Posted inଫୁରସତ

ଜୈବ ବିବିଧତାର ସୁରକ୍ଷା କବଚ

ଭୂଭାଗରେ ପର୍ବତର ଅବସ୍ଥିତି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ା ସମସ୍ତ ଭୂଭାଗର ୨୭% ଅଞ୍ଚଳ ପର୍ବତ ବା ପାହାଡ ଦ୍ୱାରା ଆଚ୍ଛାଦିତ। ଏପରିକି ସମୁଦ୍ର ମଧ୍ୟରେ ବି ପର୍ବତ ଅଛି ଯାହାକି ଦୀପ ଭାବେ ଦୃଶ୍ୟମାନ ହୋଇଥାଏ ା
ପାର୍ବତ୍ୟାଞ୍ଚଳର ଅଧିବାସୀମାନେ ମୁଖ୍ୟତଃ ସେମାନଙ୍କର ଜୀବିକା ନିର୍ବାହ ପାଇଁ ପର୍ବତ ଉପରେ ନିର୍ଭର କରିଥାନ୍ତି। ପର୍ବତ ୭୨ ମିଲିୟନ ଜନଜାତିଙ୍କ ଜୀବିକାର ଆଧାର ହୋଇଥାଏ ା ଅପରପକ୍ଷେ ପର୍ବତାଞ୍ଚଳ ପର୍ଯ୍ୟଟକଙ୍କର ମୁଖ୍ୟ ଆକର୍ଷଣ ା ମାତ୍ର ଦୁଃଖର ବିଷୟ ଯେ, ପର୍ବତାରୋହୀ ଏବଂ ପର୍ଯ୍ୟଟକଙ୍କ ଦ୍ୱାରା ପର୍ବତାଞ୍ଚଳ ମଧ୍ୟ ଅନେକାଂଶରେ ପ୍ରଦୂଷିତ ହେଉଛି ା ସହରୀକରଣ ଓ ବ୍ୟାପକ ଶିଳ୍ପାୟନ ଦ୍ୱାରା ପର୍ବତ କ୍ଷୟ ହୋଇ ଚାଲିଛି ା ସମଗ୍ର ପୃଥିବୀର ପ୍ରାୟ ଦଶଭାଗରୁ ଏକ ଭାଗ ଲୋକେ ପାର୍ବତାଞ୍ଚଳରେ ବସବାସ କରିଥାନ୍ତି ା ତେଣୁ ପାହାଡ ପର୍ବତର ସୁରକ୍ଷା ପାଇଁ ଜାତିସଂଘ ଉଦ୍ୟମରେ ୨୦୦୩ରୁ ପ୍ରତିବର୍ଷ ଡିସେମ୍ବର ୧୧ରେ ଅନ୍ତର୍ଜାତିକ ପର୍ବତ ଦିବସ ପାଳନ କରାଯାଉଛି ା
ଦୃଷ୍ଟି କୋଣରୁ ପର୍ବତର ଉପସ୍ଥିତି ବେଶ୍‌ ରହିଛି। ପର୍ବତ ପବନର ଗତିକୁ ନିୟନ୍ତ୍ରଣ କରିଥାଏ ତେଣୁ ଏହା ହଜାର ହଜାର ମାଇଲ ଦୂରତା ପର୍ଯ୍ୟନ୍ତ ପରିବେଶକୁ ପ୍ରଭାବିତ କରିଥାଏ। ପର୍ବତ ପୃଥିବୀପୃଷ୍ଠରେ ପରିବେଶକୁ ନିୟନ୍ତ୍ରଣ କରିଥାଏ ଏବଂ ପରିସଂସ୍ଥା ଓ ଜୈବ ବିବିଧତାର ସୁରକ୍ଷା କବଚ ଭାବେ କାମ କରିଥାଏ। ପୃଥିବୀର ମଧୁରଜଳର ପ୍ରାୟ ଅର୍ଦ୍ଧାଧିକ ପର୍ବତରୁ ହିଁ ମିଳିଥାଏ। ଦକ୍ଷିଣ ଆମେରିକାର ଅଟାକାମା ମରୁଭୂମି ଓ ଆମାଜନ ଜଙ୍ଗଲ ମଧ୍ୟରେ ଆଣ୍ଡେସ୍‌ ପର୍ବତମାଳା ଅବସ୍ଥିତ। ଏହା ଦେଖାଯାଏ ଯେ ଏହି ପର୍ବତମାଳା ଯୋଗୁ ଅଟାକାମାରେ ବର୍ଷା ନ ହେଉଥିବାବେଳେ ଆମାଜନ ଜଙ୍ଗଲରେ ପ୍ରବଳ ବର୍ଷା ହୋଇଥାଏ। ହିମାଳୟ ପର୍ବତମାଳା ଦ୍ୱାରା ଭାରତରେ ତଥା ଏସୀୟ ମହାଦେଶରେ ପରିବେଶ ପ୍ରଭାବିତ ହୋଇଥାଏ। ତେଣୁ ପର୍ବତର ଗୁରୁତ୍ୱକୁ ଉପଲବ୍‌ଧି କରିବା ଆବଶ୍ୟକ।
-ଡ. ମାନସ ରଞ୍ଜନ ସେନାପତି, ଟ୍ରାଇଡେଣ୍ଟ ଏକାଡେମୀ ଅଫ୍‌ ଟେକ୍ନୋଲୋଜି, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri