ବନ୍ୟାଞ୍ଚଳରେ ବଣ୍ଟାଯିବ ସାନିଟାରି ନାପ୍‌କିନ

ଭୁବନେଶ୍ୱର, ୨୩।୮(ବ୍ୟୁରୋ):ବନ୍ୟା ପ୍ରଭାବିତ ଅଞ୍ଚଳରେ ମହିଳାଙ୍କୁ ମାଗଣାରେ ସାନିଟାରି ନାପ୍‌କିନ ଦିଆଯିବ। ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି)ଙ୍କ ପକ୍ଷରୁ ଯୁଗ୍ମ ସ୍ବତନ୍ତ୍ର ରିଲିଫ୍‌୍‌ କମିଶନର ପଦ୍ମନାଭ ବେହେରା ବନ୍ୟା ପ୍ରଭାବିତ ଜିଲାର ଜିଲାପାଳଙ୍କୁ ଚିଠି ଲେଖି ମାଗଣାରେ ନାପ୍‌କିନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅତ୍ୟାବଶ୍ୟକ ବା ଜରୁରିକାଳୀନ ରିଲିଫ୍‌ କିଟ୍‌ ଭାବେ ମହିଳାଙ୍କୁ ସାନିଟାରି ନାପ୍‌କିନ ବଣ୍ଟନ ପାଇଁ ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଜିଲାପାଳଙ୍କୁ କୁହାଯାଇଛି। ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ନୟାଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ବୌଦ୍ଧ ଆଦି ୧୦ ଜିଲାରେ ସାନିଟାରି ନାପ୍‌କିନ ବଣ୍ଟାଯିବ। ଏହି ନାପ୍‌କିନ ବଣ୍ଟନ ବାବଦ ଖର୍ଚ୍ଚ ଏସ୍‌ଆର୍‌ସିଙ୍କ ଦ୍ୱାରା ବହନ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ, ଲଗାତର ଲଘୁଚାପ ଫଳରେ ରାଜ୍ୟରେ ଏବେ ୧୪ ଜିଲା ବନ୍ୟାର ସମ୍ମୁଖୀନ ହୋଇଛି। କେଉଁଠି ଘରେ ପାଣି ପଶିଯାଇଛି ତ, ଆଉ କେଉଁଠି ଗାଁ ସମ୍ପୂର୍ଣ୍ଣ ପାଣିରେ ବୁଡ଼ି ରହିଛି। ରାସ୍ତାରେ ପାଣି ଚାଲିବା ଓ ଘାଇ ହେବା ଦ୍ୱାରା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବନ୍ୟାରେ ପ୍ରାୟ ୮ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ୍‌୍‌ ବଣ୍ଟନ କରାଯାଉଛି। ୩୨୪ଟି ରିଲିଫ୍‌ କେନ୍ଦ୍ରରେ ୧ଲକ୍ଷ ୨୪ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଦିଆଯାଉଛିି। ଏପରି ସ୍ଥିତିରେ ବନ୍ୟାଞ୍ଚଳରେ କିଶୋରୀ ଓ ମହିଳାଙ୍କ ଋତୁଶ୍ରାବଜନିତ ସମସ୍ୟା ଚିନ୍ତା ବଢ଼ାଇଛି। ଜଳବନ୍ଦୀ ସମସ୍ୟା ଯୋଗୁ ଲୋକେ ଘରୁ ଗୋଡ଼ ବାହାର କରିପାରୁ ନାହାନ୍ତି। ତେଣୁ ବହୁ ମହିଳାଙ୍କ ପାଖରେ ସାନିଟାରି ନାପ୍‌କିନ ନ ଥିବାରୁ ଅଧିକାଂଶ କପଡ଼ା ବ୍ୟବହାର କରୁଥିବା ନଜରକୁ ଆସିଛି। ତେଣୁ ମହିଳାଙ୍କ ସ୍ବଚ୍ଛତାକୁ ଗୁରୁତ୍ୱ ଦେଇ ବନ୍ୟା ରିଲିଫ୍‌ ସାମଗ୍ରୀରେ ସାନିଟାରି ନାପ୍‌କିନକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଦାବି କରିଥିଲେ। ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଇ ରିଲିଫ୍‌ ସାମଗ୍ରୀରେ ଜରୁରିକାଳୀନ ସାମଗ୍ରୀ ଭାବେ ସାନିଟାରି ନାପ୍‌କିନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ବିଶେଷକରି ବନ୍ୟା ପ୍ରଭାବିତ ଅଞ୍ଚଳରେ କିଶୋରୀ ଓ ମହିଳାମାନେ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଏହି ଜିଲାରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ

ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ...

ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ୍‌ : ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର,୪।୧୧ (ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଖୁବ୍‌ଶୀଘ୍ର ଝାରପଡ଼ା ଜେଲରୁ ମୁକୁଳିବେ। ପୂର୍ବରୁ...

୨୧ ବର୍ଷ ପରେ ପୋଲିସ ଇନ୍ସପେକ୍ଟରଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର, ୪ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ୨୧ ବର୍ଷ ପରେ ଏକ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌...

କମେଣ୍ଟମରାକୁ ନେଇ ଛାତ୍ର-ଅଣଛାତ୍ର ମାରପିଟ୍‌

ରାୟଗଡ଼ା,୪।୧୨(ଆଶିଷ ରଞ୍ଜନ ପଣ୍ଡା): କମେଣ୍ଟମରାକୁ କେନ୍ଦ୍ର କରି ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ସୋମବାର ମାରପିଟ୍‌ ହୋଇଛି । ଖବରପାଇ ପୋଲିସ...

ବାତ୍ୟା ମିଗଜୋମ୍‌ ଲାଗି ଚାଷୀଙ୍କୁ ସତର୍କ

ବୁଗୁଡା,୪ା୧୨(କାଳି ଚରଣ ଦାଶ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମିଗଜୋମ୍‌ର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଅନେକ ସ୍ଥାନରେ ଜଳାର୍ଣ୍ଣବ...

ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇଲେ ସରକାର

ଭୁବନେଶ୍ୱର,୪ା୧୨: କଟକର ପ୍ରସିଦ୍ଧ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଐତିହାସିକ ବାଲିଯାତ୍ରାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri