ରାଜ୍ୟ ସ୍ଥିତି ସମ୍ପର୍କରେ ନଡ୍ଡାଙ୍କୁ ଜଣାଇଲେ ସମୀର

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଗତ ବୁଧବାର ନୂଆଦିଲ୍ଲୀଠାରେ ସାକ୍ଷାତ୍‌ କରିଛନ୍ତି। ଆଲୋଚନା ବେଳେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ଦଳର ସାଙ୍ଗଠନିକ କାର୍ଯ୍ୟ, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ମହିଳାଙ୍କ ପ୍ରତି ନିର୍ଯାତନା ଓ ବିଭିନ୍ନ ପ୍ରସଙ୍ଗରେ କଥା ହୋଇଥିବା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।
ଗୋଲକ କହିଛନ୍ତି, ରାଜ୍ୟ ସଭାପତି ସେଠାରେ ଅବଗତ କରିଛନ୍ତି, ରାଜ୍ୟରେ ଶାସକ ଦଳ ଏକଚ୍ଛତ୍ରବାଦ ଶାସନ ଚଲାଇଥିବା ବେଳେ ବିଶେଷ ଭାବେ ମହିଳା ଓ ଶିଶୁ ନିର୍ଯାତନାର ଶିକାର ହେଉଛନ୍ତି। ନୟାଗଡ଼ ଜିଲାର ଶିଶୁ ପରୀ ଘଟଣା ସହିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପାଇଁ ଦଳ ପକ୍ଷରୁ ଗତ ୨ ମାସ ଧରି ଆନ୍ଦୋଳନ ଜାରି ରହିଛି। ଏହି ୨ ଘଟଣାରେ ଦୁଇଜଣ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କେଳେଙ୍କାରୀରେ ପ୍ରତିବାଦ କରିବାରୁ ୨ ଜଣ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନା ଲିପ୍ତଥିବା କଥା କହିଛନ୍ତି। ଏହା ବ୍ୟତୀତ ଆଦିବାସୀ ଜିଲାର ବିକାଶ ପାଇଁ ଗଠନ ହୋଇଥିବା ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)କୁ ବିନା ଟେଣ୍ଡରରେ ଦଳୀୟ କାମରେ ଲଗାଇ ସରକାରୀ ଦଳ ଏହି ଅର୍ଥର ଅପବ୍ୟବହାର କରୁଥିବା କଥା ଅବଗତ କରାଯାଇଛି। ଦଳର ସଙ୍ଗଠନାତ୍ମକ କାର୍ଯ୍ୟର ଅଗ୍ରଗତି ତଥା ଆଗାମୀ ଦିନରେ କିଭଳି ଦଳର ସଙ୍ଗଠନ ତୃଣମୂଳସ୍ତରରେ ମଜଭୁତ ହେବା ସହ ଅଧିକରୁ ଅଧିକ ନାଗରିକ ଯୋଡିହେବେ ସେ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨୬ରେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗସ୍ତ

ହିଞ୍ଜିଳିକାଟୁ/ଶେରଗଡ଼/କବିସୂର୍ଯ୍ୟନଗର,୨୧ା୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୬ରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଆସୁଥିବା ପ୍ରାୟ ଚୁଡ଼ାନ୍ତ ହୋଇଛି। ଏ ନେଇ ତଦାରଖ କରିବାକୁ...

ଦରମା, ପ୍ରାପ୍ୟ ନେବେ ନାହିଁ ଉପଦେଷ୍ଟା

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ରାଜ୍ୟ ସରକାର ନିକଟରେ ବିଭିନ୍ନ ବିଭାଗ ଏବଂ ସଂସ୍ଥା ପାଇଁ ଉପଦେଷ୍ଟା ନିଯୁକ୍ତ କରିଛନ୍ତି। ଏହି ଉପଦେଷ୍ଟାମାନେ ରାଜ୍ୟ ସରକାରଙ୍କ ତହବିଲରୁ କୌଣସି...

ରାଷ୍ଟ୍ରୀୟ ଦଳିତ ପଛୁଆବର୍ଗ ମହାସଂଘର ପୁଣି ଧାରଣା

ବାରଙ୍ଗ, ୨।୧୦(ଡି.ଏନ୍‌.ଏ.): ଜମି ଜାଲିଆତି ନେଇ ନ୍ୟାଯ୍ୟ ଦାବି ନ ମିଳିବା ଓ ପ୍ରଶାସନ ପ୍ରତିଶ୍ରୁତି ଦେଇ ପୂରଣ କରୁ ନ ଥିବା ପ୍ରତିବାଦରେ ରାଷ୍ଟ୍ରୀୟ...

ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ପ୍ରତି ଅବହେଳା

ପୁରୀ ଅଫିସ,୨୮ା୨: ପୁରୀ ସହରରେ ରବିବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଆପଣଙ୍କ ସେବାରେ ଅନୁଷ୍ଠାନ ପକ୍ଷରୁ ସମୁଦ୍ରକୂଳ ନିକଟ...

ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ ଅଫିସ, ୫।୩: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୬ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ବାଲୁକା...

ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରୁଛି ମଣ୍ଡାସରୁ ଇକୋ ଟୁରିଜମ୍‌

ରାଇକିଆ,୧୭ା୩: କନ୍ଧମାଳ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରାଇକିଆର ମଣ୍ଡାସରୁ ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରୁଛି। ଗତ କିଛିବର୍ଷ ମଧ୍ୟରେ ପ୍ରାକୃତିକ ସୋନ୍ଦର୍ଯ୍ୟ ସାଙ୍ଗକୁ ଏହାର...

ଡାକ୍ତର ଅଭାବ, ହେଉନି ଭିତ୍ତିଭୂମି ବିକାଶ

କେନ୍ଦୁଝର,୧୭।୬(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଆଦିବାସୀବହୁଳ ବାଂଶପାଳ ବ୍ଲକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ହୋଇ ରହିଛି। ସରକାର ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ବ୍ଲକରେ...

ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି: ଗୁରୁତର ରୋଗୀଙ୍କୁ ନ ଫେରାଇବାକୁ ନିର୍ଦ୍ଦେଶ, ଖିଲାପକଲେ ରେଜିଷ୍ଟ୍ରେଶନ ରଦ୍ଦ

ଭୁବନେଶ୍ୱର,୨।୫(ବ୍ୟୁରୋ): ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟ ପକ୍ଷରୁ ଶନିବାର ଘରୋଇ ହସ୍ପିଟାଲଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ସେବା ଯୋଗାଇଦେବାରେ କିଛି ହସ୍ପିଟାଲ...

Advertisement
Archives

Model This Week