ମହିଳା ଗୋଷ୍ଠୀଙ୍କ ପରିବା ଚାଷ :କ୍ଷେତ ପରିଦର୍ଶନ କଲେ ଜିଲାପାଳ

ଖୁଣ୍ଟା,୨୩ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବଡ଼ପଥରା ପଞ୍ଚାୟତ ଚାପଲଡ଼ିହି ଗ୍ରାମରେ ମହିଳା ଗୋଷ୍ଠୀ ଚାଷ କରି ବେଶ ଲାଭବାନ ହୋଇ ପାରିଛନ୍ତି। ଗୁରୁବାର ଜିଲାପାଳ ବିନୀତ ଭରଦ୍ୱାଜ ପନିପରିବା କ୍ଷେତ ପରିଦର୍ଶନ କରିଥିଲେ। ବିଭିନ୍ନ ପନିପରିବା ଚାଷ ଦେଖିବା ସହିତ ମହିଳାମାନଙ୍କ ସହିତ ଜିଲାପାଳ ଆଲୋଚନା କରିଥିଲେ। ଉଦଳା ଆଇଟିଡିଏ ପକ୍ଷରୁ ଏଗ୍ରିକଲଚର ପ୍ରଡକ୍ଟ କ୍ଲଷ୍ଟର ଯୋଜନାରେ ୧୦ଟି ମହିଳା ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପନିପରିବା ମଞ୍ଜି ଓ ସାର ଇତ୍ୟାଦି ଯୋଗାଇ ଦିଆଯାଇଥିଲା। ଉକ୍ତ ଗୋଷ୍ଠୀର ୭୦ ସଦସ୍ୟା ମିଳିତ ଭାବେ ମୋଟ ୩୭ ଏକର ଜମିରେ ବାଇଗଣ, ଜହ୍ନି, କଲରା ଓ ମକା ଚାଷ କରିଥିଲେ। ଚଳିତ ମାସ ପ୍ରଥମ ସପ୍ତାହରୁ ଅଦ୍ୟାବଧି ଉକ୍ତ ଚାଷରୁ ମୋଟ ୫୭ କୁଇଣ୍ଟାଲରୁ ଅଧିକ ପରିବା ଓ ମକା ଅମଳ ହୋଇଛି। ତାହାକୁ ଓରମାସ ସଂସ୍ଥା ପକ୍ଷରୁ ବାରିପଦାରେ ଖୋଲାଯାଇଥିବା ପରିବା ମଣ୍ଡିରେ ବିକ୍ରି କରି ୨ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା ରୋଜଗାର କରିଛନ୍ତି ବୋଲି ମହିଳାମାନେ ପ୍ରକାଶ କରିଛନ୍ତି। ତେବେ ଚାଷ କାର୍ଯ୍ୟ ପାଇଁ ପାଣିର ଅଭାବ ହେଉଥିବା ଦର୍ଶାଇ ସେମାନେ ଜିଲାପାଳଙ୍କୁ ଏକ ଗଭୀର ନଳକୂପ ଖନନ ପାଇଁ ଅନୁରୋଧ କରିଥିଲେ। ଜିଲାପାଳ ଏଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲାପାଳଙ୍କ ଏହି ପରିଦର୍ଶନ ସମୟରେ ଉଦଳା ଆଇଟିଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଦେବଦତ୍ତ ପଣ୍ଡା, ଖୁଣ୍ଟା ବିଡ଼ିଓ ମାନସ ରଞ୍ଜନ ସାମଲ,ଏବିଡ଼ିଓ ବସନ୍ତ କୁମାର ପୃଷ୍ଟି, ପ୍ରୋଗ୍ରାମ ଅଫିସର ପ୍ରଣବ କୁମାର ଦାସ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟିଲା ଟ୍ରକ୍‌

ବାରିପଦା ଅଫିସ,୨୦।୭: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବଡ଼ଗାଁ ଅଞ୍ଚଳରେ ବୁଧବାର ଏକ ପିଆଜ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟି ପଡ଼ିଛି। ଫଳରେ...

ଗୁଣ୍ଡୁରିଆ ଶହୀଦ ଦିବସ ସମାବେଶ

ରାଇରଙ୍ଗପୁର,୭ା୨(ଡି.ଏନ୍‌.ଏ.): ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମ୍‌ଏମ୍‌) ପକ୍ଷରୁ ଗୁରୁବାର ଗୁଣ୍ଡୁରିଆ ଶହୀଦ ଦିବସ ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର କଚେରୀ ପଡ଼ିଆ ପରିସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି...

ସାମୂହିକ ଅସ୍ଥି ବିସର୍ଜନ କଲେ ଲୋକେ

ବାରିପଦା ଅଫିସ,୧୭।୧: ମୟୂରଭଞ୍ଜ ଜିଲାର ଗଣପର୍ବ ମକର ଅବସରରେ ସୁନାମୁହିଁ(ବାରୁଣୀ) ଘାଟରେ ରବିବାର ଦାମୋଦର ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ତିନିଦିନ ଧରି ଚାଲିବାକୁ...

ଲକଡାଉନ୍‌ ଅମାନିଆଙ୍କୁ ଛାଟ

ବାରିପଦା ଅଫିସ, ୨ା୪- ମୟୂରଭଞ୍ଜ ଜିଲାରେ ଲକ୍‌ଡ଼ାଉନ ଅମାନ୍ୟ କରୁଥିବା ଲୋକଙ୍କୁ ବାଜିଛି ଛାଟ। ୭ ଦିନ ମଧ୍ୟରେ ଜିଲାର ବିଭିନ୍ନ ଥାନାରେ କୋଭିଡ଼-୧୯ ଆଇନ...

ଦୋଷୀଙ୍କୁ ସୁରକ୍ଷା ଦେଉଛି ଦିଗହରା ତଦନ୍ତ

ବାରିପଦା ଅଫିସ,୫ା୧: ଶିମିଳିପାଳ ଅଭୟାରଣ୍ୟରେ ବହୁ ଚର୍ଚ୍ଚିତ ଦନ୍ତା ହାତୀ ପୋଡ଼ି ଓ ପ୍ରମାଣ ନଷ୍ଟ ଘଟଣାର ତଦନ୍ତ ଦିଗହରା ସାଜିଛି। ଅଭିଯୁକ୍ତମାନେ ଉଚ୍ଚ ନ୍ୟାୟାଳୟରୁ...

ମୟୂରଭଞ୍ଜ ମହୋତ୍ସବ ପାଇଁ କାର୍ନିଭାଲ ଶୋ’

ବାରିପଦା ଅଫିସ,୨୫।୧୧- ମୟୂରଭଞ୍ଜ ଜିଲାର କଳା ଓ ସଂସ୍କୃତି ନିଆରା। ଏହାର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଏହିି କଳା ଓ ସଂସ୍କୃତିର ପ୍ରଚାର...

ସ୍ତ୍ରୀ ମୃତଦେହକୁ ଟ୍ରଲିରେ ବୋହିନେଲେ ସ୍ବାମୀ

ଉଦଳା,୧୭ା୧୨(ଡି.ଏନ୍‌.ଏ.)- ସ୍ତ୍ରୀଙ୍କ ମୃତଦେହକୁ ତାଙ୍କ ସ୍ବାମୀ ଟ୍ରଲିରେ ରଖି ବୋହି ନେବା ଭଳି ଏକ ଘଟଣା ପଦାକୁ ଆସିଛି। ସୋମବାର ସନ୍ଧ୍ୟାରେ ମୃତଦେହକୁ ଟ୍ରଲିରେ ନିଆଯାଉଥିବା...

ଉଦଳା ସବ୍‌ଜେଲରେ ୨୧ କଏଦୀଙ୍କୁ କରୋନା

ଉଦଳା,୧୦।୫(ଡି.ଏନ୍‌.ଏ.): ବର୍ତ୍ତମାନ କରୋନା କବଳରେ ସାରା ରାଜ୍ୟ। ଏହି ମହାମାରୀ ପ୍ରଥମ ଲହରରେ ଯାହା କରି ନ ଥିଲା ଦ୍ୱିତୀୟ ଲହରରେ କାହାକୁ ବାଦ୍‌ ଦେଉନି।...

Advertisement
Archives

Model This Week