ବିଦ୍ୟାଳୟ ବିତର୍କ: ସରକାରୀ ଓ ଘରୋଇ

ବିଚିତ୍ର ବିଶ୍ୱାଳ

ସରକାରୀ ବିଦ୍ୟାଳୟ ଓ ଘରୋଇ ବିଦ୍ୟାଳୟକୁ ନେଇ ବିତର୍କ ଆମ ଦେଶରେ ନୂଆ ନୁହେଁ। ଏହା ବହୁତ ପୁରୁଣା ବିତର୍କ ଓ ଦୀର୍ଘ ଦିନ ହେବ ଜାରି ରହିଛି। ଏହି ବିତର୍କ ଏବେ କେବଳ ଅତ୍ୟନ୍ତ ନଗ୍ନ ଭାବେ ଆମ ରାଜ୍ୟରେ ପରିପ୍ରକାଶ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ଚଳିତବର୍ଷ ଆମ ରାଜ୍ୟରେ ମାଟ୍ରିକ୍‌ ପରୀକ୍ଷା ଅନୁଷ୍ଠିତ ହୋଇପାରିଲା ନାହଁି। ନବମ ଶ୍ରେଣୀର ମାର୍କ ଓ ଦଶମ ଶ୍ରେଣୀ କ୍ଲାସ୍‌ ପରୀକ୍ଷାର ମାର୍କ ଆଧାରରେ ଏକ ନିର୍ଦ୍ଦିଷ୍ଟ ସୂତ୍ର ପକାଯାଇ ବିନା ମାଟ୍ରିକ୍‌ ପରୀକ୍ଷାରେ ଫଳ ଘୋଷଣା କରାଗଲା। ସରକାରଙ୍କ ତରଫରୁ ମାଟ୍ରିକ୍‌ ଫଳ ଘୋଷଣା ପରେ କେତେକ ଛାତ୍ରୀଛାତ୍ର ଏହାକୁ ବିରୋଧ କଲେ ଓ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲେ। ଜଣେ ଛାତ୍ରୀ ଟିଭି ପରଦାରେ କହୁଥିବାର ଶୁଣାଗଲା ଯେ, ଆମେ ଏତେ ଟଙ୍କା ଖର୍ଚ୍ଚ କରି ଘରୋଇ ବିଦ୍ୟାଳୟରେ ପଢ଼ୁଛୁ। ସରକାରୀ ବିଦ୍ୟାଳୟରେ ଅଣ୍ଡା ଛତୁଆ ଖାଇ ପଢ଼ୁଥିବା ପିଲାମାନେ ଆମଠାରୁ ଅଧିକ ନମ୍ବର କିପରି ରଖିବେ? ସେହି ଛାତ୍ରୀ ଜଣଙ୍କର ଏହି ବିବୃତି ପରେ ସାରା ରାଜ୍ୟରେ ସରକାରୀ ବିଦ୍ୟାଳୟ ଓ ଘରୋଇ ବିଦ୍ୟାଳୟର ବିତର୍କକୁ ନେଇ ପରିସ୍ଥିତି ସରଗରମ ହୋଇଗଲା। ଅନେକ ଲୋକ ସେହି ଛାତ୍ରୀ ଜଣକୁ କଡ଼ା ସମାଲୋଚନା କଲେ। ଏପରିକି ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌ରେ ପ୍ରୋଫାଇଲ୍‌ ଫଟୋରେ ‘ମଁୁ ସରକାରୀ ବିଦ୍ୟାଳୟରେ ପଢ଼ି ଗର୍ବିତ’ ଭଳି ଟ୍ୟାଗ୍‌ ଲଗାଇ ମଧ୍ୟ ପୋଷ୍ଟ କଲେ। ଏହା ନିଶ୍ଚିତ ଯେ, ଅଣ୍ଡା ଛତୁଆଖିଆ ଶିକ୍ଷା କହି ସରକାରୀ ବିଦ୍ୟାଳୟକୁ ସମାଲୋଚନା କରିବା ଆଦୌ ଗ୍ରହଣୀୟ ନୁହେଁ। କିନ୍ତୁ ଏ ପ୍ରକାର ସମାଲୋଚନା କରିଥିବା ସେହି ଛାତ୍ରୀ ଜଣକ କ’ଣ କେବଳ ଦାୟୀ? କେବଳ ସେହି ଛାତ୍ରୀ ଜଣକ କ’ଣ ଏ ପ୍ରକାର ମାନସିକତା ରଖିଛନ୍ତି ନା ଏକ ସାମୂହିକ ମାନସିକତାକୁ ସେ କେବଳ ତାଙ୍କ ଭାଷାରେ ପ୍ରକାଶ କରିଛନ୍ତି? ସାଂପ୍ରତିକ ପରିସ୍ଥିତିକୁ ତର୍ଜମା କଲେ ବୁଝାପଡ଼ୁଛି ଯେ, ସେହି ଛାତ୍ରୀ ଜଣକ କେବଳ ଆମ ସାମୂହିକ ମାନସିକତାକୁ ତାଙ୍କ ନିଜ ଭାଷାରେ ସ୍ପଷ୍ଟ ଭାବେ ପ୍ରକାଶ କରିଛନ୍ତି। ଆମ ଅନ୍ତଃକରଣରୁ ନିଜକୁ ପ୍ରଶ୍ନ କଲେ ଆମେ ନିଶ୍ଚୟ ଉତ୍ତର ପାଇବା ଯେ, ସରକାରୀ ବିଦ୍ୟାଳୟକୁ ନେଇ ଅଧିକାଂଶଙ୍କ ଭିତରେ ଏହିପରି ଭାବନା ହଁି ଅଛି। ସରକାରୀ ବିଦ୍ୟାଳୟକୁ ନେଇ ଆମ ସମସ୍ତଙ୍କ ଭିତରେ ଏକ ହୀନମନ୍ୟତା ଭାବ ରହିଛି, ଯଦିଓ ଆମ ଭିତରୁ ଅଧିକାଂଶ ସେହି ସରକାରୀ ବିଦ୍ୟାଳୟରୁ ପାଠ ପଢ଼ି ବଡ଼ ହୋଇଛେ। ଅଧିକାଂଶ ଲୋକ ତାଙ୍କ ଛୁଆମାନଙ୍କୁ ଘରୋଇ ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି।
ଏହା ହଁି ଆମ ସାମୂହିକ ମାନସିକତାରେ ବସିଥିବା ସରକାରୀ ବିଦ୍ୟାଳୟ ପ୍ରତି ହୀନମନ୍ୟତାର ପ୍ରମାଣ।
ସମ୍ପ୍ରତି ଆମ ଦେଶର ପ୍ରାୟ ୫୦% ଛାତ୍ରୀଛାତ୍ର ଅର୍ଥାତ୍‌ ୧୨ କୋଟି ପିଲା ଘରୋଇ ବିଦ୍ୟାଳୟରେ ପଢ଼ୁଛନ୍ତି। ୧୯୭୮ରେ ମାତ୍ର ୩.୪% ପିଲା ଘରୋଇ ବିଦ୍ୟାଳୟରେ ପଢ଼ୁଥିବା ବେଳେ ୨୦୧୯ରେ ଏହା ପାଖାପାଖି ୫୦%ରେ ପହଞ୍ଚତ୍ଛି। ୧୯୭୮ରୁ ୨୦୧୭ ମଧ୍ୟରେ ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ହାର ୭୪%ରୁ କମି ୫୨%ରେ ପହଞ୍ଚତ୍ଛି। ସାରା ଦେଶରେ ଏବେ ପ୍ରାୟ ୪.୫ ଲକ୍ଷ ଘରୋଇ ବିଦ୍ୟାଳୟରେ ୧୨ କୋଟି ପିଲା ପଢ଼ୁଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ଘରୋଇ ବିଦ୍ୟାଳୟରେ୧ କୋଟି ୭୦ ଲକ୍ଷ ପିଲା ବଢ଼ିଥିବା ବେଳେ ସରକାରୀ ବିଦ୍ୟାଳୟଗୁଡ଼ିକ ୧ କୋଟି ୩୦ ଲକ୍ଷ ପିଲା ହରେଇଛନ୍ତି। ଏହି ପରିସଂଖ୍ୟାନରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ, ସରକାରୀ ବିଦ୍ୟାଳୟ ଉପରୁ ଲୋକମାନଙ୍କର ଭରସା ତୁଟୁଛି। ଅଧ୍ୟୟନରୁ ଜଣାଯାଏ ଯେ, ଘରୋଇ ବିଦ୍ୟାଳୟର ପିଲାମାନେ ସରକାରୀ ବିଦ୍ୟାଳୟ ପିଲାମାନଙ୍କ ଅପେକ୍ଷା ଶିକ୍ଷା ଗ୍ରହଣ କ୍ଷେତ୍ରରେ ଅଧିକ ଭଲ ସ୍ଥିତିରେ ନାହାନ୍ତି। ତଥାପି ବି କାହଁିକି ଲୋକମାନେ ଘରୋଇ ବିଦ୍ୟାଳୟକୁ ଅଧିକ ପସନ୍ଦ କରୁଛନ୍ତି? ଏହା ପଛରେ ଅନେକ କାରଣ ରହିଛି।
ପ୍ରଥମତଃ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନର ସ୍ତର ଆଶାନୁରୂପ ହେଉନାହିଁ। ସରକାରଙ୍କ ତରଫରୁ ଯେଉଁପରି ବ୍ୟବସ୍ଥା କରାଯିବା କଥା, ତାହା ଆଦୌ କରାଯାଉ ନାହଁି। ସରକାରୀ ବିଦ୍ୟାଳୟରେ ଅତିବେଶୀରେ ସରକାର କେବଳ ବିଦ୍ୟାଳୟ ଗୃହ ନିର୍ମାଣ କାମ ହଁି କରୁଛନ୍ତି। ଯଥେଷ୍ଟ ପରିମାଣର ଶିକ୍ଷକ ନିଯୁକ୍ତି ଦେବା, ଶିକ୍ଷକମାନଙ୍କୁ ଉପଯୁକ୍ତ ତାଲିମ୍‌ ଦେବା, ଶିକ୍ଷାଦାନ ବ୍ୟବସ୍ଥାକୁ କଡ଼ାକଡ଼ି ନିରୀକ୍ଷଣ କରିବା ଆଦି କାମକୁ ସରକାର ଆଦୌ ବି ଦାୟିତ୍ୱର ସହ ଅନୁପାଳନ କରୁନାହାନ୍ତି। ଏତଦ୍‌ବ୍ୟତୀତ ସରକାର ଧୀରେ ଧୀରେ ଶିକ୍ଷା କ୍ଷେତ୍ରରୁ ନିଜ ଭୂମିକା କମ୍‌ କରିବାକୁ ଚାହଁୁଛନ୍ତି। ଏଥିସହିତ ଅଭିଭାବକମାନେ ନିଜ ପିଲାକୁ ମାତୃଭାଷା ଅପେକ୍ଷା ଇଂଲିଶ୍‌ ମାଧ୍ୟମ ବିଦ୍ୟାଳୟରେ ପଢ଼େଇବାକୁ ଅଧିକ ପସନ୍ଦ କରୁଛନ୍ତି। କାରଣ ଆଜିର ବଜାରରେ ଇଂଲିଶ୍‌ ଭାଷା ଦକ୍ଷତାର ଭାଉ ଅଧିକ ଅଛି ଓ ଇଲିଶ୍‌ ମାଧ୍ୟମରେ ପଢ଼େଇବାକୁ ଏକ ସାମାଜିକ ଷ୍ଟାଟସ୍‌ ଭାବେ ମଧ୍ୟ ଦେଖାଯାଉଛି। ଏହିସବୁ କାରଣ ଯୋଗୁ ସରକାରୀ ବିଦ୍ୟାଳୟ ପ୍ରତି ଲୋକମାନଙ୍କ ଆଗ୍ରହ କମି ଘରୋଇ ବିଦ୍ୟାଳୟର ଚାହିଦା ବଢ଼ୁଛି।
ଆମ ଦେଶରେ ଶିକ୍ଷାର ଏକ ବଡ଼ ବଜାର ଥିବାର ବେପାରୀମାନେ ଦେଖୁଛନ୍ତି। ସେଣ୍ଟ୍ରାଲ୍‌ ସ୍କୋୟାର୍‌ ଫାଉଣ୍ଡେଶନ୍‌ର ଅଧ୍ୟୟନ ଅନୁସାରେ ଭାରତରେ ଶିକ୍ଷା ବଜାରର ଆକାର ହେଉଛି ୨୩ ବିଲିଅନ୍‌ ଡଲାର। ଯେତେବେଳେ କି ଆମ ଦେଶରେ ଇ-କମର୍ସର ବଜାର ହେଉଛି ୨୪ ବିଲିଅନ୍‌ ଡଲାର। କେ.ଜି.ରୁ ଆରମ୍ଭ କରି ଉଚ୍ଚଶିକ୍ଷା ଓ କୋଚିଂ ଆଦିକୁ ମିଶେଇଲେ ଏହାର ଆକାର ୬୮ ବିଲିଅନ୍‌ ଡଲାର ହେବ। ୨୦୨୧ରୁ ୨୦୨୬ ମଧ୍ୟରେ ଏହି ପରିମାଣ ଆହୁରି ବଢ଼ିବ। ତେଣୁ ଏତେବଡ଼ ଶିକ୍ଷା ବଜାରକୁ ବେପାରୀମାନେ ବି ଛାଡ଼ିବାକୁ ଚାହଁୁନାହାନ୍ତି। ସେମାନେ ପ୍ରାଣପଣେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରି ଶିକ୍ଷାର ଘରୋଇକରଣ ପ୍ରକ୍ରିୟାକୁ ତୀବ୍ର କରିବା ପାଇଁ ଜାଲ ବିଛେଇଛନ୍ତି। ସରକାର ବି ସେମାନଙ୍କ ଉଦ୍ଦେଶ୍ୟକୁ ମନ ପ୍ରାଣ ଦେଇ ସଫଳ କରିବାରେ ଲାଗିଛନ୍ତି।
ଶିକ୍ଷା ସବୁବେଳେ ସରକାରଙ୍କ ବିଷୟ ହେବା ଉଚିତ୍‌। ଏକ ଜନକଲ୍ୟାଣକାରୀ ସରକାର ସମସ୍ତଙ୍କ ପାଇଁ ମାଗଣା ଓ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା କରିବା ଉଚିତ୍‌। ଆମ ଦେଶରେ ଶିକ୍ଷା ଅଧିକାର ଆଇନ ଲାଗୁହେବା ପରେ ମଧ୍ୟ ପରିସ୍ଥିତିରେ ବେଶୀ କିଛି ପରିବର୍ତ୍ତନ ହୋଇନାହଁି। ସରକାରଙ୍କ ଶିକ୍ଷା ପ୍ରତି ଉଦାସୀନ ମନୋଭାବ ଯୋଗୁ ଶିକ୍ଷା କ୍ଷେତ୍ରକୁ ବ୍ୟବସାୟୀମାନେ ପ୍ରବେଶ କରି ଶିକ୍ଷାକୁ ଏକ ବେପାରରେ ପରିଣତ କଲେଣି। ଆଗାମୀ ସମୟରେ ଦେଖିବାକୁ ମିଳିବ ଯେ, କେବଳ ବେପାରୀମାନେ ଆମ ଦେଶର ଶିକ୍ଷା କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବେ। ସେତେବେଳେ ସାଧାରଣ ଗରିବ ଲୋକମାନେ ସେମାନଙ୍କ ପିଲାମାନଙ୍କୁ ପାଠ ପଢ଼େଇବାକୁ ସୁଯୋଗ ପାଇବେ ନାହଁି। କାରଣ ସରକାର ଶିକ୍ଷା କ୍ଷେତ୍ରରୁ ଓହରିଗଲେ ଘରୋଇ ଶିକ୍ଷା ବ୍ୟବସାୟୀମାନେ ଶିକ୍ଷାର ମୂଲ୍ୟ ବହୁତ ବଢ଼େଇଦେବେ। ଏହି ପ୍ରକ୍ରିୟା ଏବେ ଆରମ୍ଭ ହୋଇଗଲାଣି। ସାଧାରଣ ଲୋକମାନେ ଘରୋଇ ବିଦ୍ୟାଳୟରେ ଅଧିକ ମୂଲ୍ୟ ଦେଇ ସେମାନଙ୍କ ପିଲାଙ୍କୁ ପାଠ ପଢ଼େଇବାକୁ ସକ୍ଷମ ହୋଇପାରିବେ ନାହଁି। ଶେଷରେ ଶିକ୍ଷା କେବଳ ଧନିକମାନଙ୍କର ବିଷୟ ହୋଇ ରହିଯିବ। ଏ ସମୟ ଆଉ ବେଶୀ ଡେରି ନାହିଁି। ତେଣୁ ସରକାରୀ ବିଦ୍ୟାଳୟର ବିକାଶ ଉପରେ ଗୁରୁତ୍ୱ ଦେବାକୁ ହେବ।
୨୦୧୫ରେ ଆଲ୍ଲାହାବାଦ୍‌ ହାଇକୋର୍ଟ ଏକ ରାୟରେ କହିଥିଲେ ଯେ, ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ଜନପ୍ରତିନିଧିମାନେ ସେମାନଙ୍କ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟରେ ପଢ଼େଇବା ଉଚିତ। ଫଳରେ ସରକାରୀ ବିଦ୍ୟାଳୟର ମାନ ବୃଦ୍ଧି ଉପରେ ସରକାର ନିଶ୍ଚୟ ଧ୍ୟାନ ଦେବେ। ଏହା ନିଶ୍ଚିତ ଯେ, ଯେତେଦିନ ଯାଏ ଆମ ଦେଶରେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସମାନତା ଆସିବ ନାହଁି, ଅର୍ଥାତ୍‌ ସମସ୍ତଙ୍କ ପାଇଁ ସମାନ ଶିକ୍ଷା ବ୍ୟବସ୍ଥା ହେବ ନାହଁି, ସେତେଦିନ ଯାଏ ସରକାରୀ ବିଦ୍ୟାଳୟ ଘରୋଇ ବିଦ୍ୟାଳୟ ସାମ୍ନାରେ ତିଷ୍ଠି ରହିବା କଷ୍ଟ ହେବ। ଏବେ ସମୟ ଆସିଛି, ସମସ୍ତଙ୍କ ପାଇଁ ସମାନ ଶିକ୍ଷା ବ୍ୟବସ୍ଥା କରିବାର। ଯଦ୍ଦ୍ବାରା କି କୋମଳମତି ପିଲାମାନଙ୍କ ମନରେ ଆରମ୍ଭରୁ ଶିକ୍ଷାକୁ ନେଇ ପ୍ରଭେଦ ରହିବ ନାହଁି। ଏଥିପାଇଁ ଅଭିଭାବକମାନେ ଆଗେଇ ଆସିବା ଉଚିତ ଓ ସରକାରଙ୍କ ଉପରେ ଚାପ ପକେଇବାକୁ ପଡ଼ିବ। ସମ୍ପ୍ରତି ଆମ ଦେଶରେ ଧନୀ-ଗରିବଙ୍କ ମଧ୍ୟରେ ଯେଉଁ ବିରାଟ ପ୍ରଭେଦ ଠିଆ ହୋଇଛି, ତାର ଏକ ମୁଖ୍ୟ କାରଣ ହେଉଛି ଶିକ୍ଷା କ୍ଷେତ୍ରରେ ଅସମାନତା। କିଛି ପିଲା ଛୋଟବେଳୁ ବଡ଼ବଡ଼ ଘରୋଇ ବିଦ୍ୟାଳୟରେ ପଢ଼ିବାକୁ ସୁଯୋଗ ପାଉଥିବା ବେଳେ କିଛି ପିଲା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ସରକାରୀ ବିଦ୍ୟାଳୟରେ ପଢ଼ୁଛନ୍ତି। ଯାହା ଭବିଷ୍ୟତରେ ସେମାନଙ୍କ ମନରେ ଏକ ପ୍ରଭେଦ ଠିଆ କରୁଛି। ଏହା ସାମାଜିକ ଅସ୍ଥିରତା ଓ ଅସନ୍ତୁଳନକୁ ବଢ଼ାଉଛି। ତେଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବେଠାରୁ ସମସ୍ତଙ୍କ ପାଇଁ ସମାନ ଶିକ୍ଷାର ବ୍ୟବସ୍ଥା କରିବାକୁ ହେବ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri