ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ଏକାଠି ହେଲେ ୧୩ ବ୍ଲକର ସରପଞ୍ଚ, ୪ ବର୍ଷର ବିକାଶ…

ପାଟଣା,୨୭।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସରପଞ୍ଚ ମହାସଂଘର ରବିବାର ପାଟଣା ବ୍ଲକ୍ ଡୁମୁରିଆ ପଂଚାୟତ ଘାଟ ବାଲି ଯୋଡ଼ି ସ୍ଥିତ ଭୀମ କୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାର ୧୩ବ୍ଲକର ୨୫୦ରୁ ଉର୍ଦ୍ଧ୍ବ ସରପଞ୍ଚ ସାମିଲ୍ ହୋଇଥିଲେ । ଜିଲା ସରପଞ୍ଚ ସଂଘ ସଭାପତି ଭାଗିରଥୀ ସିଂଙ୍କ ଅଧ୍ୟକ୍ଷତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଜିଲା ସଂପାଦକ ଭାଗିରଥି ସିଂ ସଂଯୋଜନା କରିଥିଲେ ।
ଏଥିରେ ସରପଞ୍ଚମାନଙ୍କ ୪ବର୍ଷର କାର୍ଯ୍ୟକାଳର ଉନ୍ନୟନ, ଅସୁବିଧା, ସମ୍ମୁଖିନ ହେଉଥିବା ସମସ୍ୟା ବିଷୟ ଉପରେ ଆଲୋଚନା କରିଥିଲେ । ଏହାସହ ଆଗାମୀ ୨ବର୍ଷ ପାଇଁ ହେବାକୁ ଥିବା କାର୍ଯ୍ୟ କ୍ରମ ଉପରେ ଆଲୋଚନା କରିଥିଲେ ପାଟଣା ବ୍ଲକ୍ ଟାଙ୍ଗରପଡ଼ା ସରପଞ୍ଚ ଅନିରୁଦ୍ଧ ନାଏକ, ମିରୀଖୋଜି ସରପଞ୍ଚ ମନ ମୋହନ୍ ବେହେରା, କଣ୍ଟିଆପଡ଼ା ସରପଞ୍ଚ ଲିନା ନାୟକ, ଚାକୁଣ୍ଡା ପାଳ ରକ୍ଷା ମଣି ନାଏକ, ପଲାପଣଘାଟିର ରାଉତ ମୁଣ୍ଡା, ସରାସ କୋଲାର ଭାବ ଗ୍ରାହି ନାଏକ, ଯମୁନା ପୋଷୀର ଶଶି ଭୂଷଣ ନାଏକ ପ୍ରମୁଖ ସାମିଲ ହୋଇଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?