ଏକଦା ପ୍ରେମିକାଙ୍କ ପାଇଁ ସୁନିଲଙ୍କ ଆଗରେ ହାତ ଯୋଡ଼ିଥିଲେ ସଲମାନ୍‌; ଜାଣନ୍ତୁ ପୁରା ଘଟଣା

ବମ୍ବେ: ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀଙ୍କୁ ଇଣ୍ଡଷ୍ଟ୍ରୀର ଅନ୍ନା ବୋଲି କୁହାଯାଏ। ହେଲେ ଯଦି ତାଙ୍କର ବିତୃଷ୍ଣା ଭାବ ଆସେ ତେବେ ସେ ତାଙ୍କ ସହ କଥା ହୁଅନ୍ତି ନାହିଁ। ସୁପରଷ୍ଟାର ସଲମାନ୍‌ଙ୍କ ସହ ତାଙ୍କ ସମ୍ପର୍କ ବେଶ୍‌ ଭଲ। ହେଲେ ଏକ ସମୟରେ ସଲମାନ୍‌ଙ୍କୁ ସୁନିଲଙ୍କୁ ହାତ ଯୋଡ଼ି କ୍ଷମା ମାଗିବାକୁ ପଡ଼ିଥିଲା।

ସେ ସମୟରେ ସୁନିଲଙ୍କ ପ୍ରଥମ ଫିଲ୍ମ ’ବଲଓ୍ବାନ’ ରିଲିଜ ହୋଇଥିଲା। ଏହା ପରେ ତାଙ୍କୁ ଅନେକ ଫିଲ୍ମର ଅଫର ମିଳିଥିଲା। ସେଥିରୁ ଗୋଟିଏ କରିବା ପାଇଁ ସୁନିଲ ହଁ କରିଥିଲେ। ଫିଲ୍ମରେ ନାୟିକା ଭାବେ ସୋମି ଅଲ୍ଲୀଙ୍କୁ ଚୟନ କରାଯାଇଥିଲା। ହେଲେ ସେ ଯେତେବେଳେ ଜାଣିଲେ ସୁନିଲ ଉକ୍ତ ଫିଲ୍ମରେ ହିରୋ ଅଛନ୍ତି, ସେ ମନା କରିଦେଇଥିଲେ। ସେ ନୂଆ ନୂଆ କାମ କରୁଥିବା ନାୟକଙ୍କ ସହ କାମ କରିବେ ନାହିଁ ବୋଲି କହିଥିଲେ। ଏହା ଜାଣିବା ପରେ ସୁନିଲଙ୍କୁ ଖରାପ ଲାଗିଥିଲା। ପରେ ସୁନିଲ ‘ବକ୍ତ ହମାରା ହେ’, ‘ଦିଲଓ୍ବାଲେ’ ଭଳି ଫିଲ୍ମରେ କାମ କରି ସଫଳତା ପାଇଥିଲେ।

ଅପରପକ୍ଷେ ସୋମିଙ୍କ ଫିଲ୍ମ ‘ବୁଲନ୍ଦ’ ଅଟକି ରହିଥିଲା। ସେତେବେଳେ ସଲମାନ ସୋମିଙ୍କ ପ୍ରେମିକ ଥିଲେ। ଏହାପରେ ତାଙ୍କୁ ଫିଲ୍ମ ‘ଅନ୍ତ’ର ଅଫର ମିଳିଥିଲା। ସେଥିରେ ସୁନିଲ ନାୟକ ଥିଲେ। ଏହା ଜାଣି ମଧ୍ୟ ସୋମି ଫିଲ୍ମ କରିବାକୁ ରାଜି ହୋଇଥିଲେ। ହେଲେ ସୁନିଲଙ୍କୁ ଏହା ଜଣାପଡ଼ିବା ପରେ ସେ ଫିଲ୍ମ କରିବାକୁ ମନା କରିଦେଇଥିଲେ। ଏହାପରେ ପ୍ରଯୋଜକମାନେ ସୋମିଙ୍କୁ ଏ ବିଷୟରେ ଜଣାଇଥିଲେ। ଯଦି ଫିଲ୍ମରେ ସୁନିଲ ନ ରୁହନ୍ତି ଫିଲ୍ମ ହେବ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଥିଲେ।

ଫଳରେ ଚିନ୍ତାରେ ପଡ଼ିଯାଇଥିଲେ ସୋମି। ସଲମାନଙ୍କୁ ଯେତେବେଳେ ଏହା ଜଣାପଡ଼ିଲା, ସେ ପ୍ରେମିକାଙ୍କ ପାଇଁ କଥା ହେବା ଲାଗି ସୁନିଲଙ୍କ ପାଖରେ ପହଞ୍ଚିଥିଲେ। ତାଙ୍କୁ ସୋମିଙ୍କ ସହ କାମ କରିବାକୁ ରାଜି କରାଇଥିଲେ। ଅନେକ ସମୟ ଧରି କଥା ହେବା ପରେ ସୁନିଲ କାମ କରିବାକୁ ରାଜି ହୋଇଥିଲେ। ଏବେ ସଲମାନଙ୍କ ଆଗରେ ଇଣ୍ଡଷ୍ଟ୍ରୀ ନଉଁଥିବା ବେଳେ ସେ ସୁନିଲଙ୍କୁ ଅନୁରୋଧ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ଗୋଡ଼ାଇବା କଥା ଭୁଲି ପାରୁନି

ଦୀପକଙ୍କ ଓଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ଓଡ଼ିଆ ସିନେମା ‘ମନ ମୋର ପ୍ରଜାପତି’ରୁ। ଏହାର ଶୁଟିଂ ସମୟରେ ଏପରି ଏକ ଘଟଣା ଘଟିଥିଲା ଯାହାକୁ ଭୁଲି...

ଯାହାପରେ ବଦଳିଯାଇଥିଲା ସୁଶାନ୍ତଙ୍କ ଜୀବନ: ଦେଖନ୍ତୁ ରିୟାଙ୍କ ସହ ସେହି ୟୁରୋପ୍‌ ଟ୍ରିପ୍‌ର ଫଟୋ

ବମ୍ବେ: ଇତିମଧ୍ୟରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି ଦୁଇ ମାସ ହେଲାଣି। ହେଲେ ଦିନକୁ ଦିନ ମୃତ୍ୟୁର ରହସ୍ୟ ବଢ଼ି ବଢ଼ି ଚାଲିଛି।...

ଲକ୍‌ଡାଉନ୍‌ କୋହଳ ହେବା ପରେ ରକିଙ୍କୁ ଭେଟିଲେ ହିନା

ବମ୍ବେ: କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏଥିରେ ଫସି ରହିଥିଲେ ସେଲିବ୍ରିଟିମାନେ। ଯିଏ ଯେଉଁଠି ଅଛନ୍ତି ସେଠାରେ ରହିବାକୁ ସୁରକ୍ଷିତ...

ଗୁଲ୍‌ ପନାଗ ଗୁପ୍ତ ରଖିଥିଲେ ଏସବୁ କଥା: ୬ ମାସ ପରେ ପଡ଼ିଥିଲା ଧରା…

ମୁମ୍ବାଇ, ୩।୧: ମିସ୍‌ ୟୁନିଭର୍ସରୁ ବଲିଉଡ୍‌ ଅଭିନେତ୍ରୀ ପାଲଟି ଥିବା  ଗୁଲ୍‌ ପନାଗ‌ ରବିବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ଜାନୁୟାରୀ ୩ରେ...

ଫେରିବେ ରିଷି

ନ୍ୟୁୟର୍କ: ବଲିଉଡ୍‌ ଅଭିନେତା ରିଷି କପୁର ଗତ ପ୍ରାୟ ୧୦ ମାସ ହେବ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ସେଠାରେ ଥିବା ସମୟରେ ବଲିଉଡ୍‌ ସହ ଜଡିତ...

‘ରାତ୍‌ ଅକେଲି ହୈ’ର ଟ୍ରେଲର ରିଲିଜ

ବଲିଉଡ୍‌ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଧିକି ଏବଂ ଅଭିନେତ୍ରୀ ରାଧିକା ଆପ୍ତେଙ୍କ ଅଭିନୀତ ଫିଲ୍ମ ‘ରାତ ଅକେଲି ହୈ’ର ଟ୍ରେଲିଜ ରିଲିଜ୍‌ ହୋଇଯାଇଛି। ତେବେ ଫିଲ୍ମର କାହାଣୀ...

ବାପା ହେଲେ ଏହି ପ୍ରସିଦ୍ଧ ଅଭିନେତା

ଛୋଟ ପରଦାର ଲୋକପ୍ରିୟ ଅଭିନେତା କରଣଭୀର ବୋହରା ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି। ତାଙ୍କର ସ୍ତ୍ରୀ ଟିଜେ ସିଦ୍ଧୁ ଏକ କନ୍ୟା ସନ୍ତାନକୁ ଜନ୍ମ...

ହ୍ରିତିକ୍‌- ଜନ୍‌ଙ୍କ ପରେ ଏବେ ଫରହାନ୍‌ଙ୍କ ସହ କାମ କରିବେ ମୃଣାଳ

ମୁମ୍ବାଇ: ଅଭିନେତ୍ରୀ ମୃଣାଳ ଠାକୁରଙ୍କର ଏବେ ହାତୀ ସୁନା କଳସ ଢାଳିବା ପରି ଅବସ୍ଥା। ଚଳିତ ବର୍ଷ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ବଡ଼...

Play 250+ Trending Games
Archives

Model This Week

Why Dharitri