Posted inରାଜ୍ୟ

ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ

ଭୁବନେଶ୍ୱର,୨୪ା୭(ବ୍ୟୁରୋ)- ରାଜ୍ୟ ସଭା ପାଇଁ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଉପାଧ୍ୟକ୍ଷ ପ୍ୟାନଲର ପୁନର୍ଗଠନ କରିଛନ୍ତି। ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ଏହି ପ୍ୟାନେଲରେ ରାଜ୍ୟ ସଭା ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଏ ନେଇ ରାଜ୍ୟ ସଭା ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ୟାନେଲକୁ ୬ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଛି। ଅନ୍ୟ ୫ ଜଣ ସଦସ୍ୟ ହେଲେ ରାଜ୍ୟ ସଭା ସଦସ୍ୟ ଭୁବନେଶ୍ୱର କାଳିତା, ବନ୍ଦନା ଚଭନ, ସୁକେନ୍ଦୁ ଶେଖର ରାୟ, ସରେନ୍ଦ୍ର ସିଂ ନଗର ଏବଂ ଏଲ. ହନୁମନ୍ଥିୟା । ଗତ ୨୦ ବର୍ଷ ମଧ୍ୟରେ ଓଡିଶାରୁ ପ୍ରଥମ ରାଜ୍ୟ ସଭା ସଦସ୍ୟ ଭାବେ ପାତ୍ରଙ୍କୁ ମନୋନୀତ କରାଯାଇଛି। ରାଜ୍ୟ ସଭା ଅଧିବେଶନ ବେଳେ ସେ ଆବଶ୍ୟକ ସ୍ଥଳେ ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ସଭା କାର୍ଯ୍ୟ ପରିଚାଳନା କରିବେ। ଏ ନେଇ ସସ୍ମିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ

ଭୁବନେଶ୍ୱର, ୮।୫(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଏମ୍‌ସ୍‌...

ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୬।୯: ଉତ୍ତର-ପୂର୍ବ ଏବଂ ତତ୍‌ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍‌ ସର୍କୁଲେସନ୍‌ ସୋମବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଓଡ଼ିଶା ଆନ୍ଧ୍ରପ୍ରଦେଶ...

ରାଜ୍ୟପାଳଙ୍କ ଦ୍ୱାରା ୨ ନୂଆ କୁଳପତି ନିଯୁକ୍ତ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ୨ଟି ବିଶ୍ୱବିଦ୍ୟାଳୟ ପାଇଁ ସୋମବାର କୁଳପତି ନିଯୁକ୍ତ ହୋଇଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଲାଗି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣିଙ୍କୁ ନିଯୁକ୍ତ କରାଯାଇଥିବା ବେଳେ...

ରାଜପଥରେ ମହିଳାଙ୍କ ଭ୍ୟାନିଟ୍‌ ଛଡ଼ାଇନେଲେ ଦୁର୍ବୃତ୍ତ

ବୋଲଗଡ,୨।୧୧(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବୋଲଗଡ ଥାନା ସୀମାନ୍ତରେ ଥିବା ବିଜୁପୁର ଗେଟ୍‌ ନିକଟ ୫୭ନଂ ଜାତୀୟ ରାଜପଥରେ ଶୁକ୍ରବାର ଅପରାହ୍ନରେ ପୁଅ ସହ ବାଇକରେ ଯାଉଥିବା...

ପ୍ରେମିକ ରାଜା ହତ୍ୟାକାରୀ: ବିବାହ କରିବାକୁ ଅମଙ୍ଗ ହେବାରୁ ନୀହାରିକାଙ୍କୁ ହତ୍ୟା

ଜଗତ୍‌ସିଂହପୁର ଅଫିସ,୨୧।୯: ନର୍ସ ନୀହାରିକା ପାତ୍ର ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ପ୍ରେମିକ ତଥା ହାଜିପୁରର କିଶୋର ଚନ୍ଦ୍ର ଆଞ୍ଚଲ(ରାଜା) ହିଁ ହତ୍ୟାକାରୀ। ଏନେଇ ଶନିବାର...

ଆଜି ଓଡ଼ିଶାରେ ପହଞ୍ଚିବ ଓଡିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥୀବ ଶରୀର

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଡିସେମ୍ବର ୮ରେ କୁନୁରରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ‘ସିଡିଏସ’ ବିପିନ ରାୱତଙ୍କ ସମେତ ୧୩ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ଥିବା ଓଡିଆ...

କୋଭିଡ୍‌-୧୯ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର,୩୦।୩(ବ୍ୟୁରୋ)- କରୋନା ମୁକାବିଲା ପାଇଁ ରାଜ୍ୟରେ ଜରୁରିକାଳୀନ ଭିତ୍ତିରେ କୋଭିଡ୍‌-୧୯ ହସ୍ପିଟାଲ ନିର୍ମାଣ ଚାଲିଛି। ରାଜ୍ୟ ସରକାରଙ୍କ ଏଭଳି ଏକ ବଳିଷ୍ଠ ପଦକ୍ଷେପକୁ ସାରା ଦେଶ...

ମଞ୍ଚେଶ୍ୱରରେ ଜଳିଗଲା ଟ୍ରକ୍‌

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ଏକ ଟ୍ରକ୍‌ ଶୁକ୍ରବାର ଜଳିଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ...

Advertisement
Archives

Model This Week