ମହିଳା ଗୋଷ୍ଠୀଙ୍କ ପରିବା ଚାଷ :କ୍ଷେତ ପରିଦର୍ଶନ କଲେ ଜିଲାପାଳ

ଖୁଣ୍ଟା,୨୩ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବଡ଼ପଥରା ପଞ୍ଚାୟତ ଚାପଲଡ଼ିହି ଗ୍ରାମରେ ମହିଳା ଗୋଷ୍ଠୀ ଚାଷ କରି ବେଶ ଲାଭବାନ ହୋଇ ପାରିଛନ୍ତି। ଗୁରୁବାର ଜିଲାପାଳ ବିନୀତ ଭରଦ୍ୱାଜ ପନିପରିବା କ୍ଷେତ ପରିଦର୍ଶନ କରିଥିଲେ। ବିଭିନ୍ନ ପନିପରିବା ଚାଷ ଦେଖିବା ସହିତ ମହିଳାମାନଙ୍କ ସହିତ ଜିଲାପାଳ ଆଲୋଚନା କରିଥିଲେ। ଉଦଳା ଆଇଟିଡିଏ ପକ୍ଷରୁ ଏଗ୍ରିକଲଚର ପ୍ରଡକ୍ଟ କ୍ଲଷ୍ଟର ଯୋଜନାରେ ୧୦ଟି ମହିଳା ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପନିପରିବା ମଞ୍ଜି ଓ ସାର ଇତ୍ୟାଦି ଯୋଗାଇ ଦିଆଯାଇଥିଲା। ଉକ୍ତ ଗୋଷ୍ଠୀର ୭୦ ସଦସ୍ୟା ମିଳିତ ଭାବେ ମୋଟ ୩୭ ଏକର ଜମିରେ ବାଇଗଣ, ଜହ୍ନି, କଲରା ଓ ମକା ଚାଷ କରିଥିଲେ। ଚଳିତ ମାସ ପ୍ରଥମ ସପ୍ତାହରୁ ଅଦ୍ୟାବଧି ଉକ୍ତ ଚାଷରୁ ମୋଟ ୫୭ କୁଇଣ୍ଟାଲରୁ ଅଧିକ ପରିବା ଓ ମକା ଅମଳ ହୋଇଛି। ତାହାକୁ ଓରମାସ ସଂସ୍ଥା ପକ୍ଷରୁ ବାରିପଦାରେ ଖୋଲାଯାଇଥିବା ପରିବା ମଣ୍ଡିରେ ବିକ୍ରି କରି ୨ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା ରୋଜଗାର କରିଛନ୍ତି ବୋଲି ମହିଳାମାନେ ପ୍ରକାଶ କରିଛନ୍ତି। ତେବେ ଚାଷ କାର୍ଯ୍ୟ ପାଇଁ ପାଣିର ଅଭାବ ହେଉଥିବା ଦର୍ଶାଇ ସେମାନେ ଜିଲାପାଳଙ୍କୁ ଏକ ଗଭୀର ନଳକୂପ ଖନନ ପାଇଁ ଅନୁରୋଧ କରିଥିଲେ। ଜିଲାପାଳ ଏଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲାପାଳଙ୍କ ଏହି ପରିଦର୍ଶନ ସମୟରେ ଉଦଳା ଆଇଟିଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଦେବଦତ୍ତ ପଣ୍ଡା, ଖୁଣ୍ଟା ବିଡ଼ିଓ ମାନସ ରଞ୍ଜନ ସାମଲ,ଏବିଡ଼ିଓ ବସନ୍ତ କୁମାର ପୃଷ୍ଟି, ପ୍ରୋଗ୍ରାମ ଅଫିସର ପ୍ରଣବ କୁମାର ଦାସ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri