Posted inଭଦ୍ରକ

ବୈତରଣୀ ନଦୀପଠାରୁ ବାଲି ଚୋରା ଚାଲାଣ

ଭଦ୍ରକ ଅଫିସ, ୨୪ା୭- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବୈତରଣୀ ନଦୀର ବନ୍ଦାଳୋ ମଢିଆଳିଠାରୁ ଷୋଳମପୁର ପଞ୍ଚାୟତର ଦାଣ୍ଡକୂଳ ପର୍ଯ୍ୟନ୍ତ ବିଭିନ୍ନ ଘାଟରୁ ପ୍ରଶାସନ ଜାଣତରେ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଛି। ବାଲି ମାଫିଆମାନେ ପ୍ରତ୍ୟେକ ଦିନ ପ୍ରଶାସନ ଆଖିରେ ଧୂଳି ଦେଇ ନଦୀ ପଠାରୁ ବାଲି ଚୋରା ଚାଲାଣ କରି ମାଲାମାଲ ହେଉଛନ୍ତି। ନଦୀ ଗର୍ଭ ଓ ପଠାରୁ ବେଆଇନ ଖନନ ଯୋଗୁ ଅତଡ଼ା ଖାଇ ଓସାର ହେବା ସହ ନଦୀ ଗତିପଥ ମଧ୍ୟ ବଦଳିବାରେ ଲାଗିଛି। ନଦୀରେ ଅଳ୍ପ ପାଣି ଆସିଲେ ସିଧା ଗାଁ ମୁହାଁ ହେଉଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଛନ୍ତି।
ମଣିନାଥପୁର, ମୁଢ଼ାପଦା, ଦାଣ୍ଡକୂଳ, ନେରଡ଼ା, ଝୁଟଣା, ବନ୍ଦାଳୋ ଆଦି ଅଞ୍ଚଳରେ ଦୈନନ୍ଦିନ ଶହ ଶହ ଟ୍ରିପ ବାଲି ଚୋରାଚାଲାଣ ହେଉଛି। ଅନ୍ୟପକ୍ଷେ ବେଆଇନ ବାଲି ଚାଲାଣକାରୀଙ୍କ ଉପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର ସଦୃଶ। ଭଦ୍ରକ ଜିଲାର ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲି ବ୍ଲକର କିଛି ପଞ୍ଚାୟତ ଏହି ନଦୀ ଅବବାହିକାରେ ଅବସ୍ଥିତ। ପ୍ରତ୍ୟେକବର୍ଷ ବୈତରଣୀରେ ବନ୍ୟା ଆସିଲେ ମୁଖ୍ୟତଃ ଏହି ୩ଟି ବ୍ଲକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥାଏ। ଏବେ ଏହି ନଦୀପଠା ବାଲି ମାଫିଆମାନଙ୍କ ପାଇଁ ଚରାଭୂଇଁ ପାଲଟିଛି। ମୁଖ୍ୟତଃ ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦାଠାରୁ ଧାମନଗର ବ୍ଲକର ଦିହୁଡ଼ି ଆନନ୍ଦପୁର ପର୍ଯ୍ୟନ୍ତ ବୈତରଣୀ ନଦୀପଠାରୁ ବେଧଡକ ଭାବେ ବେଆଇନ ବାଲି ଖୋଳା ଚାଲିଛି।
ପ୍ରଶାସନ ଏଥିପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିବା ପରିବର୍ତ୍ତେ ଲୋକ ଦେଖାଣିଆ ଚଢ଼ାଉ କରୁଛି। ମାଫିଆମାନେ ରାତି ଅଧରେ ପଠାରେ ଗାଡ଼ି ଲଗାଇ ଟନ ଟନ ବାଲି ଉଠାଇ ନେଉଛନ୍ତି। ଏପରିକି ନଦୀପଠାରେ ଜେସିବି ଲଗାଇ ବାଲି ଲୋଡ଼ କରାଯାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ଚଳିତବର୍ଷ ଜୁନ୍‌ ୨୫ତାରିଖ ରାତି ୩ଟାରୁ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ୨୧ଟି ଗାଡ଼ି ଜବତ କରାଯାଇଥିଲା ଏବଂ ସ୍ଥାନୀୟ କିଛି ଲୋକାଲ ଗାଡ଼ି ମାଲିକ ପୋଲିସକୁ ମାଡ଼ ମାରି ଖସିଯାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ନେଇ ମାମଲା ହୋଇ କେତେଜଣ ବ୍ୟକ୍ତି ଗିରଫ ମଧ୍ୟ ହୋଇଥିଲେ। ଏପରିକି କେତେଜଣ ଅସାଧୁ ପୋଲିସ କର୍ମଚାରୀଙ୍କ ପୂର୍ବ ସୂଚନା ପାଇ ଅନ୍ୟ କିଛି ଗାଡ଼ି ଫେରାର ହୋଇଯାଇଥିଲେ। ପୁଣିଥରେ ଆରମ୍ଭ ହୋଇଛି ବାଲିମାଫିଆଙ୍କ ରାଜୁତି। ଏନେଇ ଉପଜିଲାପାଳ ପୀତାମ୍ବର ସାମଲଙ୍କୁ ପଚାରିବାରୁ ପ୍ରଶାସନ ପକ୍ଷରୁ ବିଭିନ୍ନ ବାଲି ଖାଦାନରେ ଚଢ଼ାଉ କରାଯାଇ ଗାଡ଼ିଗୁଡ଼ିକରୁ ଜରିମାନା ଆଦାୟ କରାଯାଉଛି। ଆବଶ୍ୟକ ପଡ଼ିଲେ ଗାଡ଼ି ମାଲିକଙ୍କ ନାଁରେ ମକଦ୍ଦମା ରୁଜୁ କରାଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା/କିଷାନ )ପାତ୍ର: ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା…

ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୬ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।…

୨୫ରୁ ଅଧିକ ଶ୍ରମିକ ନେଇ ଆସୁଥିବା ପିକଅପ ଭ୍ୟାନ ଓଲଟିଲା, ଆହତ ହସ୍ପିଟାଲରେ ଭର୍ତ୍ତିି

ବାସୁଦେବପୁର,୧୬।୫(ନାରାୟଣ ପ୍ରସାଦ ବାରିକ/ କାଳୀପଦ ରାୟ ): ଭଦ୍ରକ ଜିଲାର ସଦର ମହକୁମାରୁ ବାସୁଦେବପୁରକୁ ଏକ ଛାତ ଢାଳିବାକୁ ଏକ ପିକଅପରେ ଆସୁଥିବା ୨୫ରୁ ଅଧିକ ଶ୍ରମିକ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଭିଜିଲାନ୍ସ ଜାଲାରେ କନିଷ୍ଠଯନ୍ତ୍ରୀ

ଭଦ୍ରକ,୧୪ା୫(ସନାତନ ରାଉତ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଗୁରୁବାର ଆରଡିଛକସ୍ଥିତ ୩ ମହଲା ଘର…

ବିଦ୍ୟୁତ ଆଘାତରେ ବ୍ୟକ୍ତି ଗୁରୁତର, ବିଦେଇପୁର ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ଧାରଣା

ବାସୁଦେବପୁର,୧୪।୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ୩୩ କେଭି ଷ୍ଟ୍ରକ୍ଚର ଠାରେ ବିଦ୍ୟୁତ ଆଘାତରେ ସହଦେଵ ତରେଇ ଆହତ ହୋଇଥିଲେ । ତାଙ୍କୁ କ୍ଷତିପୂରଣ ଦେବା…

ଆରଡି ଛକରୁ ହଟିଲା ଜବରଦଖଲ: ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ…

ଭଦ୍ରକ, ୧୩।୫(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥ ସର୍ଭିସ ରୋଡ଼ର ଭଦ୍ରକ ଆରଡ଼ି ଛକରୁ ହଟିଲା ଜବରଦଖଲ। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଜିଲା ପ୍ରଶାସନ…

ଉଚ୍ଛେଦ କରିବାକୁ ଆସିଥିଲେ ତହସିଲ କର୍ମଚାରୀ, ଦେହରେ ପେଟ୍ରୋଲ ଢାଳି ପ୍ରତିବାଦ କଲେ ବ୍ୟବସାୟୀ, ଆଉ ତା’ ପରେ…

ତିହିଡ଼ି,୧୩ା୫(ସଞ୍ଜିତ ବଳ): ଆମର ଯଦି ଦୋକାନ ଭାଙ୍ଗିବ ସମସ୍ତଙ୍କର ଭାଙ୍ଗ, ନ ହେଲେ ଫେରିଯାଅ। ଭଦ୍ରକ ଜିଲା ତିହିଡ଼ି ତହସିଲ ପୀରହାଟ ଥାନା ଅଧୀନ ଗଦି ବଜାରର…

ରିଭଲଭର ଦେଖାଇ ଡକାୟତି: ଘର କବାଟ ବାଡ଼ାଇଲେ, ଖୋଲିବାରୁ ୩ ଆଇଫୋନ୍‌ ସହ…

ପଦ୍ମପୁର,୧୦ା୫(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକର ପଗଡ଼ ନଦେଇଦିହ ଗ୍ରାମର ଶନିବାର ରାତିରେ ରିଭଲବର ଦେଖାଇ ଡକାୟତି ହୋଇଛି। ସୂଚନାନୁଯାୟୀ ଶନିବାର ରୀତିରଞ୍ଜନ ସ୍ବାଇଁ ଘରେ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri