Posted inଜାତୀୟ

ୟୁପି ସରକାରଙ୍କ ଜନସଂଖ୍ୟା ନୀତିକୁ ସମର୍ଥନ କଲେ ସଞ୍ଜୟ

ମୁମ୍ବାଇ,୧୮ ।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିଛିଦିନ ପୂର୍ବରୁ ଉତ୍ତର ପ୍ରଦେଶ ଜନତସଂଖ୍ୟା ନୀତି ୨୦୨୧-୨୦୩୦ ଜାରି କରିଥିଲେ । ଏହି ସମୟରେ ସେ କହିଥିଲେ ଜନସଂଖ୍ୟା ବୃଦ୍ଧି ସମାଜରେ ଅସମାନତା ଓ ଅନ୍ୟ ସମସ୍ୟାର ମୂଳ କାରଣ । ସମାଜର ଉନ୍ନତି ପାଇଁ ଜନସଂଖ୍ୟା ନିୟନ୍ତ୍ରଣକୁ ପ୍ରାଥମିକତା ଦେବା ଦରକାର । ଏବେ ଶିସେନାର ପ୍ରବକ୍ତା ତଥା ସାଂସଦ ସଞ୍ଜୟ ରାଉତ ଉତ୍ତର ପ୍ରଦେଶ ସରକାରଙ୍କ ଏହି ଜନସଂଖ୍ୟା ନୀତିକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ତାଙ୍କ ଦଳ ଉତ୍ତର ପ୍ରଦେଶରେ ଲାଗୁ ହୋଇଥିବା ଜନସଂଖ୍ୟା ନୀତି ଉପରେ ବିଷ୍ଳେଷଣ କରିବ ଓ ପରେ ଏହାକୁ ରାଷ୍ଟ୍ରୀୟ ସ୍ତରରେ ଚର୍ଚ୍ଚା ପାଇଁ ବିଚାର କରିବ । ସଞ୍ଜୟ କହିଛନ୍ତି ଖାଲି ନିର୍ବାଚନକୁ ଆଖି ଆଗରେ ରଖି ଏହି ଜନସଂଖ୍ୟା ନୀତିକୁ ଜାରି କରାଯାଇ ନାହିଁ, ବରଂ ଉତ୍ତର ପ୍ରଦେଶ ଓ ବିହାରରେ ଅଧିକ ଜନସଂଖ୍ୟା ଅନ୍ୟରାଜ୍ୟରେ ପ୍ରଭାବ ପକାଉଛି । ଯୋଗୀ ପୂର୍ବରୁ ଏହି ନୀତିକୁ ନେଇ କହିଥିଲେ ଏହା କେବଳ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବ ତା’ନୁହେଁ ବରଂ ମାତୃ ଓ ଶିଶୁ ମୃତ୍ୟୁ ହାର କମ୍ କରିବ । ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଲାଗୁ ହୋଇଥିବା ଜନସଂଖ୍ୟା ନୀତି ଅଧାରରେ ଦୁଇରୁ ଅଧିକ ସନ୍ତାନ ଥିଲେ କୌଣସି ସରକାରୀ ସୁବିଧା ଦିଆଯିବ ନାହିଁ । ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ, ସରକାରୀ ଚାକିରି କରିପାରିବେ ନାହିଁ, ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସବସିଡି ବି ପାଇ ପାରିବେ ନାହିଁ ।

 


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?