
ଛତ୍ରପୁର,୧।୭: ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଗୋବା ଗ୍ରାମରେ ଗ୍ରାମ କମିଟି ଗଠନକୁ ନେଇ ସଂଘବଧ ଭାବେ ଆକ୍ରମଣ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତ ଜଣକ ହେଲେ ଗୋବା ଗ୍ରାମର ତୋଫାନ ସ୍ବାଇଁ ଆହତମାନେ ହେଲେ ସୁଧୀର ସାଇଁ, ନନ୍ଦ ବାରିକ, ରାହୁଲ ସ୍ବାଇଁ । ସୂଚନା ମୁତାବକ ଗ୍ରାମରେ ଗ୍ରାମ କମିଟି ଗଠନକୁ ନେଇ ଗୋବା ଗ୍ରାମ ଛକ ନିକଟରେ ବାଇକରେ ୧୦ ଜଣ ଆସି ଠେଙ୍ଗା ଓ ଖଣ୍ଡାରେ ଆକ୍ରମଣ କରିଥିଲେ। ଗୁରୁତର ଆହତ ମାନଙ୍କୁ ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା ।ସେଠାରେ ତୋଫାନ ସ୍ବାଇଁ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ଛତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମେ ପହଞ୍ଚିି ଘଟଣାର ଅନୁଧ୍ୟାନ କରୁଛନ୍ତି।