ପ୍ରକୃତି କୋଳରେ ମଣିଷ

ପ୍ରେମାନନ୍ଦ ନାୟକ

ପୃଥିବୀକୁ ଘେରି ରହିଥିବା ବାୟୁମଣ୍ଡଳ ହେଉଛି କେତେଗୁଡ଼ିଏ ବାଷ୍ପର ସମଷ୍ଟି। ସେହି ବାଷ୍ପଗୁଡ଼ିକ ମଧ୍ୟରେ ଯବକ୍ଷାରଜାନ, ଅମ୍ଳଜାନ ଓ ଅଙ୍ଗାରକାମ୍ଳ ହେଉଛି ମୁଖ୍ୟ ଉପାଦାନ। ବାୟୁମଣ୍ଡଳରେ ଯବକ୍ଷାରଜାନ ପରିମାଣ ସର୍ବାଧିକ ଶତକଡ଼ା ୭୮ ଭାଗ ଥିବାବେଳେ ଅମ୍ଳଜାନ ୨୧ ଭାଗ ଓ ଅଙ୍ଗାରକାମ୍ଳ ୦.୦୩ ଭାଗ। ଅମ୍ଳଜାନ ହେଉଛି ବାୟୁମଣ୍ଡଳରେ ଦ୍ୱିତୀୟ ସର୍ବାଧିକ ଉପାଦାନ।
ମନୁଷ୍ୟ ସହିତ ସମସ୍ତ ପ୍ରାଣୀ ଶ୍ୱାସକ୍ରିୟାରେ ଅମ୍ଳଜାନ ଗ୍ରହଣ କରନ୍ତି। ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ପରିମାଣ ସାଧାରଣତଃ ଅପରିବର୍ତ୍ତନୀୟ ବା ସ୍ଥିର ରହିଥାଏ। ଏହି ବାଷ୍ପ ଦ୍ୱୟର ପରିମାଣରେ ତାରତମ୍ୟ ଦେଖାଦିଏ, ଯେତେବେଳେ ମନୁଷ୍ୟ ବହୁ ସଂଖ୍ୟାରେ ବୃକ୍ଷ ଛେଦନ କରି ବାୟୁମଣ୍ଡଳକୁ କ୍ଷତି ପହଞ୍ଚାଏ। କାରଣ ପୃଥିବୀ ପୃଷ୍ଠରୁ ନିର୍ଗତ ସୂର୍ଯ୍ୟତାପକୁ ଅଙ୍ଗାରକାମ୍ଳ ପୁନର୍ବାର ପୃଥିବୀକୁ ବିକିରଣ କରିଥାଏ। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବେଶି ହେଲେ ପୃଥିବୀ ଅଧିକ ଉତ୍ତପ୍ତ ହୁଏ; ଯାହାକୁ ଗ୍ଲୋବାଲ ଓ୍ବାର୍ମିଂ କୁହାଯାଉଛି। ତେଣୁ ବାୟୁମଣ୍ଡଳରେ ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳ ବାଷ୍ପଦ୍ୱୟର ଭାରସାମ୍ୟ ରକ୍ଷା ନିତାନ୍ତ ଆବଶ୍ୟକ, ଯାହା ପୃଥିବୀରେ ଜୀବଜଗତ ତିଷ୍ଠି ରହିବା ପାଇ ଅପରିହାର୍ଯ୍ୟ।
ଦେଶରେ କରୋନା ଭୂତାଣୁର ଦ୍ୱିତୀୟ ସଂକ୍ରମଣ ଯୋଗୁ ଅନେକ ଆକ୍ରାନ୍ତ ବ୍ୟକ୍ତି ଆବଶ୍ୟକ ଅମ୍ଳଜାନ ନ ପାଇଁ ମୃତ୍ୟୁବରଣ କଲେ। ଉଲ୍ଲେଖଯୋଗ୍ୟ, ଯେଉଁ ରାଜ୍ୟଗୁଡ଼ିକ ସ୍ବଚ୍ଛଳ ଏବଂ ବିକଶିତ, ସେଠାରେ ସଂଖ୍ୟାଧିକ ଲୋକ ଆକ୍ରାନ୍ତ ହୋଇ ଅମ୍ଳଜାନ ଅଭାବରୁ ମୃତ୍ୟୁମୁଖରେ ପଡ଼ିଛନ୍ତି। ଅଥଚ ଓଡ଼ିଶା ଭଳି ଏକ ଗରିବ ଓ ଅବହେଳିତ ରାଜ୍ୟ ସେମାନଙ୍କୁ ଅମ୍ଳଜାନ ଯୋଗାଇ ସେମାନଙ୍କ ପ୍ରାଣ ରକ୍ଷା କରିବାରେ ସହାୟକ ହୋଇଛି। ଓଡ଼ିଶାରେ ଅମ୍ଳଜାନର ଅଭାବ ନାହିଁ କିମ୍ବା ଟିକା ମଧ୍ୟ ନଷ୍ଟ ହେବାରେ ନାହିଁ। ବରଂ ଟିକାକରଣରେ ଯେଉଁ ତିନିଟି ରାଜ୍ୟ ବିଯୁକ୍ତାମତ୍କ ସ୍ଥିତିରେ ଅଛନ୍ତି, ସେମାନଙ୍କ ମଧ୍ୟରେ ଓଡ଼ିଶା ରହିଛି।
ଗତବର୍ଷ କରୋନାର ପ୍ରଥମ ସଂକ୍ରମଣ ବେଳେ ଭାରତରେ ସ୍ଥିତି କିଛି ପରିମାଣରେ ନିୟନ୍ତ୍ରଣାଧୀନ ଥିଲା। କିନ୍ତୁ ଏବେ ଦ୍ୱିତୀୟ ଲହର ଆହୁରି ବିପର୍ଯ୍ୟୟ ଘଟାଇଛି । ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ଅଧିକ ହୋଇଛି। ଜୀବନ ସହିତ ଲୋକମାନଙ୍କ ଜୀବିକା ଅତି ମାତ୍ରାରେ ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତିରେ କେତେକ ବିବଦମାନ ଘଟଣା ଏହାକୁ ଆହୁରି ଜଟିଳ କରି ଦେଉଛି। ବାବା ରାମଦେବଙ୍କ ମତରେ ଷ୍ଟେରଏଡ୍‌, ରେମେଡିସିଭର, ଫାଭିପିରାଭୀର, କ୍ଲୋରୋକୁଇନ ଆଦି ଦ୍ୱାରା ଯେଉଁ ଚିକିତ୍ସା କରାଯାଉଛି ତାହା କରୋନାର ଚିକିତ୍ସା ନୁହେଁ। ଏବେ ଏମ୍‌ସର ନିର୍ଦ୍ଦେଶକ ରେମେଡିସିଭର ନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଷ୍ଟେରଏଡ୍‌ର ଅତ୍ୟଧିକ ବ୍ୟବହାର ଶେଷରେ କୃଷ୍ଣକବକ ରୋଗ ସୃଷ୍ଟି କରୁଛି ବୋଲି ଏବେ ଏହା ଉପରେ ରୋକ୍‌ ଲାଗିଲାଣି। ଆଗରୁ ବହୁତ ସଫଳ ହେଉଛି ବୋଲି କୁହାଯାଉଥିବା ‘ପ୍ଲାଜମାଥେରାପି’ ବାସ୍ତବରେ କିଛି କାମ କରୁ ନ ଥିଲା ବୋଲି ଏବେ ଜଣାପଡିବା ପରେ ଆଇସିଏମ୍‌ଆର୍‌ ତାକୁ ସାରା ଦେଶରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ କହିବାକୁ ଗଲେ କରୋନା ଭୂତାଣୁକୁ ନେଇ ଏବେ ବି ଚିକିତ୍ସାବିଜ୍ଞାନ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିନାହିଁ। ଏହାଛଡ଼ା କେତେକ ଲୋକଙ୍କର ସୁବିଧାବାଦୀ ଓ ଲାଭଖୋର ମନୋବୃତ୍ତି ଯୋଗୁ ପରିସ୍ଥିତି ଆହୁରି ଚିନ୍ତାଜନକ ହେବାରେ ଲାଗିଛି। ତାହା ମଧ୍ୟରେ ଅମ୍ଳଜାନ ସିଲିଣ୍ଡରର କଳାବଜାରରେ ଅତ୍ୟଧିକ ମୂଲ୍ୟବୃଦ୍ଧି, ବିଭିନ୍ନ ଔଷଧ ଦୋକାନରୁ ବହୁ ପରିମାଣରେ ଭେଜାଲ କରୋନା ଔଷଧ ଜବତ ହେବା, କେତେକ ଘରୋଇ ଚିକିତ୍ସାଳୟରେ ଟିକା ପାଇଁ ଅଧିକ ମୂଲ୍ୟ ନେବା, କେତେକ ରାଜ୍ୟରେ ଟିକା ବହୁ ପରିମାଣରେ ନଷ୍ଟ ହେବା ଏବଂ ଟିକାକରଣରେ ଅବ୍ୟବସ୍ଥା ଇତ୍ୟାଦି ଅନ୍ତର୍ଭୁକ୍ତ।
ଏହିଭଳି ଅନିଶ୍ଚିତ ଓ ବିବାଦୀୟ ପରିସ୍ଥିତିରେ ସାରା ଦେଶ ତ୍ରାହି ତ୍ରାହି ଚିତ୍କାର କରୁଥିବା ବେଳେ ଏପରି କିଛି ଗ୍ରାମ ରହିଛି, ଯେଉଁଠାରେ କରୋନାର ପ୍ରଥମ ବା ଦ୍ୱିତୀୟ ଲହର ପହଞ୍ଚତ୍ବାକୁ ସାହସ କରିପାରିନାହିଁ। ଗଞ୍ଜାମ ଜିଲା ସୋରାଡ଼ା ବ୍ଲକର ୨୬ ପଞ୍ଚାୟତ ମଧ୍ୟରୁ ଆଦିବାସୀ ଅଧ୍ୟୁଷିତ ପ୍ରାୟ ୧୪ଟି ପଞ୍ଚାୟତ ଏପର୍ଯ୍ୟନ୍ତ କରୋନା କବଳରୁ ମୁକ୍ତ ରହିଛନ୍ତି। ଏହି ସବୁ ଗ୍ରାମର ଅଧିବାସୀ ସାନିଟାଇଜର ବ୍ୟବହାର କରନ୍ତି ନାହିଁ କି କୌଣସି ରାସାୟନିକ ପଦାର୍ଥରେ ପ୍ରସ୍ତୁତ ଓଷଧ ସେବନ କରନ୍ତି ନାହିଁ। ଏହି ବ୍ଲକର ଅଧିକାଂଶ ଗ୍ରାମ ଦୁର୍ଗମାଞ୍ଚଳ। ସୁଉଚ୍ଚ ପାହାଡ଼ ସହିତ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଅନେକ ଗ୍ରାମ। ସଂରକ୍ଷିତ ଜଙ୍ଗଲର ଲକ୍ଷ ଲକ୍ଷ ବୃକ୍ଷ ଯୋଗୁ ଏହି ଗ୍ରାମଗୁଡ଼ିକରେ ଅମ୍ଳଜାନର ସ୍ତର ପ୍ରଚୁର ପରିମାଣରେ ଉପଲବ୍‌ଧ। ଏହି ଗ୍ରାମବାସୀ ବିନା କାରଣରେ ସହରକୁ ଯାଇ ନ ଥାନ୍ତି କିମ୍ବା ସହରରେ ରହୁଥିବା ଲୋକଙ୍କ ସହିତ ସିଧାସଳଖ ସଂସ୍ପର୍ଶରେ ଆସି ନ ଥାନ୍ତି। ଏଥି ସହିତ ବହୁ ପୂର୍ବରୁ ହିଁ ଆଦିବାସୀ ଗ୍ରାମରେ ଘରଗୁଡ଼ିକ ମଧ୍ୟରେ ବିଶେଷ ଦୂରତା ରହିଛି। କରୋନାର ଦୃଢ଼ ସଂକ୍ରମଣ ସତ୍ତ୍ୱେ ଆଦିବାସୀଙ୍କର ଦୃଢ଼ ମନୋବଳ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି କୁହାଯାଇପାରେ। ସେହିପରି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନସ୍ଥ କୋଟଗଡ଼ ବ୍ଲକ ଯୋଡ଼ାବାଲି ଗ୍ରାମପଞ୍ଚାୟତର କୁଟିଆ କନ୍ଧ ଅଧ୍ୟୁଷିତ ଗଁା ସାକରାଯୋଡ଼ିରେ ଡାକ୍ତର ଦଳ ପହଞ୍ଚି କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହିତ ୯୦ ଜଣ ଗ୍ରାମବାସୀଙ୍କର କରୋନା ପରୀକ୍ଷା କରିଥିଲେ। ହେଲେ ପାହାଡ଼ ଜଙ୍ଗଲ ଘେରା ଏହି ଗ୍ରାମରେ ଜଣେ ବି ସଂକ୍ରମିତ ହୋଇ ନ ଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡିହା ଅଭୟାରଣ୍ୟର ଘଞ୍ଚ ଅଞ୍ଚଳ ଚେମଚଟାଠାରେ ୨୨ଟି ଲୋଧା ପରିବାର ବସବାସ କରନ୍ତି। ସେମାନଙ୍କର ୧୦୪ ଜଣ ସଦସ୍ୟଙ୍କୁ ଏପର୍ଯ୍ୟନ୍ତ କରୋନା ସ୍ପର୍ଶ କରିପାରିନାହିଁ। ଏମାନେ ପ୍ରକୃତି କୋଳରେ ବିଶୁଦ୍ଧ ଅମ୍ଳଜାନ ପାଇ ଶାନ୍ତିରେ ଜୀବନଯାପନ କରୁଛନ୍ତି। ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକର ବସିବଣୀ ଗଁାରେ ମଧ୍ୟ କରୋନା ଭୂତାଣୁ ପହଞ୍ଚି ପାରିନାହିଁ। ଘଞ୍ଚ ଜଙ୍ଗଲ ଘେରା ଏହି ଗ୍ରାମ ବାହ୍ୟ ଜଗତରୁ ଦୀର୍ଘ ୭୦ ବର୍ଷ ଧରି ପୃଥକ ଜୀବନଯାପନ କରୁଛି।
ପ୍ରକୃତିକୁ ଯିଏ ଭଲପାଏ, ଯନତ୍ ନିଏ ପ୍ରତିଦାନରେ ସେହି ପ୍ରକୃତି ବିପଦ ଆପଦରେ ତାକୁ ସାହା ହୁଏ। କିନ୍ତୁ ମଣିଷ ବିକାଶ ନାମରେ ଅବିଚାରିତ ଭାବେ ପ୍ରକୃତିର ବିନାଶ କରୁଛି। ସେଥିପାଇଁ ପ୍ରକୃତି ଉଗ୍ରରୂପ ଧାରଣ କରି ବାରମ୍ବାର ମଣିଷ ପ୍ରତି ଦଣ୍ଡବିଧାନ କରୁଛି। ପ୍ରକୃତିକୁ ନଷ୍ଟଭ୍ରଷ୍ଟ କରୁଥିବା ବିଜ୍ଞ ମଣିଷ ଉପରେ ଆଜି ସେ ଯେପରି ପ୍ରତିଶୋଧ ନେଉଛି। ଅନ୍ୟପକ୍ଷରେ ସେହି ପ୍ରକୃତି ସମାଜରେ ଅବହେଳିତ କେତେକ ମଣିଷଙ୍କୁ ତା’କୋଳରେ ଆଦରର ସହିତ ସୁରକ୍ଷା ବି ଦେଉଛି। ସହରୀ ମଣିଷର ଅମ୍ଳଜାନ ଅଭାବରୁ ପ୍ରାଣହାନି ଘଟୁଥିବାବେଳେ ପାହାଡ଼ ଜଙ୍ଗଲ ଘେରା ପ୍ରକୃତି କୋଳରେ ତଥାକଥିତ ସଭ୍ୟତାର ଆଲୋକ ଦେଖି ନ ଥିତ୍ବା ଆଦିବାସୀ ମଣିଷ ବିଶୁଦ୍ଧ ଅମ୍ଳଜାନରେ ଶାନ୍ତିରେ ବସବାସ କରିପାରୁଛି; ଯାହା ଫଳରେ ମାରାମତ୍କ କରୋନା ଭୂତାଣୁ ସ୍ପର୍ଶ କରିବାକୁ ଭୟ କରୁଛି।
ଶହୀଦନଗର, ଭୁବନେଶ୍ୱର
ମୋ: ୯୪୩୭୩୮୨୧୦୦


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri