ଯାହାକୁ ଭଲ ପାଉଥିଲି ବିବାହ କରିଥିଲେ ଆଜି ଜେଜେ ବାପା ହୋଇଥାନ୍ତି : ସଲମାନ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ୍‌ କେବେ ବିବାହ କରିବେ ଏନେଇ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ। ଏପରିକି ପ୍ରତିବର୍ଷ ସଲମାନଙ୍କୁ ଏହି ପ୍ରଶ୍ନର ସାମ୍ନା କରିବାକୁ ପଡ଼େ। କିନ୍ତୁ ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ସୁଦ୍ଧା କାହା ପାଖରେ ନାହିଁ। କିନ୍ତୁ ଜାଣନ୍ତି କି ସଲମାନ ଜଣେ ଝିଅକୁ ବହୁତ ପସନ୍ଦ କରୁଥିଲେ। କିନ୍ତୁ ହୃଦୟର କଥା ତାଙ୍କୁ କହି ନ ପାରିବାରୁ ସେ ଅନ୍ୟ ହାତ ଧରି ଚାଲିଗଲେ। ଏକଥା ଆମେ କହୁନୁ। ଖୋଦ୍‌ ସଲମାନ ଏକ ଶୋ’ରେ କହିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।

ସଲମାନ କହିଛନ୍ତି, ସେ ଯେଉଁ ଝିଅକୁ ଭଲ ପାଉଥିଲେ ତାଙ୍କୁ ଯଦି ପ୍ରପୋଜ କରିଥାନ୍ତେ ବା ବିବାହ ପ୍ରସ୍ତାବ ଦେଇଥାନ୍ତେ ଆଜି ସେ ଜେଜେ ବାପା ହୋଇଥାନ୍ତେ।

ବିଗ ବସ୍‌-୧୩ରେ ଅଜୟ ଦେବଗନ ଏବଂ କାଜୋଲଙ୍କ ସହ ଖେଳାଯାଇଥିବା ଏକ ମଜାଦାର ଗେମ୍‌ରେ ସଲମାନ ନିଜେ ଏହି କଥା କହିଛନ୍ତି। ସେ କହିଛନ୍ତି, ଥରେ ସେ ଝିଅଟିର କୁକୁର ତାଙ୍କୁ କାମୁଡ଼ି ଦେଇଥିଲା। ପରେ ମୁଁ ତାଙ୍କୁ ପ୍ରକୃତରେ ପସନ୍ଦ କରିଥିଲି ମାତ୍ର ପ୍ରତ୍ୟାଖ୍ୟାନ ଭୟରେ କଦାପି କହି ପାରିଲି ନାହିଁ। ଖାଲି ଏତିକି ନୁହେଁ ତାଙ୍କ ତିନି ସାଙ୍ଗ ମଧ୍ୟ ସେହି ଝିଅକୁ ଭଲ ପାଉଥିଲେ। ପରେ ସଲମାନ ଜାଣିଲେ ଝିଅଟି ତାଙ୍କୁ ମଧ୍ୟ ପସନ୍ଦ କରେ।

ଏହି ପୂରା ଘଟଣାକୁ ମନେ ପକାଇ ସଲମାନ ହସିବାକୁ ଲାଗିଲେ ଏବଂ କହିଲେ, ଠିକ୍‌ ୧୫-୨୦ ବର୍ଷ ପରେ ସେ ଝିଅ ସହ ମୋର ଦେଖା ହୋଇଥିଲା। ଏବେ ସେ ଜେଜେମା ହୋଇସାରିଲେଣି। ମୋତେ କହିଲେ, ମୋର ନାତିନାତୁଣୀ ତୁମର ପ୍ରଶଂସକ। ସେମାନେ ତୁମ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି। ସଲମାନ କହିଛନ୍ତି, ସେ ତାଙ୍କ ମନର କଥା ନ କହି ଠିକ୍‌ କରିଛନ୍ତି ନହେଲେ ଏବେ ଜେଜେ ବାପା ହୋଇଥାନ୍ତେ। ସଲମାନଙ୍କ କଥା ଶୁଣି ଶୋ’ରେ ବେଶ୍‌ ହାସ୍ୟରୋଳ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ହରାଇଲେ ଆଲିଆ

ମୁମ୍ବାଇ: କେତେକ ବଲିଉଡ୍‌ ସେଲିବ୍ରିଟି ଏବେ କରୋନା କବଳରେ ଆସିଯାଇଥିବା ବେଳେ ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏହି କ୍ରମରେ ବଲିଉଡ୍‌ ଅଭିନେତା...

ମୋଦିଙ୍କ ଶୁଭେଚ୍ଛା ଜଣାଇ ଟ୍ରଲ ହେଲେ ଶବାନା

ମୁମ୍ବାଇ,୨୪।୫: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ସୋସିଆଲ ମିଡିଆରେ ମୋଦିଙ୍କ ସମର୍ଥକ ଓ ବିରୋଧୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଭଲ...

ଶୁଟିଂ ସେଟ୍‌ରେ ବୋହୋସ୍ ହୋଇଯାଇଥିଲେ କରିନା

ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାଁଙ୍କର ରହିଛନ୍ତି ଅନେକ ପ୍ରଶଂସକ । ନିକଟରେ ସେ ଦ୍ୱିତୀୟ ସନ୍ତାନର ମା’ ହୋଇଛନ୍ତି । ତେବେ ଗର୍ଭାବସ୍ଥାର...

୨୬ ବର୍ଷ ସାନ ସ୍ତ୍ରୀଙ୍କ ସହ ରୋମାଣ୍ଟିକ୍‌ ହେଲେ ଏହି ଅଭିନେତା

ଅଭିନେତା ମିଲିନ୍ଦ ସୋମନ ହିନ୍ଦୀ, ମରାଠୀ ଏବଂ ଦକ୍ଷିଣ ଫିଲ୍ମ ଜଗତରେ କାମ କରିଛନ୍ତି। କେବଳ ଏତିକି ନୁହେଁ, ସେ ଫିଟ୍‌ନେସ୍‌ କିଙ୍ଗ୍‌ ଭାବରେ ମଧ୍ୟ...

ଗୁଜରାଟରେ ଆଉ ଥରେ ରିଲିଜ୍‌ ହେଲା ଫିଲ୍ମ ‘ସୂର୍ଯ୍ୟବଂଶୀ’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର-କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଏକ, ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ...

କଙ୍ଗନାଙ୍କୁ ହତ୍ୟା ଧମକ!

ମୁମ୍ବାଇ: ବଲିଉଡ୍ ପଙ୍ଗା କୁଇନ୍ କଙ୍ଗନା ରାନାୱତ ନିଜ ଟୁଇଟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ବେଳେ ଏବେ ଆଉ ଏକ ଘଟଣାକୁ ନେଇ ଆସିଛନ୍ତି...

ପ୍ରଖ୍ୟାତ ଅଭିନେତ୍ରୀ କିଶୋରୀ ବଲାଲଙ୍କ ପରଲୋକ

ବଲିଉଡ୍‌ର ପ୍ରଖ୍ୟାତ ଅଭିନେତ୍ରୀ କିଶୋରୀ ବଲାଲଙ୍କ ପରଲୋକ ହୋଇଯାଇଛି। ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। କେବଳ ବଲିଉଡ୍‌ ନୁହେଁ, କନ୍ନଡ ଫିଲ୍ମରେ...

ଏହି ଅଭିନେତ୍ରୀଙ୍କ ସହ ହ୍ରିତିଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ ପରେ ହୋଇଥିଲା ହଙ୍ଗାମା

ବଲିଉଡର ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଆଜି ଜନ୍ମଦିନ। ୨୦୦୦ର ହିଟ ଫିଲ୍ମ ‘କହୋନା ପ୍ୟାର୍‌ ହୈ’ ରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ । ପରେ...

Advertisement
Archives

Model This Week