ଶ୍ରୀଜୀଉଙ୍କ ଦାନ୍ତକାଠି ସେବାରେ ୧୬ ବର୍ଷ

ନୟାଗଡ଼,୪।୯(ଲୋକନାଥ ମିଶ୍ର):ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଲୀଳା ଯେପରି ଅପାର ସେପରି ନୀତି ଖଞ୍ଜ(ବ୍ୟବସ୍ଥା) ମଧ୍ୟ ନିଆରା। ଶ୍ରୀଜୀଉଙ୍କ ସେବାରେ ବହୁ ଭକ୍ତ ନିଜକୁ ସମର୍ପି ଅପାର କରୁଣା ଲାଭ କରୁଛନ୍ତି। ସେଭଳି ଜଣେ ଭକ୍ତ ଦାନ୍ତକାଠି ସେବା ପାଇ ନିଜକୁ ଧନ୍ୟ ମନେକରି ୧୬ ବର୍ଷ ହେଲା ପ୍ରଭୁଙ୍କ ସେବାରେ ଲାଗି ପଡିଛନ୍ତି। ସେ ହେଲେ ନୟାଗଡ଼ ଜିଲା ନୂଆଗଁା ବ୍ଲକ୍‌ ମହୀପୁର ଗଁାର ଧୀରେନ୍ଦ୍ର କୁମାର ସାହୁ। ସେ ବର୍ଷକୁ ୪ରୁ ୫ଥର ଶ୍ରୀଜୀଉଙ୍କୁ ଦାନ୍ତକାଠି ଯୋଗାଇ ନୂଆଗଁା ବ୍ଲକ୍‌ ତଥା ନୟାଗଡ଼ ଜିଲା ପାଇଁ ଗର୍ବ ଓ ଗୌରବ ଆଣି ପାରିଛନ୍ତି।
ମହୀପୁର ଗଁାର ଧୀରେନ୍ଦ୍ର ଜଣେ ଅବସରପ୍ରାପ୍ତ ଶିକ୍ଷକ। ନୂଆଗଁା ବ୍ଲକ୍‌ ଦୁର୍ଦ୍ଦୁରା ଗଁାରେ ପ୍ରାଥମିକ ଶିକ୍ଷକ ଭାବେ କାର୍ଯ୍ୟ କରି ୨୦୧୬ରେ ଗାତେରୀ ହାଇସ୍କୁଲରୁ ପ୍ରଧାନ ଶିକ୍ଷକ ଭାବେ ଅବସର ନେଇଛନ୍ତି। ୨୦୦୯ରେ ସେ ଜଣେ ଶିଷ୍ୟଙ୍କୁ ଧରି ପୁରୀକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଠାକୁରଙ୍କୁ ଦର୍ଶନ କରିବା ପରେ ଜଗନ୍ନାଥଙ୍କ ଆଦ୍ୟ ସେବକ ଭିତରଛୁ ମହାପାତ୍ରଙ୍କ ସହ ଧୀରେନ୍ଦ୍ରଙ୍କ ଅକସ୍ମାତ ଭେଟ ହୋଇଥିଲା। ଭେଟ ସମୟରେ ଆଦ୍ୟ ସେବକ ଧୀରେନ୍ଦ୍ରଙ୍କ ଠିକଣା ପଚାରି ଆପଣ ମହାପ୍ରଭୁଙ୍କ ପାଇଁ ଦାନ୍ତକାଠି ଆଣନ୍ତୁ ବୋଲି କହିଥିଲେ। ଆଦ୍ୟ ସେବକଙ୍କୁ ହଁ କହି ଗଁାକୁ ଫେରିବା ପରେ ଶ୍ରୀଜୀଉଙ୍କୁ ଦାନ୍ତକାଠି ଯୋଗାଇପାରିବେ କି ନା ସନ୍ଦେହରେ ପଡିଥିଲେ ଧୀରେନ୍ଦ୍ର। ପରେ ଗଁାର କେତେଜଣ ଲୋକଙ୍କ ସହଯୋଗରେ ସ୍ଥାନୀୟ ଜଙ୍ଗଲରୁ ଦାନ୍ତକାଠି ସଂଗ୍ରହକରି ୧ମାସ ମଧ୍ୟରେ ନିଜେ ଯାଇ ଦେଇ ଆସିଥିଲେ। ତା’ପରଠାରୁ ବର୍ଷକୁ ୪ରୁ ୫ଥର ଦାନ୍ତକାଠି ଯୋଗାଇ ଆସୁଛନ୍ତି। ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ପ୍ରତିବର୍ଷ ସେ ଠାକୁରଙ୍କୁ ଦାନ୍ତକାଠି ଯୋଗାଉଛନ୍ତି। ଚଳିତ ବର୍ଷ ଗତ ସୋମବାର ପୁରୀ ଯାଇ ଦାନ୍ତକାଠି ପ୍ରଦାନ କରିଛନ୍ତି। ଏନେଇ ଭକ୍ତ ଧୀରେନ୍ଦ୍ର କୁହନ୍ତି, ଶ୍ରୀଜୀଉଙ୍କ ସେବା କରିବାର ସାନ୍ନିଧ୍ୟ ପାଇ ମୁଁ ଧନ୍ୟ ହୋଇଛି। ମୁଁ ବଞ୍ଚତ୍ଥିବା ପର୍ଯ୍ୟନ୍ତ ଏହି ସେବା ଯୋଗାଇ ଆସୁଥିବି। ମନ୍ଦିର ପ୍ରଶାସନର ଅନୁମତି ପରେ ମୁଁ ମୂତୁରୀ ଦାନ୍ତକାଠି(କୁମ୍ଭାଟୁଆ) ଶ୍ରୀମନ୍ଦିରର ଅମୁଣିଆ ଘରେ ରଖି ଆସୁଛି। ଗତ ସୋମବାର ମୁଁ ଦାନ୍ତକାଠି ନେଇ ଯାଇଥିଲି। ଗୋଟିଏ ଦାନ୍ତକାଠି ବିଡ଼ାରେ ୫୦ରୁ ୬୦ କାଠି ରହୁଛି। ମୁଁ ଦାନ୍ତକାଠି ମହାପ୍ରଭୁଙ୍କୁ ଦେଉଥିବା ଖବର ଜଣାପଡିବା ପରେ ମୋତେ ଏବେ କେତେଜଣ ଲୋକ ଦାନ୍ତକାଠି ସଂଗ୍ରହରେ ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?