ଚଳଚଞ୍ଚଳ ହେଉଛି ସାନଘାଗରା

କେନ୍ଦୁଝର, ୪ା୧୦ (ସ୍ବ.ପ୍ର.): କୋଭିଡ କଟକଣା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ସାନଘାଗରା ଜଳପ୍ରପାତ ପର୍ଯ୍ୟଟନ କେନ୍ଦ୍ର ଖୋଲିବା ପରେ ଧୀରେ ଧୀରେ ଅବସ୍ଥା ସ୍ବାଭାବିକ ହେବାକୁ ଲାଗିଛି। ଯଦିଓ ପର୍ଯ୍ୟଟନ ଋତୁ ଆସି ଗଲାଣି ତେବେ ଆଗଭଳି ପର୍ଯ୍ୟଟକ ଙ୍କ ଭିଡ ଦେଖିବାକୁ ମିଳୁନାହିଁ। ବହୁତ କମ ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଥିଲେ ହେଁ ଭୋଜିଭାତ କରି ମଜାମଜଲିସ କରିପାରୁନାହନ୍ତି। ଫଳରେ ପର୍ଯ୍ୟଟନ କେନ୍ଦ୍ର ପରିସର କାଁ ଭାଁ ଲାଗୁଛି ା ନା ଶୁଭୁଛି ମାଇକ/ଡିଜେ ଗୀତ, ନା ଦେଖିବାକୁ ମିଳୁଛି ନାଚ ଗୀତ ା
ତେବେ ଆଗକୁ ପରିସ୍ଥିତି ସୁଧୁରିବ ଏବଂ ଆଗଭଳି ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ବୋଲି ମତ ପ୍ରକାଶ ପାଉଛି। ସାନଘାଗରାର ମନୋରମ ଜଳପ୍ରପାତ ବୁଲି ଦେଖିବା ସହ ଚାରିପାଖର ପ୍ରାକୃତିକ ସବୁଜ ବନାନୀର ସାୈନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। ସେହିପରି ଏହା ପରିସରରେ ଥିବା ହ୍ରଦ ରେ ବୋଟିଂର ମଜା ନେଉଛନ୍ତି। ଆଗରୁ ବୋଟିଂ ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡୁଥିଲା। ଏବେ କିନ୍ତୁ ପ୍ରାୟ ବୋଟ ସବୁ ଖାଲି ପଡ଼ୁଛି। ଗୋଟିଏ/ଦୁଇଟି ବୋଟ ରେ ପର୍ଯ୍ୟଟକ ମାନେ ମନ ଖୁସିରେ ବୁଲୁଛନ୍ତି। କଟକରୁ ଆସିଥିବା ଜଣେ ପର୍ଯ୍ୟଟକ ବାବୁଲା ସାହୁ କହିଛନ୍ତି, କୋଭିଡ ପାଇଁ ପରିସର ମଳିନ ପଡିଯାଇଛି। ଭିଡ଼ ନାହିଁ ା ଆଗଭଳି ସ୍ବରଶବ୍ଦ ଓ ଚଳଚଞ୍ଚଳ ନାହିଁ। ଏଣୁ ଭଲ ଲାଗୁନାହିଁ। ତେବେ ଜଲପ୍ରପାତ ବୁଲି ଦେଖିବା ଏବଂ ବୋଟିଂର ମଜା ଉଠାଇ ଫେରୁଛୁ ା ସଂଗ୍ରହାଳୟ ବନ୍ଦ ପଡିଛି ା ଅନ୍ୟାନ୍ୟ ଖେଳ ବନ୍ଦ ରହିଛି ା
ରାଜ୍ୟ ପ୍ରସିଦ୍ଧ ଏହି ଜଳପ୍ରପାତକୁ ଅଧିକ ପର୍ଯ୍ୟଟକଙ୍କ ଆକୃଷ୍ଟ କରିବା ପାଇଁ ପ୍ରଶାସନ ପକ୍ଷରୁ ଏହାର ଉନ୍ନତି କରଣ କରିବା ସହ ସେମାନଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ କୋଭିଡ ମହାମାରୀ ଯୋଗୁ ଏହା ବାରମ୍ବାର ବନ୍ଦ ରହିବା ଫଳରେ ଏହାର ରକ୍ଷଣାବେକ୍ଷଣ ହୋଇ ନ ପାରି ଅବ୍ୟବସ୍ଥା ମଧ୍ୟରେ ରହିଛି ା କେନ୍ଦୁଝର ସହର ଠାରୁ ମାତ୍ର ୬ କି.ମି. ଦୂରରେ କେନ୍ଦୁଝର-ସମ୍ବଲପୁର ଏନ୍‌ଏଚ ୪୯ ରାସ୍ତା କଡରେ ଏହି ପର୍ଯ୍ୟଟନ କେନ୍ଦ୍ର ରହିଛି। ଆଗକୁ ପୂଜାଛୁଟି ସାଙ୍ଗକୁ ଶୀତ ଋତୁର ଆଗମନ ଥିବାରୁ ଅଧିକ ପର୍ଯ୍ୟଟକ ଆସିବା ସମ୍ଭାବନା ରହିଛି। ଏଣୁ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ଖାଇବା, ଭୋଜିଭାତ ଆୟୋଜନ କରିବା, ସୁରକ୍ଷା ତଥା ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ନେଇ ପଦକ୍ଷେପ ନେବାକୁ ପ୍ରେସ କ୍ଲବ ଉପସଭାପତି ତଥା ପରିବେଶପ୍ରେମୀ କେନ୍ଦୁଝରର ପ୍ରଦିପ ମହାନ୍ତି ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?