Posted inଜାତୀୟ

ମୁହଁ ଖୋଲିଲେ ଦୀପକେଙ୍କ ମାଆ, ସିଧା କହିଲେ ଦେଖିନେବି…

ନୂଆଦିଲ୍ଲୀ,୧୦।୧୦: କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯିବା ଘଟଣାକୁ ନେଇ ତାଙ୍କ ପିତାମାତା ସରକାରଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ସେମାନେ କହିଛନ୍ତି ଯେ ବିମାନ ଭିତରେ ଏଭଳି ଗିରଫଦାରୀ ଅତ୍ୟନ୍ତ ଭୁଲ। ମୋ ପିଲା ଏପରି କ’ଣ ଅପରାଧ କରିଥିଲା? ଯଦି ମୋ ପୁଅର କିଛି କ୍ଷତି ହୁଏ, ତେବେ ଆମେ ସରକାରଙ୍କୁ ଦେଖିନେବୁ।

ପିତା ଭଗବାନ ରାଓ ଦୀପକେ କହିଛନ୍ତି ଯେ ଭାରତ ଇତିହାସରେ ଏହା ଏପରି ପ୍ରଥମ ଘଟଣା, ଯେଉଁଠି ଗଣତନ୍ତ୍ର ବଞ୍ଚାଇବାକୁ ଚେଷ୍ଟା କରୁଥିବା ଜଣେ ଛାତ୍ରଙ୍କୁ ବିମାନ ଭିତରୁ ହିଁ ଅଟକ ରଖାଗଲା। ସେ କହିଛନ୍ତି ଯେ ଆତଙ୍କବାଦୀ ଏବଂ ବଳାତ୍କାରୀମାନେ ଧରାପଡ଼ନ୍ତି ନାହିଁ, ବରଂ ଜଣେ ସାଧାରଣ ସଚ୍ଚୋଟ ମଣିଷକୁ ତୁରନ୍ତ ଗିରଫ କରାଯାଉଛି। ଏଥିସହ ସେ ନିଜ ପୁଅକୁ ବାର୍ତ୍ତା ଦେଇ କହିଛନ୍ତି ଯେ ତୁମକୁ ଏବଂ ତୁମ ବନ୍ଧୁମାନଙ୍କୁ ଆମର ସମ୍ପୂର୍ଣ୍ଣ ସମର୍ଥନ ରହିଛି, ତୁମେ ଲଢ଼େଇ ଜାରି ରଖ।

ଅଭିଜିତଙ୍କ ଗିରଫଦାରୀର ଆଶଙ୍କା ସମ୍ପର୍କରେ ପଚରାଯିବାରୁ ତାଙ୍କ ପିତା କହିଥିଲେ ଯେ ଘରୁ ବାହାରିବା ସମୟରେ ସେ ଜଣାଇ ଯାଇଥିଲା ଯେ ତାକୁ ଗିରଫ କରାଯାଇପାରେ। ସେ କହିଛନ୍ତି ଯେ ତାଙ୍କୁ ଲାଗୁନାହିଁ ଭାରତରେ ଆଉ ଗଣତନ୍ତ୍ର ବଞ୍ଚିଛି। ତାଙ୍କର ଅଭିଯୋଗ ହେଉଛି, ଯେଉଁମାନେ ଗଣତନ୍ତ୍ର ରକ୍ଷା ପାଇଁ ସୱର ଉତ୍ତୋଳନ କରୁଛନ୍ତି, ସେମାନଙ୍କୁ ଦବାଇବାକୁ ଚେଷ୍ଟା କରାଯାଉଛି। ସେ କହିଛନ୍ତି ଯେ ସରକାରଙ୍କ ଲକ୍ଷ୍ୟ ’ୱାନ ନେସନ, ୱାନ ପାର୍ଟି’ ଆଡ଼କୁ ଆଗକୁ ବଢ଼ିବା ଏବଂ ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ଶେଷ କରିଦେବା।

ଅଭିଜିତଙ୍କୁ ଅଟକ ରଖାଯିବା ନେଇ ତାଙ୍କ ମାଆ ଅନୀତା ଦୀପକେ ମଧ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଟିଭି ଏବଂ ଫୋନ କଲ ମାଧ୍ୟମରେ ସେ ଗିରଫଦାରୀ ବିଷୟରେ ଜାଣିବାକୁ ପାଇଲେ। ପୁଅ ତାଙ୍କୁ ଟିଭି ଓ ମୋବାଇଲ ନ ଦେଖିବାକୁ ମନା କରିଥିଲା, କିନ୍ତୁ ମାଆର ମନ ମାନିଲା ନାହିଁ। ବିମାନ ଭିତରେ ଏଭଳି ଗିରଫ କରିବା ଅନ୍ୟାୟ। ମୋତେ ବହୁତ ଖରାପ ଲାଗୁଛି। ସେ ଏପରି କ’ଣ ବଡ଼ ଅପରାଧ କରିଦେଇଥିଲା?

ସେ କହିଛନ୍ତି ଯେ ସରକାର ଏହା ବହୁତ ଭୁଲ କରିଛନ୍ତି। ମୋ ପିଲାର କିଛି ହେଲେ ଆମେ ସରକାରଙ୍କୁ ଦେଖିନେବୁ। ଦେଶ ପାଇଁ କାମ କରୁଥିବା ପିଲାମାନଙ୍କୁ ଗିରଫ କରାଯାଉଛି, ଅଥଚ ଅପରାଧ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଅଭିଜିତ ଘରୁ ବାହାରିବା ସମୟରେ ହିଁ ସତର୍କ କରାଇ ଦେଇଥିଲା ଯେ ତାକୁ ଗିରଫ କରାଯାଇପାରେ।

ମାଆ ଭାବବିହୱଳ ହୋଇ କହିଛନ୍ତି ଯେ ପୁଅ ଯିବା ବେଳେ ସେ କାନ୍ଦି କାନ୍ଦି ବିଦାୟ ଦେଇଥିଲେ, କିନ୍ତୁ ଅଭିଜିତ ତାଙ୍କୁ ବୁଝାଇଥିଲା ଯେ କାନ୍ଦ ନାହିଁ, ଯାହା ହେବ ଭଲ ପାଇଁ ହିଁ ହେବ। ସରକାରଙ୍କ ଆଭିମୁଖ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି ସେ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତି ତାଙ୍କୁ ଆଦୌ ଭଲ ଲାଗୁନାହିଁ। ସରକାର ତାଙ୍କ ପୁଅ ସହିତ ଅନ୍ୟାୟ କରିଛନ୍ତି ଏବଂ ଏହି କାର୍ଯ୍ୟାନୁଷ୍ଠାନ ତାଙ୍କୁ ଗଭୀର ଆଘାତ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗସାପ ସହ ରିଲ୍ସ କରିବାବେଳେ ମାରିଲା ଚୋଟ, ଚାଲିଗଲା ଯୁବକଙ୍କ ଜୀବନ

ପୁରୀ,୧୦ା୧୦(ଅଜିତ୍‌ କୁମାର ମହାନ୍ତି): ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ…

ଦୁର୍ଭାଗ୍ୟଶାଳୀ ସଞ୍ଜୁ ସାମସନ: ପ୍ରଥମଥର ପାଇଁ ଜଣେ ଖେଳାଳି ଭାବେ ସାମ୍ନା କଲେ ଏମିତି ଅବସ୍ଥା

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଚମତ୍କାର ବ୍ୟାଟିଂ କରି ୪୧ଟି ବଲରୁ ୮୨ ରନ ସଂଗ୍ରହ କରିଥିଲେ। ୯ଟି ଚୌକା ଓ…

ସିଜେପି ଆନ୍ଦୋଳନକୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ, CJI କହିଲେ…

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ କକରୋଚ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକୁ ମିଳିଛି ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ।ଫଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଜାରି ଆନ୍ଦୋଳନ ଆହୁରି ତୀବ୍ର…

ଦିଲ୍ଲୀ ଆନ୍ଦୋଳନ ସମୟରେ ଅଭିଜିତ ଦୀପ୍‌କେଙ୍କ ଘରୁ ଆସିଲା ଏହି ଦୁଃଖଦ ଖବର, ଭାଙ୍ଗିପଡ଼ିଛନ୍ତି ପୂରା ପରିବାର

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀର ଜନ୍ତରମନ୍ତରଠାରେ କକ୍ରୋଚ୍ ଜନତା ପାର୍ଟି (ସିଜେପି ) ପକ୍ଷରୁ ଚାଲିଥିବା ଆନ୍ଦୋଳନ ଏବଂ ଗିରଫଦାରୀ ମଧ୍ୟରେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେଙ୍କ ପରିବାରରୁ ଏକ…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?