ସରକାର ସମାନ, ଚାଷୀ ପଞ୍ଜୀକରଣ ନୀତି ଭିନ୍ନ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ):କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ଚାଲିଛି। ସେହିପରି ଓଡ଼ିଶା ଏବଂ ପଡ଼ୋଶୀ ଛତିଶଗଡ଼ରେ ଭାଜପା ସରକାର ଶାସନ କରୁଛି। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ଭିନ୍ନ ଚାଷୀ ପଞ୍ଜୀକରଣ ନୀତି ଏବେ ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲାର ଚାଷୀ ସଙ୍ଗଠନ ଜୟ କିସାନ ଆନ୍ଦୋଳନର ଏକ ପ୍ରତିନିଧି ଦଳ ସୋମବାର ଛତିଶଗଡ଼ ରାଜ୍ୟର ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ସେଠାକାର ବିଭିନ୍ନ କୃଷି ସମବାୟ ସମିତି ବୁଲିଥିଲେ। ଏହି ଚାଷୀ ଏବଂ ସମବାୟ ସମିତିର ଅଧିକାରୀମାନଙ୍କୁ ଭେଟି ଚାଷୀ ପଞ୍ଜୀକରଣ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ। ତେବେ ପଚରାଉଚରା ସମୟରେ ରୋଚକ ତଥ୍ୟ ଆସିଛି ବୋଲି ଉକ୍ତ ଚାଷୀ ସଙ୍ଗଠନର ପ୍ରତିନିଧିମାନେ କହିଛନ୍ତି। ସେମାନେ ସୂଚନା ଦେଇ କହିଛନ୍ତି, ଓଡ଼ିଶାରେ ଚାଷୀମାନଙ୍କୁ ପଞ୍ଜୀକରଣ ପାଇଁ ସର୍ବାଧିକ ଗୋଟିଏ ମାସ ସମୟ ଦିଆଯାଉଛି। କିନ୍ତୁ ଛତିଶଗଡ଼ରେ ସେଥିପାଇଁ ଚାଷୀମାନଙ୍କୁ ଦୀର୍ଘ ୪ମାସ ସମୟ ଦିଆଯାଇଛି। ଏପରିକି ପଞ୍ଜୀକରଣ କରିବା ପାଇଁ ଛତିଶଗଡ଼ ସରକାର ଏକ ଚିଠି ଜାରି କରି ସେ ନେଇ ସେଠାକାର ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଛତିଶଗଡ଼ରେ ଚାଷୀ ପଞ୍ଜୀକରଣ ଜୁଲାଇ ମାସ ୧ତାରିଖରୁ ଅକ୍ଟୋବର ମାସ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ବା ଉଲ୍ଲେଖ ରହିଛି। କିନ୍ତୁ ଓଡ଼ିଶାରେ ଧାନବିକ୍ରିର ବିକେନ୍ଦ୍ରୀକରଣ, କଟନୀଛଟନୀ ଏବଂ ଦଲାଲରାଜ ଚାଲିଥିବା ବେଳେ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ ଅତି ଜଟିଳ ହୋଇଛି ବୋଲି ଚାଷୀ ସଂଗଠନ ଜୟ କିସାନ ଆନ୍ଦୋଳନ ଅଭିଯୋଗ କରିଛି । ଉଭୟ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଥିବା ବେଳେ ଓଡ଼ିଶାର ଚାଷୀମାନଙ୍କୁ କାହିଁକି ଏପରି ହଇରାଣ କରାଯାଉଛି ବୋଲି ଜୟ କିଷାନ ଆନ୍ଦୋଳନ ତରଫରୁ ପ୍ରଶ୍ନ କରାଯାଇଛି। ଯଦି ଏ ବିଷୟରେ ସରକାର କିମ୍ବା ବିଧାୟକମାନେ ଅବଗତ ନୁହନ୍ତି, ତାହେଲେ ସେମାନେ ଛତିଶଗଡ଼ ଯାଇ କିଛି ଶିକ୍ଷାଲାଭ କରନ୍ତୁ ବୋଲି ଉକ୍ତ ଚାଷୀ ସଂଗଠନ ଆହ୍ବାନ କରିଛି। ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ ଏବଂ ସାଧାରଣ ସମ୍ପାଦକ ହର ବଣିଆଁଙ୍କ ନେତୃତ୍ୱରେ ଏହି ଚାଷୀ ପ୍ରତିନିଧି ଦଳ ଛତିଶଗଡ଼ର ଚିବରାକୁଟା ଏବଂ ସାଗରପାଲି (ରୁଢା) ପ୍ରାଥମିକ କୃଷି ସମବାୟ ସମିତି ଯାଇ ଚାଷୀମାନଙ୍କୁ ଏବଂ ଅଧିକାରୀମାନଙ୍କୁ ଭେଟି ସେଠିକାର ବ୍ୟବସ୍ଥା ବିଷୟରେ ପଚାରିବା ବୁଝିଥିଲେ। ଧାନ ବିକ୍ରି ପାଇଁ ଓଡ଼ିଶା ସରକାରଙ୍କ ନୂତନ ପଞ୍ଜୀକରଣ ନିର୍ଦ୍ଦେଶାବଳୀ ବ୍ୟବସ୍ଥାରେ ଚାଷୀ ହନ୍ତସନ୍ତ ହୋଇ ଆନ୍ଦୋଳନମୁହାଁ ହେଲାପରେ ସ୍ବଘୋଷଣାନାମାରେ ପଞ୍ଜୀକରଣ ହେଲା। ଏଥିସହିତ ସରକାର ସମୟସୀମାକୁ ମାତ୍ର ୫ଦିନ ବୃଦ୍ଧି କଲେ। ସରଳ ପଞ୍ଜୀକରଣ ଏବଂ ସମୟସୀମା ବୃଦ୍ଧି ପରେ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସର୍ଭର ସମସ୍ୟା କାରଣରୁ ଚାଷୀମାନଙ୍କୁ ଅନେକ ଦିନ ସୋସାଇଟିକୁ ଦୌଡ଼ିବାକୁ ପଡ଼ିଥିଲା। କିନ୍ତୁ ଛତିଶଗଡ଼ରେ ସମ୍ପୂର୍ଣ୍ଣ ଓଲଟା ବୋଲି ଏହି ଚାଷୀ ପ୍ରତିନିଧିମାନେ କହିଛନ୍ତି। ସେଠାକାର ସରକାର ଜିଲାପାଳମାନଙ୍କୁ ଚିଠି କରି ୪ମାସ ପଞ୍ଜିକରଣ ଅବଧି ରଖିଛନ୍ତି। ଚାଷୀମାନେ ମନଇଚ୍ଛା କାମଧନ୍ଦା କରି ଖାଲି ସମୟରେ ପଞ୍ଜୀକରଣ କରାଉଛନ୍ତି। ସେଠାରେ ଚାଷୀମାନେ କେବଳ ଆଧାର କାର୍ଡ ଏବଂ ନୋମିନି ଭାବରେ ଆଉ ଜଣକର ଆଧାର କାର୍ଡ ଦେଇଦେଲେ ପଞ୍ଜୀକରଣ ହୋଇଯାଉଛି। ଯଦି ସମ୍ପୃକ୍ତ ଚାଷୀ କୌଣସି କାରଣରୁ ଧାନ ବିକ୍ରି ପାଇଁ ଆସିପାରିବେ ନାହିଁ, ସେଭଳି ସ୍ଥିତିରେ ସେ ଦେଇଥିବା ନୋମିନି ଧାନ ବିକ୍ରି କରିପାରିବେ। ସେଠାକାର ଚାଷୀମାନଙ୍କୁ ଏତେ ସୁବିଧା ଦିଆଯାଉ ଥିବାବେଳେ ଓଡ଼ିଶାରେ ଏତେ କଟକଣା କାହିଁକି ବୋଲି ସଙ୍ଗଠନ ତରଫରୁ ପ୍ରଶ୍ନ କରାଯାଇଛି। ଯଦି ଏହି ସବୁ ବିଷୟରେ ଆମ ସରକାର ଅନଭିଜ୍ଞ, ତାହେଲେ ସେଠାକୁ ଯାଇ କିଛି ଶିକ୍ଷାଲାଭ କରନ୍ତୁ ବୋଲି ସଙ୍ଗଠନ ତରଫରୁ ଆହ୍ବାନ ଦିଆଯାଇଛି। ଆଗାମୀ ଦିନରେ ପଞ୍ଜୀକରଣ ଓ ଧାନ ବିକ୍ରି ବ୍ୟବସ୍ଥା ଛତିଶଗଡ଼ ଭଳି କରନ୍ତୁ, ଅନ୍ୟଥା ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ଉମେଶ ସାହୁ ଏବଂ ଶୋଭାକର ସାହୁ ପ୍ରମୁଖ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri