଅସମ୍ଭବ ଭିଡ଼

ସୁନ୍ଦରଗଡ଼/ସବ୍‌ଡେଗା,୧୫ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ଥିବା ସରକାରୀ କଟକଣାର କଡ଼ାକଡ଼ି ଭାବେ ପାଳନ ପାଇଁ ନିର୍ଦ୍ଦେଶ...

ସୀମାଚଳମ୍‌ରୁ ଫେରିବାବେଳେ ଦୁର୍ଘଟଣା: ଚାଲିଗଲା ୨ ପରିବାରର ୫ ଜୀବନ

ଭୁବନେଶ୍ୱର (ବ୍ୟୁରୋ)/ ପାତ୍ରପୁର(ଡି.ଏନ୍‌.ଏ),୫।୧: ପୁଅର ମୁଣ୍ଡନ ପାଇଁ ଭୁବନେଶ୍ୱରରୁ ୨ଟି ପରିବାର ଏକ କାର୍‌ ଯୋଗେ ଆନ୍ଧ୍ରପ୍ରଦେଶ ସୀମାଚଳମ୍‌ର ଶ୍ରୀବରାହଲକ୍ଷ୍ମୀନାରାୟଣ ମନ୍ଦିରକୁ ଯାଇଥିଲେ। ଶୁକ୍ରବାର ସେଠାରେ...

ଦଶାହ କାର୍ଯ୍ୟ ଶେଷ କରି ଫେରୁଥିବା ବେଳେ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୯ମୃତ

କୋଟପାଡ଼, ୩୧।୧: କୋରାପୁଟ ଜିଲା କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡିରେ ରବିବାର ରାତି ପ୍ରାୟ ସାଢେ ୮ଟାରେ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା...

ଉଚିତ ମୂଲ୍ୟ ପାଇବା ଆଶଙ୍କାରେ ଚାଷୀ

ଗୋପାଳ ଚନ୍ଦ୍ର ସାହୁ ବାଲିଆପାଳ,୧୪।୧୧: ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ଅବବାହିକାରେ ଚଳିତବର୍ଷ ନଳିତା ଚାଷ କରିଥିବା ଚାଷୀଙ୍କ ଘରେ ଗଦା ହୋଇରହିଛି କୁଇଣ୍ଟାଲ...

Advertisement
Archives

Model This Week