ରିମାଣ୍ଡ ନୋହିଲା, ଆଜି ଆସିବେ ସର୍ବେଶ୍ୱର

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରମୁଖ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ରବିବାରଠାରୁ ୨ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ କୋର୍ଟ। ହେଲେ କାଗଜପତ୍ରଜନିତ କିଛି ସମସ୍ୟା ଯୋଗୁ କ୍ରାଇମବ୍ରାଞ୍ଚ ତାଙ୍କୁ ରିମାଣ୍ଡରେ ଆଣିପାରିନି। ସୋମବାରଠାରୁ ସେ ୨ ଦିନିଆ ରିମାଣ୍ଡରେ ଆସିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଟାଟା କମ୍ପାନୀରେ ନିଯୁକ୍ତି ନାଁରେ ଠକେଇ ସହ ପ୍ରଦୀପଙ୍କ ଆକାଉଣ୍ଟରେ ଟଙ୍କା କାରବାର ସଂକ୍ରାନ୍ତରେ ଅଧିକ ତଥ୍ୟ ପାଇବାକୁ ଆଶା ରଖିଛି କ୍ରାଇମ୍‌ବ୍ରାଞ୍ଚ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ, ଟାଟା କମ୍ପାନୀ ନାଁରେ ନିଯୁକ୍ତି ଜାଲିଆତି ଓ ଠକେଇ ମାମଲାରେ ତାଙ୍କ ପୁଅ ଆକାଶ ଏବଂ ଏସବୁ ଲିଙ୍କ୍‌ ସହ ବେଆଇନ ଅର୍ଥ କାରବାର ମାମଲାରେ ଆକାଶଙ୍କ ଭାବୀ ଶ୍ୱଶୁର ପ୍ରଦୀପ ଗିରଫ ହୋଇଥିଲେ। ଏହାପରେ ଠକେଇ ଓ ପ୍ରଦୀପଙ୍କ ଲିଙ୍କ୍‌ରେ ଗତ ୧୭ ତାରିଖରେ ସର୍ବେଶ୍ୱରଙ୍କୁ କ୍ରାଇମ୍‌ବ୍ରାଞ୍ଚ ବ୍ରହ୍ମପୁରରୁ ଗିରଫ କରିଥିଲା। ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ସର୍ବେଶ୍ୱରଙ୍କ ଜାମିନ ନାମଞ୍ଜୁର ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ସମସ୍ତେ ଏବେ ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଅଛନ୍ତି। ପୂର୍ବରୁ ଅଭୟକାନ୍ତ, ପ୍ରଦୀପ ଓ ଆକାଶ ରିମାଣ୍ଡରେ ଆସିଥିଲେ। ସେହିଭଳି ଆକାଶଙ୍କ ବ୍ୟକ୍ତିଗତ ସହାୟକ ପିଟର ଡେଭିଡ୍‌ଙ୍କୁ ମଧ୍ୟ ପୁଣେରୁ ଆଣି ପଚରାଉଚରା ପରେ ଛାଡ଼ି ଦିଆଯାଇଥିଲା। ଏବେ ସର୍ବେଶ୍ୱରଙ୍କଠାରୁ ସବୁ ଗୁମର ଖୋଲିବାକୁ ଉଦ୍ୟମ ଚଳାଇଛି କ୍ରାଇମବ୍ରାଞ୍ଚ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର ଜିଲା ସରକାରୀ ଡାକ୍ତରଖାନାରେ ଦିଆଯାଉଛି ଏକ୍ସପାଏରି ସାଲାଇନ

ସମ୍ବଲପୁର,୧ା୩(ବ୍ୟୁରୋ):ସମ୍ବଲପୁର ଜିଲା ସଦର ଡାକ୍ତରଖାନା (ଡିଏଚ୍‌ଏଚ୍‌)ରେ ରୋଗୀସେବାରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଏହାର ନମୁନା ଦେଖିବାକୁ ମିଳିଛି। ଜଣେ ରୋଗୀଙ୍କୁ ଏକ୍ସପାଏରି ସାଲାଇନ ଦିଆଯିବା...

ତପନ ମିଶ୍ରଙ୍କୁ ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଦେଶର ପର୍ଯ୍ୟଟନ ଶିଳ୍ପକୁ ସର୍ବକାଳୀନ ଅବଦାନ ପାଇଁ  ଜଗତସିଂହପୁର ଜିଲା ନାରଦୀୟା ଗ୍ରାମରେ ଜନ୍ମିତ ତପନ କୁମାର ମିଶ୍ରଙ୍କୁ ୨୦୧୮ ମସିହା ପାଇଁ...

ରାଜ୍ୟରେ ଚିହ୍ନଟ ହେଲେ ୧୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ରାଜ୍ୟରେ ଶନିବାର ୧୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

କୁମାରଖୁଣ୍ଟିକୁ ଆସିଲା ନରହନ୍ତା ଦନ୍ତା

ବାରଙ୍ଗ,୨୯ା୧(ଡି.ଏନ୍‌.ଏ.): ଯାଜପୁରରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିକୁ ଅଣାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ହାତୀକୁ ଗୋଡ଼ିବାଲି ଦେଇ କୁମାରଖୁଣ୍ଟିକୁ ଅଣାଯାଇଥିଲା।...

ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ,...

ଓଡ଼ିଶା ବୃତ୍ତିଗତ ଶିକ୍ଷାନୁଷ୍ଠାନ ବିଲ୍‌ ପାରିତ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ହଟ୍ଟଗୋଳ ମଧ୍ୟରେ ଶୁକ୍ରବାର ବିଧାନସଭାରେ ଓଡ଼ିଶା ବୃତ୍ତିଗତ ଶିକ୍ଷାନୁଷ୍ଠାନ (ରେଗୁଲେଶନ ଅଫ୍‌ ଆଡ୍‌ମିଶନ ଆଣ୍ଡ ଫିକ୍ସେଶନ ଅଫ୍‌ ଫି) ସଂଶୋଧନ ବିଲ୍‌-୨୦୨୧ ବାଚନିକ ମତଦାନରେ...

ଏକାଦଶ, ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ନେଇପାରନ୍ତି ଏଭଳି ନିଷ୍ପତ୍ତି

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଶିକ୍ଷା ପାଇଁ ଅନେକ ସମୟରେ ଟଙ୍କା ବାଧକ ସାଜୁଛି। ଏଥିଲାଗି କେତେକ ମେଧା ଛାତ୍ରୀଛାତ୍ର ସ୍ବପ୍ନ ପୂରଣ କରିବାକୁ ଅସମର୍ଥ ହେଉଛନ୍ତି। ତେଣୁ ଏହାକୁ...

ଅବପାତ ରୂପ ନେଲା ଲଘୁଚାପ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ରବିବାର ଅବପାତ(ଡିପ୍ରେଶନ)ରେ ପରିଣତ ହୋଇଛି। ଏହା ବିଶାଖାପାଟଣା ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ...

Advertisement
Archives

Model This Week