ଭାରିଯାନ ଚଳାଚଳ ନେଇ ସମୟ ଧାର୍ଯ୍ୟ

ଯୋଡ଼ା,୧ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା, ବଡ଼ବିଲ ଓ ଚମ୍ପୁଆ ଅଞ୍ଚଳରେ ହେଉଥିବା ଟ୍ରାଫିକ ସମସ୍ୟା ଉତ୍କଟ ହେଉଛି। ଏହାକୁ ନଜରରେ ରଖି ଜିଲା ପ୍ରଶାସନ ପକ୍ଷରୁ ଭରିଯାନ ଚଳାଚଳ ଉପରେ ସମୟ ଧାର୍ଯ୍ୟ କରାଯାଇଛି। କେନ୍ଦୁଝର ରିଜିଓନାଲ ଟ୍ରାନ୍ସପୋର୍ଟ ଅଥୋରିଟୀ ପକ୍ଷରୁ ୧୯ ଜୁଲାଇ ୨୦୨୩ ଚିଠି ସଂଖ୍ୟା ୪୪୪୨ରେ ଜିଲାପାଳ ଆଶିଷ ଠାକରେ ଏ ନେଇ ନୋଟିସ ଜାରି କରିଛନ୍ତି। ଏହା ୧୮ ଅଗଷ୍ଟ ୨୦୨୩ ରିଖ ପର୍ଯ୍ୟନ୍ତ ଜାରି ରହିବ।
ପ୍ରକାଶ ଯୋଗ୍ୟ, ଖଣିଜ ବୋଝେଇ ଭାରୀଯାନ ଗୁଡ଼ିକ ବ୍ୟବସ୍ଥିତ ଭାବରେ ଚଳାଚଳ କରୁ ନ ଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜିଛି। ଯାହାଦ୍ୱାରା ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଛାତ୍ରୀଛାତ୍ର, ଅଭିଭାବକ ଠିକ୍‌ ସମୟରେ ସ୍କୁଲରେ ପହଞ୍ଚତ୍ ପାରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଯୋଡ଼ା, ବଡ଼ବିଲ ଓ ଚମ୍ପୁଆ ଅଞ୍ଚଳରେ ଭାରୀଯାନ ଚଳାଚଳ ଉପରେ ସମୟ ଧାର୍ଯ୍ୟ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ରୁଗୁଡ଼ିରୁ ବିଲେଇପଦା ପର୍ଯ୍ୟନ୍ତ ସକାଳ ୮ ରୁ ୧୧, ଅପରାହ୍ନ ୩ ରୁ ରାତି ୮ ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ବନ୍ଦ ରହିବ, ସେହିପରି ବିଲେଇପଦାଠାରୁ ତାରିଣୀ ଛକ ପର୍ଯ୍ୟନ୍ତ ରାସ୍ତାରେ ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ, ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ, ଯୋଡ଼ା ପୌରପାଳିକା ଓ ବଡ଼ବିଲ ପୌର ପାଳିକାରେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ, ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ନିଷେଧ ରହିବ। ଚମ୍ପୁଆ ଏନ୍‌ଏସି ଅଞ୍ଚଳରେ ସକାଳ ୮ଟା ରୁ ପୂର୍ବାହ୍ନ ୧୧ଟା, ଅପରାହ୍ନ ୩ଟାରୁ ୮ ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ କିଛି ଟ୍ରକ୍‌ ଚଳାଚଳ କରୁଛନ୍ତି। ଟଣ୍ଟ ବିଆର୍‌ ପିଏଲ କାରଖାନାଠାରୁ ଭଦ୍ରାସାହି ପର୍ଯ୍ୟନ୍ତ ରାସ୍ତା କଡ଼ରେ ଗାଡ଼ି ଠିଆ କରି ବାରମ୍ବାର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ଜିଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ବଡ଼ବିଲ ଆଞ୍ଚଳିକ ପରିବହନ ଅଧିକାରୀ କେବଳ ଆଣ୍ଟିସେପ୍ଟର ଗାଡ଼ି ଧରି ରାସ୍ତାରେ ଯାଞ୍ଚ କରୁଛନ୍ତି । ଯାହାଦ୍ୱାରା ଅତି ଭୟଙ୍କର ଟ୍ରାଫିକ ସମସ୍ୟା ଦେଖା ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?