Posted inଜାତୀୟ

ସୁପ୍ରିମକୋର୍ଟରେ ବାଚସ୍ପତି ନିରାଶ

ନୂଆଦିଲ୍ଲୀ,୨୪ା୭(ପି.ଟି.):ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ ବିଧାୟକଙ୍କ ପିଟିଶନ ଉପରେ ହାଇକୋର୍ଟ ଶୁକ୍ରବାର ରାୟ ପ୍ରଦାନ କରିବେ। ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେବା ପରେ ରାଜସ୍ଥାନ ବିଧାନସଭା ବାଚସ୍ପତି ସି.ପି. ଜୋଷୀ ନିରାଶ ହୋଇଛନ୍ତି। କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେଇ ନ ଥିବା ୧୯ ବିଧାୟକଙ୍କୁ ଅଯୋଗ୍ୟ କରିବା ପାଇଁ ନୋଟିସ ଜାରି କରିଥିବା ବାଚସ୍ପତି ହାଇକୋର୍ଟଙ୍କ ରାୟ ଉପରେ ହସ୍ତକ୍ଷେପ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟରୁ ବାଚସ୍ପତିଙ୍କୁ କୌଣସି ଅନ୍ତରୀଣ ସହାୟତା ମିଳିନାହିଁ।
ଜଷ୍ଟିସ୍‌ ଅରୁଣ ମିଶ୍ର, ବି.ଆର୍‌. ଗଭାଇ ଏବଂ କ୍ରିଷ୍ଣ ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ଜୋଷୀ ତାଙ୍କ ଆବେଦନରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ଏଥିପାଇଁ ଦୀର୍ଘ ଶୁଣାଣିର ଆବଶ୍ୟକତା ରହିଛି। ତେବେ ହାଇକୋର୍ଟ ରାୟ ପ୍ରଦାନ କରିବାରେ ଆମେ ବାଧା ଦେଇପାରିବୁ ନାହିଁ। ବିଧାୟକମାନଙ୍କ ଭିନ୍ନମତର ସ୍ବରକୁ ଚପାଇ ଦିଆଯାଇପାରିବ ନାହିଁ କି ଗଣତନ୍ତ୍ରର ପଥରୋଧ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। ଜୁଲାଇ ୧୪ ଦଳବଦଳ ନୋଟିସର ଜବାବ ଦେବା ପାଇଁ ବିଦ୍ରୋହୀ ବିଧାୟକମାନଙ୍କୁ ରାଜସ୍ଥାନ ହାଇକୋର୍ଟ ଅଧିକ ସମୟ ଦେବାକୁ ନିଷ୍ପତ୍ତି ନେବାରୁ ବାଚସ୍ପତି ଜୋଷୀ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ବାଚସ୍ପତିଙ୍କୁ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଯୁକ୍ତି ଦର୍ଶାଇଥିଲେ, ବିଧାୟକମାନଙ୍କର ଯଦି ଭିନ୍ନ ମତ ଦେବାର ଥିଲା ସେମାନେ ଦଳ ଆଗରେ ତାହା କହିପାରିଥାନ୍ତେ। ଏହାର ଉତ୍ତରରେ କଂଗ୍ରେସ ଦଳରେ ଗଣତନ୍ତ୍ର ଅଛି କି ବୋଲି ଜଷ୍ଟିସ୍‌ ମିଶ୍ର ପ୍ରଶ୍ନ କରିଥିଲେ। ବିଧାନସଭା ଚାଲୁ ନ ଥିବାବେଳେ ଦଳୀୟ ବୈଠକରେ ଯୋଗଦେବା ପାଇଁ ହୁଇପ୍‌ ଜାରି କରାଯାଇପାରିବ କି ବୋଲି ଖଣ୍ଡପୀଠ ସିବଲଙ୍କୁ ପଚାରିଥିଲେ। ତେବେ ବୈଠକ ପାଇଁ ହୁଇପ୍‌ ନୁହେଁ ନୋଟିସ ଜାରି କରାଯାଇଥିଲା ବୋଲି ସିବଲ କହିଥିଲେ। ବିଧାୟକମାନେ ନିଜ ଦଳ ବିରୋଧରେ ସ୍ବର ଉଠାଇପାରିବେ ନାହିଁ କି ବୋଲି ଜଷ୍ଟିସ୍‌ ମିଶ୍ର ପ୍ରଶ୍ନ କରିଥିଲେ। ବିଧାୟକମାନେ ବୈଠକରେ ଯୋଗ ନ ଦେବା ଦଳବିରୋଧୀ କାର୍ଯ୍ୟ ବୋଲି ବାଚସ୍ପତିଙ୍କ ତରଫରୁ ଆଇନଜୀବୀ ସିବଲ କହିଥିଲେ। ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପ୍ରକ୍ରିୟାକୁ ଅନୁମତି ମିଳିବ କି ନାହିଁ ତାହା ଅନୁଧ୍ୟାନ କରାଯାଉଛି ବୋଲି ଖଣ୍ଡପୀଠ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟାଭାଟମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri