୨୦ବର୍ଷର ରେକର୍ଡ ଭାଙ୍ଗିଲା ସମ୍ବଲପୁର

ସମ୍ବଲପୁର,୧୩ା୬(ବ୍ୟୁରୋ): ୨୦ବର୍ଷର ରେକର୍ଡ ଭାଙ୍ଗି ରାଜ୍ୟରେ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ସମ୍ବଲପୁର। ସୋମବାର ଏଠାରେ ତାପମାତ୍ରା ୪୬.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୨୦୦୩ରେ ୪୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ୧୯୯୮ରେ ତାପମାତ୍ରା ୪୬ ଡିଗ୍ରୀରୁ ଅଧିକ ରହିଥିବାବେଳେ ଅନେକ ଧନଜୀବନ ନଷ୍ଟ ହୋଇଥିଲା ା ପ୍ରାୟ ୧୫ଦିନ ହେଲା ସମ୍ବଲପୁର ଜିଲାରେ ୪୩ ଡିଗ୍ରୀରୁ ଅଧିକ ତାପମାତ୍ରା ରହୁଛି। ପ୍ରଚଣ୍ଡ ଗ୍ରୀଷ୍ମତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। କେବଳ ମଣିଷ ନୁହେଁ, ଗୃହପାଳିତ ପ୍ରାଣୀ, ବନ୍ୟପ୍ରାଣୀ ମଧ୍ୟ ସନ୍ତୁଳି ହେଉଛନ୍ତି। ଘରେ କୁଲର, ଏସି ଥିଲେ ମଧ୍ୟ ତାହା କାମରେ ଆସୁ ନାହିଁ। ଘରେ ଘରେ ଝାଡାବାନ୍ତି ଆକ୍ରାନ୍ତ ହେଉଛନ୍ତି ା ଆହୁରି ଏକସପ୍ତାହ ପର୍ଯ୍ୟନ୍ତ ଏଭଳି ତାତି ଲାଗିରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଉଥିବାରୁ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହେଉଛି। ସକାଳ ହେଲା ମାତ୍ରେ ଅତି ଜରୁରୀ କାମ ସାରି ଲୋକମାନେ ଘର ଭିତରକୁ ଚାଲିଯାଉଛନ୍ତି। ପୂର୍ବାହ୍ନରୁ ସନ୍ଧ୍ୟା ହେବା ପର୍ଯ୍ୟନ୍ତ ରାସ୍ତାଘାଟ ଶୂନଶାନ ହୋଇଯାଇଛି। ଚଳିତ ଗ୍ରୀଷ୍ମ ସମୟରେ କାଳବୈଶାଖୀର ବିଶେଷ ପ୍ରଭାବ ଦେଖିବାକୁ ମିଳି ନ ଥିବାରୁ ଏଭଳି ଅବସ୍ଥା ଜାରି ରହିଛି। କଂକ୍ରିଟ୍‌ ଜଙ୍ଗଲ ସୃଷ୍ଟି ସାଙ୍ଗକୁ ପ୍ରାକୃତିକ ସମ୍ପଦର କ୍ଷୟ ଯୋଗୁ ଗ୍ରୀଷ୍ମର ପ୍ରକୋପ ଦେଖିବାକୁ ମିଳୁଛି। ସହରକୁ ଶୀତଳତା ପ୍ରଦାନ କରୁଥିବା ପ୍ରାୟ ୧୦୦ଟି ପୋଖରୀ ମଧ୍ୟରୁ ଅନେକ ରକ୍ଷଣାବେକ୍ଷଣ ଅଭାବରୁ ସମ୍ବଲପୁରର ତାପମାତ୍ରା ବଢ଼ି ଚାଲିଥିବା ବିଶେଷଜ୍ଞ ମତ ଦେଉଛନ୍ତି। ଜଳ ସଂରକ୍ଷଣ, ଭୂତଳ ଜଳର ସୁରକ୍ଷା ଓ ବ୍ୟାପକ ବୃକ୍ଷରୋପଣ ଦ୍ୱାରା ହିଁ ସହର ପରିବେଶ ଶୀତଳ ରଖାଯାଇପାରିବ। ସମ୍ବଲପୁର ସହର ଗତ କିଛିବର୍ଷ ହେଲା ବ୍ୟାପକ ଭାବରେ ସମ୍ପ୍ରସାରିତ ହୋଇଛି। ଏହି ସମୟରେ ସହରର ପୂର୍ବସ୍ଥିତି ବଜାୟ ରଖିବାକୁ ସାମୂହିକ ଉଦ୍ୟମ ଆବଶ୍ୟକ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?