Posted inଖେଳ

ଥାର୍ଡ ଅମ୍ପାୟାରଙ୍କୁ ବିଦା କର

ଶାରଜା,୩।୧୦: ଶାରଜା ଷ୍ଟାଡିୟମରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଏକ ଭୁଲ ନିଷ୍ପତ୍ତି କାରଣରୁ ଥାର୍ଡ ଅମ୍ପାୟାରଙ୍କୁ ବିଦା କରିବା ପାଇଁ ଟୁଇଟରରେ ଦାବି ଉଠିଛି। ପଞ୍ଜାବର ସ୍ପିନର ରବି ବିଷ୍ଣୋଇଙ୍କ ଏକ ବଲକୁ ରିଭର୍ସ ସୁଇପ୍‌ ଲଗାଇବାକୁ ଉଦ୍ୟମ କରିଥିଲେ ଆରସିବିର ଓପନର ଦେବଦତ୍ତ ପାଡିକଲ। ହେଲେ ବଲ ତାଙ୍କ ଗ୍ଲୋଭ୍ସରେ ବାଜିବା ପରେ ଉଇକେଟକିପର ଲୋକେଶ ରାହୁଲ କ୍ୟାଚ୍‌ ଧରିଥିଲେ। ବୋଲର ବିଷ୍ଣୋଇ ଓ ରାହୁଲ ଆଉଟ୍‌ ପାଇଁ ଅପିଲ କରିଥିଲେ, ଯାହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ଫିଲ୍ଡ ଅମ୍ପାୟାର। ଫଳରେ ରାହୁଲ ରିଭ୍ୟୁ ନେଇଥିଲେ। ରିପ୍ଲେରେ ବଲ ପାଡିକଲଙ୍କ ଗ୍ଲୋଭ୍ସ ଅତିକ୍ରମ କଲା ବେଳେ ଏକ ସ୍ପାଇକ୍‌ ଦେଖାଯାଇଥିଲା। ଏହାସତ୍ତ୍ୱେ ଟିଭି ଅମ୍ପାୟାର କେ ଶ୍ରୀନିବାସନ ବ୍ୟାଟ୍ସମ୍ୟାନଙ୍କୁ କ୍ଲିନଚିଟ୍‌ ଦେଇଥିଲେ।

ଥାର୍ଡ ଅମ୍ପାୟାରଙ୍କ ଏଭଳି ନିଷ୍ପତ୍ତିକୁ ଗ୍ରହଣ କରିପାରି ନ ଥିଲେ ରାହୁଲ। ସେ ‘ନଟ୍‌ ଆଉଟ୍‌’ ନିଷ୍ପତ୍ତି ସମ୍ପର୍କରେ ଫିଲ୍ଡ ଅମ୍ପାୟାର ଅନନ୍ତପଦ୍ମନାଭମଙ୍କ ସହ କଥା ହୋଇଥିଲେ। ରାହୁଲଙ୍କ ଭଳି ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ହଜମ କରିପାରି ନ ଥିଲେ ସୋସିଆଲ ମିଡିଆ ୟୁଜର୍ସ। କିଛି ପ୍ରଶଂସକ ଥାର୍ଡ ଅମ୍ପାୟାରଙ୍କୁ ତୁରନ୍ତ ବିଦା କରିବାକୁ ଦାବି କରିଛନ୍ତି। ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିବା ୟୁଜର୍ସଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା, କ୍ରିସ ଶ୍ରୀକାନ୍ଥ ଓ ପଞ୍ଜାବ କିଙ୍ଗ୍ସ ଫ୍ରାଞ୍ଚାଇଜ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆ ସାଙ୍ଗ ସହ ପଡ଼ିଆକୁ ଓହ୍ଲାଇଲେ କୋହଲି

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ନଭେମ୍ବର ୨୫ରୁ ଆରମ୍ଭ ହେଉଛି। ଏହି ସିରିଜ ଆରମ୍ଭ ପୂର୍ବରୁ ଉଭୟ ଦଳ କାନପୁରରେ ପହଞ୍ଚିଛନ୍ତି। ଭାରତୀୟ...

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା- ନର୍ଥଇଷ୍ଟ ମ୍ୟାଚ୍‌ ଡ୍ର

ବାମ୍ବୋଲିମ୍‌,୨୩।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ମଙ୍ଗଳବାର ଓଡ଼ିଶା ଏଫ୍‌ସି ଓ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ରହିଛି।...

ଜୋତାକୁ ହାର କରି ବେକରେ ପିନ୍ଧିଲେ ଏହି ପ୍ରସିଦ୍ଧ ଖେଳାଳି

ଭାରତୀୟ କ୍ରିକେଟ ଦଳର ଯୁବ ଖେଳାଳି ଶ୍ରେୟସ ଆୟର। ସେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ସାଙ୍ଗକୁ ଷ୍ଟାଇଲିସ୍‌ ଖେଳାଳି ମଧ୍ୟ। ସୋସିଆଲ ମିଡିଆରେ ସେ ସବୁବେଳେ...

ବିଶ୍ୱର ୧୦ ସବୁଠୁ ଅଳସୁଆ କ୍ରିକେଟର

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନେ ପଡିଆରେ ଅଳସୁଆ ସ୍ବଭାବର ଥାନ୍ତି। ବ୍ୟାଟିଂ ହେଉ କି ବୋଲିଂ ଏହି କ୍ରିକେଟରମାନେ ଭଲ ପ୍ରଦର୍ଶନ କରୁଥିଲେ...

ଟିମ୍‌ ଇଣ୍ଡିଆର ବିଜୟ ଅଭିଯାନ

ମହିଳା ଟି୨୦ ବିଶ୍ୱକପ୍‌: ସିଡ୍‌ନୀ,୨୧।୨- ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଇଭେଣ୍ଟରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ବିଜୟ ସହ...

ଏସ୍‌ଆର୍‌ଏଚ୍‌ ଜିତିଲା ଟସ୍‌, ପ୍ରଥମେ ବୋଲିଂ…

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ଟସ ଜିତି ପ୍ରଥମେ ବୋଲିଂ...

କୋହଲିଙ୍କୁ ନେଇ ବିସିସିଆଇର ବଡ଼ ଘୋଷଣା: ଅଧିନାୟକ ପଦରେ ରହିବେ ନା ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ,୧୩।୯: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ସୀମିତ ଓଭର କ୍ରିକେଟରେ ଦଳର ଅଧିନାୟକତ୍ୱ ଛାଡିପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା...

ଶିଖର ଧାଓ୍ବନଙ୍କ ମେକ୍‌ଅପ୍‌ କଲେ ପୁଅ ଜୋରାଭର୍‌

ଲକ୍‌ଡାଉନ୍‌ ଏବେ କ୍ରିକେଟ୍‌ ସିରିଜ୍‌ ନ ଥିବାରୁ କ୍ରିକେଟରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଭାରତୀୟ କ୍ରିକେଟର୍‌ ଶିଖର ଧାଓ୍ବନ ସୋସିଆଲ ମିଡିଆରେ ବେଶ୍‌...

Advertisement
Archives

Model This Week