୪ ବର୍ଷ ବୟସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ

ଭଦ୍ରକ ଅଫିସ, ୧୧।୧୨: ବୟସ ମାତ୍ର ୪ ବର୍ଷ ୬ ମାସ। ତୁଳସୀ ଦୁଇପତ୍ରରୁ ବାସିଲା ଭଳି ତାଙ୍କ ପ୍ରତିଭା ଏବେଠାରୁ ବାସିଲାଣି। ହିନ୍ଦୀ ଓ ଇଂଲିଶରେ ୮୦ଟି ରାଇମ୍ସ ଗାଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି ଭଦ୍ରକ ଜିଲା ସଦର ବ୍ଲକ ସାବରଙ୍ଗ ଥାନା ଅଧୀନ ଆଟୋ ଗ୍ରାମର କୁନିଝିଅ ଭାନଭୀ ଭାବ୍ୟାଂଶିଖା। ତାଙ୍କର ଏହି ସଫଳତା ଜିଲା ପାଇଁ ଗୌରବ ଆଣିଛି।
ନରେନ୍ଦ୍ର ଦାସ ଓ ଶାଶ୍ୱତୀ ସୌମ୍ୟା ମହାପାତ୍ରଙ୍କ ଝିଅ ଭାନଭୀ ଏବେ ଚରମ୍ପା ମିଶନ ପବ୍ଲିକ ସ୍କୁଲରେ ଏଲ୍‌କେଜିର ଛାତ୍ରୀ। ଖୁବ୍‌ ଚଞ୍ଚଳ ପ୍ରକୃତିର ଭାନଭୀଙ୍କ ପ୍ରତିଭା। ସ୍କୁଲରେ ପାଠପଢ଼ାରେ ଯେମିତି ଆଗରେ ଠିକ୍‌ ସେମିତି ନିଜ ପ୍ରତିଭା ପାଇଁ ଚର୍ଚ୍ଚାରେ ରୁହନ୍ତି। କେବଳ ରାଇମ୍ସ ନୁହେଁ ଅନେକ ଶ୍ଲୋକ ବି ମନେରଖି ଖୁବ୍‌ ପ୍ରାଞ୍ଜଳ ଭାବେ ଗାଇ ପାରନ୍ତି। ଦୁନିଆ ବିଷୟରେ ଠିକ୍‌ ଭାବେ ବୁଝି ପାରି ନ ଥିବା ଭାନଭୀ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ଇଚ୍ଛା ରଖିଥିବା କହନ୍ତି। ଝିଅର ଏଭଳି ସଫଳତା ନେଇ ମା’ ବାପା ବେଶ୍‌ ଖୁସି ଥିବାବେଳେ ଆଗକୁ ଅନେକ ରେକର୍ଡ ପାଇଁ ପ୍ରଚେଷ୍ଟା କରୁଥିବା କହିଛନ୍ତି। ସ୍କୁଲ ତରଫରୁ ଭାନଭୀଙ୍କୁ ସମ୍ବର୍ଦ୍ଧନା ସହ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ମା’ ବାପା କହନ୍ତି, ଭାନଭୀର ଶିଖିବାର ଇଚ୍ଛା ଓ ନିଶା, କ୍ୟାମେରା ସାମ୍ନାରେ ତାହା ପ୍ରକାଶ କରିବାର ଆଗ୍ରହ ତାକୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ଦେଇଛି। ଏହା ବ୍ୟତୀତ ନାଚ ଓ ପାଠପଢ଼ା ପ୍ରତି ତାଙ୍କର ଆଗ୍ରହ ରହିଛି। ସମସ୍ତଙ୍କୁ ପୁରସ୍କାର ପାଇବାର ଦେଖି ସେ ଅଝଟ କରୁଥିଲେ। ଏଣୁ ସେମାନେ ତାଙ୍କୁ ଏଥିପାଇଁ ପ୍ରସ୍ତୁତ କରାଇଥିଲେ। ଆଉ ଏଥିରେ ଝିଅ ସଫଳତା ପାଇବା ପରେ ସେମାନେ ବହୁତ ଖୁସି ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ବିଭାଜିକା ଯୋଜନାରେ ପିଏସ୍‌ଏମ୍‌ଇ ଅନୁଦାନ ହେରଫେର ଅଭିଯୋଗ, ତାତିଲେ ଚାଷୀ

କେନ୍ଦୁଝର, ୨୭ା୨ (ସ୍ବ.ପ୍ର.) : ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ବାରିଆ ଅଞ୍ଚଳରେ ପିଏସ୍‌ଏମ୍‌ଇ ଅନୁଦାନ ଅର୍ଥ ଚଞ୍ଚକତା କରି...

୭ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ରାଜ୍ୟରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ରବିବାର ୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...

ଟୋଲ୍‌ଗେଟ୍‌ରେ ଆଉ ଅପେକ୍ଷା କରିବାକୁ ପଡ଼ିବନି: ଆଜିଠୁ ଫାଷ୍ଟାଗ୍‌ ବ୍ୟବସ୍ଥା

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଟୋଲ୍‌ଗେଟ୍‌ରେ ଟିକସ ଦେବା ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଛିଡାହେବାକୁ ପଡିବନାହିଁ। ଫାଷ୍ଟାଗ୍‌ ଜରିଆରେ ଗାଡି ଚାଳକ ଟୋଲ ଟିକସ ଭରିପାରିବେ ।...

୩ ମହାନଗର ନିଗମରେ ବିଜେଡି ଆଗୁଆ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମର ଆସନ ପାଇଁ ଭୋଟ ଗଣତିରେ ବିଜେଡ଼ି ଆଗୁଆ ରହିଛି । ବର୍ତ୍ତମାନ ସୁଦ୍ଧା ଗଣତିରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ...

ଭକ୍ତିମୟ ପରିବେଶରେ ଅବିର ଖେଳି ବିମାନରେ ବୁଲିଲେ ଠାକୁର

ପାଟଣା,୭।୩(ସ୍ବ. ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ବାମ ବିରଜୟ ଗୋବିନ୍ଦପୁର ଶାସନ, ଦୁର୍ଗାଦେଇପୁର, କାମେଶ୍ୱର ପୁର, ଶିବ ନାରାୟଣ ପୁରଶାସନ ଓ...

ଅନୁକୂଳ ପାଣିପାଗ: ଖରିଫ ଚାଷ ପାଇଁ ଚାଷୀ ତତ୍ପର

ଉଲୁଣ୍ଡା, ୧ା୭(ଡି.ଏନ.ଏ.)  ରୋହିଣୀ ତାତେ, ମୃଗଶିରା ମାତେ, ଆରଦ୍ରା କରେ ଛନ୍‌ ଛନ୍‌, ଚାଷୀ ବଇଲା ଚଷାନୀଲୋ ଇ ବଛର କେନନ ରଖମା ଧାନ। ବିଶ୍ୱାସ...

ବିଭିନ୍ନ ପ୍ରାନ୍ତକୁ ପୂର୍ବତଟ ରେଳପଥର ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୮ା୧୧(ବ୍ୟୁରୋ):ପୂଜା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ଟ୍ରେନ ପାଇଁ ଯାତ୍ରୀ ଆଗ୍ରହ ଦେଖାଇଛନ୍ତି। ପୁରୀ-ଅମୃତସର ସ୍ବତନ୍ତ୍ର ଟ୍ରେନରେ ପୂର୍ଣ୍ଣମାତ୍ରାରେ ସଂରକ୍ଷିତ ହୋଇଛି ବୋଲି...

ଏକ ତରଫା ପ୍ରେମରେ ବିଫଳ: ମହିଳାଙ୍କୁ ପିସ୍ତଲ ଦେଖାଇ ଧମକ, ୨ ଅଟକ

ବ୍ରହ୍ମପୁର ଅଫିସ,୧୨ା୮-ଜଣେ ମହିଳାଙ୍କୁ ଏକ ତରଫା ପ୍ରେମ କରି ବିଫଳ ହେବା ପରେ ତାଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ...

Advertisement
Archives

Model This Week