ଶାଳ ବନୀକରଣ ପ୍ରକଳ୍ପ ଅବହେଳିତ

କେନ୍ଦୁଝର,୩ା୩ (ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ସଦର ରେଞ୍ଜ ଅଧୀନ ପଦ୍ମପୁର ଗ୍ରାମରେ ବନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ କରାଯାଇଥିବା ଶାଳ ଜଙ୍ଗଲ ବନୀକରଣ ପ୍ରକଳ୍ପ ଅବହେଳିତ ହୋଇ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ସମଗ୍ର ଅଞ୍ଚଳ ଘାସ ଓ ଅନାବନା ଗଛରେ ପରିପୂର୍ଣ୍ଣ ହୋଇ ପଡିଥିବା ବେଳେ ନିଅଁା ଲାଗିଲେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କା ରହିଛି। ତେବେ ଗୁରୁବାର ପିସିସିଏଫଙ୍କ କେନ୍ଦୁଝର ଜିଲା ଗସ୍ତରେ ଆସି ଉକ୍ତ ବନୀକରଣ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାରୁ ତରବରିଆ ଭାବେ ସଫେଇ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟରେ ହାତୀମାନଙ୍କ ଟ୍ରାକିଂ ପାଇଁ ଥିବା ସ୍କ୍ବାଡ୍‌ ଏବଂ ଜଙ୍ଗଲ ନିଅଁା ଲିଭା ସ୍କ୍ବାଡ୍‌ର କର୍ମଚାରୀମାନଙ୍କୁ ନିୟୋଜିତ କରି ସଫେଇ ଓ କୋଡ଼ାଖୋସା ଆଦି କାମ କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ହାତୀ ଓ ଜଙ୍ଗଲର ସୁରକ୍ଷା ପରିବର୍ତ୍ତେ ବିଭାଗୀୟ ଅଧିକାରୀମାନଙ୍କ ଚାକିରି ବଞ୍ଚାଇବା ପାଇଁ ସେମାନଙ୍କୁ ନିୟୋଜିତ କରାଯାଇଥିବାରୁ ପରିବେଶବିତମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି ା
ଏଠାରେ ସୂଚନାଯୋଗ୍ୟ ଯେ ୨୦୨୧-୨୨ରେ ୬ ହେକ୍ଟର ପରିମିତ ଅଞ୍ଚଳରେ ଏହି ମୂଲ୍ୟବାନ ଶାଳ ବନୀକରଣ କରାଯାଇଥିଲା। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏଠାରେ ୯୬୦୦ ଶାଳ ଚାରା ଲଗାଯାଇଥିଲା ା ରକ୍ଷଣା ବେକ୍ଷଣ ଅଭାବରୁ କେତେକ ନଷ୍ଟ ହୋଇଯାଇଥିବାରୁ ପୁନଃ ରୋପଣ କରାଯାଉଥିବା ଜଣାପଡିଛି ା
ପିସିସିଏଫଙ୍କୁ ଖୁସି କରିବା ପାଇଁ ଏଭଳି ତରବରିଆ ଭାବରେ ବନୀକରଣ ଅଞ୍ଚଳ ସଫେଇ ତଥା ନର୍ସରୀର ସଫେଇ ଓ ସାୈନ୍ଦର୍ଯ୍ୟକରଣ କାମରେ ଏହି ସ୍କ୍ବାଡର କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ଅଭିଯୋଗ ହେଉଛି। ହାତୀ ଓ ଜଙ୍ଗଲର ସୁରକ୍ଷା ପାଇଁ ନିୟୋଜିତ କର୍ମଚାରୀଙ୍କୁ ଆଣି ଏଭଳି ପଦ୍ମପୁର ଶାଳ ବନୀକରଣ ଓ ମେଗା ନର୍ସରୀ ସାୈନ୍ଦର୍ଯ୍ୟକରଣ କାମରେ ଲଗାଯାଉଥିବାରୁ ଏହା ତଦନ୍ତ ସାପେକ୍ଷ। ବର୍ଷ ବର୍ଷ ଧରି ଏହି ସବୁ ନର୍ସରୀ ଓ ବନୀକରଣର ରକ୍ଷଣାବେକ୍ଷଣ ତଥା ସୌନ୍ଦର୍ଯ୍ୟକରଣ କାମ ପାଇଁ ହେଉଥିବା ଖର୍ଚ୍ଚ ବାଟମାରଣା ହେଉଥିବା ଏଥିରୁ ସ୍ପଷ୍ଟ ଅନୁମାନ ହେଉଛି ା
ସେହିପରି ଏସବୁର ତଦାରଖ ନିୟମିତ ହେଉ ନ ଥିବା ଏଥିରୁ ସ୍ପଷ୍ଟ ହୋଇଥିବାରୁ ଗସ୍ତ ବେଳେ ପିସିସିଏଫ ଏହାର ସମୀକ୍ଷା କରିବା ପାଇଁ ପରିବେଶବିତମାନେ ଦାବି କରୁଛନ୍ତି ା ଏନେଇ ସଦର ରେଞ୍ଜ ଅଧିକାରୀ ବିଦ୍ୟାଧର ସାହୁଙ୍କୁ ପଚାରିବାରୁ ସ୍କ୍ବାଡ୍‌ କର୍ମଚାରୀଙ୍କ ତାଲିମ କାର୍ଯ୍ୟକ୍ରମ ଉକ୍ତ ଶାଳ ବନୀକରଣ ସ୍ଥାନରେ ଥିବାରୁ ସେମାନଙ୍କୁ ନିୟୋଜିତ କରାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଆଜ ବୋଝେଇ ଟ୍ରକ୍‌, ଯିଏ ପାରିଲେ ମନଇଚ୍ଛା ବୋହିନେଲେ

କେନ୍ଦୁଝର,୧୨ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ସକାଳେ କେନ୍ଦୁଝର ଜିଲାର ଜୁଡ଼ିଆ ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ ଓଲଟି ୨ ଜଣ ଆହତ ହୋଇଛନ୍ତି। ଉକ୍ତ ପିଆଜ…

ସ୍କୁଲ କମିଟି ଅଧ୍ୟକ୍ଷ ଚୟନକୁ ନେଇ ବିବାଦ: ପହଞ୍ଚିଲା ପୋଲିସ, ତଦନ୍ତ କରିବେ ଅତିରିକ୍ତ ଶିକ୍ଷାଧିକାରୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଗାଁ କପିଳେଶ୍ୱର ହାଇସ୍କୁଲରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଚୟନକୁ ନେଇ ତୀବ୍ର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣା: ତଦନ୍ତ କଲା ସାଇଣ୍ଟିଫିକ୍‌ ଟିମ୍‌

କେନ୍ଦୁଝର,୧୦ା୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ୬ ବଷର୍ର ଶିଶୁକନ୍ୟାଙ୍କୁ ତାଙ୍କର ସମ୍ପର୍କୀୟ ମାମୁ ବଳାତ୍କାର କରି ହତ୍ୟା…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ବାରିପଦା, ୧୦।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡସାହି ବ୍ଲକ କାର୍ଯ୍ୟାଳୟର ଜଣେ କନିଷ୍ଠ ଯନ୍ତ୍ରୀ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri