Posted inଖେଳ

ଜାମିନରେ ମୁକୁଳି ପୃଥ୍ବୀ ଶ’ଙ୍କ ନାମରେ ମାମଲା ରୁଜୁ କଲେ ସପ୍‌ନା

ମୁମ୍ବାଇ,୨୧ା୨: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ ଅଡୁଆ ବଢ଼ିଛି। ମଙ୍ଗଳବାର ମୁମ୍ବାଇର ଏକ ସେସନ୍ସ କୋର୍ଟରୁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ସପ୍‌ନା ଗିଲଙ୍କୁ ଜାମିନ ମିଳିଥିଲା। ଏହା ପରେ ସେ ପୃଥ୍ବୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ପୃଥ୍ବୀ ଓ ଅନ୍ୟମାନେ ତାଙ୍କର ସମ୍ମାନ ହାନି କରିବା ସହିତ ଅସଦାଚରଣ କରିଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି। ପୃଥ୍ବୀ ମାରଣାସ୍ତ୍ର ସହିତ ତାଙ୍କୁ ଆକ୍ରମଣ କରିଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ସପ୍‌ନାଙ୍କ ଏଫ୍‌ଆଇଆର୍‌ ଆଧାରରେ ପୋଲିସ ଆଇପିସିର ଧାରା ୩୪, ୧୨୦ ଏ, ୧୪୪, ୧୪୬, ୧୪୮, ୧୪୯, ୩୨୩, ୩୨୪, ୩୫୧, ୩୫୪ ଓ ୫୦୯ରେ ମାମଲା ରୁଜୁ କରିଛି। ଏହାସହିତ ମୋଟର ଭେହିକିଲ ଆକ୍ଟ ୧୯୮୮ର ଧାରା ୧୮୪ ଅନୁଯାୟୀ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିଫାଇନାଲରେ ଭାରତ; ଫେବୃୟାରୀ ୨ରେ ଅଷ୍ଟ୍ରେଲିଆକୁ ଭେଟିବ

ଆଣ୍ଟିଗୁଆ, ୩୦।୧- ଭାରତ ଚଳିତ ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଭାରତ ୫...

ଅନ୍ତିମ ବଲରେ ମ୍ୟାଚ୍‌ ଛଡ଼ାଇ ଆଣିଲେ ଶାହରୁଖ ଖାନ

ନୂଆଦିଲ୍ଲୀ,୨୨।୧୧: ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ଟ୍ରଫି ହାତେଇଛି ତାମିଲନାଡୁ। ସୋମବାର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକ ଫାଇନାଲରେ ତାମିଲନାଡୁ ୪...

ଇତିହାସ ରଚିଲା ବାଂଲାଦେଶ

ଅକଲାଣ୍ଡ,୫।୧: ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଂଲାଦେଶ ୮ ଉଇକେଟରେ ଜିତିଛି। ଟେଷ୍ଟ କ୍ରିକେଟରେ...

୧୪୫ ବର୍ଷର କ୍ରିକେଟ ଇତିହାସରେ ଦ୍ୱିତୀୟ ଥର ପାଇଁ ଘଟିଲା ଏମିତି

ଗ୍ରେନେଡା,୨୫।୩: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡକୁ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ଇଂଲଣ୍ଡ ଦଳର ସମ୍ମାନ ବଞ୍ଚାଇ ଦେଇଥିଲା...

ଆଇପିଏଲ-୨୦୨୦: ସ୍ପିନ ଚ୍ୟାଲେଞ୍ଜ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ର ୩ଟି ଷ୍ଟାଡିୟମ ଦୁବାଇ, ଆବୁଧାବି ଓ ଶାରଜାରେ ଅନୁଷ୍ଠିତ ହେବାକୁ ଯାଉଛି। ୟୁଏଇ ପରିବେଶରେ...

ପୃଥ୍ବୀ ଶ’ଙ୍କ ବିକଳ୍ପ କେ.ଏଲ୍‌; ଶାମିଙ୍କ ସ୍ଥାନରେ ଖେଳନ୍ତୁ ନବଦୀପ

ନୂଆଦିଲ୍ଲୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଭାରତୀୟ ଟିମ୍‌ର ଓପନିଂକୁ ନେଇ ପ୍ରଶ୍ନ ଉଠୁଛି। ଏବେ ପୃଥ୍ବୀ ଶଙ୍କ ସ୍ଥାନରେ କେ.ଏଲ୍‌....

ଶିଖର ଧାୱନଙ୍କୁ ମିଳିଲା ପୁଣି ନୂଆ ଦାୟୀତ୍ୱ

ଚଣ୍ଡିଗଡ଼,୪।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୩ ସଂସ୍କରଣ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ହଟାଇ ତାଙ୍କ ସ୍ଥାନରେ ଶିଖର ଧାୱନଙ୍କୁ ନୂତନ ଅଧିନାୟକ...

ଦୀପିକାଙ୍କ ସହ ଡେଟ୍‌ରେ ଯିବାକୁ ଚାହୁଁଛନ୍ତି ଏହି ଭାରତୀୟ ଖେଳାଳି

ଭାରତୀୟ କ୍ରିକେଟର ଅକ୍ଷର ପଟେଲ ଟେଷ୍ଟ ସିରିଜ୍‌ରୁ ଡେବ୍ୟୁ କରିବା ପରେ ଚର୍ଚ୍ଚାରେ ରହିଛନ୍ତି। ବାମ ହାତି ସ୍ପିନର ଅକ୍ଷର ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା...

Advertisement
Archives

Model This Week