Baba Venga Prediction: ଆଗାମୀ ୧୫ ଦିନରେ ୫ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସି ଖବର

ଜ୍ୟୋତିଷ ଏବଂ ଭବିଷ୍ୟବାଣୀରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଆଗାମୀ ୧୫ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଲୋକପ୍ରିୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି ସମୟ ମଧ୍ୟରେ କନ୍ୟା, କୁମ୍ଭ ସମେତ ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଜୀବନର ବିଭିନ୍ନ କ୍ଷେତ୍ରରେ ସକାରାତ୍ମକ ସୁଯୋଗ ମିଳିପାରେ। ବିଶ୍ୱାସ କରାଯାଉଛି ଯେ ଆଗାମୀ ୧୫ ଦିନ ଅର୍ଥାତ ଅକ୍ଟୋବର ୧ ରୁ ୧୫ ତାରିଖ ମଧ୍ୟରେ କନ୍ୟା, କୁମ୍ଭ ସମେତ ୫ଟି ରାଶି ପାଇଁ ଧନ, କ୍ୟାରିୟର, ଶିକ୍ଷା, ନିବେଶ, ଚାକିରି, ବ୍ୟବସାୟ ଏବଂ ସମ୍ପର୍କ ସମ୍ୱନ୍ଧୀୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିପାରେ।

ବାବା ଭେଙ୍ଗାଙ୍କ ଅନୁସାରେ, ଆଗାମୀ ୧୫ ଦିନ ମେଷ ରାଶିର ଲୋକଙ୍କ ପାଇଁ କାର୍ଯ୍ୟକ୍ଷେତ୍ର ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଚାକିରି କରୁଥିବା ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ କିମ୍ୱା କୌଣସି ବଡ଼ ସୁଯୋଗ ମିଳିପାରେ। ବ୍ୟବସାୟ ସହ ଜଡ଼ିତ ଲୋକଙ୍କ ପାଇଁ ନୂଆ ସମ୍ପର୍କ ଏବଂ ବ୍ୟବସାୟ ସମ୍ପ୍ରସାରଣର ସୁଯୋଗ ସୃଷ୍ଟି ହୋଇପାରେ। ଧନ ମାମଲାରେ ଆୟର ନୂଆ ଉତ୍ସ ଖୋଜିବା ପ୍ରୟାସ ସଫଳ ହୋଇପାରେ ଏବଂ ନିବେଶ ସମ୍ୱନ୍ଧୀୟ ନିଷ୍ପତ୍ତିରେ ତରବରିଆ ନ ହୋଇ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ଜରୁରୀ। ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ାରେ ଏକାଗ୍ରତା ବୃଦ୍ଧି ପାଇବା ସହ ପରୀକ୍ଷାରେ ଭଲ ପ୍ରଦର୍ଶନର ସମ୍ଭାବନା ରହିଛି।

ବାବା ଭେଙ୍ଗାଙ୍କ ଅନୁସାରେ, ମିଥୁନ ରାଶିର ଲୋକଙ୍କ ପାଇଁ ଏହି ସମୟ ଆର୍ଥିକ ଏବଂ କ୍ୟାରିୟର ସମ୍ୱନ୍ଧୀୟ କାର୍ଯ୍ୟକଳାପରେ ଭରା ରହିପାରେ। ଚାକିରି ଖୋଜୁଥିବା ଲୋକଙ୍କୁ ନୂଆ ସୁଯୋଗର ସନ୍ଧାନ ମିଳିପାରେ, ଏବଂ ପୂର୍ୱରୁ କାର୍ଯ୍ୟରତ ଥିବା ଲୋକଙ୍କ ସମ୍ମୁଖରେ ପରିବର୍ତ୍ତନ କିମ୍ୱା ନୂଆ ଭୂମିକାର ବିକଳ୍ପ ଆସିପାରେ। ସେହିପରି ବ୍ୟବସାୟରେ ପୁରୁଣା ସମ୍ପର୍କରୁ ଲାଭ ମିଳିବାର ସମ୍ଭାବନା ରହିଛି। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସକାରାତ୍ମକ ଫଳ ମିଳିପାରେ। ପ୍ରେମ ସମ୍ପର୍କରେ ଲାଗିରହିଥିବା ଭୁଲ ବୁଝାମଣା ଆଲୋଚନା ମାଧ୍ୟମରେ ଦୂର ହୋଇପାରେ ଏବଂ ଦାମ୍ପତ୍ୟ ଜୀବନରେ ମଧ୍ୟ ପାରସ୍ପରିକ ସହଯୋଗ ବୃଦ୍ଧି ପାଇପାରେ।

ବାବା ଭେଙ୍ଗାଙ୍କ ଅନୁସାରେ, କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଗାମୀ ଦିନଗୁଡ଼ିକ ଯୋଜନାକୁ ଆଗକୁ ବଢ଼ାଇବାର ସମୟ ହୋଇପାରେ। ଚାକିରିରେ କାର୍ଯ୍ୟର ପ୍ରଶଂସା ମିଳିବା କିମ୍ୱା ନୂଆ ଦାୟିତ୍ୱ ମିଳିବାର ସ୍ଥିତି ସୃଷ୍ଟି ହୋଇପାରେ। ବ୍ୟବସାୟୀମାନଙ୍କ ପାଇଁ ପୁରୁଣା କାରବାରରୁ ଲାଭ ମିଳିବା କିମ୍ୱା ନୂଆ ଗ୍ରାହକ ଯୋଡ଼ି ହେବାର ସଙ୍କେତ ମିଳୁଛି। ଏହି ସମୟ ମଧ୍ୟରେ କନ୍ୟା ରାଶିର ଲୋକଙ୍କୁ ଆର୍ଥିକ ଦିଗରେ ସଞ୍ଚୟ ବୃଦ୍ଧି କରିବାର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ପାଠପଢ଼ା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତିରେ ଉପଯୋଗୀ ପ୍ରମାଣିତ ହୋଇପାରେ। ପ୍ରେମ ଜୀବନରେ ବିଶ୍ୱାସ ବଢ଼ିବା ଏବଂ ବୈବାହିକ ଜୀବନରେ ପାରସ୍ପରିକ ସହଯୋଗ ଆହୁରି ଉନ୍ନତ ହେବାର ସମ୍ଭାବନା ରହିଛି।

ବାବା ଭେଙ୍ଗାଙ୍କ ଅନୁସାରେ, ବିଛା ରାଶିର ଲୋକଙ୍କ ପାଇଁ ଆଗାମୀ ୧୫ ଦିନ ଆର୍ଥିକ ଏବଂ ବ୍ୟବସାୟିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କାର୍ଯ୍ୟକ୍ଷେତ୍ରରେ ଏପରି କୌଣସି ସୁଯୋଗ ସାମ୍ନାକୁ ଆସିପାରେ, ଯାହା ଭବିଷ୍ୟତର ଦିଗ ର୍ନିଦ୍ଧାରଣ କରିବାରେ ସାହାଯ୍ୟ କରିବ। ଚାକିରିଜୀବୀମାନଙ୍କୁ ନୂଆ ଦାୟିତ୍ୱ କିମ୍ୱା କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ମିଳିପାରେ। ଅନ୍ୟପକ୍ଷରେ ବ୍ୟବସାୟରେ ଲାଭ ସହିତ ନୂତନ ସମ୍ପର୍କ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଅର୍ଥ ସମ୍ୱନ୍ଧୀୟ ଅଟକି ରହିଥିବା କାମ ଆଗକୁ ବଢ଼ିପାରେ। ଛାତ୍ରଛାତ୍ରୀଙ୍କ ପାଇଁ କଠିନ ବିଷୟଗୁଡ଼ିକ ଉପରେ ଦକ୍ଷତା ମଜଭୁତ କରିବାର ଏହା ଉପଯୁକ୍ତ ସମୟ।

ବାବା ଭେଙ୍ଗାଙ୍କ ଅନୁସାରେ, କୁମ୍ଭ ରାଶିର ଲୋକଙ୍କ ପାଇଁ ମଧ୍ୟ ଆଗାମୀ ୧୫ ଦିନ ବିଭିନ୍ନ କ୍ଷେତ୍ରରେ ନୂତନ ସୁଯୋଗ ନେଇ ଆସିବ। କ୍ୟାରିୟରରେ ପରିବର୍ତ୍ତନ ପାଇଁ ଯୋଜନା କରୁଥିବା ଲୋକଙ୍କୁ ଉପଯୋଗୀ ସୁଯୋଗ ମିଳିପାରେ। ବ୍ୟବସାୟରେ ନୂଆ ଯୋଜନା କିମ୍ୱା ଅଂଶୀଦାରିତା ଉପରେ ବିଚାରବିମର୍ଶ ହୋଇପାରେ। ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ଆୟ ଏବଂ ଖର୍ଚ୍ଚ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ସମୟ ଆସିଛି। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ନିଜ ପରିଶ୍ରମର ଉଚିତ ଫଳ ପାଇବାର ସମ୍ଭାବନା ରହିଛି। ପ୍ରେମ ଜୀବନରେ ସକାରାତ୍ମକ ବାର୍ତ୍ତାଳାପ ବୃଦ୍ଧି ପାଇପାରେ ଏବଂ ବୈବାହିକ ଜୀବନରେ ସାଥୀଙ୍କ ସହଯୋଗ ମିଳିବା ଦ୍ୱାରା ସମ୍ପର୍କ ଆହୁରି ନିବିଡ଼ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

କୁସ୍ତିରେ ବଡ଼ ବିପର୍ଯ୍ୟୟ ଘଟାଇଲେ ମଲ୍ଲଯୋଦ୍ଧା ସୁଜିତ, ଭାରତକୁ ମିଳିଲା ପୁଣି ସ୍ବର୍ଣ୍ଣ

ନାଗୋୟା,୨ା୧୦: ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲ୍‌କାଲ୍‌ ୨୦୨୬ ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସୁଜିତ ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ସ୍ବର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?