ଶହୀଦ ସଚ୍ଚିଦାନନ୍ଦଙ୍କ ସ୍ମୃତିପୀଠ ଅବହେଳିତ

ରାଜକନିକା, ୨୬ା୭ (ସଞ୍ଜୟ କୁମାର ଦାଶ): କାର୍ଗିଲଠାରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୧୯୯୯ ଜୁଲାଇ ୨୬ରେ ଭାରତର ବିଜୟ ପ୍ରାପ୍ତ ହୋଇଥିଲା। ଏ ନେଇ ଦେଶ ଶୁକ୍ରବାର ୨୫ତମ କାର୍ଗିଲ ବିଜୟ ଦିବସ ପାଳନ କରିବ। ଏହି ଦିବସରେ ପାକିସ୍ତାନର ଅନୁପ୍ରବେଶକାରୀଙ୍କୁ କାର୍ଗିଲ ଯୁଦ୍ଧରେ ଭାରତୀୟ ସୈନ୍ୟ ନିଜର ବଳିଦାନ ଦେଇ ସୀମା ସେପଟକୁ ବିଦା କରି ଦେଇଥିଲେ। ଯୁଦ୍ଧରେ ମୋଟ ୫୨୭ ଭାରତୀୟ ସୈନ୍ୟ ଶହୀଦ ହୋଇଥିବା ବେଳେ ୧୩୬୩ ଜଣ ଆହତ ହୋଇଥିଲେ। ଏଥିରେ ଓଡ଼ିଶାର ୫ ଜଣ ପ୍ରାଣବଳି ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜୁନ୍‌ ୨୮ ତାରିଖରେ କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ କଣ୍ଡିଆ ଗଁାର ନାଏକ ସଚ୍ଚିଦାନନ୍ଦ ମଲ୍ଲିକ ବୀରଗତି ପ୍ରାପ୍ତ ହୋଇଥିଲେ। ସେ ଉପେନ୍ଦ୍ର ଓ ମାଳତିଲତାଙ୍କ କନିଷ୍ଠ ପୁତ୍ର ଥିଲେ। ୩୦ବର୍ଷ ବୟସରେ ସ୍ତ୍ରୀ ନିବେଦିତା ଓ ୫ ବର୍ଷର ପୁଅ ସୌମ୍ୟରଞ୍ଜନଙ୍କୁ ଏକା କରି ଶହୀଦ ହୋଇଥିଲେ। ବୀର ମଲ୍ଲିକଙ୍କ ପାଇଁ ସମଗ୍ର ଦେଶ ଗର୍ବ ଅନୁଭବ କରୁଥିବା ବେଳେ କେନ୍ଦ୍ରାପଡ଼ା ଜିଲା ଏକ ସୁପୁତ୍ର ହରାଇଥିଲା। ଏହି ବୀରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶହୀଦସ୍ତମ୍ଭ ବ୍ଲକର କଣ୍ଡିଆହାଟରେ ନିର୍ମାଣ ହୋଇଛି। ତେବେ ଏହି ଶହୀଦସ୍ତମ୍ଭ ଆଖପାଖର ପରିବେଶ ବୀରଗାଥା ଗାଇବା ଅପେକ୍ଷା ପ୍ରଶାସନିକ ଅବହେଳାର ନିଦର୍ଶନ ପାଲଟିଛି। ସ୍ମୃତିସ୍ତମ୍ଭର ନାମ ଫଳକ ଭାଙ୍ଗି ଯାଇଛି। ଶହୀଦ ମଲ୍ଲିକଙ୍କ ପ୍ରତିମୂର୍ତ୍ତିରୁ ରଙ୍ଗ ଛାଡି ଯାଇଥିବା ବେଳେ ଓ ସ୍ମୃତି ଉଦ୍ୟାନ ଏବେ ଅନାବନା ଘାସରେ ଭରପୂର ହୋଇଛି। ଏହି ପୀଠକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ବିଧାନ ଦାସ କହିଛନ୍ତି, ଭାରତୀୟ ସ୍ଥଳସେନାର ନାଏକ ପଦବୀରେ ସଚ୍ଚିଦାନନ୍ଦ ଥିଲେ। କାର୍ଗିଲ ଯୁଦ୍ଧର ଦ୍ରାସ ସେକ୍ଟରରେ ମସ୍କୋ ଭାଲିଠାରେ ସଚ୍ଚିଦାନନ୍ଦ ଶତ୍ରୁପକ୍ଷଙ୍କ ସହ ଲଢ଼େଇ କରି ୭ ଜଣ ପାକିସ୍ତାନୀ ସୈନ୍ୟଙ୍କୁ ନିହତ କରିଥିଲେ। ଏହି ବୀର ସୈନିକ ନିଜର ସାହସିକତା ଦେଖାଇ ପାକିସ୍ତାନୀ ସୈନ୍ୟଙ୍କ ମୁହଁତୋଡ ଜବାବ ଦେଇଥିଲେ। ଶତ୍ରୁପକ୍ଷର ଗୁଳିରେ ତାଙ୍କର ବୀରଗତି ପ୍ରାପ୍ତ ହୋଇଥିଲା। ତାଙ୍କର ଏହି ବୀରଗାଥା କେନ୍ଦ୍ରାପଡ଼ା ଜିଲାରେ ଗୁଞ୍ଜରିତ ହୋଇଥିଲା। ଶହୀଦ ହେବାର ୨ ବର୍ଷ ପରେ ୨୦୦୧ ଜୁଲାଇ ୨୬ରେ ତତ୍କାଳୀନ ଏମ୍‌ପି ପ୍ରଭାତ ସାମନ୍ତରାୟ ଓ ଜିଲାପାଳ କୃଷ୍ଣଚନ୍ଦ୍ର ମହାନ୍ତି ସ୍ମୃତିପୀଠ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ୨୦୨୦ରେ ଏମ୍‌ପି ଅନୁଭବ ମହାନ୍ତିଙ୍କ ସାଂସଦ ପାଣ୍ଠିରୁ ୨୦ ଲକ୍ଷ ଅନୁଦାନରେ ଏହି ସ୍ମୃତିପୀଠକୁ ଉନ୍ନତୀକରଣ କରାଯାଇଥିଲା। ଏବେ ଏହା ଅବହେଳିତ ଭାବେ ପଡିରହିଛି। ସ୍ଥାନୀୟ ଅଞ୍ଚଳର ଦେବେନ୍ଦ୍ର ନାୟକ କହିଛନ୍ତି, ପୂଜ୍ୟପୂଜା ଆମର ସଂସ୍କୃତି। ମାତ୍ର କେନ୍ଦ୍ରାପଡ଼ା ଜିଲାର ଏହି ବୀରପୁତ୍ରଙ୍କ ସ୍ମୃତିପୀଠ ଅବହେଳିତ ହୋଇଥିବା ଦେଖି ପୂଜ୍ୟପୂଜାର ମହତ୍ତ୍ୱ ନ ଥିବା ପରି ଅନୁଭବ ହେଉଛି। ଦେଶକୁ ରକ୍ଷା କରିବାକୁ ଯାଇ ସଚ୍ଚିଦାନନ୍ଦ ନିଜର ବଳିଦାନ ଦେଇଛନ୍ତି। ମାତ୍ର ଏହି ବଳିଦାନକୁ ଉତ୍ତରପିଢ଼ି ମନେ ପକାଇବା ପାଇଁ ସ୍ମୃତିପୀଠ ଅବହେଳାର ଶିକାର ହୋଇଛି। ରାଜକନିକା ବ୍ଲକ ପ୍ରଶାସନ ପକ୍ଷରୁ ଶହୀଦସ୍ତମ୍ଭ ଓ ସ୍ମୃତି ଉଦ୍ୟାନର ସୌନ୍ଦର୍ଯ୍ୟକରଣ ପାଇଁ ପାର୍କ ନିର୍ମାଣ ହୋଇଥିଲା। ଏହାର ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି। ଶହୀଦ ସଚ୍ଚିଦାନନ୍ଦ ମଲ୍ଲିକ ସ୍ମୃତି କମିଟି ସମ୍ପାଦକ ବାସୁଦେବ ମଲ୍ଲିକ କହିଛନ୍ତି, କନିକା ମାଟି ବୀର ସନ୍ତାନଙ୍କ ଜନନୀ। ଏହି ମାଟିରୁ ବହୁ ବୀର ଜନ୍ମ ନେଇଛନ୍ତି। ନିଜ ଦେଶ ଓ ମାଟି ପାଇଁ ସର୍ବଦା ତପତ୍ର ଥିବା ଏହି ମାଟିର ପୁଅ କେତେବେଳେ ବିପ୍ଳବର ନିଅଁା ଜାଳିଛନ୍ତି, କେବେ କେବେ ନିଜର ପ୍ରାଣବଳି ଦେଇଛନ୍ତି। ଏହାର ସଦ୍ୟତମ ଉଦାହରଣ ଭାରତୀୟ ସ୍ଥଳସେନା ବିଭାଗର ନାଏକ ସ୍ବର୍ଗତ ସଚ୍ଚିଦାନନ୍ଦ ମଲ୍ଲିକ। ଦୀର୍ଘ ୨୫ ବର୍ଷ ପୂର୍ବେ ଦେଶ ପାଇଁ ଦେଇଥିବା ବଳିଦାନକୁ ମନେପକାଇବା ପାଇଁ ଏଠାରେ ଶହୀଦ ସ୍ତମ୍ଭ ନିର୍ମାଣ ହୋଇଥିଲା। ଏବେ ଅବହେଳିତ ଅବସ୍ଥାରେ ପଡିଛି। କମିଟି ପକ୍ଷରୁ ଜିଲା ଓ ପ୍ରଶାସନକୁ ଏ ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ। ସ୍ମୃତି କମିଟି ସଭାପତି ଶିବରାମ ଦାସ କହିଛନ୍ତି, କମିଟି ପକ୍ଷରୁ ଏହି ପୀଠର ଉନ୍ନତୀକରଣ ପାଇଁ ଚେଷ୍ଟା ଜାରି ରହିଛି। ୨୦୦୧ରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ଶହୀଦ ପୀଠର ଉନ୍ନତୀକରଣ ପାଇଁ ପ୍ରାୟ ୧୮ ବର୍ଷ ଅପେକ୍ଷା କରିବାକୁ ପଡିଥିଲା। ପୀଠର ସୁରକ୍ଷାକୁ ନେଇ ପ୍ରଶାସନିକ ସ୍ତରରେ କୌଣସି ସମନ୍ବୟ ବୈଠକ ବସୁନାହିଁ। ଏହି କମିଟି ପକ୍ଷରୁ ଜିଲାସ୍ତରୀୟ କାର୍ଗିଲ ବିଜୟ ଦିବସ ଏଠାରେ ପାଳନ ପାଇଁ ବାରମ୍ବାର ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ଦାରିଙ୍ଗବାଡ଼ିରେ ବ୍ଲକ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’: ଜିଲା ସ୍ତରୀୟ ପ୍ରତିଯୋଗିତା ପାଇଁ ୬ କୃତୀ ଛାତ୍ରଛାତ୍ରୀ ମନୋନୀତ

ଦାରିଙ୍ଗବାଡ଼ି,୨୨।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଆଇଟିଆଇ (ITI) ପରିସରରେ ମଙ୍ଗଳବାର ବ୍ଲକ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଆନନ୍ଦ-ଉଲ୍ଲାସ ସହ ଅନୁଷ୍ଠିତ ହୋଇଯାଇଛି। ଏହି…

ଗଞ୍ଜାମରେ ପୋଲିସ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ତିନି ତିନିଟି ମନ୍ଦିରରୁ ଲୁଟ୍‌, ରାତି ପାହିଲା ବେଳକୁ…

ଗଞ୍ଜାମ, ୨୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ସଙ୍ଘବଦ୍ଧ ଲୁଟ୍ ହୋଇଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?