ଚଳଚଞ୍ଚଳ ହେଉଛି ସାନଘାଗରା

କେନ୍ଦୁଝର, ୪ା୧୦ (ସ୍ବ.ପ୍ର.): କୋଭିଡ କଟକଣା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ସାନଘାଗରା ଜଳପ୍ରପାତ ପର୍ଯ୍ୟଟନ କେନ୍ଦ୍ର ଖୋଲିବା ପରେ ଧୀରେ ଧୀରେ ଅବସ୍ଥା ସ୍ବାଭାବିକ ହେବାକୁ ଲାଗିଛି। ଯଦିଓ ପର୍ଯ୍ୟଟନ ଋତୁ ଆସି ଗଲାଣି ତେବେ ଆଗଭଳି ପର୍ଯ୍ୟଟକ ଙ୍କ ଭିଡ ଦେଖିବାକୁ ମିଳୁନାହିଁ। ବହୁତ କମ ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଥିଲେ ହେଁ ଭୋଜିଭାତ କରି ମଜାମଜଲିସ କରିପାରୁନାହନ୍ତି। ଫଳରେ ପର୍ଯ୍ୟଟନ କେନ୍ଦ୍ର ପରିସର କାଁ ଭାଁ ଲାଗୁଛି ା ନା ଶୁଭୁଛି ମାଇକ/ଡିଜେ ଗୀତ, ନା ଦେଖିବାକୁ ମିଳୁଛି ନାଚ ଗୀତ ା
ତେବେ ଆଗକୁ ପରିସ୍ଥିତି ସୁଧୁରିବ ଏବଂ ଆଗଭଳି ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ବୋଲି ମତ ପ୍ରକାଶ ପାଉଛି। ସାନଘାଗରାର ମନୋରମ ଜଳପ୍ରପାତ ବୁଲି ଦେଖିବା ସହ ଚାରିପାଖର ପ୍ରାକୃତିକ ସବୁଜ ବନାନୀର ସାୈନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। ସେହିପରି ଏହା ପରିସରରେ ଥିବା ହ୍ରଦ ରେ ବୋଟିଂର ମଜା ନେଉଛନ୍ତି। ଆଗରୁ ବୋଟିଂ ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡୁଥିଲା। ଏବେ କିନ୍ତୁ ପ୍ରାୟ ବୋଟ ସବୁ ଖାଲି ପଡ଼ୁଛି। ଗୋଟିଏ/ଦୁଇଟି ବୋଟ ରେ ପର୍ଯ୍ୟଟକ ମାନେ ମନ ଖୁସିରେ ବୁଲୁଛନ୍ତି। କଟକରୁ ଆସିଥିବା ଜଣେ ପର୍ଯ୍ୟଟକ ବାବୁଲା ସାହୁ କହିଛନ୍ତି, କୋଭିଡ ପାଇଁ ପରିସର ମଳିନ ପଡିଯାଇଛି। ଭିଡ଼ ନାହିଁ ା ଆଗଭଳି ସ୍ବରଶବ୍ଦ ଓ ଚଳଚଞ୍ଚଳ ନାହିଁ। ଏଣୁ ଭଲ ଲାଗୁନାହିଁ। ତେବେ ଜଲପ୍ରପାତ ବୁଲି ଦେଖିବା ଏବଂ ବୋଟିଂର ମଜା ଉଠାଇ ଫେରୁଛୁ ା ସଂଗ୍ରହାଳୟ ବନ୍ଦ ପଡିଛି ା ଅନ୍ୟାନ୍ୟ ଖେଳ ବନ୍ଦ ରହିଛି ା
ରାଜ୍ୟ ପ୍ରସିଦ୍ଧ ଏହି ଜଳପ୍ରପାତକୁ ଅଧିକ ପର୍ଯ୍ୟଟକଙ୍କ ଆକୃଷ୍ଟ କରିବା ପାଇଁ ପ୍ରଶାସନ ପକ୍ଷରୁ ଏହାର ଉନ୍ନତି କରଣ କରିବା ସହ ସେମାନଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ କୋଭିଡ ମହାମାରୀ ଯୋଗୁ ଏହା ବାରମ୍ବାର ବନ୍ଦ ରହିବା ଫଳରେ ଏହାର ରକ୍ଷଣାବେକ୍ଷଣ ହୋଇ ନ ପାରି ଅବ୍ୟବସ୍ଥା ମଧ୍ୟରେ ରହିଛି ା କେନ୍ଦୁଝର ସହର ଠାରୁ ମାତ୍ର ୬ କି.ମି. ଦୂରରେ କେନ୍ଦୁଝର-ସମ୍ବଲପୁର ଏନ୍‌ଏଚ ୪୯ ରାସ୍ତା କଡରେ ଏହି ପର୍ଯ୍ୟଟନ କେନ୍ଦ୍ର ରହିଛି। ଆଗକୁ ପୂଜାଛୁଟି ସାଙ୍ଗକୁ ଶୀତ ଋତୁର ଆଗମନ ଥିବାରୁ ଅଧିକ ପର୍ଯ୍ୟଟକ ଆସିବା ସମ୍ଭାବନା ରହିଛି। ଏଣୁ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ଖାଇବା, ଭୋଜିଭାତ ଆୟୋଜନ କରିବା, ସୁରକ୍ଷା ତଥା ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ନେଇ ପଦକ୍ଷେପ ନେବାକୁ ପ୍ରେସ କ୍ଲବ ଉପସଭାପତି ତଥା ପରିବେଶପ୍ରେମୀ କେନ୍ଦୁଝରର ପ୍ରଦିପ ମହାନ୍ତି ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଚାଳ ଘର ଓ ଗଛରେ ଓହଳୁଛି ମୋବାଇଲ

ହାଟଡିହୀ,୨୮।୧୨(ଡି.ଏନ.ଏ.)-ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା କାର୍ଯ୍ୟକାରୀ ହେବା ସତ୍ତ୍ୱେ ଏବେବି କେନ୍ଦୁଝର ଜିଲାର ବଣପାହାଡ ଘେରା ବହୁ ଅଞ୍ଚଳରେ ଟାୱାର ସେବା ନ ଥିବାରୁ ମୋବାଇଲ...

ହାତୀ ଉପଦ୍ରବ: ଭାଙ୍ଗିଲେ ଫାର୍ମ ହାଉସ୍‌, ଉଜାଡ଼ିଲେ ଧାନ ଫସଲ; କ୍ଷତିପୂରଣ ଦାବି କଲେ ଅଞ୍ଚଳବାସୀ

ପାଟଣା,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଥମିବାର ନଁା ଧରୁନାହିଁ। ହାତୀ ଉପଦ୍ରବରେ ଗରିବ ଚାଷୀମାନେ ବିଶେଷଭାବେ ପ୍ରଭାବିତ ହେଉଛନ୍ତି। ଏକ ଦଳରେ ଥିବା ୨୩...

ଏମ୍‌ଏସ୍‌ପିରେ ଲାଗିଲା ସାନିଟାଇଜର ଟନେଲ

କେନ୍ଦୁଝର, ୧୯।୪(ସ୍ବ.ପ୍ର.)-ସ୍ଥାନୀୟ ସଦର ବ୍ଳକ ହଳଦିଗୁଣା ଗ୍ରାମରେ ଥିବା ଏମ୍‌ଏସ୍‌ପି ସ୍ପଞ୍ଜ କାରଖାନାରେ କରୋନା ସଂକ୍ରମଣ ରୋକିବା ପାଇଁ ସାନିଟାଇଜର ଟନେଲ ପ୍ରତିଷ୍ଠା କରାଯାଇଛି। ବାହାରୁ...

ଦିଲ୍ଲୀପ କୁମାର ହେଲେ ସଦର ବ୍ଲକ ଉପାଧ୍ୟକ୍ଷ

କେନ୍ଦୁଝର,୨୩ା୩(ସ୍ବ.ପ୍ର.): ସଦର ବ୍ଲକ ଉପାଧ୍ୟକ୍ଷ ଭାବେ ଦିଲ୍ଲୀପ କୁମାର ବେହେରା ନିର୍ବାଚିତ ହୋଇଛନ୍ତି। ୨୧ ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକର ଡିମ୍ବୋ ପଞ୍ଚାୟତର ସମିତିସଭ୍ୟ ଭାବେ...

ଜୀବନବିନ୍ଦୁରେ ୪୨ ୟୁନିଟ୍‌ ରକ୍ତ ସଂଗ୍ରହ

କେନ୍ଦୁଝର, ୩ା୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ସଦର ନିର୍ବାଚନ ମଣ୍ଡଳୀର ପଳାଶପଙ୍ଗା ୪ନଂ. ଜିଲାପରିଷଦ ଜୋନରେ ରବିବାର ପର୍ଜନପୁର ପଞ୍ଚାୟତ କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ...

ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ଚମ୍ପୁଆ,୧୫ା୧ (ଡି.ଏନ.ଏ) କେନ୍ଦୁଝର ଜିଲାରେ ପବିତ୍ର ମକର ସଂକ୍ରାନ୍ତି ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। କିନ୍ତୁ କରୋନା କଟକଣା ଯୋଗୁ ଚଳିତ ବର୍ଷ ମଧ୍ୟ ଏହି ପର୍ବ...

ବାଜି ମାରି ବାଇକ୍‌ ରେସିଂ କରିବା କାଳ ହେଲା: ଚାଲିଗଲା ଯୁବକଙ୍କ ଜୀବନ

ପାଟଣା,୨୩ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା କେନ୍ଦୁଝର ରାସ୍ତାର ପୁଟୁଳିଆ ୟୁକାଲି ପଟାସ ଜଙ୍ଗଲ ନିକଟରେ ଶୁକ୍ରବାର ସକାଳୁ ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତାପାଶର୍‌ବରେ ଥିବା...

କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ: ଯୋଡ଼ା ଅଞ୍ଚଳରେ ଚାପା ଉତ୍ତେଜନା

ଯୋଡ଼ା, ୨୯।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଭାଗରେ ଅବସ୍ଥିତ ଟାଟାଷ୍ଟିଲ କମ୍ପାନୀର ଫେରୋ ମାଙ୍ଗାନିଜ୍‌ ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ...

Advertisement
Archives

Model This Week