Posted inଜାତୀୟ

ସଞ୍ଜୟ ରାଉତ ୨୨ ଅଗଷ୍ଟ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ…

ମୁମ୍ବାଇ, ୮।୮ : ଶିବସେନାର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କୁ ଅଗଷ୍ଟ ୨୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଛି। ତେବେ କୋର୍ଟ ତାଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିଛନ୍ତି। ନ୍ୟାୟିକ ହେପାଜତରେ ଔଷଧ ଏବଂ ଘର ତିଆରି ଖାଦ୍ୟ ଯୋଗାଇବାକୁ ମଧ୍ୟ କୋର୍ଟ ଅନୁମତି ଦେଇଛନ୍ତି। ବାସ୍ତବରେ ସଞ୍ଜୟ ରାଉତଙ୍କ ଆଇନଜୀବୀ କୋର୍ଟରେ କାଗଜପତ୍ର ଦାଖଲ କରିଥିଲେ ଯେ ସଞ୍ଜୟଙ୍କର ସ୍ବାସ୍ଥ୍ୟ ଖରାପ ରହିଛି। ଏହା ଆଧାରରେ ଶିବସେନା ନେତାଙ୍କୁ ଘର ଖାଦ୍ୟ ଏବଂ ଔଷଧ ଦେବା ପାଇଁ ଅନୁମତି ମିଳିଛି।

ସଞ୍ଜୟ ରାଉତଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେବାକୁ କୋର୍ଟ ଆର୍ଥର ରୋଡ ଜେଲର ଅଧୀକ୍ଷକଙ୍କୁ କହିଛନ୍ତି ଯାହା ଦ୍ୱାରା ତାଙ୍କ ପାଇଁ ବ୍ୟବସ୍ଥା କରାଯିବ। ଅଦାଲତର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସଞ୍ଜୟ ରାଉତଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ।

 

ଗତ ଶୁଣାଣି ସମୟରେ ଇଡି ତାଙ୍କ ରିମାଣ୍ଡର ସମୟ ବଢ଼ାଇବା ପାଇଁ ଚେଷ୍ଟା କରିଥିଲେ। ଯାହା କୋର୍ଟଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା ଏବଂ ରିମାଣ୍ଡକୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହି ମାମଲାର ଶୁଣାଣି ବେଳେ ବିଚାରପତି ସଞ୍ଜୟ ରାଉତଙ୍କୁ ପଚାରିଥିଲେ ଯେ ଆପଣଙ୍କର କୌଣସି ଅସୁବିଧା ଅଛି କି? ଏହା ଉପରେ ସେ କହିଥିଲେ ଯେ ଯେଉଁଠାରେ ତାଙ୍କୁ ରଖାଯାଇଥିଲା, ସେଠାରେ କୌଣସି ଭେଣ୍ଟିଲେଶନ ନାହିଁ। ଏହି ପ୍ରସଙ୍ଗରେ କୋର୍ଟ ପୋଲିସଠାରୁ ଜବାବ ମାଗିଥିଲେ।

ଉପାନ୍ତ ସହର ଗୋରେଗାଓଁରେ ପାତ୍ରା ଚାଲ ପୁନର୍ନିର୍ମାଣରେ ଆର୍ଥିକ ଅନିୟମିତତା ତଥା ତାଙ୍କ ସ୍ତ୍ରୀ ଏବଂ ସମ୍ପୃକ୍ତ ସହଯୋଗୀଙ୍କ ସମ୍ପତ୍ତିକୁ ନେଇ ଆର୍ଥିକ କାରବାର ଅଭିଯୋଗରେ ରାଉତଙ୍କୁ ମଧ୍ୟରାତ୍ରରେ କେନ୍ଦ୍ରୀୟ ଏଜେନ୍ସି ଗିରଫ କରିଥିଲା। ସୋମବାର ଇଡି ପ୍ରିଭେନଶନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) କୋର୍ଟର ବିଚାରପତି ଏମ ଜି ଦେଶପାଣ୍ଡେଙ୍କ ସମ୍ମୁଖ୍‌ରେ ସଞ୍ଜୟଙ୍କୁ ହଜର କରାଯାଇଥିଲା। ଇଡ଼ି ଆଠ ଦିନର ହେପାଜତ ମାଗିଥିଲେ ମଧ୍ୟ କୋର୍ଟ ଶିବସେନା ନେତାଙ୍କୁ ଅଗଷ୍ଟ ୪ ପର୍ଯ୍ୟନ୍ତ ହେପାଜତକୁ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?