Posted inଜାତୀୟ

ସଂସଦ ରତ୍ନ ପୁରସ୍କାର-୨୦୨୩ ଘୋଷଣା: ଟି.କେ. ରଙ୍ଗରାଜନଙ୍କୁ ଜୀବନବ୍ୟାପୀ ସଫଳତା ସମ୍ମାନ…

ନୂଆଦିଲ୍ଲୀ,୨୧।୨ : ସଂସଦ ରତ୍ନ ପୁରସ୍କାର-୨୦୨୩ ଘୋଷଣା ମଙ୍ଗଳବାର କରାଯାଇଛି। ୧୩ ଏମ୍‌ପି, ୨ ସଂସଦୀୟ କମିଟି ଏବଂ ଗୋଟିଏ ଜୀବନବ୍ୟାପୀ ସଫଳତା ପୁରସ୍କାର ଘୋଷଣା କରାଯାଇଛି। ପୂର୍ବତନ ସିପିଏମ ରାଜ୍ୟସଭା ସଦସ୍ୟ ଟି.କେ ରଙ୍ଗରାଜଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି। ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ନାମରେ ନାମିତ ହୋଇଛି। ସେ ଏହି ପୁରସ୍କାର ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ ।

କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ନେତୃତ୍ୱରେ ତଥା ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ କୃଷ୍ଣମୂର୍ତ୍ତିଙ୍କ ସହ-ଅଧ୍ୟକ୍ଷତାରେ ନାଗରିକ ସମାଜ ତଥା ସଂସଦୀୟ ଦଳର ଏକ ଖଣ୍ଡପୀଠ ଏହି ଏମ୍‌ପିମାନଙ୍କୁ ମନୋନୀତ କରିଛନ୍ତି। ବିଶିଷ୍ଟ ଏମ୍‌ପି ତଥା ନାଗରିକ ସମାଜର ସଦସ୍ୟମାନେ ମଧ୍ୟ ଏହି କମିଟିରେ ଅନ୍ତର୍ଭୁକ୍ତ ହୋଇଥିଲେ।

୧୩ ଜଣ ଏମ୍‌ପିଙ୍କ ମଧ୍ୟରେ, ଆଠ ଜଣ ଲୋକସଭା  ଏବଂ ପାଞ୍ଚଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏଥିରେ ତିନିଜଣ ପୂର୍ବତନ ଏମ୍‌ପି ଅଛନ୍ତି। ଜୟନ୍ତ ସିହ୍ନାଙ୍କ ନେତୃତ୍ୱରେ ଲୋକସଭାର ଆର୍ଥିକ ସଂସଦୀୟ କମିଟି ଏବଂ ବିଜୟ ସାଇ ରେଡ୍ଡୀଙ୍କ ନେତୃତ୍ୱରେ ରାଜ୍ୟସଭାର ପର୍ଯ୍ୟଟନ, ପରିବହନ ଏବଂ ସଂସ୍କୃତି ଉପରେ ସ୍ଥାୟୀ କମିଟିକୁ ସାଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି।

 

ଲୋକସଭା ଏମ୍‌ପିଙ୍କ ମଧ୍ୟରେ କଂଗ୍ରେସର ଅଧିର ରଞ୍ଜନ ଚୌଧୁରୀ, ଭାଜପାର ବିଦ୍ୟୁତ ବରନ ମହତୋ, ଭାଜପାର ଡ. ସୁକାନ୍ତ ମଜୁମଦାର, କଂଗ୍ରେସର କୁଲଦୀପ ରାୟ ଶର୍ମା, ଭାଜପା ଏମ୍‌ପି ହିନା ବିଜୟକୁମାର ଗାଭିତ, ଭାଜପାର ଗୋପାଳ ଶେଟ୍ଟୀ, ଭାଜପାର ସୁଧୀର ଗୁପ୍ତା ଏବଂ ଏନସିପିର ଡ. ଆମୋଲ ରାମସିଂହ କୋହ୍ଲେ ଅଛନ୍ତି। ସଦସ୍ୟମାନଙ୍କୁ ବିଭିନ୍ନ ବର୍ଗ ଅଧୀନରେ ୧୭ ତମ ଲୋକସଭାରେ ପ୍ରଦର୍ଶନ ଆଧାରରେ ପୁରସ୍କୃତ କରାଯାଇଛି। ଯେଉଁଥିରେ ପ୍ରଶ୍ନ, ବ୍ୟକ୍ତିଗତ ବିଲ, ବିତର୍କରେ ଅଂଶଗ୍ରହଣ ଇତ୍ୟାଦି ଅନ୍ତର୍ଭୁକ୍ତ ।

ରାଜ୍ୟସଭା ଏମପିଙ୍କ ମଧ୍ୟରେ ସିପିଆଇଏମର ଡ. ଜନ ବ୍ରିଟ୍ସ, ଆରଜେଡିର ମନୋଜ ଝା, ଏନସିପିର ଫୈଜିଆ ତେହସିନ ଅହମ୍ମଦ ଖାନ, ସମାଜବାଦୀ ପାର୍ଟିର ବିଶ୍ୱମ୍ବର ପ୍ରସାଦ ନିଶାଦ ଏବଂ କଂଗ୍ରେସର ଛାୟା ବର୍ମାଙ୍କୁ ଏହି ପୁରସ୍କାର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?