ଚାଷଜମି ଦେଇ ବାଲିଚାଲାଣ

ଜଳେଶ୍ୱର, ୩୧ା୩(ରବିନାରାୟଣ ପାତ୍ର)ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ବାଲି ସଇରାତଗୁଡିକୁ ଖଣିବିଭାଗ ଅଦ୍ୟାବଧି ନିଲାମ ଦେଇ ନ ଥିବାରୁ ବିଭିନ୍ନ ସ୍ଥାନରୁ ପ୍ରତିଦିନ ରାତିରେ ଶହ ଶହ ଟ୍ରାକ୍ଟର ବାଲି ଚୋରା ଚାଲାଣ ହେଉଛି। ଏଥିରେ ବାଲିମାଫିଆ ଟ୍ରାକ୍ଟର ମାଲିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ସରକାରଙ୍କ ବ୍ୟାପକ ରାଜସ୍ବ କ୍ଷତି ଘଟୁଛି ା
ଅନ୍ୟପକ୍ଷରେ ଟ୍ରାକ୍ଟର ମାଲିକମାନେ ବାଲି ବୋଝେଇ ଟ୍ରାକ୍ଟର ଚାଷ ଜମି ଉପରେ ଜବରଦସ୍ତ ଚଳାଚଳ କରୁଛନ୍ତି। ଏହାକୁ ବିରୋଧ କରିବାରୁ ଜଣେ ଚାଷୀଙ୍କୁ ବାଲି ମାଫିଆମାନେ ଧମକ ଚମକ ଦେବା ସହ ଜୀବନରୁ ମାରିଦେବେ ବୋଲି କହିଛନ୍ତି ା ଚାଷୀ ଜଣକ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ବିଭାଗର ଉଦାସୀନତା ଯୋଗୁ ବାଲି ଖାଦାନଗୁଡିକ ନିଲାମ ହୋଇପାରୁନାହିଁ। ବାଲିର ଆବଶ୍ୟକତା ଥିବାରୁ ଚୋରାଚାଲାଣକାରୀମାନେ ଆଦୌ ରାଜସ୍ବ ନ ଦେଇ ଟ୍ରାକ୍ଟର ପିଛା ୩ହଜାର ଟଙ୍କା ଲୁଟୁଛନ୍ତି ା ରାୟାଁରାମଚନ୍ଦ୍ରପୁର ଗାଁର ଏକତାଳି ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ା ଚୋରାଚାଲାଣକାରୀମାନେ ଜବରଦସ୍ତ ଚାଷଜମି ଉପରେ ବାଲି ବୋଝେଇ ଟ୍ରାକ୍ଟର ଚଳାଚଳ କରୁଛନ୍ତି। ମନ୍ମଥ ଦାସଙ୍କ ପୁଅ ଜଗବନ୍ଧୁ ଦାସ ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ତାଙ୍କ ଜମି ଉପରେ ଯିବା ଲାଗି ନ ଦେଇ ବାଡ କରିଥିବାରୁ ତାଙ୍କୁ ବିଭିନ୍ନ ଧମକ ଦିଆଯାଇଛି ା ଗାଁର ବିଜୟ ପାଳ, ଯୋଗେନ୍ଦ୍ର ପାଳ, ଶିବ ପାଳ, ସପନ ପାଳ, ଟେରା ଜେନା, କୁନା ସାହୁ, ରମାକାନ୍ତ ଦାସ, ଶଙ୍କର ସାହୁ, ପ୍ରଦୀପ ସାହୁ, ଅକ୍ଷୟ ସାହୁ, ଟୁଲୁ ଗିରି, ବାପି ଗିରି, ତପନ ବାରିକ, ଲକ୍ଷ୍ମୀଚରଣ ଜେନା, ନରହରି ପାଳ, ମାନସ ଜେନା, ଧଙ୍କିଆ ଜେନା ଓ ଲେଢା ଜେନା ପ୍ରମୁଖ ଜଗବନ୍ଧୁଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଜଗବନ୍ଧୁଙ୍କ ପରିବାର ଲୋକେ ଏ ସମ୍ପର୍କରେ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ା ସେହିପରି ଗୋପାଳପୁର, ମାକିଡିଆ, ବେହେରାସାହି, କୁଅଁରପୁର, ଦକ୍ଷିଣପ୍ରହରାଜପୁର, ଶ୍ରୀରାମପୁର, ଗୋବରଘଟା, ଶିଖରପୁର, ଭାନୁପୁର, ମହମ୍ମଦନଗରପାଟଣା, ସେକସରାଇ, ଜମାଳପୁର, କୋଟସାହି, କଣ୍ଟାପାଳ, ରେଳା ଓ ପଶ୍ଚିମବାର୍ଡ ଗଁା ନିକଟରୁ ବ୍ୟାପକ ବାଲି ଉତ୍ତୋଳନ ହେଉଥିବା ଜଣାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପାଇଁ କଡ଼ା ନଜର ରଖିଛି ପୋଲିସ

ଫୁଲନଖରା,୧ା୫(ସତ୍ୟ ରଞ୍ଜନ ଦାସମହାପାତ୍ର): ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ପାଇଁ କଟକ ସଦର ଥାନା ପୋଲିସ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଜନାର୍ଦ୍ଦନ ଦେହୁରୀଙ୍କ ନାମାଙ୍କନପତ୍ର ଦାଖଲ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ଆସନ୍ତା ୨୦ ତାରିଖରେ ସୁନ୍ଦରଗଡ଼ ଜିଲାରେ ହେବ ଭୋଟ୍‌ ଗ୍ରହଣ। ଏଥି ନିମନ୍ତେ ବୁଧବାର ଥିବା ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସ। ଏହି...

ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହ ବୁଧବାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବଡ଼ବଙ୍ଗା...

ଅତାବିରା ଆସନ ପାଇଁ ଜୟକ୍ରିଷ୍ଣାଙ୍କ ନାମାଙ୍କନପତ୍ର ଦାଖଲ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଜୟକ୍ରିଷ୍ଣା ଛୁରିଆ ବୁଧବାର...

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ...

ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍‌, ଚାଲିଗଲା ଜୀବନ

ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍‌। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ...

ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମହମ୍ମଦ ଶାହାରୁଖ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ମହମ୍ମଦ ଶାହାରୁଖ ଲୋଧିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri