୧୯୯୯ରେ ହୋଇଥାନ୍ତା ବିବାହ, ହେଲେ ୫ ଦିନ ପୂର୍ବରୁ ଓହରି ଯାଇଥିଲେ ଭାଇଜାନ; କିଛି ଏଭଳି ହୁଏ ଚର୍ଚ୍ଚା

ବମ୍ବେ: କେବେ ବିବାହ କରିବେ ଭାଇଜାନ୍‌? ଏଭଳି ପ୍ରଶ୍ନର ଉତ୍ତର ହୁଏତ କେହି ଜାଣେନା। ଅନେକ ସମୟରେ ନାୟିକାମାନଙ୍କ ସହ ତାଙ୍କ ନାମକୁ ଯୋଡ଼ା ଯାଇଛି। ହେଲେ ବିବାହ ହୋଇପାରିନାହିଁ। ସେଭଳି କିଛି ଘଟିଥିଲା ୧୯୯୯ ମସିହା ନଭେମ୍ବର ୧୮ ତାରିଖରେ।

କୁହାଯାଏ ସଲମାନ ଖାନ୍‌ ଏବଂ ଲୋକପ୍ରିୟ ପ୍ରଯୋଜକ ସାଜିଦ୍‌ ନାଦିଆବାଲାଙ୍କ ବିବାହ ଉକ୍ତ ଦିନ ହେବାର ଥିଲା। ଉଭୟ ବିବାହ ପାଇଁ ଅତିଥିମାନଙ୍କୁ ଆମନ୍ତ୍ରଣ କରିଦେଇଥିଲେ। ହେଲେ ଧାର୍ଯ୍ୟ ବିବାହ ତାରିଖର ୫ରୁ ୬ ଦିନ ପୂର୍ବରୁ ସଲମାନ ଓହରିଯାଇଥିଲେ। ହେଲେ ସାଜିଦ ନିଜ ପ୍ରେମିକାଙ୍କ ହାତ ଧରିଥିଲେ।

ବିଗତ କିଛି ବର୍ଷକୁ ଯଦି ଦେଖାଯାଏ ତେବେ ୧୯୯୦ ମସିହାରେ ଅଭିନେତ୍ରୀ ସଙ୍ଗୀତା ବିଜଲାନୀଙ୍କ ପ୍ରେମରେ ପଡ଼ିଥିଲେ ସଲମାନ। ହେଲେ ବିବାହ ଯାଏ ଏହି କଥା ବଢ଼ି ନ ଥିଲା। ପଚରାଯିବାରେ ଯେତେବେଳେ ସ୍ତ୍ରୀଙ୍କୁ ମା’ବାପାଙ୍କଠାରୁ ଅଧିକ ଭଲପାଇବା ଦେବାର ଯୋଗ୍ୟତା ହୋଇଯିବ ସେତେବେଳେ ବିବାହ ପାଇଁ ରାଜି ହୋଇଯିବି ବୋଲି ସଫେଇ ଦେଇଥିଲେ।
୨୦୧୯ରେ ସଲମାନ ବିବାହରେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଥିଲେ। ଏହା ଏକ ମୃତ୍ୟୁର ବନ୍ଧନ ବୋଲି କହିଦେଇଥିଲେ। ଏହାପରେ ଏକାଧିକ ସମୟରେ ତାଙ୍କୁ ବିବାହକୁ ନେଇ ପଚରାଯାଇଛି। ବିଗ୍‌ବସ୍‌ ସେଟ୍‌ ହେଉ ଅଥବା ଫିଲ୍ମ ପ୍ରମୋଶନ, ସବୁଠାରେ ତାଙ୍କ ଅସଲ ଜୀବନର ନାୟିକା କିଏ ହେବ ସେ ନେଇ ପଚରାଯାଇଛି। ହେଲେ ସବୁଥର ପରି କଥାକୁ ଏଡ଼ାଇ ଯାଉଛନ୍ତି ସଲମାନ୍‌। ଏବେ ୫୫ ବର୍ଷରେ ପାଦ ଥାପିଥିବା ସଲମାନ୍‌ କେବେ ବିବାହ କରୁଛନ୍ତି ତାହା ଏକ ଅଛିଣ୍ଡା ପ୍ରଶ୍ନ ପାଲଟିଛି ବୋଲି କହିଲେ ଭୁଲ୍‌ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?