ମହିଳାଙ୍କୁ ୨ କୋଟି ଦେବ ଏହି ବଡ଼ ବ୍ୟାଙ୍କ୍‌! ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍ଲୀ,୧୫।୯: ଯଦି ଆପଣ ଜଣେ ମହିଳା ଏବଂ ନିଜର ନୂଆ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଦେଖୁଛନ୍ତି କିମ୍ୱା ନିଜର ଚାଲୁଥିବା ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି, ତେବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ଆପଣଙ୍କ ପାଇଁ ଏକ ଉତ୍ତମ ସୁଯୋଗ ନେଇ ଆସିଛି। SBI ଏହାର ସ୍ତ୍ରୀ ଶକ୍ତି ଯୋଜନା (Stree Shakti Scheme) ଅଧୀନରେ ମହିଳା ଉଦ୍ୟୋଗୀମାନଙ୍କୁ ସହଜ କିସ୍ତି ଏବଂ ରିହାତି ସୁଧ ହାରରେ ଋଣ ସୁବିଧା ଯୋଗାଇ ଦେଉଛି।

ବ୍ୟବସାୟ, ମ୍ୟାନୁଫ୍ୟାକ୍ଚରିଂ, ବିଉଟି ପାର୍ଲର ଠାରୁ ଆରମ୍ଭ କରି ଫୁଡ କ୍ୟାଟରିଂ ପର୍ଯ୍ୟନ୍ତ, ପ୍ରତ୍ୟେକ ପ୍ରକାରର ବ୍ୟବସାୟ ପାଇଁ SBI ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛି। ଆସନ୍ତୁ ଜାଣିବା SBI Stree Shakti Scheme କ’ଣ, ଏଥିରେ କେତେ ରିହାତି ମିଳିବ ଏବଂ ଏଥିପାଇଁ କିପରି ଆବେଦନ କରିପାରିବେ।

ସ୍ତ୍ରୀ ଶକ୍ତି ଯୋଜନା କ’ଣ ଏବଂ ଋଣର ସୀମା କେତେ?

SBIର ଏହି ଯୋଜନା ମହିଳା ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ଯୋଜନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ମହିଳାମାନଙ୍କୁ ସୁଧ ହାରରେ ୦.୫୦% (ଅଧା ପ୍ରତିଶତ) ପର୍ଯ୍ୟନ୍ତ ସୱତନ୍ତ୍ର ରିହାତି ମିଳିଥାଏ। ଏହାଦ୍ୱାରା ଆପଣଙ୍କ ଋଣ ଖର୍ଚ୍ଚ ଯଥେଷ୍ଟ କମିଯାଏ।

ଏହି ଋଣ ମ୍ୟାନୁଫ୍ୟାକ୍ଚରିଂ, ଟ୍ରେଡିଂ ଏବଂ ସର୍ଭିସ ସେକ୍ଟର ସହିତ ଜଡ଼ିତ ବ୍ୟବସାୟ ପାଇଁ ଉପଲବ୍ଧ। ଆବଶ୍ୟକତା ଅନୁସାରେ ବ୍ୟବସାୟ ପାଇଁ ୱାର୍କିଂ କ୍ୟାପିଟାଲ ଏବଂ ଟର୍ମ ଲୋନ ଉଭୟ ନିଆଯାଇପାରିବ।

ବିଭିନ୍ନ ପ୍ରକାରର ବ୍ୟବସାୟ ପାଇଁ SBI ଏହି ଯୋଜନା ଅଧୀନରେ କିଛି ସୱତନ୍ତ୍ର ସ୍କିମ ମଧ୍ୟ ପ୍ରସ୍ତୁତ କରିଛି:

ଅନ୍ନପୂର୍ଣ୍ଣା ଯୋଜନା (Annapurna Scheme): ଏହା ସେହି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ଖାଦ୍ୟ ସମ୍ୱନ୍ଧୀୟ ବ୍ୟବସାୟ ଯେପରିକି କ୍ୟାଟରିଂ, ରେଷ୍ଟୁରାଣ୍ଟ, ଟିଫିନ ସର୍ଭିସ ଇତ୍ୟାଦି ଆରମ୍ଭ କରିବାକୁ ଚାହୁଁଛନ୍ତି।

ଶୃଙ୍ଗାର ଯୋଜନା (Shringar Scheme): ବିଉଟି ପାର୍ଲର, ସ୍ପା କିମ୍ୱା କସମେଟିକ୍ସ ବ୍ୟବସାୟ ଚଳାଉଥିବା ମହିଳାମାନଙ୍କ ପାଇଁ ଏହି ସୱତନ୍ତ୍ର ସ୍କିମ ତିଆରି କରାଯାଇଛି।

* ଟର୍ମ ଲୋନ ପାଇଁ ବ୍ୟାଙ୍କ ୭ ରୁ ୧୦ ବର୍ଷ ପର୍ଯ୍ୟନ୍ତ ସମୟ ଦେଇଥାଏ, ଯାହାଦ୍ୱାରା ଆପଣ କୌଣସି ଚାପ ବିନା ବ୍ୟବସାୟ ବଢ଼ାଇ ପାରିବେ ଏବଂ ଋଣ ପରିଶୋଧ କରିପାରିବେ।
* ଯୋଗ୍ୟ ମହିଳା ଉଦ୍ୟୋଗୀମାନଙ୍କୁ CGTMSE (କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର୍‌ ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜେସ) ଅଧୀନରେ କ୍ରେଡିଟ ଗ୍ୟାରେଣ୍ଟି ସହାୟତା ମିଳିଥାଏ।
* କିଛି ର୍ନିଦ୍ଦିଷ୍ଟ କ୍ଷେତ୍ରରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ କୌଣସି ସମ୍ପତ୍ତି (କୋଲାଟେରାଲ) ବନ୍ଧକ ନରଖି ମଧ୍ୟ ଋଣ ମିଳିପାରେ।
* ସାଧାରଣତଃ ଆବେଦନକାରୀଙ୍କୁ ମୋଟ ଋଣ ରାଶିର ୧୫% ରୁ ୨୫% ନିଜ ଆଡୁ (ମାର୍ଜିନ ମନି) ଲଗାଇବାକୁ ପଡ଼ିଥାଏ।

ଋଣ ପାଇଁ ଆବଶ୍ୟକୀୟ ଦସ୍ତାବିଜ

* ପ୍ୟାନ କାର୍ଡ, ଭୋଟର ଆଇଡି କିମ୍ୱା ପରିଚୟ ସମ୍ୱନ୍ଧୀୟ ପ୍ରମାଣପତ୍ର।
* ବାସସ୍ଥାନ ପ୍ରମାଣପତ୍ର (Proof of Residence)।
* ଆପଣଙ୍କ ଯୋଜନା କିମ୍ୱା ପ୍ରୋଜେକ୍ଟ ରିପୋର୍ଟ।
* ଗତ ୩ ବର୍ଷର ଆର୍ଥିକ ରେକର୍ଡ, ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ITR) ଏବଂ ବିଗତ ୬ ମାସର ବ୍ୟାଙ୍କ ଷ୍ଟେଟମେଣ୍ଟ।

ଆବେଦନ କିପରି କରିବେ?

ଆପଣ SBIର ଅଫିସିଆଲ ୱେବସାଇଟ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ କିମ୍ୱା ଆପଣଙ୍କ ନିକଟସ୍ଥ SBI ବ୍ୟାଙ୍କ ଶାଖାକୁ ଯାଇ ଯୋଗାଯୋଗ କରିପାରିବେ। ବ୍ୟାଙ୍କଗୁଡ଼ିକରେ ମହିଳାମାନଙ୍କ ସହାୟତା ପାଇଁ ସୱତନ୍ତ୍ର ହେଲ୍ପ ଡେସ୍କ ମଧ୍ୟ ଉପଲବ୍ଧ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲା ୨ ଭାଇଙ୍କ ମୃତଦେହ

ପରଜଙ୍ଗ,୧୫।୯(ନିଗମାନନ୍ଦ ଦଳବେହେରା): ଦୁର୍ଘଟଣାରେ ୨ ଭାଇଙ୍କ ଜୀବନ ଚାଲିଗଲା। ହେଲେ ମୃତଦେହ ଘରକୁ ନେବାବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ବିଚଳିତ କରିଛି। ରାସ୍ତା…

ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ…

ବିଶ୍ୱକର୍ମା ରାଜମିସ୍ତ୍ରୀ, କାରିଗର ସଂଘର ବାର୍ଷିକୋତ୍ସବ, ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?