ବନ୍ଦ ହେବ ସମ୍ବଲପୁର ରୋଡ୍‌ ଷ୍ଟେଶନ

ସମ୍ବଲପୁର,୧୧ା୩ (ବ୍ୟୁରୋ):ଦେଶ ସ୍ବାଧୀନ ପୂର୍ବରୁ ଅର୍ଥାତ୍‌ ୧୮୯୦ ମସିହାରେ ନିର୍ମାଣ ହୋଇଥିବା ସମ୍ବଲପୁର ରୋଡ୍‌ ଷ୍ଟେଶନ ବନ୍ଦ ହେବ। ଏ ନେଇ ରେଳ ସଦନ ଭୁବନେଶ୍ୱରର ପ୍ରିନ୍ସିପାଲ ଚିଫ୍‌ ଅପରେଶନ ମ୍ୟାନେଜରଙ୍କ ପକ୍ଷରୁ ନୋଟିସ୍‌ କରାଯାଇଛି। ସମ୍ବଲପୁର ରେଳ ମଣ୍ଡଳକୁ ମଧ୍ୟ ଏ ନେଇ ଅବଗତ କରାଯାଇଛି। ସମ୍ବଲପୁର-ଅନୁଗୋଳ ରେଳପଥ ଦୋହରୀକରଣ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ପୂର୍ବରୁ ୧୯୯୨-୯୩ରେ ଷ୍ଟେଶନ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ବିରୋଧ କରାଯିବାରୁ ଏହାକୁ ସ୍ଥଗିତ ରଖାଯାଇ ଷ୍ଟେଶନ ଭିତ୍ତିଭୂମିର ବିକାଶ କରାଯାଇଥିଲା। ବର୍ତ୍ତମାନର ଏହି ନିଷ୍ପତ୍ତି ପ୍ରଚାର ହେବା ପରେ ଜନ ଅସନ୍ତୋଷ ଦେଖାଦେଇଛି।
ପ୍ରାୟ ୧୨୮ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଏହି ଐତିହାସିକ ଷ୍ଟେଶନ ବନ୍ଦ ହେବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି। ପ୍ରଥମେ ଡାକ ଓ ସାମଗ୍ରୀ ନେବା ପାଇଁ ଏହି ଷ୍ଟେଶନକୁ ବ୍ୟବହାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଟ୍ରେନ ରହଣି ହେବାରୁ ଯାତ୍ରୀମାନଙ୍କ ଯାତାୟାତ ସୁବିଧା କରାଯାଇଥିଲା। ସହରର ମୁଖ୍ୟ ସ୍ଥାନରେ ଷ୍ଟେଶନ ଥିବାରୁ ରାତିଅଧରେ ମଧ୍ୟ ଲୋକେ ଯିବାଆସିବାରେ ସୁରକ୍ଷିତ ମନେକରନ୍ତି। ଏବେ ଷ୍ଟେଶନରେ ଟିକେଟ କାଉଣ୍ଟର, ଯାତ୍ରୀ ପ୍ରତୀକ୍ଷାଳୟ ଭଳି ସମସ୍ତ ସୁବିଧା ରହିଛି। ତେଣୁ କେବଳ ସମ୍ବଲପୁର ନୁହେଁ, ଆଖପାଖ ଜିଲାବାସୀ ମଧ୍ୟ ଏହି ଷ୍ଟେଶନ ଉପରେ ନିର୍ଭର କରନ୍ତି। ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମ୍ବଲପୁର-ଅନୁଗୋଳ ରେଳପଥ ୧୯୯୮ମସିହାରେ ଆରମ୍ଭ ହୋଇଥିଲା। ଗୋଟିଏ ରେଳ ଲାଇନ୍‌ରେ ଏବେ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି। ପ୍ରତିଦିନ ହାରାହାରି ୩୦ରୁ ଅଧିକ ଟ୍ରେନ ଯିବାଆସିବା କରିଥାଏ। ସମ୍ବଲପୁର ରେଳମଣ୍ଡଳର ପ୍ରମୁଖ ବ୍ୟବସାୟ ସ୍ଥଳ ହେଉଛି ଅନୁଗୋଳ। ଏହି ଷ୍ଟେଶନରୁ ଅଧିକ ରାଜସ୍ବ ଆଦାୟ ହୋଇଥାଏ। ଗୋଟିଏ ଲାଇନ୍‌ ଥିବାରୁ ମାଲବାହୀ ଟ୍ରେନ ଓ ଯାତ୍ରୀ ଟ୍ରେନ ଯିବାଆସିବାରେ ସମସ୍ୟା ହେଉଛି। ଯଦି ମାଲ ପରିବହନ ଟ୍ରେନକୁ ଅଗ୍ରାଧିକାର ଦିଆଯାଉଛି ତା’ହେଲେ ଯାତ୍ରୀମାନେ ଅସୁବିଧା ଭୋଗୁଛନ୍ତି। ଏଭଳି ସମସ୍ୟା ଯୋଗୁ ସମ୍ବଲପୁର-ଅନୁଗୋଳ ରେଳପଥକୁ ଦୋହରୀକରଣ ଓ ଉନ୍ନତୀକରଣ ଯୋଜନା କରି ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଦୋହରୀକରଣ କାମ ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ବସିଲାଣି। ହେଲେ ସମ୍ବଲପୁର ରୋଡ୍‌ ଷ୍ଟେଶନ ବାଧା ସୃଷ୍ଟି କରୁଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?