ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

ବଲାଙ୍ଗୀର, ୧୦ା୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସଦର ଥାନା ପୋଲିସ ସିଦ୍ଧାନ୍ତ ବଗର୍ତ୍ତୀ ହତ୍ୟାକାଣ୍ଡର ରବିବାର ପର୍ଦ୍ଦାଫାଶ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ୫ ଜଣଙ୍କୁ ପୋଲିସ ଗିରଫ କରି ସିନ୍‌ ରିକ୍ରିଏସନ୍‌ କରାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ସାଲେପାଲି ଗ୍ରାମର ମନୀଷ ସୁନା (୨୨), କୁନା ଜାଲ (୨୮), ସୁଦୀନ ଜାନୀ (୩୫), ଉଦିଲ ଖାନ୍‌ (୨୦) ଏବଂ ରାଜେଶ ଜେନା (୨୨)। ପୋଲିସ ଏସ୍‌ଡିପିଓ ତୋଫାନ୍‌ ବାଗ କହିଛନ୍ତି ଯେ, ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା। ପୁଇଁତଳା ଥାନା କେଶରକେଲା ଗ୍ରାମର ସିଦ୍ଧାନ୍ତ ବଗର୍ତ୍ତୀ(୨୫) ବଲାଙ୍ଗୀର ସୁଦପଡାଠାରେ ଥିବା ଏକ ଲୁଗା ଦୋକାନରେ ସେଲ୍ସମ୍ୟାନ୍‌ ଭାବେ କାମ କରୁଥିଲେ। ଗତ ୩ ତାରିଖ ଅପରାହ୍ନରେ ଉକ୍ତ ଦୋକାନକୁ ଦୁଇଜଣ ଯୁବକ ଏକ ସ୍କୁଟିରେ ଆସି ସିଦ୍ଧାନ୍ତଙ୍କୁ ଡାକିଥିଲେ। ମେଡିକାଲରେ କାମ ଅଛି କହିଥିଲେ। ଏହାର କିଛି ଘଣ୍ଟା ପରେ ସନ୍ଧ୍ୟାରେ ଖୁଜେନପାଲି ମଦଭାଟି ନିକଟରେ ସିଦ୍ଧାନ୍ତଙ୍କ ରକ୍ତାକ୍ତ ଶରୀର ପଡିଥିବା ଖବର ମିଳିଥିଲା।

ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡାକି ସିଦ୍ଧାନ୍ତଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ପଠାଇଥିଲେ। ତେବେ ହସ୍ପିଟାଲରେ ପହଞ୍ଚତ୍ଲା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କିଏ ଏବଂ କେଉଁ କାରଣରୁ ସିଦ୍ଧାନ୍ତଙ୍କୁ ହତ୍ୟା କରିଥିଲେ ତାହା ଅସ୍ପଷ୍ଟ ରହିଥିଲା।

ସିଦ୍ଧାନ୍ତଙ୍କ ବାପା ପୁଅକୁ ପିଟି ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ। ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସୁଦପଡା କପଡା ଦୋକାନରୁ ଯେଉଁ ଦୁଇଜଣ ଯୁବକ ସିଦ୍ଧାନ୍ତଙ୍କୁ ଡାକି ନେଇଥିଲେ ସେମାନଙ୍କ ସିସିଟିଭି ଯାଞ୍ଚ କରାଯାଇଥିଲା। ସାଇବର ବିଭାଗର ସୂଚନା ଆଧାରରେ ପୋଲିସ ଟିମ୍‌ ଏହି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଏସ୍‌ଡିପିଓ ବାଗ କହିଛନ୍ତି। ସିନ୍‌ ରିକ୍ରିଏସନ୍‌ କଲାବେଳେ କିଭଳି ଭାବେ ଦୁଇ ଅଭିଯୁକ୍ତ ମନୀଷ ଏବଂ କୁନା ଏକ ସ୍କୁଟିରେ ବସାଇ ସିଦ୍ଧାନ୍ତଙ୍କୁ ଖୁଜେନପାଲି ମଦଭାଟି ନିକଟକୁ ଆଣିଥିଲେ କହିଥିଲେ। ସେଠାରେ ପୂର୍ବରୁ ଅଭିଯୁକ୍ତ ସୁଦୀନ, ଉଦିଲ ଏବଂ ରାକେଶ ଜଗିଥିଲେ। ସମସ୍ତ ୫ଜଣ ଯାକ ମିଶି ଠେଙ୍ଗାରେ ସିଦ୍ଧାନ୍ତଙ୍କୁ ନିସ୍ତୁକ ମାଡ ମାରିଥିଲେ। ମାଡ କାରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ସିନ୍‌ ରିକ୍ରିଏସନ୍‌ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri