ପାଣିଟାଙ୍କିରୁ ବାହାରୁଛି ବାଲି

ବୈଶିଙ୍ଗା,୧୨ା୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଚାଞ୍ଝିପଦା ପଞ୍ଚାୟତର କୁରାଢ଼ିକ ଗ୍ରାମରେ ୨୦୧୯ରୁ ବସୁଧା ଯୋଜନା ମାଧ୍ୟମରେ ନର୍ମିତ ୧ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ପାଣି ଟାଙ୍କି ସହିତ ୨ଟି ବୋରିଂ ଖୋଳା ଯାଇଥିଲା। ହେଲେ ଦୀର୍ଘ ଦିନ ହେବ ବିଦ୍ୟୁତ୍‌ ସଂଯୋଗ କରାଯାଇ ପାରି ନ ଥିଲା। ତେବେ ଚଳିତ ବର୍ଷ ଏପ୍ରିଲ ମାସରେ ସ୍ଥାୟୀ ବିଦ୍ୟୁତ୍‌ ସଂଯୋଗ କରାଯାଇ ଗ୍ରାମବାସୀଙ୍କୁ ଟ୍ୟାପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା। ମାତ୍ର ୧ ମାସ ମଧ୍ୟରେ ଟ୍ୟାପ୍‌ରୁ ପାଣି ବଦଳରେ କୁଢ଼ କୁଢ଼ ବାଲି ବାହାରିବା ସହିତ ପାଣି ଆଉ ପାନୀୟ ଯୋଗ୍ୟ ହେଲାନି। ଏ ନେଇ ଗ୍ରାମବାସୀ ଠିକାଦାରଙ୍କୁ ଅଭିଯୋଗ କଲା ପରେ ସେ ୨ଟି ବୋରିଂରୁ ଗୋଟିଏରୁ ପ୍ରଚୁର ପରିମାଣରେ ବାଲି ବାହାରୁଥିବା ଦେଖିଥିଲେ। ସେହି ସମୟରେ ଓଭରହେଡ୍‌ ଟାଙ୍କିରୁ ମଧ୍ୟ ବାଲି ବାହାରି ଥିବାର ଗ୍ରାମବାସୀମାନେ ପ୍ରକାଶ କରିଥିଲେ। ପରେ ଠିକାଦାର ଦୁଇ ଥର କମ୍ପ୍ରେସର କରାଇଥିଲେ ମଧ୍ୟ ସମସ୍ୟାର କିଛି ସମାଧାନ ହୋଇ ନ ଥିଲା। ଏହି ଟାଙ୍କିରୁ ଗ୍ରାମର ୨୭୦ଟି ପରିବାରକୁ ପାଇପ୍‌ ସଂଯୋଗ କରାଯାଇ ପାଣି ଯୋଗାଇ ଦିଆଯାଉଥିଲା l ହେଲେ ଏବେ ଗୋଟିଏ ବୋରିଂ କାମ କରୁଥିବାବେଳେ ଏହା ଲୋକଙ୍କ ପାନୀୟ ଜଳ ଚାହିଦା ପୂରଣ କରିପାରୁନାହିଁ। ଫଳରେ ଲୋକେ ପାନୀୟ ଜଳ ସମସ୍ୟାକୁ ନେଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚଳିତ ବର୍ଷ ଖରାଦିନ ଆରମ୍ଭରୁ ଉତ୍କଟ ହୋଇଥିବା ଜଳ କଷ୍ଟ ନେଇ ଗ୍ରାମବାସୀ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ବହଳପଦରରେ ଜବରଦଖଲ ଉଚ୍ଛେଦ: ଗ୍ରାମବାସୀଙ୍କ ଦାବି ହେଲା ପୂରଣ, ନିର୍ମାଣ ହେବ କୃଷି ସମବାୟ କାର୍ଯ୍ୟାଳୟ

ଅମରପାଲି, ୧୦।୬ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମରେ ସରକାରୀ ଜମିରୁ ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପରେ ଜମିକୁ…

ପିଓକେ ହତ୍ୟାକାଣ୍ଡକୁ ନେଇ ବ୍ରିଟେନ୍‌ରେ ବିକ୍ଷୋଭ

ଲଣ୍ଡନ,୧୦ା୬: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର ଏକ ଅନ୍ତ୍ୟେଷ୍ଟିକ୍ର୍ରିୟା ବେଳେ ପୋଲିସ ଗୁଳିରେ ଅନୂ୍ୟନ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହାକୁ ନିନ୍ଦାକରି ବ୍ରିଟେନରେ ବିକ୍ଷୋଭ କରାଯାଇଛି।…

ଡିମେନ୍‌ସିଆ ଥିବା ଲୋକଙ୍କଠାରେ ଭିଟାମିନ ଅଭାବ

ନୂଆଦିଲ୍ଲୀ,୧୦।୬(ପିଟି):ସାଧାରଣ ଲୋକଙ୍କ ଅପେକ୍ଷା ସ୍ମୃତିଶକ୍ତି ହ୍ରାସ(ଡିମେନ୍‌ସିଆ) ରୋଗର ସମ୍ଭାବନା ଅଧିକ ଥିବା ଲୋକଙ୍କ ଠାରେ ଭିଟାମିନ ଅଭାବ ଅଧିକ ଦେଖାଯାଇଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେଲଙ୍ଗାନାର…

ଭିଜିଲାନ୍ସ ଜାଲରେ ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ

ଭୁବନେଶ୍ୱର,୧୦ା୬(ତ୍ରିନାଥ ମହାନ୍ତି): ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱରସ୍ଥିତ ଓଡ଼ିଶା ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱମୋହନ ପଟ୍ଟନାୟକ ଓରଫ ରାଜା ଓ ତାଙ୍କ…

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri