Posted inଫୁରସତ

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ ବଳୟ ଦେଖିବାକୁ ମିଳିଥାଏ ଯାହା ସାଧାରଣତଃ ଅନେକ କୋଟି ବରଫ କଣିକା ଏବଂ କ୍ଷୁଦ୍ର ପଥର ଖଣ୍ଡରେ ନିର୍ମିତ। ଉକ୍ତ ଚମତ୍କାର ବୈଶିଷ୍ଟ୍ୟ ଯୋଗୁ ଅନେକ ଶତାବ୍ଦୀ ଧରି ବହୁ ଜ୍ୟୋତିର୍ବିଜ୍ଞାନୀ ଏବଂ ମହାକାଶ ଉତ୍ସାହୀମାନେ ଶନି ଗ୍ରହ ପ୍ରତି ଆକର୍ଷିତ ହୋଇ ଆସିଛନ୍ତି। ତେବେ ଆସନ୍ତା ବର୍ଷ ମାର୍ଚ୍ଚରୁ ଏହି ଚମତ୍କାରୀ ବଳୟ ଅଦୃଶ୍ୟ ହୋଇଯିବ ବୋଲି ଗ୍ରହ ଏବଂ ପରିବେଶ ସମ୍ବନ୍ଧୀୟ ଆମେରିକୀୟ ଓ୍ବେବସାଇଟ୍‌ ‘ଆର୍ଥ ଡଟ୍‌ କମ୍‌’ରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି। ତେବେ ବାସ୍ତବରେ ଶନି ଏହାର ବଳୟକୁ ହରାଇବ ନାହିଁ, କିନ୍ତୁ ୨୦୨୫ରୁ ଏହା ଦୃଶ୍ୟମାନ ହେବ ନାହିଁ ବୋଲି ଏହି ରିପୋର୍ଟ ପ୍ରକାଶ କରିଛି।
ଶନି ଗ୍ରହର ଗଠନ ଓ ବ୍ୟବସ୍ଥା ଅନୁଯାୟୀ ଏହା ୨୬.୭ ଡିଗ୍ରୀ ଆକ୍ସିଆଲ ଟିଲ୍ଟ ସହ ନିଜ ଅକ୍ଷ ପଥରେ ଘୂର୍ଣ୍ଣନ କରିଥାଏ। ଫଳରେ ପୃଥିବୀଠାରୁ ଏହାର ବଳୟ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦୃଶ୍ୟମାନ ହୋଇଥାଏ। ଯେହେତୁ ଶନି ଗ୍ରହର ଅକ୍ଷ ନିଜସ୍ବ ପଦ୍ଧତିରେ ଘୂର୍ଣ୍ଣନ କରିଥାଏ, କିଛି ବର୍ଷ ପରେ ଏହାର ବଳୟ ପୃଥିବୀବାସୀଙ୍କ ଦୃଷ୍ଟିକୋଣରୁ ଧୀରେ ଧୀରେ ଲୁଚି ଯାଇଥାଏ। ଏକ ନିର୍ଦ୍ଦିଷ୍ଟ ସମୟରେ ଶନି ଏବଂ ପୃଥିବୀର ବିଶେଷ ସ୍ଥିତି ଯୋଗୁ ଶନିର ବଳୟ ପୃଥିବୀ ପୃଷ୍ଠରୁ କମ୍‌ ଦୃଶ୍ୟମାନ ଅବା ଅଦୃଶ୍ୟ ହୋଇଯାଇଥାଏ। ତେବେ ଶନିର ବଳୟ ଦୃଶ୍ୟମାନ ନ ହେବା ଘଟଣା ଅସ୍ଥାୟୀ ବୋଲି ଉକ୍ତ ରିପୋର୍ଟ କହିଛି। ଶନି ଗ୍ରହ ସୂର୍ଯ୍ୟ ପରିକ୍ରମା କରିବା ସହ ପ୍ରତି ୨୯.୫ ବର୍ଷରେ ଏହି ଘଟଣାର ପୁନରାବୃତ୍ତି ଘଟିଥାଏ। ଉକ୍ତ ବିଶେଷ ସ୍ଥିତିରେ ଶନି କମ୍‌ ଦୃଶ୍ୟମାନ ହୋଇଥାଏ ଅଥବା ଅଦୃଶ୍ୟ ହୋଇଯାଇଥାଏ। ତେବେ ମାର୍ଚ୍ଚ ୨୦୨୫ ପରେ ଶନିଙ୍କ ଅବିରତ କକ୍ଷ ପଥ ଧୀରେ ଧୀରେ ବଳୟକୁ ପୁନର୍ବାର ଦୃଶ୍ୟମାନ କରାଇବ। ତେବେ ଆସନ୍ତା ବର୍ଷ ନଭେମ୍ବର ବେଳକୁ ଏହା ପୁନର୍ବାର ଅଦୃଶ୍ୟ ହୋଇଯିବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନ ପ୍ରଫେସର ଭାହେ ପେରୁମିୟନ୍‌ଙ୍କ ଅନୁଯାୟୀ, ୨୦୨୫ ମାର୍ଚ୍ଚରୁ ପୃଥିବୀପୃଷ୍ଠରୁ ଶନିର ବଳୟ ଦୃଶ୍ୟମାନ ହୋଇପାରୁ ନ ଥିଲେ ମଧ୍ୟ ଏହା ଶନିର ଚାରିପଟେ ପୂର୍ବପରି ରହିଥିବ। ୨୦୩୨ ସୁଦ୍ଧା ଏହି ବଳୟ ପୁନର୍ବାର ଦୃଶ୍ୟମାନ ହେବ। ପୃଥିବୀ ପ୍ରତି ୧୩ରୁ ୧୫ ବର୍ଷରେ ଶନିଙ୍କ ବଳୟକୁ ଏକ ନିର୍ଦ୍ଦିଷ୍ଟ କୋଣରୁ ଦେଖିଥାଏ। ସେତେବେଳେ କମ୍‌ ଆଲୋକ ପ୍ରତିଫଳିତ ହେବା କାରଣରୁ ଶନିର ବଳୟକୁ ଦେଖିବା ବହୁତ କଷ୍ଟକର ହୋଇପଡ଼େ ଏବଂ ପ୍ରାୟତଃ ଏହି ବଳୟ ଦୃଶ୍ୟମାନ ହୁଏନାହିଁ। ଶେଷ ଥର ପାଇଁ ୨୦୦୯ରେ ଏପରି ଘଟିଥିବା ପେରୁମିୟନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?