Posted inଖେଳ

ଧୋନୀଙ୍କ କ୍ଲବରେ ସାମିଲ ହେଲେ ସାମି

ତ୍ରିନିଦାଦ୍‌, ୨୪।୮: ଏଠାରେ ଚାଲିଥିବା କାରବୀୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ୧୦ମ ମ୍ୟାଚରେ ଡାରେନ ସାମିଙ୍କ ନେତୃତ୍ୱାଧୀନ ସେଣ୍ଟ ଲୁସିଆ ଜୌକ୍ସ ୧୦ ରନରେ ଗୁୟାନା ଆମାଜନ ଓ୍ବାରିୟର୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ସେଣ୍ଟ ଲୁସିଆ ରୋଷ୍ଟନ ଚେଜ୍‌ (୬୬ ରନ)ଙ୍କ ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୪୪ ରନ କରିଥିଲା। ଜବାବରେ ଗୁୟାନା ଓ୍ବାରିୟର୍ସ ୮ ଉଇକେଟ୍‌ ହରାଇ ୧୩୪ ରନ କରିବାକୁ ସକ୍ଷମ ହୋଇଥିଲା। ଉଇକେଟ୍‌କିପର ନିକୋଲାସ ପୁରାନ (୬୮ ରନ)ଙ୍କ ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ଦଳ ବିଜୟଠାରୁ ୧୦ ରନ ଦୂରରେ ରହିଯାଇଥିଲା।
ମ୍ୟାଚ୍‌ ସେଣ୍ଟ ଲୁସିଆ ଅଧିନାୟକ ସାମିଙ୍କ ଲାଗି ଏକ ସ୍ମରଣୀୟ ମ୍ୟାଚ୍‌ ଥିଲା। ଅଧିନାୟକ ଭାବେ ସାମିଙ୍କ ଏହା ୨୦୦ତମ ଟି୨୦ ମ୍ୟାଚ୍‌। ଟି୨୦ କ୍ରିକେଟ୍‌ରେ ୨୦୦ ମ୍ୟାଚ୍‌ ନେତୃତ୍ୱ ନେବାରେ ସାମି ବିଶ୍ୱର ୨ୟ କ୍ରିକେଟର୍‌ ହୋଇଛନ୍ତି। ଏଥିପୂର୍ବରୁ ଏହି ତାଲିକାରେ ମହେନ୍ଦ୍ର ସିଂ ଧୋନୀ (୨୭୦ ମ୍ୟାଚ୍‌) ସର୍ବାଗ୍ରେ ରହିଛନ୍ତି। ସେହିଭଳି ବିଶ୍ୱର ୨ୟ ଅଧିନାୟକ ଭାବେ ୧୦୦ ଟି୨୦ ମ୍ୟାଚ୍‌ ଜିତିବାର କୀର୍ତ୍ତିମାନ ମଧ୍ୟ ସାମି ଲାଭ କରିଛନ୍ତି। ଅଧିନାୟକ ଭାବେ ସର୍ବାଧିକ ଟି୨୦ ମ୍ୟାଚ୍‌ ଜିତିବାର ରେକର୍ଡ ମଧ୍ୟ ଧୋନୀ (୧୬୦ ମ୍ୟାଚ୍‌)ଙ୍କ ନାମରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ୍‌ରେ କ୍ୟାରିୟର ଗଢ଼ିବାକୁ ଯାଉଛନ୍ତି ଏହି ଅଭିନେତାଙ୍କ ପୁଅ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମନ୍‌ସୁର ଅଲ୍ଲୀ ଖାନ୍‌ ପଟୌଦିଙ୍କ ପୁଅ ସୈଫ ଅଲ୍ଲୀ ଖାନ୍‌ କ୍ରିକେଟ ନୁହେଁ, ଅଭିନୟକୁ କ୍ୟାରିୟର ରୂପେ ବାଛିଥିଲେ।...

ମୌଳିକ ବ୍ୟାୟାମ ସହ ଟ୍ରେନିଂ ଆରମ୍ଭ କଲେ ହକି ଖେଳାଳି

ନୂଆଦିଲ୍ଲୀ,୨୩।୮(ପି.ଟି.): ଭାରତୀୟ ପୁରୁଷ ହକି ଦଳର କୋର ଗ୍ରୁପ୍‌ କେତୋଟି ମୌଳିକ ବ୍ୟାୟାମ ସହ ଟ୍ରେନିଂ ଆରମ୍ଭ କରିଛନ୍ତି। ତେବେ କେତେ ସପ୍ତାହ ପରେ ଦଳ...

କୋଭିଡ୍‌-୧୯: ଭାରତ ଫେରନ୍ତା ଦକ୍ଷିଣ ଆଫ୍ରିକା ଖେଳାଳି ନେଗେଟିଭ୍‌

ଜୋହାନ୍ସବର୍ଗ, ୩।୪(ପି.ଟି.): ଭାରତରୁ ଅଧା ଅଧୁରା ଦିନିକିଆ ଗସ୍ତ ସାରି ସ୍ବଦେଶ ଫେରିଥିବା ସବୁ ଦକ୍ଷିଣ ଆଫ୍ରିକା କ୍ରିକେଟରମାନେ କୋଭିଡ୍‌-୧୯ ନେଗେଟିଭ ବୋଲି ଜଣାପଡିଛି। ମୋଟ...

ବିଶ୍ୱର ଏକମାତ୍ର ଅମ୍ପାୟାର: କ୍ରିକେଟ ସହ ଫୁଟବଲ ବିଶ୍ୱକପ୍‌ରେ ମ୍ୟାଚ୍‌ ରେଫରୀ ଭୂମିକା ତୁଲାଇଛନ୍ତି

ସାଧାରଣତଃ କ୍ରିକେଟ ଏବଂ ଫୁଟବଲ ସହ କୌଣସି ସମ୍ପର୍କ ନ ଥାଏ। ଉଭୟ ଖେଳର ନିୟମ ଭିନ୍ନ। ଏସବୁ ଭିତରେ ଯଦି ଜଣେ ଫୁଟବଲ୍‌ ରେଫରୀଙ୍କୁ...

ସ୍ଲୋ-ଓଭର ରେଟ୍‌ ପାଇଁ ନ୍ୟୁଜିଲାଣ୍ଡକୁ ଜରିମାନା

ଅକ୍‌ଲାଣ୍ଡ, ୯ା୨ (ପି.ଟି.)-ଏଠାରେ ଶନିବାର ଖେଳାଯାଇଥିବା ଭାରତ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ-ଓଭର ରେଟ୍‌ ବୋଲିଂ ପାଇଁ ନ୍ୟୁଜିଲାଣ୍ଡ ଦଳକୁ ସେମାନଙ୍କ...

ଇଂଲଣ୍ଡର ଲଢ଼ୁଆ ବିଜୟ

ମାଞ୍ଚେଷ୍ଟର,୯।୮(ପି.ଟି.): ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ୩ ଉଇକେଟରେ ରୋମାଞ୍ଚକ ବିଜୟ ହାସଲ...

‘ପନ୍ତ ମୋଟା ହୋଇଗଲେଣି, କିପିଂ ବେଳେ ନଇଁ ପାରୁନାହାନ୍ତି’

କରାଚି,୧୯।୬: ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ଫିଟ୍‌ନେସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବ ସ୍ପିନର ଡାନିଶ କାନେରିଆ। ପନ୍ତ ଏବେ...

ସମ୍ପର୍କୀୟଙ୍କ ଭଉଣୀଙ୍କୁ ବିବାହ କରିବାକୁ ଯାଉଛନ୍ତି ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍‌: ଏହା ପୂର୍ବରୁ…

ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜାମ ଆସନ୍ତା ବର୍ଷ ବିବାହ କରିବାକୁ ଯାଉଛନ୍ତି। ବାବର ନିଜ ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ବାବରଙ୍କ...

Advertisement
Archives

Model This Week