ଶାଳ ବନୀକରଣ ପ୍ରକଳ୍ପ ଅବହେଳିତ

କେନ୍ଦୁଝର,୩ା୩ (ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ସଦର ରେଞ୍ଜ ଅଧୀନ ପଦ୍ମପୁର ଗ୍ରାମରେ ବନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ କରାଯାଇଥିବା ଶାଳ ଜଙ୍ଗଲ ବନୀକରଣ ପ୍ରକଳ୍ପ ଅବହେଳିତ ହୋଇ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ସମଗ୍ର ଅଞ୍ଚଳ ଘାସ ଓ ଅନାବନା ଗଛରେ ପରିପୂର୍ଣ୍ଣ ହୋଇ ପଡିଥିବା ବେଳେ ନିଅଁା ଲାଗିଲେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କା ରହିଛି। ତେବେ ଗୁରୁବାର ପିସିସିଏଫଙ୍କ କେନ୍ଦୁଝର ଜିଲା ଗସ୍ତରେ ଆସି ଉକ୍ତ ବନୀକରଣ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାରୁ ତରବରିଆ ଭାବେ ସଫେଇ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟରେ ହାତୀମାନଙ୍କ ଟ୍ରାକିଂ ପାଇଁ ଥିବା ସ୍କ୍ବାଡ୍‌ ଏବଂ ଜଙ୍ଗଲ ନିଅଁା ଲିଭା ସ୍କ୍ବାଡ୍‌ର କର୍ମଚାରୀମାନଙ୍କୁ ନିୟୋଜିତ କରି ସଫେଇ ଓ କୋଡ଼ାଖୋସା ଆଦି କାମ କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ହାତୀ ଓ ଜଙ୍ଗଲର ସୁରକ୍ଷା ପରିବର୍ତ୍ତେ ବିଭାଗୀୟ ଅଧିକାରୀମାନଙ୍କ ଚାକିରି ବଞ୍ଚାଇବା ପାଇଁ ସେମାନଙ୍କୁ ନିୟୋଜିତ କରାଯାଇଥିବାରୁ ପରିବେଶବିତମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି ା
ଏଠାରେ ସୂଚନାଯୋଗ୍ୟ ଯେ ୨୦୨୧-୨୨ରେ ୬ ହେକ୍ଟର ପରିମିତ ଅଞ୍ଚଳରେ ଏହି ମୂଲ୍ୟବାନ ଶାଳ ବନୀକରଣ କରାଯାଇଥିଲା। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏଠାରେ ୯୬୦୦ ଶାଳ ଚାରା ଲଗାଯାଇଥିଲା ା ରକ୍ଷଣା ବେକ୍ଷଣ ଅଭାବରୁ କେତେକ ନଷ୍ଟ ହୋଇଯାଇଥିବାରୁ ପୁନଃ ରୋପଣ କରାଯାଉଥିବା ଜଣାପଡିଛି ା
ପିସିସିଏଫଙ୍କୁ ଖୁସି କରିବା ପାଇଁ ଏଭଳି ତରବରିଆ ଭାବରେ ବନୀକରଣ ଅଞ୍ଚଳ ସଫେଇ ତଥା ନର୍ସରୀର ସଫେଇ ଓ ସାୈନ୍ଦର୍ଯ୍ୟକରଣ କାମରେ ଏହି ସ୍କ୍ବାଡର କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ଅଭିଯୋଗ ହେଉଛି। ହାତୀ ଓ ଜଙ୍ଗଲର ସୁରକ୍ଷା ପାଇଁ ନିୟୋଜିତ କର୍ମଚାରୀଙ୍କୁ ଆଣି ଏଭଳି ପଦ୍ମପୁର ଶାଳ ବନୀକରଣ ଓ ମେଗା ନର୍ସରୀ ସାୈନ୍ଦର୍ଯ୍ୟକରଣ କାମରେ ଲଗାଯାଉଥିବାରୁ ଏହା ତଦନ୍ତ ସାପେକ୍ଷ। ବର୍ଷ ବର୍ଷ ଧରି ଏହି ସବୁ ନର୍ସରୀ ଓ ବନୀକରଣର ରକ୍ଷଣାବେକ୍ଷଣ ତଥା ସୌନ୍ଦର୍ଯ୍ୟକରଣ କାମ ପାଇଁ ହେଉଥିବା ଖର୍ଚ୍ଚ ବାଟମାରଣା ହେଉଥିବା ଏଥିରୁ ସ୍ପଷ୍ଟ ଅନୁମାନ ହେଉଛି ା
ସେହିପରି ଏସବୁର ତଦାରଖ ନିୟମିତ ହେଉ ନ ଥିବା ଏଥିରୁ ସ୍ପଷ୍ଟ ହୋଇଥିବାରୁ ଗସ୍ତ ବେଳେ ପିସିସିଏଫ ଏହାର ସମୀକ୍ଷା କରିବା ପାଇଁ ପରିବେଶବିତମାନେ ଦାବି କରୁଛନ୍ତି ା ଏନେଇ ସଦର ରେଞ୍ଜ ଅଧିକାରୀ ବିଦ୍ୟାଧର ସାହୁଙ୍କୁ ପଚାରିବାରୁ ସ୍କ୍ବାଡ୍‌ କର୍ମଚାରୀଙ୍କ ତାଲିମ କାର୍ଯ୍ୟକ୍ରମ ଉକ୍ତ ଶାଳ ବନୀକରଣ ସ୍ଥାନରେ ଥିବାରୁ ସେମାନଙ୍କୁ ନିୟୋଜିତ କରାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri