ବନ୍ୟାଞ୍ଚଳରେ ବଣ୍ଟାଯିବ ସାନିଟାରି ନାପ୍‌କିନ

ଭୁବନେଶ୍ୱର, ୨୩।୮(ବ୍ୟୁରୋ):ବନ୍ୟା ପ୍ରଭାବିତ ଅଞ୍ଚଳରେ ମହିଳାଙ୍କୁ ମାଗଣାରେ ସାନିଟାରି ନାପ୍‌କିନ ଦିଆଯିବ। ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି)ଙ୍କ ପକ୍ଷରୁ ଯୁଗ୍ମ ସ୍ବତନ୍ତ୍ର ରିଲିଫ୍‌୍‌ କମିଶନର ପଦ୍ମନାଭ ବେହେରା ବନ୍ୟା ପ୍ରଭାବିତ ଜିଲାର ଜିଲାପାଳଙ୍କୁ ଚିଠି ଲେଖି ମାଗଣାରେ ନାପ୍‌କିନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅତ୍ୟାବଶ୍ୟକ ବା ଜରୁରିକାଳୀନ ରିଲିଫ୍‌ କିଟ୍‌ ଭାବେ ମହିଳାଙ୍କୁ ସାନିଟାରି ନାପ୍‌କିନ ବଣ୍ଟନ ପାଇଁ ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଜିଲାପାଳଙ୍କୁ କୁହାଯାଇଛି। ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ନୟାଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ବୌଦ୍ଧ ଆଦି ୧୦ ଜିଲାରେ ସାନିଟାରି ନାପ୍‌କିନ ବଣ୍ଟାଯିବ। ଏହି ନାପ୍‌କିନ ବଣ୍ଟନ ବାବଦ ଖର୍ଚ୍ଚ ଏସ୍‌ଆର୍‌ସିଙ୍କ ଦ୍ୱାରା ବହନ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ, ଲଗାତର ଲଘୁଚାପ ଫଳରେ ରାଜ୍ୟରେ ଏବେ ୧୪ ଜିଲା ବନ୍ୟାର ସମ୍ମୁଖୀନ ହୋଇଛି। କେଉଁଠି ଘରେ ପାଣି ପଶିଯାଇଛି ତ, ଆଉ କେଉଁଠି ଗାଁ ସମ୍ପୂର୍ଣ୍ଣ ପାଣିରେ ବୁଡ଼ି ରହିଛି। ରାସ୍ତାରେ ପାଣି ଚାଲିବା ଓ ଘାଇ ହେବା ଦ୍ୱାରା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବନ୍ୟାରେ ପ୍ରାୟ ୮ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ୍‌୍‌ ବଣ୍ଟନ କରାଯାଉଛି। ୩୨୪ଟି ରିଲିଫ୍‌ କେନ୍ଦ୍ରରେ ୧ଲକ୍ଷ ୨୪ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଦିଆଯାଉଛିି। ଏପରି ସ୍ଥିତିରେ ବନ୍ୟାଞ୍ଚଳରେ କିଶୋରୀ ଓ ମହିଳାଙ୍କ ଋତୁଶ୍ରାବଜନିତ ସମସ୍ୟା ଚିନ୍ତା ବଢ଼ାଇଛି। ଜଳବନ୍ଦୀ ସମସ୍ୟା ଯୋଗୁ ଲୋକେ ଘରୁ ଗୋଡ଼ ବାହାର କରିପାରୁ ନାହାନ୍ତି। ତେଣୁ ବହୁ ମହିଳାଙ୍କ ପାଖରେ ସାନିଟାରି ନାପ୍‌କିନ ନ ଥିବାରୁ ଅଧିକାଂଶ କପଡ଼ା ବ୍ୟବହାର କରୁଥିବା ନଜରକୁ ଆସିଛି। ତେଣୁ ମହିଳାଙ୍କ ସ୍ବଚ୍ଛତାକୁ ଗୁରୁତ୍ୱ ଦେଇ ବନ୍ୟା ରିଲିଫ୍‌ ସାମଗ୍ରୀରେ ସାନିଟାରି ନାପ୍‌କିନକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଦାବି କରିଥିଲେ। ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଇ ରିଲିଫ୍‌ ସାମଗ୍ରୀରେ ଜରୁରିକାଳୀନ ସାମଗ୍ରୀ ଭାବେ ସାନିଟାରି ନାପ୍‌କିନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ବିଶେଷକରି ବନ୍ୟା ପ୍ରଭାବିତ ଅଞ୍ଚଳରେ କିଶୋରୀ ଓ ମହିଳାମାନେ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri