ବ୍ଲକ ଅଧ୍ୟକ୍ଷକଙ୍କ ନାମରେ ପୁଣି ଅନାସ୍ଥା ଆଣିଲେ ସମିତିସଭ୍ୟ,ସରପଞ୍ଚ

ଭବାନୀପାଟଣା/ଥୁଆମୁଳ ରାମପୁର, ୮।୧୦(ଉତ୍ତମ କୁମାର ଦାଶ/ ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ଅଧ୍ୟକ୍ଷଙ୍କ ନାମରେ ପୁଣି ଅନାସ୍ଥା ଅଭିଯୋଗ ଆସିଛି। ଗତ ୨୭ ତାରିଖରେ ବ୍ଳକ୍ ର କେତେକ ସମିତିସଭ୍ୟା/ସଭ୍ୟ ଅନାସ୍ଥା ପ୍ରସ୍ତାବ ଆଣି ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ହେଲେ ଅଭିଯୋଗ ପତ୍ରରେ ଏକ ତୃତୀୟାଂଶ ସଂଖ୍ୟା ନ ଥିବାରୁ ଏହା ଖାରଜ ହୋଇଯାଇଥିଲା। ଯାହାଫଳରେ ମଙ୍ଗଳବାର ଦ୍ଵିତୀୟ ଥର ପାଇଁ ବ୍ଲକ ଅଧ୍ୟକ୍ଷ ନାମରେ ସ୍ଥାନୀୟ ସମିତିସଭ୍ୟା/ସଭ୍ୟ ଓ ସରପଞ୍ଚ ଅନାସ୍ଥା ପ୍ରସ୍ତାବ ଆଣି ଜିଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି।

ପୂର୍ବରୁ କେବଳ ସମିତି ସଭ୍ୟ ରହିଥିବାବେଳେ ଏଥର କିନ୍ତୁ ତାଙ୍କ ସହ ବ୍ଳକ୍ ର ସରପଞ୍ଚ ମାନେ ମଧ୍ୟ ରହିଛନ୍ତି। ଅଭିଯୋଗ ଅନୁଯାୟୀ, ଥୁଆମୁଳ ରାମପୁର ବ୍ଲକରେ ସଠିକ ହିସାବରେ ପଞ୍ଚାୟତ ସମିତି ବୈଠକ ହେଉନାହିଁ। ଏବେ ଦେଢ ବର୍ଷରୁ ଉର୍ଦ୍ଧ ପରେ ଗତ କିଛିଦିନ ତଳେ ପଞ୍ଚାୟତ ସମିତି ବୈଠକ ହୋଇଥିଲା। ଏଥିରେ ପୁଣି ବ୍ଳକ ଅଧ୍ୟକ୍ଷ ଉପସ୍ଥିତ ନ ଥିଲେ। କେଉଁ ସ୍ୱାର୍ଥରେ ସଠିକ ହିସାବରେ ଏହି ବୈଠକ କରାଯାଉନଥିବା ତାହା ସେମାନେ ଜାଣି ପାରୁନାହାନ୍ତି। ଏହାଦ୍ୱାରା ସେମାନେ ନିଜ ଅଞ୍ଚଳର ସମସ୍ୟା ବିଷୟରେ ପଞ୍ଚାୟତ ସମିତି ବୈଠକରେ ଅବଗତ କରିପାରୁନାହାନ୍ତି।

ସ୍ଥାନୀୟ ପଞ୍ଚ।ୟତ ସମିତି ଅଧ୍ୟକ୍ଷ ତାଙ୍କ ମନମାନି କାର୍ଯ୍ୟ କରୁଥିବା ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଖସଡା ତିଆରି କରି ମନଇଚ୍ଛା କାର୍ଯ୍ୟ ଚଲାଇଥବା ଅଭିଯୋଗ ଆଣିଛନ୍ତି। ସେହିପରି କେହି ଅଭିଯୋଗ କଲେ ସେମାନଙ୍କୁ ନାଲି ଆଖି ଦେଖାଉଛନ୍ତି। ଯାହାଫଳରେ ସେମାନେ ( ବିଜେଡି ସମର୍ଥିତ) ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ମାଝୀଙ୍କ ନେତୃତ୍ବରେ ସମିତିସଭ୍ୟ ଓ ସରପଞ୍ଚ ମାନେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଜିଲାପାଳ ଉପସ୍ଥିତ ନ ଥିବାରୁ ଏହାକୁ ସହକାରୀ ଜିଲାପାଳ ଗ୍ରହଣ କରିଥିଲେ। ପ୍ରକାଶ ଯେ, ଥୁଆମୁଳ ରାମପୁର ବ୍ଲକରେ ସମୁଦାୟ ୨୪ଟି ପଞ୍ଚାୟତ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କିତ ଅବସ୍ଥାରେ ରାତି କାଟିଲେ କୁମିଆପାଲି ଗାଁ ଲୋକେ: ସାଂଘାତିକ ପରିସ୍ଥିିିତି ସୃଷ୍ଟି

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରୁ ବିସ୍ଥାପିତ ହୋଇନଥିବା କୁମିଆପାଲି ଗାଁର ପ୍ରାୟ ୧୦୦ ପରିବାର ଏବେ ବି ଗାଁରେ ରହିଛନ୍ତି। ବୁଧବାର ରାତିରେ…

ବନ୍ୟା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କଲେ ଧମେନ୍ଦ୍ର ପ୍ରଧାନ, ସମ୍ବଲପୁରବାସୀଙ୍କୁ…

ଭୁବନେଶ୍ୱର,୩୧।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଓଡ଼ିଶାର ୬ ଜିଲାରେ ବନ୍ୟା ସଙ୍କଟ ସୃଷ୍ଟି କରିଥିବାବେଳେ ୯ ଜିଲାରେ ବିଶେଷ ପ୍ରଭାବ ପକାଇଛି।…

ମୋଦି-ଶାହାଙ୍କୁ ରାହୁଲଙ୍କ କଡ଼ା ବାର୍ତ୍ତା, Gen Zଙ୍କୁ ନେଇ କହିଦେଲେ ଏମିତି

ନୂଆଦିଲ୍ଲୀ,୩୧।୭: ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଶୁକ୍ରବାର ସେ…

ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ସାହାରା ଖୋଜୁଛନ୍ତି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ସନ୍ତୋଷ

ନୂଆପଡା,୩୧ା୭ (ମକାରୁ ବେମାଲ): କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗଁାର ସନ୍ତୋଷ ପ୍ରଧାନୀ (୬୮) ବର୍ଷ ବର୍ଷ ଧରି ଏକ ଝାଟିମାଟି ବାଉଁଶ ଓ ପଲିଥିନରେ ତିଆରି…

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

ଭତ୍ତାରୁ ବଞ୍ଚିତ ହେଉଛନ୍ତି ୭୫% ଭିନ୍ନକ୍ଷମ ଛାତ୍ରୀ, ଗୁହାରି କରିବା ପରେ ବି…

ମୋହନା,୩୧।୭(ମନ୍ମଥ ମିଶ୍ର): ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ଛାତ୍ରୀ । ୭୫% ଭିନ୍ନକ୍ଷମ ହୋଇ ମଧ୍ୟ ଭିନ୍ନକ୍ଷମ ଭତ୍ତାରୁ ଦୀର୍ଘ ବର୍ଷ ହେବ ବଞ୍ଚିତ ଅଛନ୍ତି ।…

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

ନିଶା କାରବାରୀଙ୍କୁ ଝଟକା: ୨୭ କେଜି ଗଞ୍ଜେଇ ସହ ଜଣଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର, ୩୧୭(ବାବୁଲା ପ୍ରଧାନ):ନିଶା କାରବାର ବିରୋଧରେ ଗଞ୍ଜାମ ପୋଲିସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ଗଞ୍ଜେଇ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri