ଯାହାକୁ ଭଲ ପାଉଥିଲି ବିବାହ କରିଥିଲେ ଆଜି ଜେଜେ ବାପା ହୋଇଥାନ୍ତି : ସଲମାନ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ୍‌ କେବେ ବିବାହ କରିବେ ଏନେଇ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ। ଏପରିକି ପ୍ରତିବର୍ଷ ସଲମାନଙ୍କୁ ଏହି ପ୍ରଶ୍ନର ସାମ୍ନା କରିବାକୁ ପଡ଼େ। କିନ୍ତୁ ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ସୁଦ୍ଧା କାହା ପାଖରେ ନାହିଁ। କିନ୍ତୁ ଜାଣନ୍ତି କି ସଲମାନ ଜଣେ ଝିଅକୁ ବହୁତ ପସନ୍ଦ କରୁଥିଲେ। କିନ୍ତୁ ହୃଦୟର କଥା ତାଙ୍କୁ କହି ନ ପାରିବାରୁ ସେ ଅନ୍ୟ ହାତ ଧରି ଚାଲିଗଲେ। ଏକଥା ଆମେ କହୁନୁ। ଖୋଦ୍‌ ସଲମାନ ଏକ ଶୋ’ରେ କହିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।

ସଲମାନ କହିଛନ୍ତି, ସେ ଯେଉଁ ଝିଅକୁ ଭଲ ପାଉଥିଲେ ତାଙ୍କୁ ଯଦି ପ୍ରପୋଜ କରିଥାନ୍ତେ ବା ବିବାହ ପ୍ରସ୍ତାବ ଦେଇଥାନ୍ତେ ଆଜି ସେ ଜେଜେ ବାପା ହୋଇଥାନ୍ତେ।

ବିଗ ବସ୍‌-୧୩ରେ ଅଜୟ ଦେବଗନ ଏବଂ କାଜୋଲଙ୍କ ସହ ଖେଳାଯାଇଥିବା ଏକ ମଜାଦାର ଗେମ୍‌ରେ ସଲମାନ ନିଜେ ଏହି କଥା କହିଛନ୍ତି। ସେ କହିଛନ୍ତି, ଥରେ ସେ ଝିଅଟିର କୁକୁର ତାଙ୍କୁ କାମୁଡ଼ି ଦେଇଥିଲା। ପରେ ମୁଁ ତାଙ୍କୁ ପ୍ରକୃତରେ ପସନ୍ଦ କରିଥିଲି ମାତ୍ର ପ୍ରତ୍ୟାଖ୍ୟାନ ଭୟରେ କଦାପି କହି ପାରିଲି ନାହିଁ। ଖାଲି ଏତିକି ନୁହେଁ ତାଙ୍କ ତିନି ସାଙ୍ଗ ମଧ୍ୟ ସେହି ଝିଅକୁ ଭଲ ପାଉଥିଲେ। ପରେ ସଲମାନ ଜାଣିଲେ ଝିଅଟି ତାଙ୍କୁ ମଧ୍ୟ ପସନ୍ଦ କରେ।

ଏହି ପୂରା ଘଟଣାକୁ ମନେ ପକାଇ ସଲମାନ ହସିବାକୁ ଲାଗିଲେ ଏବଂ କହିଲେ, ଠିକ୍‌ ୧୫-୨୦ ବର୍ଷ ପରେ ସେ ଝିଅ ସହ ମୋର ଦେଖା ହୋଇଥିଲା। ଏବେ ସେ ଜେଜେମା ହୋଇସାରିଲେଣି। ମୋତେ କହିଲେ, ମୋର ନାତିନାତୁଣୀ ତୁମର ପ୍ରଶଂସକ। ସେମାନେ ତୁମ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି। ସଲମାନ କହିଛନ୍ତି, ସେ ତାଙ୍କ ମନର କଥା ନ କହି ଠିକ୍‌ କରିଛନ୍ତି ନହେଲେ ଏବେ ଜେଜେ ବାପା ହୋଇଥାନ୍ତେ। ସଲମାନଙ୍କ କଥା ଶୁଣି ଶୋ’ରେ ବେଶ୍‌ ହାସ୍ୟରୋଳ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?