୨୦ବର୍ଷର ରେକର୍ଡ ଭାଙ୍ଗିଲା ସମ୍ବଲପୁର

ସମ୍ବଲପୁର,୧୩ା୬(ବ୍ୟୁରୋ): ୨୦ବର୍ଷର ରେକର୍ଡ ଭାଙ୍ଗି ରାଜ୍ୟରେ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ସମ୍ବଲପୁର। ସୋମବାର ଏଠାରେ ତାପମାତ୍ରା ୪୬.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୨୦୦୩ରେ ୪୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ୧୯୯୮ରେ ତାପମାତ୍ରା ୪୬ ଡିଗ୍ରୀରୁ ଅଧିକ ରହିଥିବାବେଳେ ଅନେକ ଧନଜୀବନ ନଷ୍ଟ ହୋଇଥିଲା ା ପ୍ରାୟ ୧୫ଦିନ ହେଲା ସମ୍ବଲପୁର ଜିଲାରେ ୪୩ ଡିଗ୍ରୀରୁ ଅଧିକ ତାପମାତ୍ରା ରହୁଛି। ପ୍ରଚଣ୍ଡ ଗ୍ରୀଷ୍ମତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। କେବଳ ମଣିଷ ନୁହେଁ, ଗୃହପାଳିତ ପ୍ରାଣୀ, ବନ୍ୟପ୍ରାଣୀ ମଧ୍ୟ ସନ୍ତୁଳି ହେଉଛନ୍ତି। ଘରେ କୁଲର, ଏସି ଥିଲେ ମଧ୍ୟ ତାହା କାମରେ ଆସୁ ନାହିଁ। ଘରେ ଘରେ ଝାଡାବାନ୍ତି ଆକ୍ରାନ୍ତ ହେଉଛନ୍ତି ା ଆହୁରି ଏକସପ୍ତାହ ପର୍ଯ୍ୟନ୍ତ ଏଭଳି ତାତି ଲାଗିରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଉଥିବାରୁ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହେଉଛି। ସକାଳ ହେଲା ମାତ୍ରେ ଅତି ଜରୁରୀ କାମ ସାରି ଲୋକମାନେ ଘର ଭିତରକୁ ଚାଲିଯାଉଛନ୍ତି। ପୂର୍ବାହ୍ନରୁ ସନ୍ଧ୍ୟା ହେବା ପର୍ଯ୍ୟନ୍ତ ରାସ୍ତାଘାଟ ଶୂନଶାନ ହୋଇଯାଇଛି। ଚଳିତ ଗ୍ରୀଷ୍ମ ସମୟରେ କାଳବୈଶାଖୀର ବିଶେଷ ପ୍ରଭାବ ଦେଖିବାକୁ ମିଳି ନ ଥିବାରୁ ଏଭଳି ଅବସ୍ଥା ଜାରି ରହିଛି। କଂକ୍ରିଟ୍‌ ଜଙ୍ଗଲ ସୃଷ୍ଟି ସାଙ୍ଗକୁ ପ୍ରାକୃତିକ ସମ୍ପଦର କ୍ଷୟ ଯୋଗୁ ଗ୍ରୀଷ୍ମର ପ୍ରକୋପ ଦେଖିବାକୁ ମିଳୁଛି। ସହରକୁ ଶୀତଳତା ପ୍ରଦାନ କରୁଥିବା ପ୍ରାୟ ୧୦୦ଟି ପୋଖରୀ ମଧ୍ୟରୁ ଅନେକ ରକ୍ଷଣାବେକ୍ଷଣ ଅଭାବରୁ ସମ୍ବଲପୁରର ତାପମାତ୍ରା ବଢ଼ି ଚାଲିଥିବା ବିଶେଷଜ୍ଞ ମତ ଦେଉଛନ୍ତି। ଜଳ ସଂରକ୍ଷଣ, ଭୂତଳ ଜଳର ସୁରକ୍ଷା ଓ ବ୍ୟାପକ ବୃକ୍ଷରୋପଣ ଦ୍ୱାରା ହିଁ ସହର ପରିବେଶ ଶୀତଳ ରଖାଯାଇପାରିବ। ସମ୍ବଲପୁର ସହର ଗତ କିଛିବର୍ଷ ହେଲା ବ୍ୟାପକ ଭାବରେ ସମ୍ପ୍ରସାରିତ ହୋଇଛି। ଏହି ସମୟରେ ସହରର ପୂର୍ବସ୍ଥିତି ବଜାୟ ରଖିବାକୁ ସାମୂହିକ ଉଦ୍ୟମ ଆବଶ୍ୟକ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ମା’ ଠାକୁରାଣୀଙ୍କ ଯାତ୍ରାରେ ନବମ ଦିନରେ ପ୍ରକମ୍ପିତ ଗୌଡ଼ ସାହି

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ମା’ ଠାକୁରାଣୀଙ୍କ ଯାତ୍ରା ୯ମ ଦିନରେ ପହଞ୍ଚିଛି। ଏହି ୯ଦିନ ଧରି ଦାରିଙ୍ଗବାଡ଼ିି ଉତ୍ସବମୁଖର ହୋଇପଡ଼ିଥିବା ବେଳେ ପ୍ରତିଦିନ...

ନିର୍ବାଚନ ପାଇଁ କଡ଼ା ନଜର ରଖିଛି ପୋଲିସ

ଫୁଲନଖରା,୧ା୫(ସତ୍ୟ ରଞ୍ଜନ ଦାସମହାପାତ୍ର): ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ପାଇଁ କଟକ ସଦର ଥାନା ପୋଲିସ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଜନାର୍ଦ୍ଦନ ଦେହୁରୀଙ୍କ ନାମାଙ୍କନପତ୍ର ଦାଖଲ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ଆସନ୍ତା ୨୦ ତାରିଖରେ ସୁନ୍ଦରଗଡ଼ ଜିଲାରେ ହେବ ଭୋଟ୍‌ ଗ୍ରହଣ। ଏଥି ନିମନ୍ତେ ବୁଧବାର ଥିବା ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସ। ଏହି...

ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହ ବୁଧବାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବଡ଼ବଙ୍ଗା...

ଅତାବିରା ଆସନ ପାଇଁ ଜୟକ୍ରିଷ୍ଣାଙ୍କ ନାମାଙ୍କନପତ୍ର ଦାଖଲ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଜୟକ୍ରିଷ୍ଣା ଛୁରିଆ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri