Posted inଜାତୀୟ

ସୁପ୍ରିମକୋର୍ଟରେ ବାଚସ୍ପତି ନିରାଶ

ନୂଆଦିଲ୍ଲୀ,୨୪ା୭(ପି.ଟି.):ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ ବିଧାୟକଙ୍କ ପିଟିଶନ ଉପରେ ହାଇକୋର୍ଟ ଶୁକ୍ରବାର ରାୟ ପ୍ରଦାନ କରିବେ। ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେବା ପରେ ରାଜସ୍ଥାନ ବିଧାନସଭା ବାଚସ୍ପତି ସି.ପି. ଜୋଷୀ ନିରାଶ ହୋଇଛନ୍ତି। କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେଇ ନ ଥିବା ୧୯ ବିଧାୟକଙ୍କୁ ଅଯୋଗ୍ୟ କରିବା ପାଇଁ ନୋଟିସ ଜାରି କରିଥିବା ବାଚସ୍ପତି ହାଇକୋର୍ଟଙ୍କ ରାୟ ଉପରେ ହସ୍ତକ୍ଷେପ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟରୁ ବାଚସ୍ପତିଙ୍କୁ କୌଣସି ଅନ୍ତରୀଣ ସହାୟତା ମିଳିନାହିଁ।
ଜଷ୍ଟିସ୍‌ ଅରୁଣ ମିଶ୍ର, ବି.ଆର୍‌. ଗଭାଇ ଏବଂ କ୍ରିଷ୍ଣ ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ଜୋଷୀ ତାଙ୍କ ଆବେଦନରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ଏଥିପାଇଁ ଦୀର୍ଘ ଶୁଣାଣିର ଆବଶ୍ୟକତା ରହିଛି। ତେବେ ହାଇକୋର୍ଟ ରାୟ ପ୍ରଦାନ କରିବାରେ ଆମେ ବାଧା ଦେଇପାରିବୁ ନାହିଁ। ବିଧାୟକମାନଙ୍କ ଭିନ୍ନମତର ସ୍ବରକୁ ଚପାଇ ଦିଆଯାଇପାରିବ ନାହିଁ କି ଗଣତନ୍ତ୍ରର ପଥରୋଧ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। ଜୁଲାଇ ୧୪ ଦଳବଦଳ ନୋଟିସର ଜବାବ ଦେବା ପାଇଁ ବିଦ୍ରୋହୀ ବିଧାୟକମାନଙ୍କୁ ରାଜସ୍ଥାନ ହାଇକୋର୍ଟ ଅଧିକ ସମୟ ଦେବାକୁ ନିଷ୍ପତ୍ତି ନେବାରୁ ବାଚସ୍ପତି ଜୋଷୀ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ବାଚସ୍ପତିଙ୍କୁ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଯୁକ୍ତି ଦର୍ଶାଇଥିଲେ, ବିଧାୟକମାନଙ୍କର ଯଦି ଭିନ୍ନ ମତ ଦେବାର ଥିଲା ସେମାନେ ଦଳ ଆଗରେ ତାହା କହିପାରିଥାନ୍ତେ। ଏହାର ଉତ୍ତରରେ କଂଗ୍ରେସ ଦଳରେ ଗଣତନ୍ତ୍ର ଅଛି କି ବୋଲି ଜଷ୍ଟିସ୍‌ ମିଶ୍ର ପ୍ରଶ୍ନ କରିଥିଲେ। ବିଧାନସଭା ଚାଲୁ ନ ଥିବାବେଳେ ଦଳୀୟ ବୈଠକରେ ଯୋଗଦେବା ପାଇଁ ହୁଇପ୍‌ ଜାରି କରାଯାଇପାରିବ କି ବୋଲି ଖଣ୍ଡପୀଠ ସିବଲଙ୍କୁ ପଚାରିଥିଲେ। ତେବେ ବୈଠକ ପାଇଁ ହୁଇପ୍‌ ନୁହେଁ ନୋଟିସ ଜାରି କରାଯାଇଥିଲା ବୋଲି ସିବଲ କହିଥିଲେ। ବିଧାୟକମାନେ ନିଜ ଦଳ ବିରୋଧରେ ସ୍ବର ଉଠାଇପାରିବେ ନାହିଁ କି ବୋଲି ଜଷ୍ଟିସ୍‌ ମିଶ୍ର ପ୍ରଶ୍ନ କରିଥିଲେ। ବିଧାୟକମାନେ ବୈଠକରେ ଯୋଗ ନ ଦେବା ଦଳବିରୋଧୀ କାର୍ଯ୍ୟ ବୋଲି ବାଚସ୍ପତିଙ୍କ ତରଫରୁ ଆଇନଜୀବୀ ସିବଲ କହିଥିଲେ। ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପ୍ରକ୍ରିୟାକୁ ଅନୁମତି ମିଳିବ କି ନାହିଁ ତାହା ଅନୁଧ୍ୟାନ କରାଯାଉଛି ବୋଲି ଖଣ୍ଡପୀଠ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Baba Venga Prediction: ଆଗାମୀ ୧୫ ଦିନରେ ୫ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସି ଖବର

ଜ୍ୟୋତିଷ ଏବଂ ଭବିଷ୍ୟବାଣୀରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଆଗାମୀ ୧୫ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଲୋକପ୍ରିୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି…

ରାଜ୍ୟସ୍ତରୀୟ ବକ୍ଦିଂରେ ସ୍ବର୍ଣ୍ଣ ଜିତି ଜାତୀୟସ୍ତରକୁ ମନୋନୀତ ହେଲେ ମିକି

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ): ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ବକ୍ସିଂ ଚାମ୍ପିଅନଶିପ୍‌ରେ ଛତ୍ରପୁର ଅନସ୍ଲୋ…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

କୁସ୍ତିରେ ବଡ଼ ବିପର୍ଯ୍ୟୟ ଘଟାଇଲେ ମଲ୍ଲଯୋଦ୍ଧା ସୁଜିତ, ଭାରତକୁ ମିଳିଲା ପୁଣି ସ୍ବର୍ଣ୍ଣ

ନାଗୋୟା,୨ା୧୦: ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲ୍‌କାଲ୍‌ ୨୦୨୬ ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସୁଜିତ ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ସ୍ବର୍ଣ୍ଣ ପଦକ…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?